ହକି ଗଡ଼ରେ ଉତ୍ସବ

ସୁନ୍ଦରଗଡ଼,୫।୮(ଡି.ଏନ୍‌.ଏ.): ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ୫-୪ ଗୋଲରେ ହରାଇ ଭାରତ ପୁରୁଷ ହକି ଦଳ ବ୍ରୋଞ୍ଜପଦକ ହାସଲ କରିଛି ଭାରତୀୟ ଦଳ। ଏହାପରେ ଓଡ଼ିଶା ହକିର ଅନ୍ତୁଡିଶାଳ କୁହାଯାଉଥିବା ସୁନ୍ଦରଗଡ଼ରେ ଖୁସିର ଲହରି ଖେଳିଯାଇଛି। ଭାରତୀୟ ମହିଳା ଓ ପୁରୁଷ ହକିଦଳରେ ସାମିଲ ଥିବା ୪ ଓଡ଼ିଆ ଖେଳାଳିଙ୍କ ଗାଁ ମାଟି ଉତ୍ସବ ମୁଖର ହୋଇପଡିଥିଲା। ସୁନ୍ଦରଗଡ଼, ରାଉରକେଲା ସମେତ ବାଲିଶଙ୍କରା ବ୍ଲକର ସଉନାମୁରା ଓ ଗୁରୁଣ୍ଡିଆ ବ୍ଲକର ଲଛଡା ଗ୍ରାମରେ ଲୋକେ ଖୁସି ମନାଇଥିଲେ।

ହକିପ୍ରେମୀ ଓ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ମିଠାବାଣ୍ଟି ବାଜାବଜେଇ ଗୀତଗାଇ ନାଚି ଥିଲେ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସ ଜରିଆରେ ଭାରତୀୟ ପୁରୁଷ ହକିଦଳରେ ସାମିଲ ହୋଇଥିବା ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କ ପରିବାରବର୍ଗଙ୍କ ସହିତ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି। ବ୍ରୋଞ୍ଜପଦକ ହାସଲ କରିବା ଖବର ଜାଣିବା ପରେ ଅମିତଙ୍କ ଗାଁ ସଉନାମୁରାରେ ମା’ଗୋଲାପୀ, ଭାଇ ନିରଞ୍ଜନ, ଭାଉଜ ଦୁଷ୍ମନ୍ତି ତଥା ଗ୍ରାମବାସୀ ଆନନ୍ଦିତ ହୋଇଥିଲେ। ଅମିତ ଆଜି ସାରା ବିଶ୍ୱରେ ଭାରତର ନାଁ ରଖି ବିଜୟରଟିକା ପିନ୍ଧାଇ ଥିବାରୁ ମା’ ହିସାବରେ ନିଜକୁ ଧନ୍ୟ ଓ ଗୌରବାନ୍ବିତ ମନେ କରୁଛି ବୋଲି ଗୋଲାପୀ ପ୍ରକାଶ କରିଛନ୍ତି। ଏହି ବିଜୟ ନେଇ ସୁନ୍ଦରଗଡ଼ ତଥା ଓଡ଼ିଶାବାସୀ ଅମିତ ଗର୍ବ ଓ ଗୌରବ ବୋଲି କହିଛନ୍ତି। ଏହି ବିଜୟ ପରେ ସୁନ୍ଦରଗଡ଼ ମାଟିର ଯୁବ ହକି ଖେଳାଳିମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପ୍ରକାଶ ପାଇଛି। ଗତ କିଛିବର୍ଷ ବ୍ୟବଧାନରେ ଭାରତୀୟ ଦଳ ହକିରେ ଭଲପ୍ରଦର୍ଶନ କରି ନ ଥିବା ନେଇ ଯେଉଁ ନୈରାଶ୍ୟ ସୃଷ୍ଟି ହେଉଥିଲା ତାହା ଏବେ ଦୂର ହୋଇଛି ଓ ହକିକୁ କ୍ୟାରିୟର ଭାବେ ନେବାକୁ ଯୁବପିଢିଙ୍କ ମଧ୍ୟରେ ଆଶା ସଞ୍ଚାର କରିଛି ବୋଲି ଜିଲା କ୍ରୀଡ଼ା ଅଧିକାରୀ ମିଲଟନ ବିଲୁଙ୍ଗ କହିଛନ୍ତି।

ଏହି ଐତିହାସିକ ବିଜୟ ନେଇ ସୁନ୍ଦରଗଡ ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ଡିଆର୍‌ଡିଏ ଛକରେ ବିଜୟଉତ୍ସବ ପାଳନ କରି ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଏଥିସହ ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ସଉନାମୁରା ଗ୍ରାମକୁ ଯାଇ ଅମିତଙ୍କ ମା’ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ଶୁଭେଚ୍ଛା ଜଣାଇ ସମ୍ମାନିତ କରିଥିଲେ। ସେହିପରି ରାଉରକେଲା ପାନପୋଷ ସ୍ପୋଟ୍ସର୍ର୍ ହଷ୍ଟେଲରେ ସମସ୍ତ ଛାତ୍ରୀଛାତ୍ର ଏକତ୍ରିତ ହୋଇ ମ୍ୟାଚକୁ ଉପଭୋଗ କରିବା ସହ ବିଜୟ ପରେ ଖୁସି ମନାଇଥିଲେ। ବରିଷ୍ଠ କୋଚ୍‌ ଅମୂଲ୍ୟାନନ୍ଦ ବିହାରୀ, ବିଜୟ ଲାକ୍ରା, ଅମୂଲ୍ୟ ବେହେରା, ପିଟର ସୋରେଙ୍ଗ, ଫ୍ଳୋରେନସିଆ ଲାକ୍ରା, ଜାତୀୟ ହକି ଅମ୍ପାୟର ରାଜେନ୍‌ ଏକ୍କା ଉପସ୍ଥିତ ରହି ଏହି ଫଳାଫଳ ନେଇ ସନ୍ତୁଷ୍ଟ ଥିବା କହିଛନ୍ତି। ଏହି ସଫଳତା ହକି ଇତିହାସରେ କେବଳ ଗୌରବର ନୂଆଫର୍ଦ୍ଦ ଯୋଡିବନି ବରଂ ଏକାଧିକ ଖେଳାଳିଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟ କ୍ୟାବିନେଟ୍‌: ନିଆଯିବ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୪।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସନ୍ଧ୍ୟା ୬ଟାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri