ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌: କେମିତି ଜୀବନ ବଞ୍ଚାଇବାକୁ ତଣ୍ଟି ଧରି ଦୌଡୁଛନ୍ତି ସତ୍ୟ, ପଛରେ…

ଭୁବନେଶ୍ୱର,୧୦।୨: ସାମ୍ନାକୁ ଆସିଲା ସତ୍ୟବ୍ରତ ହତ୍ୟା ମାମଲରେ CCTV ସତ। ସିସିଟିଭିରେ କଏଦ୍‌ ହୋଇଛି ସତ୍ୟଙ୍କ ମଡର ମିଷ୍ଟ୍ରି। ବେକ କଟିଯିବା ପରେ ସିସିଟିଭିରେ ସତ୍ୟବ୍ରତ ଦୌଡ଼ି ପଳାଉଥିବାର ଦୃଶ୍ୟ କଏଦ୍‌ ହୋଇଛି। ସତ୍ୟବ୍ରତ ପଛେ ପଛେ ପ୍ରେମିକା ଓ ଦିନେଶ ଗୋଡ଼ାଉଥିବା ଦେଖିବାକୁ ମିଳୁଛି।

ଗାଁରୁ ଆସିଥିବା ଟ୍ୟାକ୍ସି ଡ୍ରାଇଭର ପ୍ରେମିକଙ୍କୁ ହତ୍ୟାକଲେ ପାଲରେ କାମ କରୁଥିବା ପ୍ରେମିକା

 

ସୂଚନାଯୋଗ୍ୟ, ସୂଚନା ଅନୁସାରେ ବ୍ରିଜ୍‌ ତଳକୁ ଖସି ପଡ଼ିଥିବା ଗାଡ଼ିକୁ  ବ୍ରହ୍ମଗିରି ଅଞ୍ଚଳର ସତ୍ୟବ୍ରତ ପ୍ରଧାନ ନାମକ ଜଣେ ଯୁବକ  ଚଲାଉଥିଲେ।ସତ୍ୟବ୍ରତ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ପାର୍ଲରରେ କାମ କରୁଥିବା ତାଙ୍କ ପ୍ରେମିକାଙ୍କ ପାଖକୁ ଆସିଥିଲେ। ଏହି ସମୟରେ ପ୍ରେମିକା, ସତ୍ୟବ୍ରତଙ୍କୁ ତଣ୍ଟି କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପ୍ରେମିକାଙ୍କୁ ଥାନାକୁ ଆଣି ଅଟକ ରଖିଛି ପୋଲିସ।

Dharitri – Odisha’s No.1 Odia Daily

Share