Posted inଜାତୀୟ

ସିଏପିଏଫ୍‌ ଯବାନଙ୍କ ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ କରାଯିବ ଅବଗତ,ସୁପ୍ରିମ୍‌କୋଟଙ୍କ ଅନୁମତି…

ନୂଆଦିଲ୍ଲୀ,୧୪।୩ : କେନ୍ଦ୍ରୀୟ ପାରାମିଲିଟାରୀ ଫୋର୍ସ (ସିଏପିଏଫ୍‌) ରେ ଥିବା ଯବାନମାନେ ଧୀରେଧୀରେ ନିଜର ମାନସିକ ସନ୍ତୁଳନ ହରାଇ ବସୁଥିବା ଦେଖିବାକୁ ମିଳୁଛି। ଯବାନଙ୍କ ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଜଣେ ଅବସରପ୍ରାପ୍ତ ସିଏପିଏଫ୍‌ ସଦସ୍ୟ ପ୍ରତିନିଧି ଭାବେ ଅବଗତ କରାଇବେ।

ବିଚାରପତି ଅବଦୁଲ୍‌ ନାଜିର ଏବଂ କ୍ରିଷ୍ଣା ମୁରାରୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏସମ୍ପର୍କରେ ଅନୁମତି ପ୍ରଦାନ କରିଛନ୍ତି। ବରିଷ୍ଠ ଆଇନଜୀବୀ ଚନ୍ଦେର ଉଦୟ ସିଂଙ୍କ ପକ୍ଷରୁ ଦାଖଲ ହୋଇଥିବା ଆବେଦନର ଶୁଣାଣି କରି ଖଣ୍ଡପୀଠ ଏହା କହିଛନ୍ତି।

ମେଣ୍ଟାଲ କେୟାର ଆକ୍ଟ-୨୦୧୭ ଅନୁଯାୟୀ ଯବାନମାନଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ ଆବେଦନରେ ଉଲେ୍‌ଲଖ କରାଯାଇଥିଲା।

ସୂଚନାଯୋଗ୍ୟ, ସିଏପିଏଫ୍‌ ଅଧୀନରେ ଥିବା ବିଭିନ୍ନ କେନ୍ଦ୍ରୀୟ ସୁରକ୍ଷା ବାହିନୀରେ ୨୦୧୯ରୁ ୨୦୨୧ ଗତ ୩ ବର୍ଷ ମଧ୍ୟରେ ମୋଟ ୨୫ ଜଣ ଯବାନଙ୍କ ଜୀବନ ଯାଇଛି। ୨୦୧୯ରେ ଏହିପରି ଘଟଣାରେ ୯ ଜଣ ଯବାନ ଏବଂ ଅଧିକାରୀଙ୍କ ମୃତ୍ୟୁ ଘଟିଥିଲା। ୨୦୨୦ରେ ୮ ଜଣ ଏବଂ ୨୦୨୧ରେ ମଧ୍ୟ ୮ ଜଣ ଯବାନଙ୍କ ମୃତ୍ୟୁ ଘଟିଛି।

ପୂର୍ବତନ ବିଏସ୍‌ଏଫ୍‌ ଏଡିଜି ସଞ୍ଜୀବ କୃଷ୍ଣ ସୁଦ କହିଛନ୍ତି ଯେ ଏହା ପଛରେ କେତେକ କାରଣ ରହିଛି, ଯାହାକି ସିଏପିଏଫ୍‌ ଯବାନମାନଙ୍କୁ ନିଜ ସହକର୍ମୀ କିମ୍ବା ଅଧିକାରୀଙ୍କ ହତ୍ୟା କରିବା ପରି ଯନ୍ତ୍ରଣାଦାୟକ ପରିସ୍ଥିତି ସୃଷ୍ଟି କରିଥାଏ। ଯବାନମାନେ ଠିକ ସମୟରେ ଛୁଟି ପାଉ ନଥିବାରୁ ଏବଂ ସେମାନଙ୍କର ଅଭିଯୋଗର ଶୁଣାଣି ଠିକ ଭାବରେ କରାଯାଉ ନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହେଉଥିବା ସେ କହିଛନ୍ତି। ତେବେ ଏଭଳି ଘଟଣା ପାଇଁ ଅନ୍ୟ କେତେକ କାରଣ ମଧ୍ୟ ଦାୟୀ। ଯବାନମାନଙ୍କ ଉପରେ କାର୍ଯ୍ୟ ଭାର ଅଧିକ। ଅନେକ ସ୍ଥାନରେ ସେମାନଙ୍କୁ ୧୫ ଘଣ୍ଟା ଡ୍ୟୁଟି କରିବାକୁ ପଡିଥାଏ। ଫଳରେ ଯବାନମାନେ ଠିକ ଭାବରେ ଶୋଇପାରୁ ନାହାଁନ୍ତି। ଯଦି ସେମାନେ ସେମାନଙ୍କର ସମସ୍ୟାକୁ କାହା ସାମ୍ନାରେ ରଖନ୍ତି, ତେବେ ଉପଯୁକ୍ତ ଶୁଣାଣି ମଧ୍ୟ ହୁଏ ନାହିଁ। ଫଳରେ ସେମାନେ ମାନସିକ ସନ୍ତୁଳନ ହରାଇ ବସୁଛନ୍ତି ।

କେତେକ ସ୍ଥାନରେ ବାରାକ୍‌ ଏବଂ ଅନ୍ୟାନ୍ୟ ସୁବିଧାର ଅଭାବ ରହିଛି। ସହକର୍ମୀଙ୍କ ସହ ଯୁକ୍ତିତର୍କ କିମ୍ବା ଜଣେ ସିନିୟରଙ୍କ ଗାଳି ଯୋଗୁ କ୍ରୋଧରେ ସେ ନିଜ ସାଥୀମାନଙ୍କ ଉପରେ ଗୁଳି ଚଳାଇଥାନ୍ତି ବୋଲି ଏଡିଜି ସଞ୍ଜୀବ କହିଛନ୍ତି। ସେହିପରି କେତେକ କ୍ଷେତ୍ରରେ ଜୁନିଅର ଏବଂ ସିନିୟରସ୍ତରରେ ଯବାନମାନଙ୍କ ଅଭିଯୋଗ କେହି ଶୁଣନ୍ତି ନାହିଁ। କ୍ୟାଡର ଅଧିକାରୀମାନେ ସେମାନଙ୍କ ନିଜ ସମସ୍ୟାରେ ବ୍ୟସ୍ତ ରହିଥାନ୍ତି। ଏପରି ସୂଚନା ବାହାରକୁ ଆସିପାରେ ନାହିଁ। କିନ୍ତୁ ଡ୍ୟୁଟିରେ ଏହା ପରିପ୍ରକାଶ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri