ଧାନ କିଣାରେ ସ୍ବଚ୍ଛତା ଜଗିବ ସିସିଟିଭି

ସୋନପୁର,୩୦।୯(ମୃତ୍ୟୁଞ୍ଜୟ ଶତପଥୀ): ଚଳିତବର୍ଷ ଧାନକିଣା ଆରମ୍ଭ ପୂର୍ବରୁ ସମସ୍ତ ସରକାରୀ କ୍ରୟ କେନ୍ଦ୍ର ବା ମଣ୍ଡିରେ ସିସିଟିଭି କାମେରା(କ୍ଲୋଜ ସର୍କିଟ) ଲଗାଇବା ଉପରେ ସରକାର ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟି ସୁପାରିସ୍‌କୁ ୨୦୨୩-୨୪ ଖରିଫ ଋତୁ ଧାନ ସଂଗ୍ରହ ସମୟରେ କାର୍ଯ୍ୟକାରୀ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏଥିନେଇ ରାଜ୍ୟ ସମବାୟ ବିଭାଗ ପକ୍ଷରୁ ପୂର୍ବରୁ ୨ଟି ଚିଠି ଜିଲାସ୍ତରକୁ ଲେଖାଯାଇ ଏଦିଗରେ ତତ୍ପରତା ପ୍ରକାଶ କରିବାକୁ କୁହାଯାଇଥିଲା। ନିକଟରେ ସମବାୟ ସମିତି ସମୂହର ରାଜ୍ୟ ନିବନ୍ଧକ ଆଉ ଏକ ଚିଠି (ନଂ.୧୬୩୪୯/୧୬ ସେପ୍ଟେମ୍ବର) ଲେଖି ସବୁ ଧାନ କିଣା କେନ୍ଦ୍ର ସିସିଟିଭି କ୍ୟାମେରା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କହିଛନ୍ତି। ଅନ୍ୟପକ୍ଷରେ ଯେଉଁଠି ଅସ୍ଥାୟୀ ଭାବେ ଧାନକିଣା କେନ୍ଦ୍ର କରାଯିବାର ପ୍ରସ୍ତାବ ରହିଛି ସେଠାରେ ଭଡାରେ ସିସିଟିଭି କ୍ୟାମେରା ଆଣି ଲଗାଇବାକୁ କୁହାଯାଇଛି। ଚାଷୀମାନେ ସରକାରଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି।
ଧାନକିଣାରେ ଅସାଧୁ ବ୍ୟବସାୟୀଙ୍କ ସମ୍ପୃକ୍ତିକୁ ରୋକିବା ସହ ଧାନକିଣା ପ୍ରକ୍ରିୟାରେ ସ୍ବଚ୍ଛତା ରଖିବା ଲାଗି ସିସିଟିଭି ଜରୁରି ବୋଲି କୁହାଯାଇଛି। ଅଧିକାଂଶ ସମୟରେ ଚାଷୀଙ୍କ ନାମରେ କେବଳ କାଗଜପତ୍ର କରି ଅସାଧୁ ବ୍ୟବସାୟୀ, ମଣ୍ଡି ପରିଚାଳନା କରୁଥିବା ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)/ମହିଳା ସ୍ବୟଂ ସହାୟକ ଗୋଷ୍ଠି(ଡବ୍ଲୁଏସଏଚଜି) ଓ ମିଲର୍ସ ମାଲେମାଲ ହେଉଥିଲେ। ପ୍ରକୃତ ପକ୍ଷେ ମଣ୍ଡିକୁ ଧାନ ନ ଆସି ସିଧାସଳଖ ମିଲର୍ସଙ୍କ ଗୋଦାମକୁ ଯାଉଥିଲା। ମାତ୍ର ଚାଷୀଙ୍କ ଧାନ ମଣ୍ଡିକୁ ଆସିଥିବା ନେଇ କାଗଜପତ୍ର ପ୍ରସ୍ତୁତ ହେଉଥିଲା। ମିଲର୍ସମାନେ ମଣ୍ଡିରୁ ଧାନ ନ ଉଠାଇ ଅସାଧୁ ବ୍ୟବସାୟୀଙ୍କ ଜରିଆରେ ଅଣ୍ଡର ରେଟ୍‌ରେ ଧାନ କିଣୁଥିଲେ। କିନ୍ତୁ ମଣ୍ଡିରୁ ଧାନ ଉଠାଉ ଥିବା ନେଇ ମଣ୍ଡି ହେଣ୍ଡଲିଂ ଚାର୍ଜ(ଟ୍ରକ ଭଡା ଓ ଶ୍ରମିକଙ୍କ ମଜୁରୀ) ପାଉଥିଲେ। ଏ କ୍ଷେତ୍ରରେ କୋଟି କୋଟି ଟଙ୍କାର ଦୁର୍ନୀତି ହେଉଥିଲା। ଏବେ ସିସିଟିଭି ଜରିଆରେ ଏହି ଦୁର୍ନୀତି ଧରାପଡିବ ବୋଲି ଆଶା କରାଯାଉଛି। ଏଥିଲାଗି ଗୋଟିଏ ଧାନ ମଣ୍ଡିରେ ଅତିକମରେ ୪ଟି ସ୍ଥାନରେ ସିସି କ୍ୟାମେରା ଲଗାଇବାକୁ କୁହାଯାଇଛି। ସରକାରୀ ଧାନକିଣାରୁ ମାର୍କେଟ୍‌ ଫି ବାବଦ କୋଟି କୋଟି ଟଙ୍କା ଆୟ କରୁଥିବା ନିୟନ୍ତ୍ରିତ ବଜାର କମିଟି(ଆରଏମ୍‌ସି) ପକ୍ଷରୁ ଏହି ସିସିଟିଭି କ୍ୟାମେରା ସ୍ଥାପନକୁ ପ୍ରୋତ୍ସାହିତ କରିବାକୁ କୁହାଯାଇଛି। ସୁବର୍ଣ୍ଣପୁର ଜିଲାରେ ୬୪ଟି ପାକ୍ସ ଓ ୪୦ଟି ଏସଏଚଜି ଜରିଆରେ ଚାଷୀଙ୍କ ନିକଟରୁ ଧାନକିଣା ହୋଇଥାଏ । ବିଭାଗୀୟ ତଥ୍ୟ ଅନୁସାରେ ଜିଲାର ମୋଟ ୧୧୧ଟି ଧାନକ୍ରୟ କେନ୍ଦ୍ର ମଧ୍ୟରୁ ଅଧାରୁ ଅଧିକ କେନ୍ଦ୍ରରେ ସିସିଟିଭି କ୍ୟାମେରା ସ୍ଥାପନ ହୋଇପାରିନି। ଡୁଙ୍ଗୁରିପାଲି ଆରଏମ୍‌ସି ଅଧିନ ସୋନପୁର, ତରଭା, ବିନିକା ଓ ଡୁଙ୍ଗୁରିପାଲି ବ୍ଲକର ୪୪ଟି ପ୍ୟାକ୍ସ ଓ ୧୦ଟି ମାର୍କେଟ ୟାର୍ଡରେ ସିସିଟିଭି ଲାଗିଛି। ତେବେ ଏସଏଚଜି ପରିଚାଳିତ ୧୧ଟି ବାକି ମଣ୍ଡିରେ ଗୋଦାମ ଘର ନାହିଁ। ଖୋଲାଆକାଶ ତଳେ ଧାନ କିଣାଯାଉଛି। କୌଣସି ଭିତ୍ତିଭୂମି ନ ଥିବାରୁ ମଣ୍ଡିଗୁଡିକରେ ସିସିଟିଭି ଲାଗିବାରେ ସମସ୍ୟା ସୃଷ୍ଟି ହୋଇଛି। ସେହିପରି ବୀରମହାରାଜପୁର ଆରଏମ୍‌ସି ଅଧିନରେ ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକରେ ମୋଟ ୧୯ଟି ପ୍ୟାକ୍ସ ଓ ୧୯ଟି ଏସ୍‌ଏଚଜି ଧାନକିଣାରେ ନିୟୋଜିତ ଅଛନ୍ତି। ବୀରମହାରାଜପୁର ବ୍ଲକର ହିଲୁଙ୍ଗ, ପିତାମହୁଲ ପ୍ୟାକ୍ସରେ ସିସିଟିଭି ଲାଗିଛି ଅନ୍ୟ ପ୍ୟାକ୍ସ ଓ ଏସଏଚଜି ପରିଚାଳିତ ମଣ୍ଡିରେ ଏହା ନାହିଁ । ଉଲୁଣ୍ଡା ବ୍ଲକର କେବଳ ଏସ.ପତ୍ରାପାଲି, ମହଦା, ବିଶିପଡା ଓ ଯାଲୋଏ ପ୍ୟାକ୍ସ ଏବଂ ଉଲୁଣ୍ଡା ଓ ମୁଣ୍ଡୋଘାଟ ମାର୍କେଟ ୟାର୍ଡରେ ସିସିଟିଭି ଲାଗିଛି। ଏଠାରେ ମଣ୍ଡି ଭିତ୍ତିଭୂମି ଅପେକ୍ଷାକୃତ ଦୁର୍ବଳ ରହିଛି। ତେବେ ବାକି କେନ୍ଦ୍ରରେ ସିସିଟିଭି ଲଗାଇବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ସୁବର୍ଣ୍ଣପୁର ଜିଲାରେ ଡିସେମ୍ବର ପ୍ରଥମ ସପ୍ତାହରୁ ଖରିଫ ଧାନକିଣା ଆରମ୍ଭ ହେଉଥିବାରୁ ତା ପୂର୍ବରୁ ସମସ୍ତ ମଣ୍ଡିରେ ସିସିଟିଭି ଲଗାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏଥିରେ କେତେ ଅଗ୍ରଗତି ହେଲା ଶିଘ୍ର ଜଣାଇବାକୁ ସମବାୟ ସମିତି ସମୂହର ଉପନିବନ୍ଧକ ତଥା ସହକାରୀ ନିବନ୍ଧକ ରାଜ୍ୟ ନିବନ୍ଧକ ନିର୍ଦ୍ଦେଶ ଦେଇଛନ୍ତି। ଚଳିତବର୍ଷ ଧାନର ସହାୟକ ମୂଲ୍ୟ ୨୧୮୩ ଟଙ୍କାକୁ ବୃଦ୍ଧି ପାଇଛି। ଏଥିପାଇଁ ଜିଲାରେ ଚାଷୀ ପଞ୍ଜୀକରଣ ବୃଦ୍ଧି ପାଇଛି। ଏହି ଜିଲାର ଚାଷୀଙ୍କ ନିକଟରୁ ଖରିଫରେ ପ୍ରାୟ ୩୫ଲକ୍ଷ କୁଇଣ୍ଟାଲ ଓ ରବି ଋତୁରେ ପ୍ରାୟ ୨୫ଲକ୍ଷ କୁଇଣ୍ଟାଲ ଧାନ ସରକାର ସଂଗ୍ରହ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri