ସିସିଟିଭି ଫୁଟେଜରୁ ସାଂଘାତିକ ଖୁଲାସା, ଜଣାପଡିଲା ସୌମ୍ୟାଶ୍ରୀ ଜଳିବାବେଳେ ରେକର୍ଡିଂ କରୁଥିଲା କିଏ!

ବାଲେଶ୍ୱର,୧୬।୭: ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଛି ନୂଆ ଟ୍ବିଷ୍ଟ । ଛାତ୍ରୀଙ୍କ ଯୌନ ନିର୍ଯାତନା ଅଭିଯୋଗ ନେଇ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ପ୍ରକୃତରେ ବିଭାଗ ମୁଖ୍ୟ ସମୀର ସାହୁଙ୍କ ବିରୋଧରେ ରିପୋର୍ଟ ଦେଇଥିଲା । ଏହି ରିପୋର୍ଟରେ କୁହାଯାଇଥିଲା ଯେ, ଏଚଓଡି ସମୀର ସାହୁଙ୍କ ବ୍ୟବହାର ଠିକ ନଥିଲା, ତାଙ୍କୁ HOD ପଦରୁ ପରିବର୍ତ୍ତନ ପାଇଁ କମିଟି ସୁପାରିସ କରିଥିଲା । ଏକଥା ଗଣମାଧ୍ୟମ ଆଗରେ କହିଛନ୍ତି, କମିଟିର ଜଣେ ସଦସ୍ୟା ମିନତୀ ସିରି । ସେ ଆହୁରି ମଧ୍ୟ କହିଛନ୍ତି, ଯଦି ତାଙ୍କ ସୁପାରିସ ଅନୁସାରେ ପଦକ୍ଷେପ ନିଆଯାଇଥାନ୍ତା, ତାହେଲେ ହୁଏତ ଏଭଳି ଘଟଣା ଘଟିନଥାନ୍ତା । ଏହାର ଅର୍ଥ ହେଉଛି, କମିଟିର ରିପୋର୍ଟକୁ ଚାପି ଦେଇଥିଲେ କଲେଜର ଅଧ୍ୟକ୍ଷ ।

କମିଟି ରିପୋର୍ଟ ସହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ସିସିଟିଭି ଭିଡିଓ। ପେଟ୍ରୋଲ କିଏ ଦେଲା ରେକର୍ଡିଂ କିଏ କରୁଥିଲା ଏନେଇ ଗୁଡାଏ ଖବର ସାମ୍ନାକୁ ଆସିଥିବାବେଳେ ସତ୍ୟତା ଜଣାପଡୁ ନାହିଁ। କିନ୍ତୁ ସୌମ୍ୟାଶ୍ରୀ ଆତ୍ମହତ୍ୟା ଘଟଣାରେ ସିସିଟିଭି ଫୁଟେଜ ଅନେକ କିଛି କଥା କହୁଛି..

୧. ନିଆଁ ଲାଗିବା ଆଗରୁ ବାହାରେ ଜଣେ ୨ଜଣ ମୋବାଇଲରେ ଆଗୁଆ ଭିଡିଓ କଏଦ କରିବା ଆରମ୍ଭ କରୁଛନ୍ତି ଓ ପରେ ତାଙ୍କ ପାଖକୁ ଦୌଡ଼ି ଯାଉଛନ୍ତି । ଅର୍ଥାତ ସେମାନେ ସୌମ୍ୟାଶ୍ରୀ ଜଳିବାର ଜାଣିଥିଲେ ଓ ଦେଖୁଥିଲେ

୨. ୨ ଜଣ ଝିଅ ଯିଏ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ବାହାରେ ବସିଥିଲେ, ସେମାନେ ଆଗୁଆ ସତର୍କ ହୋଇ ଦୂରେଇ ଯାଉଛନ୍ତି ବା ତାଙ୍କୁ କିଏ ଦୂରେଇ ଯିବାକୁ କହୁଛି। ଅର୍ଥାତ ସେମାନେ ବି ଜାଣିଥିଲେ ।

୩. ଆହୁରି କିଛି ଲୋକ ସୌମ୍ୟାଶ୍ରୀଙ୍କୁ ନିଆଁ ଲାଗିବାରେ ସହଯୋଗ କରିଥାଇପାରନ୍ତି।

 

Share