ବଦଳିଲା ଛାତ୍ରୀଛାତ୍ରଙ୍କ ଆଇଡି କାର୍ଡ ରଙ୍ଗ, ଲୋଗୋ ବି ପରିବର୍ତ୍ତନ
ଭୁବନେଶ୍ୱର,୨୮ା୭: ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଆଇଡି କାର୍ଡ ରଙ୍ଗ ବଦଳିଛି। ୨୦୨୫-୨୬ ଶିକ୍ଷାବର୍ଷରୁ ନୂଆ ଆଇଡି କାର୍ଡ ପକାଇବେ ଛାତ୍ରୀଛାତ୍ର। ଏହି ଆଇଡି କାର୍ଡ ସବୁଜ ରଙ୍ଗରୁ ଗେରୁଆ ରଙ୍ଗକୁ ପରିବର୍ତ୍ତନ କରାଯାଇଛି। ସେହିପରି ହାଉସ ୟୁନିଫର୍ମ ଏବଂ ଟୋପିର ଲୋଗୋ…
କୋରାପୁଟ ଜିଲାପାଳ ଭାବେ ଦାୟିତ୍ୱ ନେଲେ ମନୋଜ ସତ୍ୟବାନ ମହାଜନ, କହିଲେ ବିକାଶମୂଳକ କାର୍ଯ୍ୟ…
କୋରାପୁଟ,୨୮ା୭(ଅମିତାଭ ବେହେରା): ମନୋଜ ସତ୍ୟବାନ ମହାଜନ ସୋମବାର କୋରାପୁଟ ଜିଲାର ନୂଆ ଜିଲାପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଥି ପୂର୍ବରୁ ସେ ସୁନ୍ଦରଗଡ଼ ଜିଲାର ଜିଲାପାଳ ଭାବେ କାର୍ଯ୍ୟ କରୁଥିଲେ। ଏଠାରେ ଯୋଗ ଦେବା ପରେ ଜିଲାରେ ଚାଲିଥିବା ସମସ୍ତ…
କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତ୍କ୍ଷେପଣ
ଭୁବନେଶ୍ୱର,୨୮ା୭: ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତ୍କ୍ଷେପଣ କରାଯାଇଛି। ସୋମବାର ସକାଳ ୯.୪୫ରେ ଅବଦୁଲ କଲାମ ଆଇଲାଣ୍ଡରୁ ଉତ୍କ୍ଷେପଣ କରାଯାଇଛି। DRDO ଦ୍ୱାରା ବିକଶିତ ଏହି କ୍ଷେପଣାସ୍ତ୍ରର ୧୫୦ରୁ ୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରହିଛି। ଅତ୍ୟାଧୁନିକ ନାଭିଗେସନ…
ଉଚ୍ଚଶିକ୍ଷା ବିଭାଗର ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଅଶ୍ଲୀଳ ଭିଡିଓ ଭାଇରାଲ୍
ଭୁବନେଶ୍ବର,୨୮।୭: ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ଫଳରେ ୪ ତାରିଖରୁ ଅଶ୍ଲୀଳ ଓ ବେଟିଙ୍ଗ ଭିଡ଼ିଓ ସବୁ ଅପଲୋଡ଼ ହୋଇଛି। ତେବେ କିଏ ହ୍ୟାକର ତାହା ଏବେ ଯାଏଁ ସ୍ପଷ୍ଟ ହୋଇନି। ସେନେଇ ତଦନ୍ତ ଚାଲିଛି।
ଆଜି ମହାପ୍ରଭୁଙ୍କ ୪ ଘଣ୍ଟା ଦର୍ଶନ ବନ୍ଦ
ପୁରୀ,୨୮ା୭(ଅଜିତ୍ କୁମାର ମହାନ୍ତି):ଶ୍ରାବଣ ଶୁକ୍ଳପକ୍ଷ ଚତୁର୍ଥୀ ସୋମବାର ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି ନୀତି ସମ୍ପନ୍ନ କରିବେ। ମହାପ୍ରଭୁଙ୍କ ବିଭିନ୍ନ ଗୁପ୍ତନୀତି ମଧ୍ୟରେ ଏହି ନୀତି ଅନ୍ୟତମ। ଶ୍ରୀମନ୍ଦିରରେ ମଧ୍ୟାହ୍ନ…
ଆଜି ୧୫ ଜିଲାରେ ପ୍ରବଳ ବର୍ଷିବ: ଏହି ଦିନଠାରୁ କମିବ
ଭୁବନେଶ୍ୱର,୨୮ା୭(ଅନୁରାଧା ମହାରଣା):ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମବଙ୍ଗ ଉପକୂଳ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ବାଂଲାଦେଶର ସଂଲଗ୍ନ ଅଞ୍ଚଳ ଉପରେ କେନ୍ଦ୍ରୀଭୂତ ହୋଇ ଅବପାତର ରୂପ ନେଇଛି। ଏହି ଅବପାତ…
‘କରିଥିବା କର୍ମର ଫଳ ଭୋଗୁଛନ୍ତି’ ଅମରେଶଙ୍କୁ ନେଇ ଏତେ ବଡ଼ କଥା କହିଦେଲେ ଅର୍ଚ୍ଚନା
ଭୁବନେଶ୍ୱର,୨୭।୭: ବଳାତ୍କାର ମାମଲାରେ ଜେଲ ଯିବା ବେଳେ ଅମରେଶ ଜେନା ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋତେ ଅର୍ଚ୍ଚନା ନାଗ ଫସାଇ ଦେଇଛନ୍ତି । ଅର୍ଚ୍ଚନା ନାଗଙ୍କୁ ପଚାରିଲେ ସେ ସବୁ କହିପାରିବେ। ୧୦୦% ଅର୍ଚ୍ଚନା ନାଗ ମୋତେ ଫସାଇ…
ଜେଲ ଯିବାବେଳେ ଅମରେଶ ଜେନାଙ୍କ ଚାଞ୍ଚଲ୍ୟକାର ବୟାନ, କହିଲେ ଅର୍ଚ୍ଚନା ନାଗ ମୋତେ…
ଭୁବନେଶ୍ୱର,୨୭।୭: ବଳାତ୍କାର ମାମଲାରେ ଗିରଫ ହେବା ପରେ ଏବେ ଜେଲ ଗଲେ ଅମରେଶ ଜେନା। ଜେଲ ଯିବା ବେଳେ ଅମରେଶ ଜେନା ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋତେ ଅର୍ଚ୍ଚନା ନାଗ ଫସାଇ ଦେଇଛନ୍ତି । ଅର୍ଚ୍ଚନା ନାଗଙ୍କୁ ପଚାରିଲେ…
ଶୌଚ ହେବାକୁ ଯାଇଥିବା ବେଳେ ଯୁବତୀଙ୍କୁ ବଳାତ୍କାର: ପୀଡ଼ିତାଙ୍କ ବାପା କହିଲେ…
କୋରାପୁଟ,୨୭।୭(ଅମିତାଭ ବେହେରା): କୋରାପୁଟ ସଦର ଥାନା ଅନ୍ତର୍ଗତ ପୋଡ଼ାଗଡ ପଞ୍ଚାୟତ ଖଡାମାଳିଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଶୌଚ ହେବାକୁ ଯାଇଥିବା ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ମା’ ବାପା। ମିଳିଥିବା ସୂଚନା ମୂତାବକ,…
ଜଳିଗଲା ୮ ବଖରା: ନଗଦ ଟଙ୍କା ସହ ସବୁ ଆସବାବପତ୍ର ପୋଡ଼ି ପାଉଁଶ
ଖଲ୍ଲିକୋଟ,୨୭ା୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁର ପଞ୍ଚାୟତର ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ରବିବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୮ ବଖରା ଘର ନଷ୍ଟ ହେବା ସହ ଲକ୍ଷାଧିକ ଟଙ୍କା ଏବଂ ଆସବାବପତ୍ର ପୋଡ଼ି…
ଘରେ ଏହି ସବୁ ଜିନିଷ ଥିଲେ କଟିବ ରାଶନ କାର୍ଡ, ସରକାରଙ୍କ ଗାଇଡଲାଇନ, ଚେକ୍ କରିନିଅନ୍ତୁ…
ଭୁବନେଶ୍ୱର/ନୂଆଦିଲ୍ଲୀ,୨୭।୭: ଆଜି ମଧ୍ୟ, ଆମ ଦେଶରେ ଏପରି ଅନେକ ଲାଭଦାୟକ ଏବଂ କଲ୍ୟାଣକାରୀ ଯୋଜନା ଚାଲିଛି ଯାହା ମାଧ୍ୟମରେ ଗରିବ ଏବଂ ଗରିବ ବର୍ଗକୁ ଲାଭ ଯୋଗାଇ ଦିଆଯାଏ। କେନ୍ଦ୍ର ସରକାର ଅନେକ ଯୋଜନାରେ ଆର୍ଥିକ ସୁବିଧା ପ୍ରଦାନ କରନ୍ତି। ଯେତେବେଳେ,…
ମାଡ଼ିଲା ବନ୍ୟାଜଳ: ଆରଡ଼ି-ଯାଜପୁର ଯୋଗାଯୋଗ ବିଚ୍ଛିନ୍ନ
ଧୂଷୁରୀ,୨୭ା୭(ଦୀପ୍ତିରଞ୍ଜନ ନାୟକ): ବୈତରଣୀରେ ବଡ଼ ବନ୍ୟା ଆସିଛି। ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଓଳଗ, ସୁନ୍ଦରପୁର, ନାନ୍ଦପୁର ଓ ଆରଡ଼ି ଆଦି ୪ ପଞ୍ଚାୟତର ୨୩ଟି ଗାଁ ବନ୍ୟା ଦ୍ବାରା ପ୍ରଭାବିତ ହେବାର ଆଶଙ୍କା ଉପୁଜିଛି। ବୋଡ଼କ ନିକଟରେ ୨୦ ନଂ…
Archives


