ପାଣି ବୋତଲ ପାଇଁ ନୂଆ ନିୟମ ଆଣିବେ କେନ୍ଦ୍ର ସରକାର

ଭୁବନେଶ୍ୱର,୨୨ା୪((ଅନୁରାଧା ମହାରଣା): ବଜାରରେ ବିକ୍ରି ହେଉଥିବା ପାଣି ବୋତଲକୁ ନେଇ ନୂଆ ନିୟମ ଲାଗୁ ହେବାକୁ ଯାଉଛି। କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଏନେଇ ଯୋଜନା ପ୍ରସ୍ତୁତ କରିଛି। ଏଣିକି ପାଣି ବୋତଲ କମ୍ପାନୀଗୁଡ଼ିକୁ ବ୍ୟୁରୋ ଅଫ୍‌ ଇଣ୍ଡିଆନ ଷ୍ଟାଣ୍ଡାର୍ଡ (ବିଆଇଏସ୍‌)ସାର୍ଟିଫିକେଟ୍‌ ହାସଲ କରିବାକୁ ପଡିବ। ଯଦି କୌଣସି କମ୍ପାନୀର ଏହି ସାର୍ଟିଫିକେଟ ନାହିଁ ତେବେ ଏହି ବୋତଲ ବିକ୍ରି କରିପାରିବେ ନାହିଁ। ପାଣି ବୋତଲ ଆମଦାନୀ ଉପରେ ଏହି ନିୟମର ବିଶେଷ ପ୍ରଭାବ ପଡ଼ିବ ବୋଲି ମତ ପ୍ରକାଶ ପାଇଛି।

୨୦୨୩ ଜୁଲାଇରେ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତି ୬ ମାସ ମଧ୍ୟରେ କାର୍ଯ୍ୟକାରୀ ହେବାର ଥିଲେ ମଧ୍ୟ ହୋଇ ନ ଥିଲା। ମାତ୍ର ବର୍ତ୍ତମାନ ଏହା ଆସନ୍ତା ଜୁନ୍‌ରେ କାର୍ଯ୍ୟକାରୀ ହେବାକୁ ଯାଉଛି। ମନ୍ତ୍ରଣାଳୟ କମ୍ପାନୀମାନଙ୍କୁ ବିଆଇଏସ୍‌ ସାର୍ଟିଫିକେଟ ହାସଲ କରିବା ପାଇଁ ଜୁନ୍‌ ୨୪ ପର୍ଯ୍ୟନ୍ତ ସମୟ ଦେଇଛି। ଏହା ପରେ ଖୁଚୁରା ଏବଂ ଇ-କମର୍ସ ଇଣ୍ଡଷ୍ଟ୍ରିରୁ ଅନେକ ବୋତଲ ବ୍ରାଣ୍ଡ୍‌ ବଜାରରୁ ଉଭେଇଯାଇପାରେ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ମତ ରଖିଛନ୍ତି।

ସୂଚନା ଥାଉ କି, ବର୍ତ୍ତମାନ ଦେଶର ଅଧିକାଂଶ କମ୍ପାନୀ ତମ୍ବା, ଷ୍ଟେନ୍‌ଲେସ ଏବଂ ଆଲୁମିନିୟମ ପାଣି ବୋତଲ ଆମଦାନୀ କରୁଛନ୍ତି। ବିଆଇଏସ ସହିତ ଜଡିତ ଏହି ନିୟମ କାର୍ଯ୍ୟକାରୀ ହେବା ପରେ ସେମାନଙ୍କୁ ଦେଶରେ ଉତ୍ପାଦନ ଆରମ୍ଭ କରିବାକୁ ପଡ଼ିବ। ଆଇସିଆଇସିଆଇ ରିପୋର୍ଟ ଅନୁଯାୟୀ, ଏହି ନିଷ୍ପତ୍ତି ବଡ଼ କମ୍ପାନୀଗୁଡ଼ିକ ପାଇଁ ଲାଭଦାୟକ ହେବ। ଭାରତରେ ତମ୍ବା, ଷ୍ଟେନ୍‌ଲେସ ଏବଂ ଆଲୁମିନିୟମ ପାଣି ବୋତଲ ଉତ୍ପାଦନ ଖୁବ୍‌ କମ୍‌ ଅଟେ।

ବର୍ତ୍ତମାନ ନୂତନ ନିୟମ ଲାଗୁ ହେବା ପରେ କମ୍ପାନୀଗୁଡିକୁ ଅଧିକ ଆମଦାନୀ ଶୁଳ୍କ ଦେବାକୁ ପଡ଼ିବ କିମ୍ବା ନିଜସ୍ବ ବୋତଲ ଉତ୍ପାଦନ କରିବାକୁ ପଡ଼ିବ। ଦେଶର ବଡ଼ କମ୍ପାନୀଗୁଡିକ ଏହି ପ୍ରସଙ୍ଗରେ ନୀରବ ଥିବାବେଳେ ଛୋଟ କମ୍ପାନୀଗୁଡିକ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ, ନୂତନ ନିୟମ ସେମାନଙ୍କ ଉପରେ ବହୁତ ଖରାପ ପ୍ରଭାବ ପକାଇବ। ଏହି କମ୍ପାନୀଗୁଡିକର ବଜାରରେ ପ୍ରାୟ ୩୦ ପ୍ରତିଶତ ଅଂଶଧନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ବଡ଼ ଘୋଷଣା: ଷ୍ଟ୍ରେଟ ଅଫ ହର୍ମୁଜର ନାମ ବଦଳାଇ ରଖିଲେ ଏହି ନାଁ, ସାରା ବିଶ୍ୱ ଆଶ୍ଚର୍ଯ୍ୟ!

ଓ୍‌ବାଶିଂଟନ୍‌,୨୬।୯: ଇରାନ ଆମେରିକା ସମ୍ମୁଖରେ ଷ୍ଟ୍ରେଟ ଅଫ ହର୍ମୁଜକୁ ପୁଣିଥରେ ଖୋଲିବା ପାଇଁ ପ୍ରସ୍ତାବ ରଖିଛି। ଏହି ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼…

ଦେଶରେ ବ୍ୟାଙ୍କ ହଡ଼ତାଳ, ହେଲେ ଖୋଲା ରହିବ ଏହି ବ୍ୟାଙ୍କ

ନୂଆଦିଲ୍ଲୀ,୨୬।୯: ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର ଦେଶବ୍ୟାପୀ ୩ ଦିନିଆ ହଡ଼ତାଳ ଡାକ ମଧ୍ୟରେ ସାଧାରଣ ଲୋକ ଓ ଗ୍ରାମାଞ୍ଚଳର ଖାତାଧାରୀଙ୍କ…

ପାରାଦୀପକୁ ମେଗା ବନ୍ଦର ମାନ୍ୟତା: ସାମୁଦ୍ରିକ ଅଭିଳାଷକୁ ମିଳିବ ଅଧିକ ପ୍ରୋତ୍ସାହନ

ପାରାଦୀପ,୨୬।୯(ଶରତ ରାଉତ): ଭାରତ ସରକାର ଶୁକ୍ରବାର ଦେଶର ୪ଟି ପ୍ରମୁଖ ବନ୍ଦରକୁ ଆନୁଷ୍ଠାନିକ ଭାବେ ମେଗା ବନ୍ଦର ମାନ୍ୟତା ଦେଇଛନ୍ତି। ସେଥିମଧ୍ୟରେ ଓଡ଼ିଶାର ପାରାଦୀପ ବନ୍ଦର ରହିଛି।…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ବର୍ଷକୁ ମାଗଣାରେ ମିଳିବ ୬ଟା ସିଲିଣ୍ଡର, ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ କାହାକୁ ମିଳିବ ଫାଇଦା

ନୂଆଦିଲ୍‌ଲୀ,୨୫।୯: ଏଣିକି ବର୍ଷକୁ ମିଳିବ ୬ଟି ସିଲିଣ୍ଡର। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉମର ଅବଦୁଲ୍ଲା ସରକାର ବିଧାନସଭାରେ ଏକ ବଡ଼ ଘୋଷଣା କରି ଜମ୍ମୁ-କଶ୍ମୀରରେ…

ସପ୍ତାହରେ ବ୍ୟାଙ୍କ୍‌ରେ ୫ଦିନ ଓ଼୍ବାର୍କିଂ ଡେ? ଅର୍ଥ ମନ୍ତ୍ରଣାଳୟରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୫।୯: ସପ୍ତାହକୁ ୫ ଦିନ କାର୍ଯ୍ୟଦିବସ (5-Day Work Week) ସମେତ ଅନ୍ୟ କିଛି ଦାବିକୁ ନେଇ ବ୍ୟାଙ୍କ ୟୁନିଅନଗୁଡ଼ିକ ସେପ୍ଟେମ୍ୱର ୨୮ ରୁ ତିନି ଦିନିଆ…

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଦିନ ମିଳିବ ବକେୟା ଭତ୍ତା

ଭୁବନେଶ୍ୱର, ୨୫।୯: ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା। ଏନେଇ ବିଧାନସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ରାଜ୍ୟରେ ସମୁଦାୟ ୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?