ଅଦରକାରୀ ଫାଇଲ ବିକି ହଜାରେ କୋଟି ଆୟ କରିବେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୧୨।୯ : ରଦ୍ଦି କାଗଜରୁ କେନ୍ଦ୍ର ସରକାର ହଜାରେ କୋଟି ଟଙ୍କା ରୋଜଗାର କରିବେ। ବାସ୍ତବରେ କେନ୍ଦ୍ର ସରକାର ଆସନ୍ତା ମାସରୁ ସ୍ବଚ୍ଛତା ଅଭିଯାନର ତୃତୀୟ ସଂସ୍କରଣ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ସମୟ ମଧ୍ୟରେ କେନ୍ଦ୍ର ସରକାର ସରକାରୀ କାର୍ଯ୍ୟାଳୟ ସଫା କରିବା ପରେ ବାହାରୁଥିବା ଅଦରକାରୀ ଫାଇଲ କିମ୍ବା ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ବିକ୍ରୟ କରି ପ୍ରାୟ ହଜାରେ କୋଟି ଟଙ୍କା ରୋଜଗାର କରିବେ।

ପ୍ରଶାସନିକ ସଂସ୍କାର ଏବଂ ଜନ ଅଭିଯୋଗ ବିଭାଗର ସଚିବ ଭି ଶ୍ରୀନିବାସ କହିଛନ୍ତି ବିଚାରାଧୀନ ମାମଲାଗୁଡ଼ିକର ଆନୁଷ୍ଠାନିକ ସମାପ୍ତି ଏବଂ ଶୀଘ୍ର ସମାଧାନ ପାଇଁ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି। ସ୍ବଚ୍ଛତା ଅଭିଯାନର ସ୍ବତନ୍ତ୍ର ଅଭିଯାନ ୩.୦ ଅକ୍ଟୋବର ୨ରୁ ଆରମ୍ଭ ହେବାକୁ ଯାଉଛି ଏବଂ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଏହା ଚାଲିବ। ଏହି ଅବଧି ମଧ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ସଫେଇ କାର୍ଯ୍ୟ କରାଯିବ। ୧୯୮୯ ବ୍ୟାଚ ଆଇଏଏସ ଅଧିକାରୀ ଏସ ଶ୍ରୀନିବାସ କହିଛନ୍ତି ସ୍ବଚ୍ଛତା ଅଭିଯାନର ଦ୍ୱିତୀୟ ସଂସ୍କରଣ ଅତ୍ୟନ୍ତ ସଫଳ ହୋଇଛି ଏବଂ ଏହି ସମୟରେ ବର୍ଷସାରା ସମସ୍ତ ମନ୍ତ୍ରଣାଳୟ ଏବଂ ସରକାରୀ ବିଭାଗରେ ସ୍ବଚ୍ଛତା ପ୍ରତି ସପ୍ତାହରେ ତିନି ଘଣ୍ଟା ଦିଆଯାଇଥିଲା।

ଏହି ଅଭିଯାନରେ ୧୦୦ ରୁ ଅଧିକ ନୋଡାଲ ଅଧିକାରୀଙ୍କୁ ଏହି ସ୍ବଚ୍ଛତା ଡ୍ରାଇଭ ଦାୟିତ୍ୱ ଦିଆଯାଇଛି। ସ୍ବଚ୍ଛତା ଅଭିଯାନର ଦ୍ୱିତୀୟ ସଂସ୍କରଣ ସମୟରେ ୧.୩୭ ଲକ୍ଷ ସ୍ଥାନ ସଫା କରାଯାଇଥିଲା ଏବଂ ଏହି ସମୟ ମଧ୍ୟରେ ଉତ୍ପାଦିତ ଅଳିଆରୁ ପ୍ରାୟ ୫୨୦ କୋଟି ଟଙ୍କା ରୋଜଗାର କରାଯାଇଥିଲା । ଦ୍ୱିତୀୟ ସଂସ୍କରଣ ସମୟରେ ସରକାରୀ କାର୍ଯ୍ୟାଳୟରୁ ପ୍ରାୟ ୫୦ ଲକ୍ଷ ଫାଇଲ ହଟାଯାଇଥିଲା ଏବଂ ଏହା ୧୭୨ ଲକ୍ଷ ବର୍ଗଫୁଟ ଅଫିସ ସ୍ଥାନ ମୁକ୍ତ କରିଥିଲା। ୩୧.୩୫ ଲକ୍ଷ ମାମଲା ସନାଧାନ କରାଯାଇଥିଲା। ବର୍ତ୍ତମାନ ତୃତୀୟ ସଂସ୍କରଣ ଅଧୀନରେ, ପ୍ରାୟ ହଜାରେ କୋଟି ଟଙ୍କା ମୂଲ୍ୟର ସ୍କ୍ରାପ ୩୧ ଅକ୍ଟୋବର ୨୦୨୩ ସୁଦ୍ଧା ପୁନରୁଦ୍ଧାର ହୋଇପାରିବ। ଏହା ସହିତ ୧୦୦ ଲକ୍ଷ ବର୍ଗ ଫୁଟ ଅଫିସ ସ୍ଥାନ ମୁକ୍ତ କରାଯିବାର ଲକ୍ଷ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି: ୧୧ ପ୍ରସ୍ତାବରେ ବାଜିଲା ମୋହର, ଜାଣନ୍ତୁ କ’ଣ…

ଭୁବନେଶ୍ୱର,୧୦।୪: କ୍ୟାବିନେଟରେ ବୈଠକରେ ବଡ଼ ନିଷ୍ପତ୍ତି। ୧୧ ପ୍ରସ୍ତାବରେ ବାଜିଲା କ୍ୟାବିନେଟ୍‌ ମୋହର। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବୈଠକରେ ୫ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri