ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର ବିତରଣ ଉତ୍ସବ, ବାର୍ଷିକ ଉତ୍ସବ। ପାଠପଢ଼ା ନାହିଁ। ଗୀତ ଓ ନାଚକୁଦରେ ସ୍କୁଲହତା ଦୁଲୁକୁଛି। ଏମାନଙ୍କୁ ଛାଡ଼ି କେତେ ସଙ୍ଗଠନ, ସରକାରୀ ତଥା ବେସରକାରୀ ଅନୁଷ୍ଠାନ, ବ୍ୟବସାୟୀ ସଂଘ, ଏମାନେ ଉତ୍ସବ ବଦଳରେ ମହୋତ୍ସବ ପାଳନ କରୁଛନ୍ତି। ଅଧିକ ଗୁରୁତ୍ୱ ବଢ଼ାଇବାକୁ କେଉଁଠି ମହାମହୋତ୍ସବ ବୋଲି ପଥପ୍ରାନ୍ତ ବିଜ୍ଞାପନ ପଟ୍ଟରେ ଲେଖାଯାଉଛି। ‘ମହା’ ପଦର ବ୍ୟବହାର ଉପରେ କଟକଣା ନ ଥିବାରୁ ଆଗକୁ ଏହାର ସଂଖ୍ୟା ବଢ଼ିବାର ସମ୍ଭାବନା ମଧ୍ୟ ରହିଛି।
ଉତ୍ସବ ପଦର ଅର୍ଥ- ଏକ ବ୍ୟାପାର, ଯାହା ମନୁଷ୍ୟ ମନରେ ଆନନ୍ଦ ଜାତ କରେ। ତା’ ନିକଟରେ କୌଣସି ବିଶେଷଣ ପ୍ରୟୋଗର ଆବଶ୍ୟକତା ନଥାଏ। ‘ମହା’ ପଦଟିର ଅର୍ଥ ଯାହା ସବୁଠାରୁ ଉତ୍କୃଷ୍ଟ। ତାହାର ପୂର୍ବରେ ପୁଣିଥରେ ମହା ପଦର ବ୍ୟବହାର ଅତିରିକ୍ତ ଜ୍ଞାନର ପରିଚାୟକ। ଅଥଚ ଆମେ ଏହାକୁ ଖୁବ୍‌ ସମ୍ଭ୍ରାନ୍ତ ଭାବରେ ଉଚ୍ଚାରଣ ଓ ଗ୍ରହଣ କରୁଛୁ। ଏବେ ତ ଆମ ରାଜ୍ୟରେ ଅସଂଖ୍ୟ ଲେଖକ। ପାଠକ ହେବାର ସାଧାରଣ ମାନସିକତା କାହାର ନାହିଁ। ସୁତରାଂ ବ୍ରହ୍ମା ବିଳିବିଳେଇଲେ ବେଦ ପରି ସେଇ ଆତ୍ମମନ୍ୟ ଲେଖକଗଣ ଯାହା ଲେଖି ଦେଉଛନ୍ତି ତାହା ସାହିତ୍ୟ ହୋଇଯାଉଛି। ସେଇ ସାହିତ୍ୟର ଅଳିଆଗଦା ତଳେ ଆଜିର ପ୍ରକୃତ ଓଡ଼ିଆ ସାହିତ୍ୟ ଅଣନିଃଶ୍ବାସୀ ହୋଇ ମରୁଛି।
ମହୋତ୍ସବ ହେବାର କିଛିଦିନ ପୂର୍ବରୁ ଆରମ୍ଭ ହୁଏ ପ୍ରଚାର। ସହରରେ ମାଇକ୍‌ ବୁଲେ। ରାସ୍ତାରେ ତୋରଣ, ରାସ୍ତା ଧାରରେ ପଟଚିତ୍ର। ଗାୟକ ଗାୟିକା, ନାୟକ ନାୟିକା, ଯେଉଁମାନେ ଆସିବାକୁ କଥା ଦେଇଥାନ୍ତି, ସେମାନଙ୍କର ଫଟୋ ଶୋଭାପାଏ। ପିଲାମାନଙ୍କର ଖେଳ, ପ୍ରାତଃ ଭ୍ରମଣକାରୀଙ୍କ ଭ୍ରମଣ ବନ୍ଦ ହୋଇ ପଡ଼ିଆରେ ଷ୍ଟଲ ତିଆରି ହୁଏ। ଅଗ୍ରିମ ପାଉଣା ନେଇ ଦୋକାନୀ, କମ୍ପାନୀ, ଅନୁଷ୍ଠାନଗୁଡ଼ିକୁ ତାହା ବିକ୍ରି କରାଯାଏ। ଅଧିକାଂଶ ଖାଇବା ଦୋକାନ ଏବଂ ମେଳା ସମୟରେ ସେଇ ଦୋକାନଗୁଡ଼ିକରେ ହିଁ ଅଧିକ ଗହଳି ହୁଏ। ଲୋକମାନେ ମେଳା ବୁଲନ୍ତି, ଖାଆନ୍ତି ଓ ସାମ୍ନାରେ ଥିବା ମଞ୍ଚ ନିକଟକୁ ଯାଇ ମନୋରଞ୍ଜନ କାର୍ଯ୍ୟକ୍ରମକୁ ଉପଭୋଗ କରନ୍ତି। ଅତିଥି କଳାକାରମାନେ ଆସିବା ଆଗରୁ ସ୍ଥାନୀୟ କଳାକାରଙ୍କ ନୃତ୍ୟ ଗୀତ ପ୍ରଦର୍ଶନ ହୁଏ। ବିଭିନ୍ନ ଅନୁଷ୍ଠାନର ଛାତ୍ରୀଛାତ୍ର ମାଗଣାରେ ଅଥବା ଗୋଟିଏ ନିକୃଷ୍ଟ ଟିଫିନ୍‌ ପ୍ୟାକେଟ ବିନିମୟରେ ମଞ୍ଚରେ ସେମାନଙ୍କ ଉତ୍କୃଷ୍ଟ କଳା ପ୍ରଦର୍ଶନ କରନ୍ତି। ଅତିଥିମାନେ ଆସିବା ପରେ ତାହାକୁ ପରଦିନପାଇଁ ସ୍ଥଗିତ ରଖାଯାଏ। ଦର୍ଶକମାନେ ସେମାନଙ୍କ ପ୍ରିୟ ସିନେ ଓ ଟିଭି କଳାକାରଙ୍କୁ ଦେଖିବା ପାଇଁ ଆଗ୍ରହରେ ମଞ୍ଚ ଆଗରେ ବସିଯାନ୍ତି। କିନ୍ତୁ ଠିକ୍‌ ସେତିକିବେଳେ ମଞ୍ଚରେ ଚୌକି ପକାଇ ଆରମ୍ଭ ହୁଏ ସଭା।
ସଭା ମାନେ ବକ୍ତା, ବକ୍ତା ମାନେ ଭାଷଣ। ସଂସ୍କୃତରେ ଅଛି- ମିତମ ସାରମ ଚ ବଚଃ ହି ବାଗ୍ମିତା। ଅର୍ଥାତ୍‌ ଯିଏ ଅଳ୍ପ କହେ, ସାରକଥା କହେ ସେ ହିଁ ବାଗ୍ମୀ। ଏବେ କିନ୍ତୁ ଯିଏ ବହୁ ସମୟ ଅସାର କଥା କହି ଶ୍ରୋତାଙ୍କ ଧୈର୍ଯ୍ୟ ପରୀକ୍ଷା କରେ ସେ ହେଉଛି ମୁଖ୍ୟବକ୍ତା। ଆଗରୁ ଲେଖକଙ୍କ ପରି ରାଜ୍ୟରେ ବକ୍ତାଙ୍କ ସଂଖ୍ୟା ସୀମିତ ଥିଲା। ସେମାନଙ୍କ ବକ୍ତୃତା ମଧ୍ୟ ଖୁବ୍‌ ଉପାଦେୟ ଓ ଶ୍ରୁତିମଧୁର ଥିଲା। ତାଙ୍କ କଥା ଶୁଣିବାକୁ ଶ୍ରୋତାମାନେ ଆଗ୍ରହରେ ଅପେକ୍ଷା କରୁଥିଲେ। ଏବେ କିନ୍ତୁ ସମସ୍ତେ ବକ୍ତା ହେବାକୁ ଆଗ୍ରହୀ। ମଞ୍ଚରେ ଆସନଟିଏ ହାତେଇବାକୁ କସରତ ଚାଲିଛି। ସେଥିପାଇଁ ସୁଚତୁର ଆୟୋଜକ ମହାଶୟ ମଞ୍ଚ ଉପରେ ବହୁ ସଂଖ୍ୟାରେ ଚୌକି ପକାଇ ପରିଚୟ ସଙ୍କଟରେ ପଡ଼ିଥିବା ଲୋକଙ୍କୁ ଗୋପନରେ ସେଗୁଡ଼ିକୁ ବିକ୍ରି କରିଦେଉଛନ୍ତି। ରାଜନୈତିକ ବ୍ୟକ୍ତି ବିଶେଷଙ୍କ ସହିତ ଉଚ୍ଚ ପଦାଧିକାରୀ, ଉଦ୍ୟୋଗପତି ଏବଂ କିଛି ଅବାଞ୍ଛିତ ଲୋକ ମଞ୍ଚ ଉପରୁ ଭୀଷଣ ଭାଷଣ ଦେଇ ଲୋକମାନଙ୍କୁ ବ୍ୟତିବ୍ୟସ୍ତ କରିପକାଉଛନ୍ତି। ଓଡ଼ିଆ ସାହିତ୍ୟରୁ ପାଠକ ସଂଖ୍ୟା ହ୍ରାସ ପାଇବା ପରି ଓଡ଼ିଆ ଭାଷଣରୁ ମଧ୍ୟ ଶ୍ରୋତାଙ୍କ ସଂଖ୍ୟା କ୍ରମଶଃ କମିଯାଉଛି।
ସେଦିନ ସଭାରେ ଜଣେ ଶ୍ରୋତା ବିରକ୍ତରେ କହିଲେ- ମଞ୍ଚରେ ଭାଷଣ ନଥାଇ ଯଦି କେବଳ ନାଚ ଗୀତ ଥାଆନ୍ତା କେତେ ଭଲ ହୁଅନ୍ତା। ଅନ୍ୟମାନେ ତାଙ୍କୁ ସମର୍ଥନ କଲେ। ମୁଁ କହିଲି- ଘରେ ବାପା ନଥାଇ କେବଳ ମାଆ ରହିଲେ ପିଲାଙ୍କ ପାଇଁ ଘରଟି କେତେ ଭଲହୁଅନ୍ତା? ସେମାନେ ଚକିତରେ ମୋତେ ଚାହିଁଲେ। ମୁଁ କହିଲି- ମାଆଙ୍କ ସ୍ନେହ ସହିତ ବାପାଙ୍କ ଶାସନ ଉଭୟର ସମନ୍ବୟରେ ସନ୍ତାନଙ୍କ ଭବିଷ୍ୟତ ଉପଯୁକ୍ତ ଗଢ଼ିହୁଏ। ଠିକ୍‌ ସେହିପରି ମନୋରଞ୍ଜନ ଓ ହିତୋପଦେଶର ସମ୍ମିଶ୍ରଣରେ ଜୀବନ ସୁନ୍ଦର ହୁଏ। ବକ୍ତା ଜଣେ ବାଗ୍ମୀ ପୁରୁଷ ହେଲେ ତାଙ୍କ ବକ୍ତୃତାରେ ଶ୍ରୋତା ନିଶ୍ଚୟ ବିମୁଗ୍ଧ ହେବ। ବିରଳ ହେଲେ ବି ସେପରି ଜ୍ଞାନୀ ଗୁଣୀ ବକ୍ତା ଏବେ ମଧ୍ୟ ସମାଜରେ ଅଛନ୍ତି। କିନ୍ତୁ ଏପରି ମହୋତ୍ସବରେ ସେମାନଙ୍କର ଆଦର କ୍ୱଚିତ ହେଉଛି। ଉପଯୁକ୍ତ ସମ୍ମାନ ନ ଥିବାରୁ ସେମାନେ ଏସବୁ କ୍ଷେତ୍ରରୁ ଦୂରେଇ ରହୁଛନ୍ତି। ବକ୍ତୃତା ପ୍ରଦାନ ଏକ କଳା। ଏକ ପ୍ରତିଭା ଏବଂ ତାହା ବୋଧହୁଏ ସାହିତ୍ୟ ସର୍ଜନା ପରି ନୈସର୍ଗିକ।
ମୁଁ ଆଉ ଅଧିକ କିଛି କହିଥାନ୍ତି, କିନ୍ତୁ ସେତେବେଳେ ପ୍ରବଳ କରତାଳିରେ ସଭାସ୍ଥଳ କମ୍ପିଉଠିଲା। ଜଣେ ଖୁସିରେ କହିଲେ- ଯା’ ହେଉ, ଭାଷଣ ସରିଲା। ଏବେ ମନୋରଞ୍ଜନ କାର୍ଯ୍ୟକ୍ରମ ଆରମ୍ଭ ହେବ।

ଅଞ୍ଜନ ଚାନ୍ଦ
ବିକାଶନଗର, ଅଙ୍ଗାରଗଡ଼ିଆ, ବାଲେଶ୍ବର
ମୋ: ୬୩୭୦୬୬୧୧୪୭

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri