Posted inଫୁରସତ

ସେଲିବ୍ରିଟିଙ୍କ ନ୍ୟୁଡ୍‌ ଫଟୋଶୁଟ୍‌

ପେପର ମାଗାଜିନ୍‌ ପାଇଁ ବଲିଉଡ୍‌ ଅଭିନେତା ରଣବୀର ସିଂ କରିଥିବା ନ୍ୟୁଡ୍‌ ଫଟୋଶୁଟ୍‌କୁ ନେଇ ଏବେ ସବୁ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକେ ରଣବୀରଙ୍କୁ ପ୍ରଶଂସା କରିଥିବାର ଦେଖାଯାଇଛି। ଅନ୍ୟପଟେ ବର୍ତ୍ତମାନର ସମାଜରେ ନ୍ୟୁଡିଟି କେତେମାତ୍ରାରେ ଗ୍ରହଣୀୟ ସେ ନେଇ କେତେଜଣ ସାମାଜିକ କର୍ମୀ ପ୍ରଶ୍ନ ମଧ୍ୟ କରିଛନ୍ତି। ହିନ୍ଦୀ ଫିଲ୍ମ ଜଗତରେ ରଣବୀର ସିଂ ପ୍ରଥମ ଅଭିନେତା ନୁହନ୍ତି ଯିଏ ଉଲଗ୍ନ ଫଟୋ ଶୁଟ୍‌ କରିଛନ୍ତି। ତାଙ୍କ ପୂର୍ବରୁ ଅନେକ ନାୟକ ଓ ନାୟିକା ମଧ୍ୟ ଅଛନ୍ତି ଯେଉଁମାନେ ଉଲଗ୍ନ ହୋଇ କ୍ୟାମେରା ଆଗରେ ପୋଜ୍‌ ଦେବାକୁ କୁଣ୍ଠାବୋଧ କରି ନାହାନ୍ତି।
ମିଲିନ୍ଦ ସୋମନ: ଭାରତର ଜଣେ ଚର୍ଚ୍ଚିତ ମଡେଲ ହେଉଛନ୍ତି ମିଲିନ୍ଦ। ୯୦ ଦଶକରେ ସେ ଥିଲେ ପ୍ରଥମ ମଡେଲ୍‌ ଯେ, ଉଲଗ୍ନ ଫଟୋ ଶୁଟ୍‌ କରିଥିଲେ। ୧୯୯୫ରେ ସେ ମହିଳା ମଡେଲ ମଧୁ ସପ୍ରେଙ୍କ ସହ ଏକ ନ୍ୟୁଡ୍‌ଫଟୋଶୁଟ୍‌ କରିଥିଲେ। ଉତ୍ତୋଳିତ ଫଟୋରେ ଦୁହେଁ ଦେହରେ ସାପ ଗୁଡ଼ାଇ ପୋଜ୍‌ ଦେଇଥିଲେ। ପୂଜା ବେଦୀ:୯୦ ଦଶକରେ ପୂଜା ଏକ ଆପତ୍ତିଜନକ ସାମଗ୍ରୀର ଆଡ୍‌ ପାଇଁ ଫଟୋଶୁଟ୍‌ କରିଥିଲେ। ଏଥିପାଇଁ ପୂଜା ନ୍ୟୁଡ୍‌ ଫଟୋଶୁଟ୍‌ କରିଥିଲେ। ତେବେ ଫଟୋ ରିଲିଜ୍‌ ହେବାର କିଛିମାସ ପରେ ହିଁ ଏହାକୁ ବ୍ୟାନ୍‌ କରିଦିଆଯାଇଥିଲା।
ଆମିର ଖାନ୍‌: ବଲିଉଡ୍‌ର ପ୍ରଫେସ୍ନାଲିଷ୍ଟ ଭାବେ ପରିଚିତ ଆମିର ଖାନ୍‌ ନ୍ୟୁଡ୍‌ ଫଟୋଶୁଟ୍‌ ରେସ୍‌ରୁ ବାଦ୍‌ ପଡ଼ି ନାହାନ୍ତି। ସୁପର ହିଟ୍‌ ଫିଲ୍ମ ‘ପିକେ’ ପାଇଁ ଆମିର ନ୍ୟୁଡ୍‌ ଫଟୋଶୁଟ୍‌ କରିଥିଲେ। ଫଟୋରେ ସେ ଉଲଗ୍ନ ହୋଇ ଏକ ରେଡିଓ ଧରିଥିବାର ଦେଖାଯାଇଥିଲା।
ଶେରଲିନ ଚୋପ୍ରା: ଫିଲ୍ମ ‘କାମସୂତ୍ର ଥ୍ରୀ ଡି’ ଫିଲ୍ମରେ ଅଭିନୟ ସମୟରେ ଶେରଲିନ ଏକାଧିକ ଥର ଟପ୍‌ଲେସ୍‌ ହୋଇ ଦେଖାଯାଇଥିଲେ। ବିନା ଟପ୍‌ରେ ଶେରଲିନଙ୍କ ଫଟୋ ଇଣ୍ଟରନେଟ୍‌ରେ ବହୁବାର ଶେୟାର କରାଯାଇଥିଲା।
ସପନା ଭବନାନି: ରିଆଲିଟି ଶୋ’ ବିଗ୍‌ବସ୍‌ ଫେମ୍‌ ତଥା ହେୟାର ଷ୍ଟାଇଲିସ୍‌ ସପନା ଭବନାନି ନ୍ୟୁଡ୍‌ ଫଟୋଶୁଟ୍‌ ପାଇଁ ବେଶ୍‌ ଚର୍ଚ୍ଚାକୁ ଆସିଥିଲେ।
ସେହିପରି ବଲିଉଡ ସେଲିବ୍ରିଟି ଜନ୍‌ ଆବ୍ରାହମ୍‌, ଈଶା ଗୁପ୍ତା, କଲକି କୋଚଲିନ୍‌, ରାହୁଲ ଖାନ୍ନା ପ୍ରମୁଖ ନ୍ୟୁଡ୍‌ ଫଟୋଶୁଟ କରିଛନ୍ତି।
ରଣବୀରଙ୍କୁ ଅନୁକରଣ କଲେ ବିଶାଳ
ରଣବୀର ସିଂଙ୍କୁ ଅନୁକରଣ କରିଛନ୍ତି ସାଉଥ୍‌ ଇଣ୍ଡିଆନ୍‌ ଅଭିନେତା ବିଷ୍ଣୁ ବିଶାଳ। ସେ ଉଲଗ୍ନ ଫଟୋ ଇନ୍‌ଷ୍ଟାଗ୍ରାମରେ ଅପ୍‌ଲୋଡ୍‌ କରିଛନ୍ତି। ସ୍ତ୍ରୀ ଜ୍ୱାଲା ଗୁଟ୍ଟା ତାଙ୍କର ଏ ସବୁ ଫଟୋ ଉଠାଇଥିବା ସେ କହିଛନ୍ତି।
ଟ୍ରେଣ୍ଡ ସହ ଜେନିଫର: ବର୍ତ୍ତମାନ ସମୟରେ ଉଲଗ୍ନ ଫଟୋ ଉତ୍ତୋଳନ କରିବା ଏକ ଟ୍ରେଣ୍ଡ ପାଲଟିଯାଇଛି। ନିଜର ୫୩ତମ ଜନ୍ମଦିନ ପାଳନ ଅବସରରେ ଜେନିଫର ନ୍ୟୁଡ୍‌ ଫଟୋଶୁଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri