ଦିଗପହଣ୍ଡି,୨୭।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡପଡା ଗ୍ରାମର ଅରୁଣ ମହାପାତ୍ର ଓ ନବୀନ ମହାପାତ୍ର ଦୁଇ ଭାଇଙ୍କ ଗୁହାଳ ଜଳିଯାଇଛି। ସୋମବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଗୁହାଳରେ ବନ୍ଧା ହୋଇଥିବା ଦୁଇଟି ଗାଈ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ନିକଟରେ ଥିବା ଗୋଟିଏ ବାଇକ ଏବଂ ଦୁଇଟି ସାଇକେଲ ସମ୍ପୂର୍ଣ୍ଣ ଜଳି ଯାଇଛି। ପୂର୍ବ ଶତ୍ରୁତା କାରଣରୁ କୌଣସି ଦୁର୍ବୃତ୍ତ ଗୁହାଳରେ ନିଆଁ ଲଗାଇଥିବା ଗାଁରେ ଚର୍ଚ୍ଚା ଚାଲିଥିବା ବେଳେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଆଲୋଚନା ହେଉଛି। ଖବରପାଇ ହିଞ୍ଜିଳି ଥାନା ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିବା ଜଣାପଡ଼ିଛି।
Dharitri – Odisha’s No.1 Odia Daily

