ଫେରିଲା କରୋନା ମାର୍ଗଦର୍ଶିକା: ଅକ୍ସିଜେନ, ଭେଣ୍ଟିଲେଟର ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୭ା୬: ଦେଶରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଓଡ଼ିଶାରେ ମଧ୍ୟ ବିଭିନ୍ନ ଜିଲାକୁ କରୋନା ବ୍ୟାପିବାରେ ଲାଗିଛି। ସ୍ଥିତି ବିଗିଡିଯାଉଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟଗୁଡିକ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି।

ରାଜ୍ୟଗୁଡିକ ଅକ୍ସିଜେନ ସିଲିଣ୍ଡର, ଆଇସୋଲେଶନ୍‌ ବେଡ୍‌, ଭେଣ୍ଟିଲେଟର ଏବଂ ଜରୁରୀକାଳିନ ଔଷଧ ସହିତ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମ୍ପର୍କରେ ସୂଚନା ଦେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, କରୋନା ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି।

କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ, ଅକ୍ସିଜେନ୍‌ ସପ୍ଲାଏର ମକ୍‌ଡ୍ରିଲ୍‌ କରାଯାଇଛି। ଏଥିସହ ଜରୁରୀକାଳୀନ ଔଷଧ ଏବଂ ଚିକିତ୍ସା ବ୍ୟବସ୍ଥାକୁ ନେଇ ମଧ୍ୟ ମକ୍‌ଡ୍ରିଲ୍‌ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ସେହିପରି କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ କରୋନାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ହସ୍ପିଟାଲର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଡା. ଧନଞ୍ଜୟ ଦାସ ସୂଚନା ଦେଇଛନ୍ତି।

ଅପରପକ୍ଷେ ରାଜ୍ୟରେ ଏବେ ଦେଖାଦେଉଥିବା କୋଭିଡ୍‌ ସ୍ଥିତିକୁ ନେଇ ଭୟଭୀତ ନ ହେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସଂକ୍ରମିତ ଚିହ୍ନଟ ସଙ୍ଗରୋଧରେ ରହିବା ସହ ଗହଳିରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ଧୋକା ଦେବା ତୁର୍କୀକୁ ପଡ଼ିଲା ମହଙ୍ଗା: ଲାଗିଲା ଜୋରଦାର୍‌ ଝଟ୍‌କା

ନୂଆଦିଲ୍ଲୀ,୨୫।୬: ଭାରତକୁ ଧୋକା ଦେବା ପାଇଁ ତୁର୍କୀକୁ ମହଙ୍ଗା ପଡିଛି। ଭାରତୀୟ ପର୍ଯ୍ୟଟକଙ୍କ କ୍ରୋଧ ଏବଂ ସୋସିଆଲ ମିଡିଆରେ ବୟକଟ ଅଭିଯାନ ଯୋଗୁ ତୁର୍କୀର ପର୍ଯ୍ୟଟନ...

ଏଣିକି କାର୍ଯ୍ୟରେ ଅବହେଳା କଲେ ନିଆଯିବ କାର୍ଯ୍ୟନୁଷ୍ଠାନ: ଖସିପାରିବେନି ଅଭିଯୁକ୍ତ

ଭଞ୍ଜନଗର,୨୪।୬(ବାବୁଲା ପ୍ରଧାନ)-ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ) ବିଶ୍ୱନାଥ ନିଲାନମ୍ବର୍‌ମ ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଏବଂ ଘୁମୁସର ଦକ୍ଷିଣ ବନଖଣ୍ଡ...

୪୦୦ କେ.ଜି. ୟୁରାନିୟମ ଗଲା କୁଆଡେ, ଏବେ ହେବ କ’ଣ: ଚିନ୍ତାରେ ଆମେରିକା

ଓ୍ବାଶିଂଟନ,୨୫ା୬:ଇରାନର ୩ ନ୍ୟୁକ୍ଲିୟର ଫାସିଲିଟି ଉପରେ ଆମେରିକା ୬ଟି ବଙ୍କର ବଷ୍ଟର ବୋମା ପକାଇବା ପରେ ଏହାର ୪୦୦ କିଲୋଗ୍ରାମ ୟୁରାନିୟମର ହିସାବ ମିଳୁନାହିଁ। ଏହି...

ଶୌଚ ପାଇଁ ଯାଇଥିଲେ ଚାଷୀ, ବୁଦାମୂଳେ ଛକିଥିଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ମହାକାଳପଡ଼ା, ୨୫ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ):ନଦୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଜଣେ ଚାଷୀ କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି। ଜୀବନ ବଞ୍ଚାଇବାକୁ ଯାଇ କୁମ୍ଭୀର...

ନିଟ୍‌ ପାଇଁ ହତ୍ୟା

ଭାରତରେ ପାଠପଢ଼ା ଚାପ ଯୋଗୁ ପିଲାଙ୍କ ଆତ୍ମହତ୍ୟା ଘଟଣା ବାରମ୍ବାର ଘଟିଚାଲିଛି। ବିଶେଷକରି ମେଡିକାଲ ଶିକ୍ଷା ଲାଗି ନିଜକୁ ପ୍ରସ୍ତୁତ କରୁଥିବା ଆଶାୟୀଙ୍କ କ୍ଷେତ୍ରରେ ଆତ୍ମହତ୍ୟା...

ବାସହୀନଙ୍କୁ ଜମି ଦେବେ ସରକାର: ଡିସେମ୍ବର ୩୧ ସୁଦ୍ଧା ଚିହ୍ନଟ ପାଇଁ ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୫ା୬ (ରବିନାରାୟଣ ଜେନା):ରାଜ୍ୟରେ ଜଣେ ହେଲେ ବି କେହି ବାସହୀନ ରହିବେ ନାହିଁ। ଏହି ଲକ୍ଷ୍ୟ ନେଇ ରାଜସ୍ବ ବିଭାଗ ପକ୍ଷରୁ ଏବେ ସ୍ବତନ୍ତ୍ର ପଦକ୍ଷେପ...

ଭାରତକୁ କାଳ ରୁଷୀୟ ତୈଳ: ଟ୍ରମ୍ପ କରୁଛନ୍ତି ବଡ଼ ଷଡଯନ୍ତ୍ର

ଓ୍ବାଶିଂଟନ,୨୫ା୬:ଆମେରିକା ସିନେଟ୍‌ରେ ଏକ ନୂଆ ବିଲ୍‌ ଅଣାଯାଇଛି, ଯାହା ବିଶ୍ୱବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ସାଙ୍କ୍‌ଶନିଂ ରୁଷିଆ ଆକ୍ଟ, ୨୦୨୫ ନାମକ ଏହି ବିଧେୟକ...

ଚୋରାଚାଲାଣ ହେଉଥିଲା କାଠ: ମାଡ଼ିବସିଲା ବନବିଭାଗ

ଦିଗପହଣ୍ଡି,୨୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନବିଭାଗ କର୍ମଚାରୀ ବୃନ୍ଦ ଜକର ପଞ୍ଚାୟତ ତେଣ୍ଟୁଆପଡା ଚୈତନ୍ୟ ପ୍ରସାଦ ଗ୍ରାମ ରାସ୍ତାରେ ଏକ କାଠ ବୋଝେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri