୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଉପ-ଜିଲାପାଳଙ୍କୁ ମାଡି ବସିଲା ଭିଜିଲାନ୍ସ
ଭବାନିପାଟଣା, ୮ା୬(ଉତ୍ତମ ଦାଶ): କଳାହାଣ୍ଡି ଜିଲାର ଧର୍ମଗଡ ଉପ-ଜିଲାପାଳ ଧୀମାନ ଚକ୍ମା, ଆଇଏଏସ (୨୦୨୧ ବ୍ୟାଚ), ଜଣେ ସ୍ଥାନୀୟ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିଛି। ଅଭିଯୁକ୍ତ ଉପ-ଜିଲାପାଳ ମୋଟ…
IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଜିତିଲେ ଜାତିସଂଘ ସାସାକାୱା ପୁରସ୍କାର
ନୂଆଦିଲ୍ଲୀ,୮ା୬: ଦେଶ ପାଇଁ ଗର୍ବର ବିଷୟ ଯେ, ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ୨୦୨୫ ମସିହାରେ ଜାତିସଂଘ ସାସାକାୱା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ୨୦୨୫ ପୁରସ୍କାରର ବିଷୟବସ୍ତୁ—“ବିଜ୍ଞାନକୁ ଜନସାଧାରଣ ସହ ସଂଯୋଗ କରିବା: ଦୁର୍ବିପାକ-ସହଣଶୀଳ…
ଭୁବନେଶ୍ୱରରେ ୩୦ ଜିଲା ପାଇଁ ପୃଥକ ଅତିଥି ଭବନ ନିର୍ମାଣ କରିବେ ସରକାର, ଉପକୃତ ହେବେ ଲୋକେ
ଭୁବନେଶ୍ୱର, ୮ା୬: ଓଡ଼ିଶା ରାଜଧାନୀକୁ ବିଭିନ୍ନ ଉଦ୍ଦେଶ୍ୟରେ ଆସୁଥିବା ଲୋକଙ୍କ ପାଇଁ ସୁଲଭ ବାସସ୍ଥାନ ଯୋଗାଇବା ନିମନ୍ତେ ରାଜ୍ୟ ସରକାର ଭୁବନେଶ୍ୱରରେ ୩୦ଟି ଅତିଥି ଭବନ ନିର୍ମାଣ କରିବ। ରବିବାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହା ପ୍ରକାଶ କରିଛନ୍ତି। ରାଜ୍ୟ…
କାଜୁ ବଗିଚାରେ ମହିଳାଙ୍କୁ କଚାଡ଼ି ମାରିଲା ହାତୀ
ଦେବଗଡ଼,୮ା୬(ଶଶାଙ୍କ ଶେଖର ଝାଙ୍କର): ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ଜୀବନ ଯାଇଛି। ଦେବଗଡ଼ ବନଖଣ୍ଡ ରିଆମାଳ ବନାଞ୍ଚଳ ଆଉଁଳିରେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା କୈଳାସ ପ୍ରଧାନଙ୍କ ସ୍ତ୍ରୀ କଳାବତୀ ପ୍ରଧାନ ବୋଲି ଜଣାପଡ଼ିଛି। କାଜୁ ବଗିଚାରେ ମହିଳାଙ୍କୁ କଚାଡ଼ି…
ଶ୍ରୀମନ୍ଦିର ଭୋଗ ମଣ୍ଡପରେ ଅଘଟଣ: ଗରମ ଡାଲି ପଡ଼ି ୭ ଭକ୍ତ ଆହତ
ପୁରୀ,୮।୬: ପୁରୀ ଶ୍ରୀମନ୍ଦିର ଭୋଗ ମଣ୍ଡପରେ ରବିବାର ଏକ ଅଘଟଣ ଘଟିଛି। ଗରମ ଡାଲି ପଡ଼ି ୭ଜଣ ଭକ୍ତ ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ହୋଇଥିବା ସମସ୍ତ ଭକ୍ତ ନୟାଗଡ଼ ଅଞ୍ଚଳର ବୋଲି ସୂଚନା ମିଳିଛି। ମିଳିଥିବା…
ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବ ଘାଟିଶୁଳା, ଚକରା ଘାଟି
ଭଞ୍ଜନଗର,୮ା୬(ବାବୁଲା ପ୍ରଧାନ): ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଘୁମୁସର ଇତିହାସର ମୂକସାକ୍ଷୀ ଚକରା ଘାଟି ଏବଂ ଘାଟିଶୁଳାର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି। ଆଗକୁ ରଣଘଣ୍ଟାର ମଧ୍ୟ ବିକାଶ ହେବ। ତେଣୁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିମନ୍ତ୍ରଣ ରକ୍ଷା…
ଭୁବନେଶ୍ୱରରେ ନିର୍ମାଣ ହେବ ୧୦,୦୦୦ ଆସନ କ୍ଷମତା ବିଶିଷ୍ଟ ଓଡ଼ିଶା ମଣ୍ଡପ, ସରକାରଙ୍କ ନୂଆ ଯୋଜନା
ଭୁବନେଶ୍ୱର,୮ା୬: ରାଜ୍ୟର ଭିତ୍ତିଭୂମିକୁ ଆଧୁନିକୀକରଣ ଦିଗରେ ଏକ ବଡ଼ ପଦକ୍ଷେପ ନେଇ ଓଡ଼ିଶା ସରକାର ଆଧୁନିକ ସ୍ଥାପତ୍ୟ ଢାଞ୍ଚାରେ ଲୋକସେବା ଭବନ ଓ ଓଡ଼ିଶା ବିଧାନସଭା ପାଇଁ ନୂତନ ଭବନ ନିର୍ମାଣର ମହତ୍ୱାକାଂକ୍ଷୀ ଯୋଜନା ଘୋଷଣା କରିଛନ୍ତି। ଏଥିସହିତ ବିଦ୍ୟମାନ ପ୍ରଶାସନିକ…
ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରି ପୋଡ଼ିଦେଲେ ଦୁର୍ବୃତ୍ତ, ରକ୍ତ ଛିଟା ଦେଖି…
ପାରଳାଖେମୁଣ୍ଡି,୮ା୬(ଗିରିଧାରୀ ପରିଚ୍ଛା): ଗୁଣି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରି ପୋଡ଼ି ଦେଇଛନ୍ତି ଦୁର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ମୋହନା ଥାନା କୁଇହୁରୁ ଗାଁରେ। ମୃତକ ଜଣକ ହେଲେ ୬୦ ବର୍ଷୀୟ କାମ୍ବି ମଳିକ। ଗତ ମଙ୍ଗଳବାର…
ଅକ୍ଷୁର୍ଣ୍ଣ ରହିବ ଭୁବନେଶ୍ୱରର ସୁନ୍ଦରତା: ମାଟିତଳେ ଚାଲିବ ଭୁବନେଶ୍ୱର ମେଟ୍ରୋ
ଭୁବନେଶ୍ୱର,୮ା୬: ଭୁବନେଶ୍ୱରରେ ବହୁ ପ୍ରତୀକ୍ଷିତ ମେଟ୍ରୋ ରେଳ ପ୍ରକଳ୍ପ ସମ୍ପର୍କରେ ଏକ ବଡ ନିଷ୍ପତ୍ତି ହୋଇଛି। ଓଡ଼ିଶା ସରକାର ସ୍ପଷ୍ଟ କରିଛନ୍ତି ଯେ ରାଜଧାନୀ ସହରରେ ଇଲେଭେଟେଡ ମେଟ୍ରୋ ରେଳ ବ୍ୟବସ୍ଥା ନୁହେଁ, ବରଂ ପ୍ରଶାସନ ବର୍ତ୍ତମାନ ଏକ ମାଟିତଳେ ମେଟ୍ରୋ…
ଭୂତକୋଠି ପାଲଟିଛି ବୃନ୍ଦାବନ ପ୍ୟାଲେସ୍, ତଦାରଖ କଲେ ବିଧାୟକ
ପାରଳାଖେମୁଣ୍ଡି,୮ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ରହିଛି ଏକ ପର୍ଯ୍ୟଟନସ୍ଥଳୀ ବିଏନ୍ ପ୍ୟାଲେସ ବା ବୃନ୍ଦାବନ ପ୍ୟାଲେସ। କିନ୍ତୁ ଯେଉଁଭଳି ଭାବେ ଏହି ପ୍ୟାଲେସକୁ ବାରମ୍ବାର ଅବହେଳା କରାଯାଉଛି, ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି। ରକ୍ଷଣାବେକ୍ଷଣ ଅଭାବରୁ ବୃନ୍ଦାବନ…
ପାଇଖାନା ଟାଙ୍କିରେ କାମ କରୁଥିବା ବେଳେ ଅଘଟଣ: ଶ୍ବାସରୁଦ୍ଧା ହୋଇ ୩ ଜୀବନ ଗଲା
ଖଇରା,୮।୬(ଉତ୍କଲବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ବ୍ଲକ ଝିଙ୍କିରିଆ ପଞ୍ଚାୟତ ଅଧୀନ ଗଗନଧୂଳି ଗ୍ରାମରେ ରବିବାର ପାଇଖାନା ଟାଙ୍କିରେ କାମ କରୁଥିବା ବେଳେ ଅଭାବନୀୟ ଘଟଣା ଘଟଛି । ଶ୍ବାସରୁଦ୍ଧ ହୋଇ ୩ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି । ମୃତକମାନେ…
Video: ‘ରାତିର ସାଥୀ’, ନବବିବାହିତ ମହୁଆ ମୌଇତ୍ରା-ପିନାକୀ ମିଶ୍ରଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ୍
ନୂଆଦିଲ୍ଲୀ,୮ା୬: ତୃଣମୂଳ କଂଗ୍ରେସର ଏମପି ମହୁଆ ମୌଇତ୍ରା ଓ ବିଜୁ ଜନତା ଦଳ (ବିଜେଡି) ନେତା ପିନାକୀ ମିଶ୍ରଙ୍କର ୧୯୬୭ ମସିହାର ବଲିଉଡ କ୍ଲାସିକ୍ ରୋମାଣ୍ଟିକ ଗୀତ “ରାତ କେ ହମସଫର”ରେ ନାଚୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି,…
Archives


