ଭଙ୍ଗା ଚାଉଳ ରପ୍ତାନିକୁ କେନ୍ଦ୍ରର ଅନୁମତି

ନୂଆଦିଲ୍ଲୀ,୧୪।୧୦: ଗତ କିଛିଦିନ ହେବ ଦେଶର ପ୍ରମୁଖ ବନ୍ଦରଗୁଡିକରେ ଟନ ଟନ ଭଙ୍ଗା ଚାଉଳ (ବ୍ରୋକେନ ରାଇସ) ରପ୍ତାନି ନ ହୋଇ ପଡିରହିଛି। କାରଣ ଭାରତ ସରକାର ନିକଟରେ ବିଦେଶକୁ ଚାଉଳ ରପ୍ତାନି ନ କରିବା ଲାଗି ଏକ ନିଷେଧାଦେଶ ଜାରି କରିଥିଲେ। ଫଳରେ ବିଦେଶକୁ ପ୍ରାୟ ୩,୯୭,୨୬୭ ଟନ୍‌ ଭଙ୍ଗା ଚାଉଳ ରପ୍ତାନି ହୋଇପାରିନାହିଁ। ବିଶେଷକରି ନିକଟରେ କେନ୍ଦ୍ର ସରକାର ବିଭିନ୍ନ କାରଣ ଯୋଗଁୁ ଗତ ସେପ୍ଟେମ୍ବର ୮ରେ ଭାରତ ସରକାର ଭଙ୍ଗା ଚାଉଳର ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ସହ ରପ୍ତାନି ଉପରେ ମଧ୍ୟ ହଠାତ୍‌ ନିଷେଧାଦେଶ ଜାରି କରିଥିଲେ। ଫଳରେ ଭାରତରୁ ବିଦେଶକୁ ମାଲ ପରିବହନ (ଭଙ୍ଗା ଚାଉଳ) ଏକ ପ୍ରକାର ଠପ୍‌ ହୋଇଯାଇଥିଲା। ଏ ନେଇ ମଧ୍ୟ କେନ୍ଦ୍ର ସରକାରଙ୍କ ସହ ଉଭୟ ବନ୍ଦର କର୍ତ୍ତୃପକ୍ଷ ଓ ଚାଉଳ ବ୍ୟବସାୟୀ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକ ବେଳେ ଚାଉଳ ରପ୍ତାନିକୁ ନେଇ ମଧ୍ୟ ସରକାର ଏକ ବଡ଼ ଘୋଷଣା କରିଥିବା ଜଣାପଡିଛି। ସେହିଭଳି ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ଚଳିତ ବର୍ଷ ସେପ୍ଟେମ୍ବର ୮ ପୂର୍ବରୁ ଜାରି ହୋଇଥିବା କ୍ରେଡିଟ୍‌ ଅଫ୍‌ କ୍ରେଡିଟ୍‌ (ଏଲ୍‌ସି) ଦ୍ୱାରା ସମର୍ଥିତ ୩,୯୭,୨୬୭ ଟନ୍‌ ଭଙ୍ଗା ଚାଉଳ ବିଦେଶକୁ ପଠାଇବାକୁ କେନ୍ଦ୍ର ସରକାର ମଧ୍ୟ ଅନୁମତି ଦେଇଛନ୍ତି। ସେହିପରି ଭାରତ ବିଶ୍ୱରେ ସବୁଠାରୁ ବଡ଼ ଚାଉଳ ରପ୍ତାନିକାରୀ ଦେଶ ଭାବେ ପରିଗଣିତ ହେଉଛି। ଏପରିକି ଚାଉଳ ରପ୍ତାନି ବ୍ୟାପାରରେ ଭାରତ ଏକା ୪୦% ଅଂଶ ସାରା ବିଶ୍ୱରେ ପୂରଣ କରୁଛି। ଭାରତ ୧୫୦ରୁ ଅଧିକ ଦେଶଙ୍କୁ ଚାଉଳ ରପ୍ତାନି କରିଥାଏ। କିନ୍ତୁ ଦେଶର କିଛି ରାଜ୍ୟରେ ବର୍ଷା କମ୍‌ ପରିମାଣରେ ହେବାରୁ ଘରୋଇ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏପରି ପଦକ୍ଷେପ ନେଇଥିଲେ ବୋଲି କୁହାଯାଉଛି। ଅପରପକ୍ଷରେ କେନ୍ଦ୍ର ସରକାର ଭଙ୍ଗା ବାସ୍‌ମତି ଚାଉଳ ଉପରେ ମଧ୍ୟ ୨୦% ରପ୍ତାନି କରି ଲଗାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଏ ସମ୍ପର୍କରେ ଚାଉଳ ରପ୍ତାନିକାରୀ ସଂଘର ସଭାପତି ବି.ଭ.ି କ୍ରିଷ୍ଣା ରାଓ କହିଛନ୍ତି, ପୂର୍ବରୁ ଦିଆଯାଇଥିବା ଏଲ୍‌ସି ବିରୋଧରେ ରପ୍ତାନିକୁ ଅନୁମତି ଦେବା ପାଇଁ ସରକାର ରାଜି ହୋଇଛନ୍ତି। ଫଳରେ ସରକାରଙ୍କ ଏହି ନିଷ୍ପତ୍ତି ସମସ୍ତ ବ୍ୟବସାୟୀଙ୍କୁ ବେଶ୍‌ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?