ଅନ୍ତର୍ଜାତୀୟ ମହିଳା ଦିବସରେ ପୁରସ୍କୃତ ହେଲେ ସିଡିପିଓ

ଦାରିଙ୍ଗବାଡ଼ି,୮ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସମ୍ମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟର ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡାଙ୍କ ସରକାରୀ କାର୍ଯ୍ୟରେ ଉତ୍ତମ ପ୍ରଦର୍ଶନ ପାଇଁ ଅନ୍ତର୍ଜାତୀୟ ମହିଳା ଦିବସରେ ଜିଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ଏହି ପୁରସ୍କାର ସେ ଅତିରିକ୍ତ ଜିଲାପାଳ କୁଶଲ ନାୟକଙ୍କ ହାତରୁ ଗ୍ରହଣ କରିଛନ୍ତି। ସେ ସରକାରଙ୍କ ବିଭିନ୍ନ ଯୋଜନାରେ ଅଙ୍ଗନଓ୍ବାଡି କେନ୍ଦ୍ରରେ ଉତ୍ତମ ଭାବେ କାର୍ଯ୍ୟକାରୀ କରାଇବା ଶିଶୁଙ୍କ ପାଇଁ ଆସୁଥିବା ସମସ୍ତ ସୁବିଧାକୁ ସଠିକ୍‌ ଭାବେ କାର୍ଯ୍ୟକାରୀ କରାଇବା ସହ ତାଙ୍କ ବିଭାଗର ସମସ୍ତ ଜନମଙ୍ଗଳ କାର୍ଯ୍ୟକୁ କାର୍ଯ୍ୟକାରୀ କରାଇବା, ବାଲ୍ୟ ବିବାହ ରୋକିବା ଓ ଅଧିକ ସଚେତନ କରାଇବା ପୋଷଣ କାର୍ଯ୍ୟକ୍ରମକୁ ସଠିକ୍‌ ଭାବେ ପାଳନ କରାଇବା, ସୁଭଦ୍ରା ଯୋଜନାକୁ ମହିଳାଙ୍କ ନିକଟରେ ପହଞ୍ଚାଇବା, ଶିଶୁ ନିର୍ଯାତନା ରୋକିବାକୁ ପଦକ୍ଷେପ ନେବା ଆଦିକୁ ଦେଖି ତାଙ୍କୁ ଏହି ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିବା ଜଣାପଡ଼ିଛି। ଏହି କାର୍ଯ୍ୟକ୍ରମକୁ ଜିଲା ସାମାଜିକ ମଙ୍ଗଳ ଅଧିକାରୀ ଶାନ୍ତିଲତା ସାହୁ ପରିଚାଳନା କରିଥିବାବେଳେ ଜିଲାର ବିଭିନ୍ନ ବିଭାଗର ଅଧିକାରୀ ଜିଲାର ସମସ୍ତ ବ୍ଲକର ସିଡିପିଓ, ସୁପରଭାଇଜର, ଅଙ୍ଗନଓ୍ବାଡି କର୍ମୀ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସମେତ ଅନ୍ୟମାନେ ଯୋଗଦେଇଥିଲେ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶର୍ଜିଲ ଇମାମ୍‌ଙ୍କୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ,୯ା୩: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ଏକ ଅଦାଲତ ସୋମବାର ଆକ୍ଟିଭିଷ୍ଟ ଶର୍ଜିଲ ଇମାମ୍‌ଙ୍କୁ ୧୦ ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଭାଇ ବାହାଘରରେ ଯୋଗଦେବା…

ଚିତା ସଂଖ୍ୟା ବୃଦ୍ଧି: କୁନୋ ଜାତୀୟ ଉଦ୍ୟାନରେ ଜ୍ୱାଲାର ୫ ଛୁଆ ଜନ୍ମ

ନୂଆଦିଲ୍ଲୀ,୯ା୩: ନାମିବ୍ୟାରୁ ଅଣାଯାଇଥିବା ଚିତା ଜ୍ୱାଳା ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସୋମବାର ୫ ଶାବକ ଜନ୍ମ କରିବାରୁ ଭାରତରେ ଚିତାସଂଖ୍ୟା ୫୩କୁ ବୃଦ୍ଧି ପାଇଛି। ଭାରତର…

ବରଗଡ଼ରେ ଆଇନଶୃଙ୍ଖଳା ଅଣାୟତ୍ତ: ପୁଣି ଛୁରାମାଡ, ଚାଲିଗଲା ଜଣଙ୍କର ଜୀବନ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ଏଠାକାର ବିଚ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି । ଛୁରି, ଭୁଜାଲି ଆକ୍ରମଣରେ ଲୋକେ…

ଦିନ ଦ୍ବିପ୍ରହରରେ ଝାମ୍ପିନେଲେ ୨ ଲକ୍ଷ ଟଙ୍କା

ରାୟଗଡ଼ା,୯।୩(ଆଶିଷ ରଞ୍ଜନ ପଣ୍ଡା) ଜଣେ ବ୍ୟକ୍ତି ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍‌ କରିବାକୁ ଯିବା ସମୟରେ ଲୁଟେରାମାନେ ଦିନ ଦ୍ବିପ୍ରହରରେ ତାଙ୍କଠାରୁ ୨ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି।…

ନେପାଳରେ RSPର ଜବରଦସ୍ତ ବିଜୟ: ମୋଦି କହିଲେ…

କାଠମାଣ୍ଡୁ,୯।୩: ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି (RSP) ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି। ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ନେତୃତ୍ୱରେ RSP ପୂର୍ବତନ ପ୍ରଧାନମନ୍ତ୍ରୀ କେପି…

ବିବାହ ପ୍ରୋସେସନ ବେଳେ ବାଣ ଫୁଟି ୪ ଛାତ୍ରୀ ଆହତ

ସମ୍ବଲପୁର,୯।୩: ସମ୍ବଲପୁର ସହରରେ ସୋମବାର ରାତିରେ ଏକ ବିବାହ ପ୍ରୋସେସନ ବେଳେ ଅଘଟଣ ଘଟିଛି। ପ୍ରୋସେସନ ବେଳେ ହଷ୍ଟେଲ ପରିସରରେ ବାଣ ଫୁଟି ୪ଜଣ ଛାତ୍ରୀ ଆହତ…

ଇରାନରେ ଏସିଡ୍‌ ବର୍ଷା: ତୈଳ ଡିପୋ ଉପରେ ବୋମାମାଡ଼ ପରେ…

ତେହରାନ,୯ା୩:ଇରାନ ରାଜଧାନୀ ତେହରାନରେ ଥିବା ୩୦ଟି ତୈଳ ଡିପୋ ଉପରେ ଇସ୍ରାଏଲ୍‌ର ଆକ୍ରମଣ କରିବାରୁ ରବିବାର ସେଠାରେ କଳା ଏସିଡ୍‌ ବର୍ଷା ହୋଇଛି। ତୈଳ ଡିପୋଗୁଡ଼ିକ ଜଳୁଥିବାରୁ…

ଅଷ୍ଟମ ବେତନ କମିଶନ ଲାଗି ଚିଠି

ଭୁବନେଶ୍ୱର,୯।୩: ଅଷ୍ଟମ ବେତନ କମିଶନ ପାଇଁ ଅର୍ଥ ବିଭାଗ ପକ୍ଷରୁ ଚିଠି। ଚିଠିରେ ସମସ୍ତ ଜିଲାପାଳ ଏବଂ ସରକାରୀ ବିଭାଗ ମୁଖ୍ୟଙ୍କଠାରୁ ମତାମତ ଲୋଡ଼ିଲେ ରାଜ୍ୟ ସରକାର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri