ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍‌, ଏହା ଏକ ଷଡଯନ୍ତ୍ର ବୋଲି କହିଲେ IAS

ଭୁବନେଶ୍ୱର,୧୮।୨: IAS ବିଷ୍ଣୁପଦ ସେଠୀଙ୍କ ଘରେ ମଙ୍ଗଳବାର ସକାଳୁ ସକାଳୁ ସିବିଆଇ ରେଡ୍‌ ହୋଇଥିବା ସୂଚନା ମିଳିଛି । ସିବିଆଇର ୮ ଜଣିଆ ଟିମ ବିଷ୍ଣୁପଦଙ୍କ ଭୁବନେଶ୍ବରରେ ଥିବା ସରକାରୀ କ୍ବାର୍ଟର୍ସରେ ରେଡ୍‌ କରିଛନ୍ତି। ସକାଳ ୮ଟାରୁ ଦିଲ୍ଲୀର ସିବିଆଇ ଟିମ ବିଷ୍ଣୁପଦ ସେଠୀଙ୍କ ବାସଭବନରେ ରେଡ୍‌ ଜାରି ରଖିଛନ୍ତି।

ବିଷ୍ଣୁପଦ ରେଡ୍‌କୁ ନେଇ ପ୍ରତିକ୍ରିୟାରେ କହିଛନ୍ତି, ମୋ ଘରେ ଜୋରଜବରଦସ୍ତ ରେଡ୍‌ ଚାଲିଛି । ଏହା ଏକ ଷଡଯନ୍ତ୍ର ଭଳି ଲାଗୁଛି । ବ୍ରିଜ ଆଣ୍ଡ ରୁଫ କମ୍ପାନୀ ସହିତ ମୋର କୌଣସି ସମ୍ପର୍କ ନାହିଁ । ମୁଁ ଚାକିରିରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି । ମୋର କିଛି ଦୋଷ ନାହିଁ ।

Share