ସିଡିପିଓ,କିରାଣିଙ୍କୁ  ମାଡ଼ି ବସିଲା ଭିଜିଲାନ୍ସ: ଅଙ୍ଗନଓ୍ବାଡ଼ି କର୍ମୀ ଚାକିରି କରାଇଦେବି କହି…

ରାୟଗଡ଼ା,୨୩।୬(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ସିଡିପିଓ  ଓ କିରାଣି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସିଡିପିଓ ସୁଶୀଳା ଶବର ଓ କିରାଣୀ ରାମ ଚନ୍ଦ୍ର ପାତ୍ରଙ୍କୁ ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ବିଭାଗ। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଭିଜିଲାନ୍ସ କାବୁ କରିଥିବା ଜଣାପଡିଛି। ଅଙ୍ଗନଓ୍ବାଡ଼ି କର୍ମୀ ନିଯୁକ୍ତି ମାମଲାରେ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ସୁଶୀଳାଙ୍କୁ ଧରିଛି। ଏନେଇ ରାୟଗଡ଼ା ଭିଜିଲାନ୍ସ ଇନ୍ସପେକ୍ଟର ତରୁଲତା ବେହେରା ସୂଚନା ଦେଇଛନ୍ତି।
ତେବେ ଚାଟିକଣା ପଞ୍ଚାୟତ ହୁତେଶି ଗ୍ରାମର ଅଙ୍ଗନଓ୍ବାଡି ଶୀତ ୱାଡକା ଙ୍କଠାରୁ ସେ ଲାଞ୍ଚ ନେଇଥିବା ସୂଚନା ମିଳିଛି।