Posted inଜାତୀୟ

କେନ୍ଦ୍ର ସରକାରଙ୍କ ସତ୍ୟପାଠ, ଓ୍ବାର୍କ ଫ୍ରମ୍‌ ହୋମ୍‌ ସମ୍ଭବ ନୁହେଁ…

ନୂଆଦିଲ୍ଲୀ,୧୭।୧୧: ଦିଲ୍ଲୀ ଏନସିଆର ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି। କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି ଯେ ସର୍ବୋଚ୍ଚ ଅଦାଲତଙ୍କ ପରାମର୍ଶ ଅନୁଯାୟୀ ଘରେ ରହି କାମ କରିବା ପରିବର୍ତ୍ତେ ଯାନବାହନ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଗାଡି ପୁଲିଂ ବ୍ୟବସ୍ଥା ଲାଗୁ କରିବା ଆବଶ୍ୟକ। ଓ୍ବାର୍କ ଫ୍ରମ୍‌ ହୋମ୍‌ ସମ୍ଭବ ନୁହେଁ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଅପରପକ୍ଷରେ ହରିୟାଣା ସରକାର ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛନ୍ତି ଯେ ଅନ୍ୟାନ୍ୟ ପଦକ୍ଷେପ ସହିତ ସମଗ୍ର ରାଜ୍ୟରେ ନଡ଼ାମୂଳ ଜଳିବା ଉପରେ ପ୍ରତିବନ୍ଧକ ଲଗାଯିବ। ଏଥିସହିତ ପଞ୍ଜାବ ସରକାର କହିଛନ୍ତି ଯେ ନଡ଼ାମୂଳ ପୋଡିଥିବା ଚାଷୀଙ୍କ ଉପରେ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯାଇଛି।

ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ପଞ୍ଜାବ ସରକାରଙ୍କ ତରଫରୁ କୁହାଯାଇଛି ଯେ ରାଜ୍ୟରେ ୨୯.୬୧ ଲକ୍ଷ ହେକ୍ଟରରେ ଧାନ ଚାଷ କରାଯାଉଛି। ୨୦୨୧ରେ ୧୮.୭୪ ଲକ୍ଷ କ୍ୱିଣ୍ଟାଲ ନଡ଼ାମୂଳ ବାହାରିଥିଲା। ସରକାର କହିଛନ୍ତି ଯେ ନଡ଼ାମୂଳ ପୋଡିଥିବା ଚାଷୀଙ୍କ ଉପରେ ଅଢ଼େଇ ହଜାରରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯାଇଛି। ଏହା ଉପରେ ପଞ୍ଜାବ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ କ୍ରୁନେଶ ଗର୍ଗ କହିଛନ୍ତି ଯେ କେବଳ ଅକ୍ଟୋବର ଏବଂ ନଭେମ୍ବରରେ ନଡ଼ାମୂଳ ପୋଡ଼ା ଯାଇଛି। ତେବେ ଡିସେମ୍ବର ଏବଂ ଜାନୁଆରୀରେ ଦିଲ୍ଲୀର ଏକ୍ୟୁଆଇ ସ୍ତର ମଧ୍ୟ ଉଚ୍ଚରେ ରହିଛି, ଏହାର କାରଣ କ’ଣ?

ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ୩୯୨ ପୃଷ୍ଠାର ସତ୍ୟପାଠରେ କେନ୍ଦ୍ର ସରକାର କହିଛନ୍ତି ଯେ କର୍ମଚାରୀଙ୍କୁ ଘରେ ରହି କାମ କରିବା ସପକ୍ଷରେ ସରକାର ନାହାନ୍ତି। କେନ୍ଦ୍ର ଦ୍ୱାରା ଯୁକ୍ତି କରାଯାଇଥିଲା ଯେ କୋଭିଡ ଯୋଗୁଁ କାମ ପୂର୍ବରୁ ପ୍ରଭାବିତ ହୋଇସାରିଛି, ତେଣୁ ଏବେ ଓ୍ବାର୍କ ଫ୍ରମ୍‌ ହୋମ୍‌ ସମ୍ଭବ ନୁହେଁ।

ପ୍ରଦୂଷଣ ଯୋଗୁ ନିର୍ମାଣ କାର୍ଯ୍ୟ ମଧ୍ୟ ବନ୍ଦ ହୋଇଯାଇଛି। ଏହି ପ୍ରସଙ୍ଗରେ ଶ୍ରମିକମାନେ ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଛନ୍ତି। ସେମାନେ ଯୁକ୍ତି କରିଛନ୍ତି ଯେ କରୋନା କାରଣରୁ ସେମାନଙ୍କର ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇସାରିଛି। ଏପରି ପରିସ୍ଥିତିରେ, ଏଭଳିି ନିଷ୍ପତ୍ତି ସେମାନଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ। ଶ୍ରମିକମାନଙ୍କ ପ୍ରଶ୍ନର ଉତ୍ତରରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଥିଲା ଯେ ନିର୍ମାଣକୁ ପ୍ରଦୂଷଣ ପାଇଁ ଦାୟୀ ବୋଲି ଗ୍ରହଣ ନ କରାଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri