୧.୧୪ ଟ୍ରିଲିୟନରୁ ଅଧିକ ଟଙ୍କା ଫେରସ୍ତ କରିଛି ସିବିଡିଟି

ନୂଆଦିଲ୍ଲୀ,୪।୯: ଚଳିତ ଆର୍ଥିକ ବର୍ଷର ପ୍ରଥମ ୫ମାସ (୧ଏପ୍ରିଲରୁ ଅଗଷ୍ଟ ୩୧) ମଧ୍ୟରେ ୧.୧୪ ଟ୍ରିଲିୟନରୁ ଅଧିକ ଟଙ୍କା ୧୯.୭ ମିଲିୟନରୁ ଅଧିକ ଟିକସଦାତାଙ୍କୁ ଫେରସ୍ତ କରାଯାଇଥିବା ଶନିବାର ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ପକ୍ଷରୁ କୁହାଯାଇଛି। ସେହିଭଳି ୧୯,୬୦୦,୯୯୮ ମାମଲାରେ ୬୧,୨୫୨ କୋଟି ଟଙ୍କାର ଆୟକର ଫେରସ୍ତ ଏବଂ ୧,୪୬,୮୭୧ ମାମଲାରେ ୫୩,୧୫୮ କୋଟି ଟଙ୍କାର କର୍ପୋରେଟ୍‌ ଟ୍ୟାକ୍ସ ରିଫଣ୍ଡ ଜାରି କରାଯାଇଥିବା ଜଣାପଡିଛି। ଏପରିକି ସିବିଡିଟିର ସୂଚନା ଅନୁଯାୟୀ ୨୦୨୨ ଏପ୍ରିଲ ୧ ରୁ ଅଗଷ୍ଟ ୩୧ ମଧ୍ୟରେ ୧.୯୭ କୋଟିରୁ ଅଧିକ ଟିକସଦାତାଙ୍କୁ ୧.୧୪ ଲକ୍ଷ କୋଟିରୁ ଅଧିକ ଟଙ୍କା ରିଫଣ୍ଡ ପ୍ରଦାନ କରାଯାଇଛି। ସେହିଭଳି ୧୯,୬୦୦,୯୯୮ ମାମଲାରେ ୬୧,୨୫୨ କୋଟି ଟଙ୍କା ଆୟକର ଫେରସ୍ତ ଏବଂ ୧୪୬,୮୭୧ ମାମଲାରେ ୫୩,୧୫୮ କୋଟି ଟଙ୍କା କର୍ପୋରେଟ ଟ୍ୟାକ୍ସ ଫେରସ୍ତ ପ୍ରଦାନ କରାଯାଇଛି ବୋଲି ସିବିଡିଟି କହିଛି।

ଅପରପକ୍ଷରେ ଆୟକର ବିଭାଗ କହିଛି, ୨୦୨୧-୨୨ରେ ସମାନ ଅବଧି ମଧ୍ୟରେ କର୍ପୋରେଟ ସଂସ୍ଥାଙ୍କଠାରୁ ଟିକସ ସଂଗ୍ରହ ୩୪% ବୃଦ୍ଧି ପାଇଛି। ଯାହା ସୂଚାଇ ଦେଇଛି ଯେ ସ୍ବଳ୍ପ ହାରରେ ସରଳୀକୃତ ଟିକସ ବ୍ୟବସ୍ଥା ଯୋଗୁ ପରିସ୍ଥିତିର ସୁଧାର ଆସିଛି। ଏପ୍ରିଲ୍‌ରୁ ଜୁଲାଇ ମାସ ମଧ୍ୟରେ କର୍ପୋରେଟ୍‌ ଟିକସ ସଂଗ୍ରହ ୭.୨୩ ଟ୍ରିଲିୟନ ଟଙ୍କାରେ ପହଞ୍ଚିଛି, ଯାହା ୨୦୨୦-୨୧ ଆର୍ଥିକ ଟିକସ ସଂଗ୍ରହ ତୁଳନାରେ ୫୮% ରୁ ଅଧିକ ଅଭିବୃଦ୍ଧି ପଞ୍ଜୀକୃତ ହୋଇଛି ବୋଲି ବିଭାଗ ମତବ୍ୟକ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri