Posted inଜାତୀୟ

ସିବିଆଇ ମନୀଷ ସିସୋଡିଆଙ୍କୁ ଦେଉଛି ମାନସିକ ନିର୍ଯାତନା: ସଞ୍ଜୟ ସିଂ

ନୂଆଦିଲ୍ଲୀ,୫।୩: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଗିରଫଦାରିକୁ ନେଇ ଭାଜପା ଉପରେ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ପକ୍ଷରୁ ଟାର୍ଗେଟ୍‌ ଜାରି ରହିଛି। ରବିବାର ଏଏପି ଏମ୍‌ପି ସଞ୍ଜୟ ସିଂ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ନିର୍ଯାତନା ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ, ଯେଉଁ ମନୀଷ ସିସୋଡିଆଙ୍କ ଶିକ୍ଷା ମଡେଲ ସାରା ବିଶ୍ୱରେ ଆଲୋଚନା ହେଉଛି, ସିବିଆଇ କାଗଜରେ ତାଙ୍କ ବିରୋଧରେ ଅଭିଯୋଗ ଲେଖାଯାଇ ତାଙ୍କୁ ଜବରଦସ୍ତି ଦସ୍ତଖତ କରିବାକୁ କୁହାଯାଉଛି। ସିବିଆଇ ତାଙ୍କୁ ମାନସିକ ସ୍ତରରେ ଏକପ୍ରକାର ନିର୍ଯାତନା ଦେଉଛି। ମନୀଷ ସିସୋଡିଆ ଏବଂ ତାଙ୍କ ଓକିଲ କୋର୍ଟରେ ଏହା ଦର୍ଶାଇଛନ୍ତି।
ସଞ୍ଜୟ ସିଂ ଆହୁରି କହିଛନ୍ତି, ପ୍ରଥମ ଚାର୍ଜଶିଟରେ କୌଣସି ସ୍ଥାନରେ ମନୀଷ ସିସୋଡିଆଙ୍କ ଉପରେ ଅଭିଯୋଗ ନାହିଁ। ସପ୍ଲିମେଣ୍ଟାରୀ ଚାର୍ଜଶିଟରେ ମନୀଷ ସିସୋଡିଆଙ୍କ ଉପରେ କୌଣସି ଅଭିଯୋଗ ନାହିଁ। ଏହା ଦେଖି ନରେନ୍ଦ୍ର ମୋଦି ଭାବିଥିଲେ ଆମର ଉଦ୍ଦେଶ୍ୟ ବିଫଳ ହୋଇଯିବ, ତା’ପରେ ବିନା କୌଣସି ପ୍ରମାଣ, ବିନା ତଥ୍ୟରେ ମନୀଷ ସିସୋଡିଆଙ୍କୁ ପୋଲିସ ଗିରଫ କରିଛି। ଭାଜପାର ଶୁଆ ସିବିଆଇ ସିସୋଡିଆଙ୍କ ଘର, ଅଫିସ୍‌ ଉପରେ ଚଢାଉ କରି କିଛି ପାଇଲା ନାହିଁ। ଭାଜପା ବିଧାୟକଙ୍କ ଘରେ ୬ କୋଟି ନଗଦ ଟଙ୍କା ମିଳିଥିବା ବେଳେ ସିବିଆଇ ଏହା ଉପରେ କ’ଣ ପଦକ୍ଷେପ ନେଇଛି? ହିମନ୍ତ ବିଶ୍ୱଶର୍ମା, ଶୁଭେନ୍ଦୁ ଅଧିକାରୀ ଏବଂ ନାରାୟଣ ରାଣେଙ୍କ ଭଳି ନେତା ଭାଜପାରେ ଯୋଗଦେବା ପରେ ହରିଶ୍ଚନ୍ଦ୍ର ହୋଇଯାଇଛନ୍ତି।
ଭାଜପା ଉପରେ ପ୍ରଶ୍ନ ଉଠାଇ ସଞ୍ଜୟ କହିଛନ୍ତି, ଗତ ୮ ବର୍ଷ ମଧ୍ୟରେ ଇଡି ୩୦୦୦ ଚଢାଉ କରିଛି। ପ୍ରାୟ ୯୫ ପ୍ରତିଶତ ଚଢାଉ ବିରୋଧୀ ଦଳର ନେତାଙ୍କ ଉପରେ ଥିଲା। ସେଥିରୁ କେବଳ ୦.୫ ପ୍ରତିଶତ ଅଭିଯୋଗ ପ୍ରମାଣିତ ହୋଇଥିଲା। ସମସ୍ତେ ଇଡି-ସିବିଆଇର ଅପବ୍ୟବହାର ଦେଖୁଛନ୍ତି। ଏଥିରୁ ଯେଉଁମାନେ ଭାଜପାରେ ଯୋଗ ଦେଉଛନ୍ତି, ସେମାନଙ୍କ ବିରୋଧରେ ଥିବା ମାମଲା ଉଠାଇ ନିଆଯାଉଛି।
ସୂଚନାଯୋଗ୍ୟ, ଦିଲ୍ଲୀ ଅବକାରୀ ଦୁର୍ନୀତି ଅଭିଯୋଗରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଯୁକ୍ତିବିଦ୍ୟାର ଚମତ୍କାର! ChatGPT ବ୍ୟବହାର କରି ତିଆରି କଲେ କ୍ୟାନ୍ସର ଟିକା, ନୂଆ ଜୀବନ ପାଇଲା କୁକୁର

ନୂଆଦିଲ୍ଲୀ,୧୬ା୩: କୃତ୍ରିମ ବୁଦ୍ଧିମତ୍ତା ଆଉ କେବଳ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସୀମିତ ନୁହେଁ; ଏହା ବର୍ତ୍ତମାନ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ମଧ୍ୟ ନୂତନ ଚମତ୍କାର ପ୍ରଦର୍ଶନ କରୁଛି ।…

ଭାଗବଣ୍ଟା ସମୟରେ ଚଢ଼ାଉ କଲା ବନ ବିଭାଗ, ବାର୍‌ହା ମାଂସ ଜବତ ସହ ଶିକାରୀଙ୍କୁ…

ପାଟଣା,୧୬ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପୋଇପାଣି ବିଟ୍‌ କୁମୁଳାବାହାଳୀ ଗାଁ ନିକଟ ପୋଇପାଣି ଜଙ୍ଗଲରେ ରବିବାର ରାତିରେ ବନ ବିଭାଗ ଚଢାଉ କରି ବାର୍‌ହା…

ମତଦାନ ପରେ ଏମିତି କହିଲେ ଦାଶରଥି, ମୋ ଘର ପାହାଡ଼ ଉପରେ…

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନ ପାଇଁ ସେମବାର ମତଦାନ ଚାଲିଛି। ଏହାରି ମଧ୍ୟରେ କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ ଭୋଟ ଦେଇଛନ୍ତି। ଏହି ସମୟରେ ସେ କହିଛନ୍ତି,…

ବିଶ୍ୱକପ୍‌ ବିଜୟର ସପ୍ତାହ ପରେ ୧୨ କୋଟିର ଫେରାରି କାର କିଣିଲେ ହାର୍ଦ୍ଦିକ

ମୁମ୍ୱାଇ,୧୬ା୩: ଟି୨୦ ବିଶ୍ୱକପ୍‌ ଜିତିବାର ଏକ ସପ୍ତାହ ପରେ ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ୍‌ ପାଣ୍ଡ୍ୟା ଏକ ନୂଆ ଫେରାରି ୧୨ ସିଲିଣ୍ଡ୍ରି କାର୍‌ କିଣିଛନ୍ତି। ଏହି ସୁପର…

ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଧର୍ମଶାଳା,୧୬ା୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଉଟ୍‌ସୋର୍ସିଂ କର୍ମଚାରୀମାନେ ଅଢ଼େଇ ଘଣ୍ଟା କାର୍ଯ୍ୟବନ୍ଦ କରି ଆନ୍ଦୋଳନରେ ବସିଛନ୍ତି। ସେମାନଙ୍କ ବିଭିନ୍ନ ସମସ୍ୟା ରହିଥିବା…

CPET ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି,  ଆବେଦନର ସମୟ ସୀମା…

ଭୁବନେଶ୍ବର,୧୬ା୩: Common PG Entrance Test (CPET) ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଆବେଦନର ସମୟସୀମାକୁ ବୃଦ୍ଧି କରାଯାଇଛି ।…

ଉପାସନାଙ୍କ ଭୋଟ୍‌ ନେଇ ରାଗିଗଲେ ନବୀନ, ଅଭିଯୋଗ ଆଣି କହିଲେ…

ଭୁବନେଶ୍ୱର,୧୬ା୩: ସୋମବାର ରାଜ୍ୟ ସଭା ଆସନ ଲାଗି ମତଦାନ ଚାଲିଛି। ଏହି ସମୟରେ ବିଧାୟିକା ଉପାସନା ମହାପାତ୍ରଙ୍କ ଭୋଟ୍‌କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଅଧିକ ଚା’ ପିଉଛନ୍ତି କି, ହୋଇପାରେ…

ଚା’ ଓ କଫି ଅମ୍ଳୀୟ। ତେଣୁ ଖାଲି ପେଟରେ ଏହାକୁ ପିଇଲେ ଅମ୍ଳ ବୃଦ୍ଧି ପାଇଥାଏ। ସକାଳେ ପାକସ୍ଥଳୀ ଭିତରେ କୌଣସି ଖାଦ୍ୟ ନ ଥାଏ। ବିଶେଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri