ଧାନ କିଣାରେ ସ୍ବଚ୍ଛତା ଜଗିବ ସିସିଟିଭି

ସୋନପୁର,୩୦।୯(ମୃତ୍ୟୁଞ୍ଜୟ ଶତପଥୀ): ଚଳିତବର୍ଷ ଧାନକିଣା ଆରମ୍ଭ ପୂର୍ବରୁ ସମସ୍ତ ସରକାରୀ କ୍ରୟ କେନ୍ଦ୍ର ବା ମଣ୍ଡିରେ ସିସିଟିଭି କାମେରା(କ୍ଲୋଜ ସର୍କିଟ) ଲଗାଇବା ଉପରେ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟି ସୁପାରିସ୍‌କୁ ୨୦୨୩-୨୪ ଖରିଫ ଋତୁ ଧାନ ସଂଗ୍ରହ ସମୟରେ କାର୍ଯ୍ୟକାରୀ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏଥିନେଇ ରାଜ୍ୟ ସମବାୟ ବିଭାଗ ପକ୍ଷରୁ ପୂର୍ବରୁ ୨ଟି ଚିଠି ଜିଲାସ୍ତରକୁ ଲେଖାଯାଇ ଏଦିଗରେ ତତ୍ପରତା ପ୍ରକାଶ କରିବାକୁ କୁହାଯାଇଥିଲା। ନିକଟରେ ସମବାୟ ସମିତି ସମୂହର ରାଜ୍ୟ ନିବନ୍ଧକ ଆଉ ଏକ ଚିଠି (ନଂ.୧୬୩୪୯/୧୬ ସେପ୍ଟେମ୍ବର) ଲେଖି ସବୁ ଧାନ କିଣା କେନ୍ଦ୍ର ସିସିଟିଭି କ୍ୟାମେରା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କହିଛନ୍ତି। ଅନ୍ୟପକ୍ଷରେ ଯେଉଁଠି ଅସ୍ଥାୟୀ ଭାବେ ଧାନକିଣା କେନ୍ଦ୍ର କରାଯିବାର ପ୍ରସ୍ତାବ ରହିଛି ସେଠାରେ ଭଡାରେ ସିସିଟିଭି କ୍ୟାମେରା ଆଣି ଲଗାଇବାକୁ କୁହାଯାଇଛି। ଚାଷୀମାନେ ସରକାରଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି।
ଧାନକିଣାରେ ଅସାଧୁ ବ୍ୟବସାୟୀଙ୍କ ସମ୍ପୃକ୍ତିକୁ ରୋକିବା ସହ ଧାନକିଣା ପ୍ରକ୍ରିୟାରେ ସ୍ବଚ୍ଛତା ରଖିବା ଲାଗି ସିସିଟିଭି ଜରୁରି ବୋଲି କୁହାଯାଇଛି। ଅଧିକାଂଶ ସମୟରେ ଚାଷୀଙ୍କ ନାମରେ କେବଳ କାଗଜପତ୍ର କରି ଅସାଧୁ ବ୍ୟବସାୟୀ, ମଣ୍ଡି ପରିଚାଳନା କରୁଥିବା ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)/ମହିଳା ସ୍ବୟଂ ସହାୟକ ଗୋଷ୍ଠି(ଡବ୍ଲୁଏସଏଚଜି) ଓ ମିଲର୍ସ ମାଲେମାଲ ହେଉଥିଲେ। ପ୍ରକୃତ ପକ୍ଷେ ମଣ୍ଡିକୁ ଧାନ ନ ଆସି ସିଧାସଳଖ ମିଲର୍ସଙ୍କ ଗୋଦାମକୁ ଯାଉଥିଲା। ମାତ୍ର ଚାଷୀଙ୍କ ଧାନ ମଣ୍ଡିକୁ ଆସିଥିବା ନେଇ କାଗଜପତ୍ର ପ୍ରସ୍ତୁତ ହେଉଥିଲା। ମିଲର୍ସମାନେ ମଣ୍ଡିରୁ ଧାନ ନ ଉଠାଇ ଅସାଧୁ ବ୍ୟବସାୟୀଙ୍କ ଜରିଆରେ ଅଣ୍ଡର ରେଟ୍‌ରେ ଧାନ କିଣୁଥିଲେ। କିନ୍ତୁ ମଣ୍ଡିରୁ ଧାନ ଉଠାଉ ଥିବା ନେଇ ମଣ୍ଡି ହେଣ୍ଡଲିଂ ଚାର୍ଜ(ଟ୍ରକ ଭଡା ଓ ଶ୍ରମିକଙ୍କ ମଜୁରୀ) ପାଉଥିଲେ। ଏ କ୍ଷେତ୍ରରେ କୋଟି କୋଟି ଟଙ୍କାର ଦୁର୍ନୀତି ହେଉଥିଲା। ଏବେ ସିସିଟିଭି ଜରିଆରେ ଏହି ଦୁର୍ନୀତି ଧରାପଡିବ ବୋଲି ଆଶା କରାଯାଉଛି। ଏଥିଲାଗି ଗୋଟିଏ ଧାନ ମଣ୍ଡିରେ ଅତିକମରେ ୪ଟି ସ୍ଥାନରେ ସିସି କ୍ୟାମେରା ଲଗାଇବାକୁ କୁହାଯାଇଛି। ସରକାରୀ ଧାନକିଣାରୁ ମାର୍କେଟ୍‌ ଫି ବାବଦ କୋଟି କୋଟି ଟଙ୍କା ଆୟ କରୁଥିବା ନିୟନ୍ତ୍ରିତ ବଜାର କମିଟି(ଆରଏମ୍‌ସି) ପକ୍ଷରୁ ଏହି ସିସିଟିଭି କ୍ୟାମେରା ସ୍ଥାପନକୁ ପ୍ରୋତ୍ସାହିତ କରିବାକୁ କୁହାଯାଇଛି। ସୁବର୍ଣ୍ଣପୁର ଜିଲାରେ ୬୪ଟି ପାକ୍ସ ଓ ୪୦ଟି ଏସଏଚଜି ଜରିଆରେ ଚାଷୀଙ୍କ ନିକଟରୁ ଧାନକିଣା ହୋଇଥାଏ । ବିଭାଗୀୟ ତଥ୍ୟ ଅନୁସାରେ ଜିଲାର ମୋଟ ୧୧୧ଟି ଧାନକ୍ରୟ କେନ୍ଦ୍ର ମଧ୍ୟରୁ ଅଧାରୁ ଅଧିକ କେନ୍ଦ୍ରରେ ସିସିଟିଭି କ୍ୟାମେରା ସ୍ଥାପନ ହୋଇପାରିନି। ଡୁଙ୍ଗୁରିପାଲି ଆରଏମ୍‌ସି ଅଧିନ ସୋନପୁର, ତରଭା, ବିନିକା ଓ ଡୁଙ୍ଗୁରିପାଲି ବ୍ଲକର ୪୪ଟି ପ୍ୟାକ୍ସ ଓ ୧୦ଟି ମାର୍କେଟ ୟାର୍ଡରେ ସିସିଟିଭି ଲାଗିଛି। ତେବେ ଏସଏଚଜି ପରିଚାଳିତ ୧୧ଟି ବାକି ମଣ୍ଡିରେ ଗୋଦାମ ଘର ନାହିଁ। ଖୋଲାଆକାଶ ତଳେ ଧାନ କିଣାଯାଉଛି। କୌଣସି ଭିତ୍ତିଭୂମି ନ ଥିବାରୁ ମଣ୍ଡିଗୁଡିକରେ ସିସିଟିଭି ଲାଗିବାରେ ସମସ୍ୟା ସୃଷ୍ଟି ହୋଇଛି। ସେହିପରି ବୀରମହାରାଜପୁର ଆରଏମ୍‌ସି ଅଧିନରେ ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକରେ ମୋଟ ୧୯ଟି ପ୍ୟାକ୍ସ ଓ ୧୯ଟି ଏସ୍‌ଏଚଜି ଧାନକିଣାରେ ନିୟୋଜିତ ଅଛନ୍ତି। ବୀରମହାରାଜପୁର ବ୍ଲକର ହିଲୁଙ୍ଗ, ପିତାମହୁଲ ପ୍ୟାକ୍ସରେ ସିସିଟିଭି ଲାଗିଛି ଅନ୍ୟ ପ୍ୟାକ୍ସ ଓ ଏସଏଚଜି ପରିଚାଳିତ ମଣ୍ଡିରେ ଏହା ନାହିଁ । ଉଲୁଣ୍ଡା ବ୍ଲକର କେବଳ ଏସ.ପତ୍ରାପାଲି, ମହଦା, ବିଶିପଡା ଓ ଯାଲୋଏ ପ୍ୟାକ୍ସ ଏବଂ ଉଲୁଣ୍ଡା ଓ ମୁଣ୍ଡୋଘାଟ ମାର୍କେଟ ୟାର୍ଡରେ ସିସିଟିଭି ଲାଗିଛି। ଏଠାରେ ମଣ୍ଡି ଭିତ୍ତିଭୂମି ଅପେକ୍ଷାକୃତ ଦୁର୍ବଳ ରହିଛି। ତେବେ ବାକି କେନ୍ଦ୍ରରେ ସିସିଟିଭି ଲଗାଇବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ସୁବର୍ଣ୍ଣପୁର ଜିଲାରେ ଡିସେମ୍ବର ପ୍ରଥମ ସପ୍ତାହରୁ ଖରିଫ ଧାନକିଣା ଆରମ୍ଭ ହେଉଥିବାରୁ ତା ପୂର୍ବରୁ ସମସ୍ତ ମଣ୍ଡିରେ ସିସିଟିଭି ଲଗାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏଥିରେ କେତେ ଅଗ୍ରଗତି ହେଲା ଶିଘ୍ର ଜଣାଇବାକୁ ସମବାୟ ସମିତି ସମୂହର ଉପନିବନ୍ଧକ ତଥା ସହକାରୀ ନିବନ୍ଧକ ରାଜ୍ୟ ନିବନ୍ଧକ ନିର୍ଦ୍ଦେଶ ଦେଇଛନ୍ତି। ଚଳିତବର୍ଷ ଧାନର ସହାୟକ ମୂଲ୍ୟ ୨୧୮୩ ଟଙ୍କାକୁ ବୃଦ୍ଧି ପାଇଛି। ଏଥିପାଇଁ ଜିଲାରେ ଚାଷୀ ପଞ୍ଜୀକରଣ ବୃଦ୍ଧି ପାଇଛି। ଏହି ଜିଲାର ଚାଷୀଙ୍କ ନିକଟରୁ ଖରିଫରେ ପ୍ରାୟ ୩୫ଲକ୍ଷ କୁଇଣ୍ଟାଲ ଓ ରବି ଋତୁରେ ପ୍ରାୟ ୨୫ଲକ୍ଷ କୁଇଣ୍ଟାଲ ଧାନ ସରକାର ସଂଗ୍ରହ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri