Posted inଫୁରସତ

ସେଲିବ୍ରିଟି ସିକ୍ରେଟ୍‌: ଏଥର ଜାଣନ୍ତୁ ପ୍ରିୟ ଗାୟିକା ଗୀତା ଦାଶଙ୍କ ଜୀବନର କିଛି ଫର୍ଦ୍ଦ..

‘ଆ ମୋ ପାଖକୁ ଆ ଧନମଣୀ…’, ‘ଆରେ ସପନ ପକ୍ଷୀ..’ ଆଦି ଗୀତ ଗାଇ ସେ କୁନି କୁନି ପିଲାଙ୍କ ଆଖିରେ ନିଦ ଭରି ଦିଅନ୍ତି। ରୋମାଣ୍ଟିକ ଗୀତ ଗାଇ ଯୁବପିଢିଙ୍କୁ ମତୁଆଲା କରି ଦିଅନ୍ତି। ଆଉ ଯେବେ ଭଜନ ଗାଆନ୍ତି ଭକ୍ତିର ଅମୃତ ଧାରା ବହିଯାଏ। ଦୀର୍ଘ ୪୭ ବର୍ଷର ତାଙ୍କ ସଙ୍ଗିତ ଯାତ୍ରା। ତଥାପି ସେ ଗୀତ ଗାଇ ଚାଲିଛନ୍ତି। ସେ ହେଉଛନ୍ତି ସମସ୍ତଙ୍କର ଅତି ପ୍ରିୟ ଗାୟିକା ଗୀତା ଦାଶ। ଏଥର ସେଲିବ୍ରିଟି ସିକ୍ରେଟ୍‌ରେ ଜାଣିବା ତାଙ୍କ ଜୀବନର କିଛି ଫର୍ଦ୍ଦ..

ପିଲାଦିନ: ଆମ ଗାଁ ହେଉଛି ନୟାଗଡ। ହେଲେ ବାପା (ହରିହର ମିଶ୍ର) ତହସିଲଦାର ଥିବାରୁ ତାଙ୍କ ବଦଳି ଅନୁସାରେ ଆମେ ବିଭିନ୍ନ ଜାଗାରେ ରହୁଥିଲୁ। ନରସିଂହପୁରରେ କିନ୍ତୁ ମୋ ଜୀବନର ଅଧିକାଂଶ ସମୟ ବିତିଛି। ଛୋଟବେଳେ ମୁଁ ବହୁତ ଦୁଷ୍ଟ ଓ ଚୁଲବୁଲି ଥିଲି। ଆଚାର ଚୋରି କରିବାକୁ ମତେ ବହୁତ ଭଲ ଲାଗୁଥିଲା। ଆଉ ଧରାପଡ଼ିଲେ ମୋ ବୋଉର ରାଗିକି ରୀନା ରୀନା ଡାକିବା ତ ଏବେ ବି ମୋର ମନେପଡେ।

କଟକଣା ସତ୍ତ୍ୱେ ଆରମ୍ଭ ହେଲା ସଙ୍ଗିତ ଯାତ୍ରା: ୩ ବର୍ଷ ବୟସରୁ ମୁଁ ଗୀତ ଗାଇବା ଆରମ୍ଭ କରିଥିଲି। ବାପା ମତେ ‘ଆହେ ନୀଳ ଶଇଳ’ ଗୀତ ଶିଖେଇଥିଲେ। ନିଜେ ନେଇ ଷ୍ଟେଜ୍‌ରେ ଠିଆ କରେଇ ଗାଇବାକୁ ପ୍ରୋତ୍ସାହିତ କରୁଥିଲେ। ୭-୮ ବର୍ଷ ବୟସର ହୋଇଥିବାବେଳେ ଧନଞ୍ଜୟ ଶତପଥି ସାର୍‌ଙ୍କୁ ଆଣି କିଛି ଦିନ ଗୀତ ବି ଶିଖେଇଥିଲେ। କାରଣ ମୋ ବାପା ସଙ୍ଗିତକୁ ଭଲ ପାଉଥିଲେ, ଭଲ ବଂଶୀ ବି ବଜାଉଥିଲେ। ହେଲେ ମୁଁ ଟିକେ ବଡ଼ ହେବା ପରେ ବାପା ସମାଜ ଭୟରେ ମତେ ଗୀତଠୁ ଦୂରେଇବାକୁ ଆରମ୍ଭ କଲେ। ସେ ସମୟରେ ବ୍ରାହ୍ମଣ ଘର ଝିଅ ଗୀତ ଶିଖିବା ଓ ମଞ୍ଚରେ ଗାଇବା କଥାକୁ କେହି ହଜମ କରିପାରୁ ନ ଥିଲେ। ହେଲେ ମୁଁ ଥିଲି ଗୀତ ପାଗଳିନୀ। କେମିତି ବା ତା’ଠୁ ଦୂରେଇ ରହିପାରିଥାନ୍ତି। ଆମ କ୍ୱାର୍ଟର କ୍ୟାମ୍ପସ ଭିତରେ ଜଣେ ସଙ୍ଗିତ ଶିକ୍ଷକ ପିଲାଙ୍କୁ ଗୀତ ଶିଖାଉଥିଲେ। ତାକୁ ଦେଖି ମୋର ବି ଇଛା ହେଉଥିଲା ଗୀତ ଶିଖିବାକୁ। ମୁଁ ଲୁଚି ଲୁଚି ଯାଇ ସେ ରୁମ୍‌ ବାହାରେ ଥିବା ପିଣ୍ଡାରେ ବସୁଥିଲି। ଗୀତ ଗୁଣୁ ଗୁଣୁ ଗାଉଥିଲି। ସଙ୍ଗିତ ଶିକ୍ଷକ ମତେ ଯେତେ ଭିତରକୁ ଡାକିଲେ ବି ଯାଉ ନ ଥିଲି। ଡର ଥିଲା ବାପା ଦେଖିଲେ ରାଗିବେ। ୧୯୭୬ ମସିହାର କଥା ନବମ ଶ୍ରେଣୀରେ ପଢିବାବେଳେ ସେହି ସଙ୍ଗିତ ଶିକ୍ଷକଙ୍କ ପିଲାମାନେ କୌଣସି କାରଣରୁ ଏକ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇପାରି ନ ଥିଲେ। ତେଣୁ ସେ ମୋ ନାଁ ସେହି ପ୍ରତିଯୋଗିତାରେ ଦେଇଦେଇଥିଲେ। ଆଉ ବାପାଙ୍କୁ ଅନୁରୋଧ କଲେ ମତେ ପ୍ରତିଯୋଗିତା ଲାଗି ଛାଡିବା ପାଇଁ। ଅନେକ ବୁଝାଇବା ପରେ ବାପା ରାଜି ହେଲେ। ଆଉ ମୁଁ ସେହି ସଙ୍ଗିତ ଶିକ୍ଷକଙ୍କ ସହ କଟକ ଯାଇଥିଲି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାକୁ। ସେଠି ଜଜ୍‌ ଭାବେ ରାଖାଲ ମହାନ୍ତି, ବୀଣା ଦେବୀ, ହରିପ୍ରସାଦ ଚୌରସିଆ, ମହମ୍ମଦ ହବିବ ଆଦି ଥିଲେ। ସୌଭାଗ୍ୟକୁ ସେହି ପ୍ରତିଯୋଗିତାରେ ମୁଁ ପ୍ରଥମ ହେଲି। ଆଉ ଏଇଠୁ ମୋ ଜୀବନର ମୋଡ ବଦଳିଲା। ହେଲେ ଏହାପରେ ବାପାଙ୍କ ବଦଳି ନରସିଂହପୁର ହେଇଯାଏ।

ମେଲୋଡି ପାଇଁ ଡାକରା: ହଠାତ୍‌ ଦିନେ ସନ୍ଧ୍ୟାରେ ୩-୪ ଜଣ ଆମେ ରହୁଥିବା ନରସିଂହପୁର ଘରକୁ ଆସିଥିଲେ। ସେମାନେ ବାପାଙ୍କୁ କହିଲେ ଆମେ ହବିବ ମେଲୋଡିରୁ ଆସିଛୁ। ଆପଣଙ୍କ ଝିଅ ଭଲ ଗାଉଛନ୍ତି। ତାଙ୍କୁ ଛାଡନ୍ତୁ ଆମ ମେଲୋଡିରେ ଗାଇବେ। ବାପା କହିଲେ ବ୍ରାହ୍ମଣ ଘର ଝିଅ ପୁଣି ମେଲୋଡିରେ ଗାଇବ। ହେଲେ ବୋଉ (ରତ୍ନମଣୀ ମିଶ୍ର) ବାପାଙ୍କୁ ବହୁତ ବୁଝାଇଲା। ଶେଷରେ ସେମାନଙ୍କ ସହ ମୁଁ କଟକ ଗଲି। ଅନ୍ନପୂର୍ଣ୍ଣା ଥିଏଟରରେ ୧୯୭୭ରେ ହେଉଥିବା ମ୍ୟୁଜିକାଲ ନାଇଟ୍‌ରେ ମୁଁ ୨-୩ଟି ଗୀତ ଗାଇଲି। ଆଉ ଗୀତ ପିଛା ୫୦ଟଙ୍କା ପାଇଲି।

ରେଡିଓ, ଚଳଚ୍ଚିତ୍ରରେ କାମ: ଏହାପରେ ୧୯୭୭ ମସିହାରେ ମୁଁ ରେଡିଓ ଆର୍ଟିଷ୍ଟ ହେଲି। ପ୍ରଥମେ ‘ଶଙ୍କରଗୁରୁ’ ଚଳଚ୍ଚିତ୍ରରେ ଗାଇବା ଲାଗି ୧୯୭୮ରେ ଅଫର୍‌ ଆସିଥିଲା। ୧୯୮୦ ମସିହାରୁ ମୁଁ କ୍ରମାଗତଭାବେ ଚଳଚ୍ଚିତ୍ରରେ କାମ କଲି। ‘ଜ୍ୱାଇଁ ପୁଅ’,‘ଛଅମାଣ ଆଠଗୁଣ୍ଠ’ ଭଳି ଅନେକ ଚଳଚ୍ଚିତ୍ରରେ ଗୀତ ଗାଇଲି। ଭଗବାନଙ୍କ କୃପାରୁ ସବୁ ବଡ଼ ବଡ଼ ସଙ୍ଗିତ ନିର୍ଦ୍ଦେଶକଙ୍କ ସହ ଗୀତ ଗାଇବାର ସୁଯୋଗ ପାଇଛି। ୫ ଥର ଷ୍ଟେଟ ଆଓ୍ବାର୍ଡ, ଥରେ ସଙ୍ଗିତ ନାଟକ ଏକାଡେମୀ ଆଓ୍ବାର୍ଡ ବି ପାଇଛି।

ବିବାହ ଓ ସ୍ବାମୀଙ୍କ କଟକଣା: ଛତ୍ର ବଜାରରେ ଏକ ସଙ୍ଗିତ କାର୍ଯ୍ୟକ୍ରମରେ ଗୀତ ଗାଉଥାଏ। ମୋ ସ୍ବାମୀ ଯେକି ରେଭେନ୍ସାରେ ଲେକ୍ଚରର ଥିଲେ(ପରେ ୟୁକୋ ବ୍ୟାଙ୍କରେ ଡିଜିଏମ୍‌ ହୋଇ ଅବସର ନେଲେ), ନଣନ୍ଦ ଓ ନଣନ୍ଦେଇ ଆସିଥାନ୍ତି କାର୍ଯ୍ୟକ୍ରମ ଦେଖିବାକୁ। ନଣନ୍ଦେଇ ମୋ ସ୍ବାମୀଙ୍କୁ କହିଲେ ଗୀତ ଗାଉଥିବା ଏଇ ଝିଅ ସହ ତୋର ପ୍ରସ୍ତାବ ପଡିଛି। ସେତେବେଳେ ମତେ ବୟସ ମାତ୍ର ୧୭ ବର୍ଷ। ଯେହେତୁ ମୁଁ ବେଶି ପୁଅମାନଙ୍କ ସହ କାମ କରୁଥିଲି। ବାପାଙ୍କର ଭାରି ଚିନ୍ତା ଥିଲା କାଳେ କିଏ ମତେ ଫସେଇ ଦେବ। ତେଣୁ ଶୀଘ୍ର ବାହା କରେଇବାକୁ ଚାହୁଁଥିଲେ। ଆଉ ଏଇ ପ୍ରସ୍ତାବ ମୋ ଅଜାଣତରେ ପଡ଼ିଥାଏ। ପରେ ମୋର ସେଇଠି ବାହାଘର ବି ହେଲା। ପ୍ରଥମେ ପ୍ରଥମେ ମୋ ସ୍ବାମୀ ବି ଗୀତ ଗାଇବାକୁ ବିରୋଧ କରୁଥିଲେ। ସେ କହୁଥିଲେ ମୁଁ କେବଳ ଫିଲ୍ମ ଓ ରେଡିଓରେ ଗାଇପାରିବି, ମେଲୋଡିରେ ନୁହେଁ। ହେଲେ ମୋ ଶାଶୁ ଶ୍ୱଶୁର ମୋ ସ୍ବାମୀଙ୍କୁ ବୁଝାଇଥିଲେ ଯେ, ଆମେ ଆଗରୁ ଜାଣିଛୁ ସେ ଗାୟିକା। ତାକୁ ଗୀତ ଗାଇବାରେ କଟକଣା କଲେ ତା’ ପ୍ରତି ଅନ୍ୟାୟ ହେବ। ଥରେ ତ ସ୍ବାମୀଙ୍କ ଅଜାଣତରେ ଶାଶୁ ଶ୍ୱଶୁରଙ୍କ ଅନୁମତି ନେଇ ମେଲୋଡିରେ ଗୀତ ଗାଇବାକୁ ପଳାଇଥିଲି। ଫେରିବା ପରେ ସ୍ବାମୀ ବହୁତ ରାଗିଥିଲେ। ଶାଶୁ ଶ୍ୱଶୁର, ନଣନ୍ଦ, ନଣନ୍ଦେଇ, ଦିଅର ସମସ୍ତେ ତାଙ୍କୁ ବୁଝାଇଲେ। ଏମିତିକି ପ୍ରଫୁଲ କର, ଅକ୍ଷୟ ମହାନ୍ତି, ଭିକାରୀ ବଳ ଘରକୁ ଆସି ତାଙ୍କୁ ବୁଝାଇଥିଲେ। ତା’ପରଠୁ ସେ ମତେ କେବେ ବିରୋଧ କରି ନାହାନ୍ତି। ଏମିତିକି ସଙ୍ଗିତ ଶିଖିବାକୁ ବି ମତେ ବାଧ୍ୟ କଲେ। ପ୍ରଫୁଲ କର ମୋ ପାଇଁ ଗୁରୁ ବାଛିଥିଲେ। ଆଉ ମୋର ବିଧିବଦ୍ଧ ସଙ୍ଗିତ ଶିକ୍ଷା ବାହାଘର ପରେ ଆରମ୍ଭ ହୋଇଥିଲା। ସେତେବେଳକୁ କିନ୍ତୁ ମୁଁ ଫିଲ୍ମ, ରେଡିଓ ଆଦିରେ ୧୦୦ରୁ ଉର୍ଦ୍ଧ୍ୱ ଗୀତ ଗାଇସାରିଥିଲି। ଏହାପରେ ମୋର ସଙ୍ଗିତ ଯାତ୍ରା ବିନା ବାଧାରେ ଅବିରତ ଚାଲିଲା।

ଡରେ: ସ୍ବାମୀଙ୍କୁ ବହୁତ ଭଲ ପାଏ, ସମ୍ମାନ କରେ, ତା’ସହ ଡରେ ବି।

ମନର କଥା କହେ: ମୁଁ ଗୋଟେ ଖୋଲା ବହି। ମତେ ଯିଏ ଭଲ ଲାଗନ୍ତି ମୁଁ ତାଙ୍କୁ ମୋ ମନ କଥା କହିଦିଏ।

ଦୁର୍ବଳତା:ମୋ ସାନ ଝିଅ ଓ ପୁତୁରା ପ୍ରତି ବହୁତ ଦୁର୍ବଳତା।

ପ୍ରିୟ ଖାଦ୍ୟ:ପଖାଳ, ଆଳୁ ଚଟଣୀ ମୋର ଭାରି ପ୍ରିୟ।

ସୁଖଦ ମୁହୂର୍ତ୍ତ: ଯେବେ ମୁଁ ପ୍ରଥମେ ମା’ ହେଲି ଓ ମୋର ଯାଆଁଳା ଝିଅ ହେଲେ।

ଅବସୋସ: ଜୀବନରେ ଅବସୋସ କିଛି ନାହିଁ। ଯାହା ଚାହିଁଥିଲି ମହାପ୍ରଭୁଙ୍କ ପାଇଁ ସବୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri