୧.୧୪ ଟ୍ରିଲିୟନରୁ ଅଧିକ ଟଙ୍କା ଫେରସ୍ତ କରିଛି ସିବିଡିଟି

ନୂଆଦିଲ୍ଲୀ,୪।୯: ଚଳିତ ଆର୍ଥିକ ବର୍ଷର ପ୍ରଥମ ୫ମାସ (୧ଏପ୍ରିଲରୁ ଅଗଷ୍ଟ ୩୧) ମଧ୍ୟରେ ୧.୧୪ ଟ୍ରିଲିୟନରୁ ଅଧିକ ଟଙ୍କା ୧୯.୭ ମିଲିୟନରୁ ଅଧିକ ଟିକସଦାତାଙ୍କୁ ଫେରସ୍ତ କରାଯାଇଥିବା ଶନିବାର ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ପକ୍ଷରୁ କୁହାଯାଇଛି। ସେହିଭଳି ୧୯,୬୦୦,୯୯୮ ମାମଲାରେ ୬୧,୨୫୨ କୋଟି ଟଙ୍କାର ଆୟକର ଫେରସ୍ତ ଏବଂ ୧,୪୬,୮୭୧ ମାମଲାରେ ୫୩,୧୫୮ କୋଟି ଟଙ୍କାର କର୍ପୋରେଟ୍‌ ଟ୍ୟାକ୍ସ ରିଫଣ୍ଡ ଜାରି କରାଯାଇଥିବା ଜଣାପଡିଛି। ଏପରିକି ସିବିଡିଟିର ସୂଚନା ଅନୁଯାୟୀ ୨୦୨୨ ଏପ୍ରିଲ ୧ ରୁ ଅଗଷ୍ଟ ୩୧ ମଧ୍ୟରେ ୧.୯୭ କୋଟିରୁ ଅଧିକ ଟିକସଦାତାଙ୍କୁ ୧.୧୪ ଲକ୍ଷ କୋଟିରୁ ଅଧିକ ଟଙ୍କା ରିଫଣ୍ଡ ପ୍ରଦାନ କରାଯାଇଛି। ସେହିଭଳି ୧୯,୬୦୦,୯୯୮ ମାମଲାରେ ୬୧,୨୫୨ କୋଟି ଟଙ୍କା ଆୟକର ଫେରସ୍ତ ଏବଂ ୧୪୬,୮୭୧ ମାମଲାରେ ୫୩,୧୫୮ କୋଟି ଟଙ୍କା କର୍ପୋରେଟ ଟ୍ୟାକ୍ସ ଫେରସ୍ତ ପ୍ରଦାନ କରାଯାଇଛି ବୋଲି ସିବିଡିଟି କହିଛି।

ଅପରପକ୍ଷରେ ଆୟକର ବିଭାଗ କହିଛି, ୨୦୨୧-୨୨ରେ ସମାନ ଅବଧି ମଧ୍ୟରେ କର୍ପୋରେଟ ସଂସ୍ଥାଙ୍କଠାରୁ ଟିକସ ସଂଗ୍ରହ ୩୪% ବୃଦ୍ଧି ପାଇଛି। ଯାହା ସୂଚାଇ ଦେଇଛି ଯେ ସ୍ବଳ୍ପ ହାରରେ ସରଳୀକୃତ ଟିକସ ବ୍ୟବସ୍ଥା ଯୋଗୁ ପରିସ୍ଥିତିର ସୁଧାର ଆସିଛି। ଏପ୍ରିଲ୍‌ରୁ ଜୁଲାଇ ମାସ ମଧ୍ୟରେ କର୍ପୋରେଟ୍‌ ଟିକସ ସଂଗ୍ରହ ୭.୨୩ ଟ୍ରିଲିୟନ ଟଙ୍କାରେ ପହଞ୍ଚିଛି, ଯାହା ୨୦୨୦-୨୧ ଆର୍ଥିକ ଟିକସ ସଂଗ୍ରହ ତୁଳନାରେ ୫୮% ରୁ ଅଧିକ ଅଭିବୃଦ୍ଧି ପଞ୍ଜୀକୃତ ହୋଇଛି ବୋଲି ବିଭାଗ ମତବ୍ୟକ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟେଲିକମ୍‌ କମ୍ପାନୀଙ୍କ ସମସ୍ୟା ସମାଧାନ ଲାଗି ସିଓଏସ୍‌ ଦେବ ପ୍ରସ୍ତାବ

ନୂଆଦିଲ୍ଲୀ,୩୦-୧୦: ଦେଶର ଟେଲିକମ୍‌ ଶିଳ୍ପ ବର୍ତ୍ତମାନ ଆର୍ଥତ୍କ ସମସ୍ୟା ସାମ୍ନା କରୁଥିବା ବେଳେ ଏହାର ସମାଧାନ ଲାଗି କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସେକ୍ରେଟେରୀ କମିଟି(...

କ୍ୟାରେଟ୍‌ଲେନ୍‌ର ନୂତନ କଲେକ୍ସନ ‘ମୋଗ୍ରା’ ଉନ୍ମୋଚିତ

ଭୁବନେଶ୍ୱର,୩୦।୯:ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ କ୍ୟାରେଟ୍‌ଲେନ୍‌ ପକ୍ଷରୁ ଗୁରୁବାର ବ୍ରାଣ୍ଡର ନୂଆ କଲେକ୍ସନ ‘ମୋଗ୍ରା’ର ଉନ୍ମୋଚନ କରାଯାଇଛି। ‘ମୋଗ୍ରା’କୁ ହୀରା ଏବଂ ପ୍ରଥମ ଥର ପାଇଁ...

ଭାରତର ଅର୍ଥନୈତିକ ଢାଞ୍ଚା ସୁଦୃଢ: ସିଇଏ

ନୂଆଦିଲ୍ଲୀ,୧୭-୧୦: ଦେଶର ଅର୍ଥ ବ୍ୟବସ୍ଥାର ମୌଳିକ ଢାଞ୍ଚା ବହୁତ ସୁଦୃଢ। ଶିଳ୍ପ ଏ ନେଇ ବେଶି ଚିନ୍ତିତ ନ ହୋଇ ନିବେଶ ଦିଗରେ ମନୋନିବେଶ କରିବା...

ପର୍ଯ୍ୟାୟ ଭିତ୍ତିରେ ଉଠିପାରେ କଟକଣା

ନୂଆଦିଲ୍ଲୀ,୧୩।୪: ଅର୍ଥ ମନ୍ତ୍ରଣାଳୟର ଜଣେ ଅଧିକାରୀଙ୍କ ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଦେଶବାସୀଙ୍କୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି। ଦେଶରେ ଅର୍ଥନୈତିକ...

ନୀରବ ମୋଦିଙ୍କ ହାଜତ ମିଆଦ ବଢ଼ିଲା

ଲଣ୍ଡନ,୧୨।୬ – ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ୧୩ ହଜାର କୋଟି ଟଙ୍କାର ଋଣ ଠକେଇ ମାମଲାରେ ପଳାତଳ ଘୋଷିତ ବ୍ୟବସାୟୀ ନୀରବ ମୋଦିଙ୍କ ନାମରେ ବର୍ତ୍ତମାନ...

ଗୋଟିଏ ଦିନରେ ଦାଖଲ ହେଲା ୧୫.୪୯ ଲକ୍ଷ ଆଇଟିଆର୍‌

ନୂଆଦିଲ୍ଲୀ,୨୯ା୧୨: ୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ ସୋମବାର ସୁଦ୍ଧା ୪ କୋଟି ୬୭ ଲକ୍ଷ ୪୫ ହଜାର ୨୪୯ଟି ଆୟକର ରିଟର୍ନ (ଆଇଟିଆର୍‌) ଦାଖଲ ହୋଇଛି।...

ୟୁବିଓଆଇ ପକ୍ଷରୁ ଦେଶ ବିଭାଜନ ସ୍ମରଣ ଦିବସ

ଭୁବନେଶ୍ୱର,୧୮।୮: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି। ଏହି ମହୋତ୍ସବ ଅବସରରେ କେନ୍ଦ୍ର ସରକାରଙ୍କ...

ଧନତେରସରେ ବିକ୍ରି ୪୦% କମିଲା

ନୂଆଦିଲ୍ଲୀ,ଭୁବନେଶ୍ୱର (ବ୍ୟୁରୋ)୨୬-୧୦: ଚଳିତ ବର୍ଷ ଧନତେରସ ଶୁକ୍ରବାର ପଡିଥିବା ବେଳେ ସୁନା ଏବଂ ରୁପା ଗହଣା ବିକ୍ରି ପ୍ରଭାବିତ ହୋଇଛି। ଧନତେରସରେ ସୁନା କିଣିଲେ ଶୁଭ...

Advertisement
Archives

Model This Week