ବର୍ଷକୁ ୨ଥର ସିବିଏସ୍‌ଇ ୧୦ମ ବୋର୍ଡ ପରୀକ୍ଷା

ଭୁବନେଶ୍ୱର,୨୦ା୨ (ସୁଚିସ୍ମିତା ସାହୁ):ଛାତ୍ରୀଛାତ୍ରଙ୍କ ମନରେ ପରୀକ୍ଷା ଚାପ କମାଇବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ବଡ଼ ପଦକ୍ଷେପ ନେବାକୁ ଯାଉଛି। ବର୍ଷକୁ ଦୁଇଟି ପର୍ଯ୍ୟାୟରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ସିବିଏସ୍‌ଇ ପକ୍ଷରୁ ବୁଧବାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ସିବିଏସ୍‌ଇର ଏହି ନୂତନ ବ୍ୟବସ୍ଥା ୨୦୨୬-୨୭ ଶିକ୍ଷାବର୍ଷରୁ ଏକକାଳୀନ ଲାଗୁ କରାଯିବାର ଯୋଜନା ରହିଛି। ଏହାଦ୍ୱାରା ବୋର୍ଡ ପରୀକ୍ଷାରେ ଛାତ୍ରୀଛାତ୍ର ଉତ୍ତମ ପ୍ରଦର୍ଶନ କରିବାକୁ ସୁଯୋଗ ପାଇବେ ଓ ସେମାନଙ୍କ ଦକ୍ଷତାଭିତ୍ତିକ ମୂଲ୍ୟାଙ୍କନ ସମ୍ଭବ ହେବ ବୋଲି କୁହାଯାଇଛି। ଏଥିସହିତ ବିଦେଶରେ ଥିବା ୨୬୦ଟି ସ୍କୁଲ ନିମନ୍ତେ ସିବିଏସ୍‌ଇ ବୈଶ୍ୱିକ ପାଠ୍ୟକ୍ରମ ମଧ୍ୟ ଲାଗୁ କରିବ। ଏହି ନୂତନ ବ୍ୟବସ୍ଥା ଚାପମୁକ୍ତ ଶିକ୍ଷା ପରିବେଶ ସୃଷ୍ଟି ଦିଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଧର୍ମେନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଶିକ୍ଷା ମନ୍ତ୍ରାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ସିବିଏସ୍‌ଇ, ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି), କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭିଏସ୍‌) ଏବଂ ନବୋଦୟ ବିଦ୍ୟାଳୟ ସମିତି (ଏନ୍‌ଭିଏସ୍‌)ର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି କେତେକ ପ୍ରସ୍ତାବିତ ଯୋଜନା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ପ୍ରସ୍ତାବିତ ଯୋଜନା ସମ୍ବନ୍ଧରେ ୨୪ ତାରିଖ ସୋମବାର ଜନମତ ଗ୍ରହଣ କରାଯିବାର କାର୍ଯ୍ୟକ୍ରମ ରହିଛି।
ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ୱାନ୍‌-ଟାଇମ (ବର୍ଷକରେ ଥରେ) ବୋର୍ଡ ପରୀକ୍ଷାକୁ ନେଇ ଛାତ୍ରୀଛାତ୍ର ଅତ୍ୟନ୍ତ ଚାପରେ ରହୁଛନ୍ତି। ଗୋଟିଏ ଥରରେ ସର୍ବାଧିକ ଅଙ୍କ ଲାଭ କରିବା ଜନିତ ପ୍ରବଳ ଚାପରୁ ଛାତ୍ରୀଛାତ୍ରଙ୍କୁ ମୁକ୍ତ କରି ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଆଣିବା ନିମନ୍ତେ ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ବର୍ଷକୁ ଦୁଇଥରରେ କରାଇବାକୁ ନିଷ୍ପତ୍ତି ହୋଇଛି। ଏକାଧିକ ସୁଯୋଗ ଦ୍ୱାରା ଛାତ୍ରୀଛାତ୍ରଙ୍କୁ ଅଧ୍ୟୟନର ଏକ ସୁବିଧାଜନକ ପରିବେଶ ପ୍ରଦାନ କରିବା ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ରହିଛି। ପିଲାମାନେ ଅଧିକ ଅଙ୍କ ଲାଭ କରିବା ଆଶାରେ ବାରମ୍ବାର ପଢ଼ି ପାଠ ମୁଖସ୍ଥ କରିବା ପରିବର୍ତ୍ତେ ବିଷୟଗୁଡିକୁ ବୁଝିବା ପରେ ମନେ ରଖିବେ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରେ ପାରମ୍ପରିକ ସାରାଂଶ ଭିତ୍ତିକ ମୂଲ୍ୟାଙ୍କନ ପରିବର୍ତ୍ତେ ଦକ୍ଷତା ଭିତ୍ତିକ ମୂଲ୍ୟାଙ୍କନକୁ ପ୍ରାଧାନ୍ୟ ପୂର୍ବକ ଗଠନମୂଳକ ଶିକ୍ଷା ଓ ଦକ୍ଷତା ବୃଦ୍ଧି ଉପରେ ଦୃଷ୍ଟିନିବଦ୍ଧ କରାଯାଇଛି। ବିଦ୍ୟାର୍ଥୀମାନେ ବୌଦ୍ଧିକ ବିକାଶର ଲକ୍ଷ୍ୟ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏକାଧିକଥର ପରୀକ୍ଷା ଦେବାର ସୁଯୋଗ ପ୍ରଦାନ ନେଇ ଆମେରିକାରେ ପ୍ରଚଳିତ ଏସ୍‌ଏଟି ବ୍ୟବସ୍ଥା ସହିତ ଏହି ବ୍ୟବସ୍ଥା ପ୍ରାୟ ସମାନ। ପରୀକ୍ଷା ଦେବାର ଏକାଧିକ ସୁଯୋଗ ମିଳିବା ଦ୍ୱାରା ବିଭିନ୍ନ ପୃଷ୍ଠଭୂମିରୁ ଆସିଥିବା ଛାତ୍ରୀଛାତ୍ରଙ୍କୁ ନିଜର ଦକ୍ଷତା ପ୍ରମାଣିତ କରିବାର ଉଚିତ ସୁଯୋଗ ମିଳିପାରିବ। ଏହି ପ୍ରଗତିଶୀଳ ମଲ୍ୟାଙ୍କନ ମଡେଲର ସଫଳ ପ୍ରଣୟନ ନିମନ୍ତେ ସିବିଏସ୍‌ଇ ପକ୍ଷରୁ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri