ଦାରିଙ୍ଗବାଡ଼ି,୮ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସମ୍ମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟର ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡାଙ୍କ ସରକାରୀ କାର୍ଯ୍ୟରେ ଉତ୍ତମ ପ୍ରଦର୍ଶନ ପାଇଁ ଅନ୍ତର୍ଜାତୀୟ ମହିଳା ଦିବସରେ ଜିଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ଏହି ପୁରସ୍କାର ସେ ଅତିରିକ୍ତ ଜିଲାପାଳ କୁଶଲ ନାୟକଙ୍କ ହାତରୁ ଗ୍ରହଣ କରିଛନ୍ତି। ସେ ସରକାରଙ୍କ ବିଭିନ୍ନ ଯୋଜନାରେ ଅଙ୍ଗନଓ୍ବାଡି କେନ୍ଦ୍ରରେ ଉତ୍ତମ ଭାବେ କାର୍ଯ୍ୟକାରୀ କରାଇବା ଶିଶୁଙ୍କ ପାଇଁ ଆସୁଥିବା ସମସ୍ତ ସୁବିଧାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରାଇବା ସହ ତାଙ୍କ ବିଭାଗର ସମସ୍ତ ଜନମଙ୍ଗଳ କାର୍ଯ୍ୟକୁ କାର୍ଯ୍ୟକାରୀ କରାଇବା, ବାଲ୍ୟ ବିବାହ ରୋକିବା ଓ ଅଧିକ ସଚେତନ କରାଇବା ପୋଷଣ କାର୍ଯ୍ୟକ୍ରମକୁ ସଠିକ୍ ଭାବେ ପାଳନ କରାଇବା, ସୁଭଦ୍ରା ଯୋଜନାକୁ ମହିଳାଙ୍କ ନିକଟରେ ପହଞ୍ଚାଇବା, ଶିଶୁ ନିର୍ଯାତନା ରୋକିବାକୁ ପଦକ୍ଷେପ ନେବା ଆଦିକୁ ଦେଖି ତାଙ୍କୁ ଏହି ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମକୁ ଜିଲା ସାମାଜିକ ମଙ୍ଗଳ ଅଧିକାରୀ ଶାନ୍ତିଲତା ସାହୁ ପରିଚାଳନା କରିଥିବାବେଳେ ଜିଲାର ବିଭିନ୍ନ ବିଭାଗର ଅଧିକାରୀ ଜିଲାର ସମସ୍ତ ବ୍ଲକର ସିଡିପିଓ, ସୁପରଭାଇଜର, ଅଙ୍ଗନଓ୍ବାଡି କର୍ମୀ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସମେତ ଅନ୍ୟମାନେ ଯୋଗଦେଇଥିଲେ।