୨ରେ ଲଘୁଚାପ, ଅଧିକ ବର୍ଷିବ ନାହିଁ
ଭୁବନେଶ୍ୱର, ୨୯।୮(ବ୍ୟୁରୋ): ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କେତେକ ଜିଲାରେ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।...
ରାଜ୍ୟକୁ କେନ୍ଦ୍ରର ପରାମର୍ଶ: ଦରମାରେ ଖର୍ଚ୍ଚ ନ କରି ଜଙ୍ଗଲ ସୃଷ୍ଟି କର, କାମ୍ପା ପାଣ୍ଠିରେ ରାଜ୍ୟକୁ ମିଳିଲା ୫୯୩୪ କୋଟି
ଭୁବନେଶ୍ୱର, ୨୯।୮ (ବ୍ୟୁରୋ)-କ୍ଷତିପୂରକ ବନୀକରଣ ପାଣ୍ଠି ପରିଚାଳନା ଓ ଯୋଜନା(କାମ୍ପା) ପାଇଁ ଜାତୀୟ କ୍ଷତିପୂରକ ବନୀକରଣ ଜମା ରାଶିରୁ କେନ୍ଦ୍ର ସରକାର ଓଡିଶା ଅଂଶଧନ ୫୯୩୩.୯୮ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଗୁରୁବାର ନୂଆଦିଲ୍ଲୀଠାରେ ପରିବେଶ ଭବନଠାରେ ଅନୁଷ୍ଠିତ ରାଜ୍ୟ...
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀଙ୍କ ସହ ୟୁନିସେଫ୍ ମୁଖ୍ୟକ୍ଷେତ୍ର ଅଧିକାରୀଙ୍କ ଆଲୋଚନା
ଭୁବନେଶ୍ୱର,୨୯।୮(ବ୍ୟୁରୋ): ୟୁନିସେଫ୍ର ମୁଖ୍ୟ କ୍ଷେତ୍ର ଅଧିକାରୀ ମୋନିକା ନେଲ୍ସେନ୍ ଗୁରୁବାର ସଚିବାଳୟଠାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରୀ ନବ କିଶୋର ଦାସଙ୍କ ସହିତ ଆଲୋଚନା କରିଛନ୍ତି। ରାଜ୍ୟରେ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ, କାର୍ଯ୍ୟକାରୀ ହେଉଥିବା ସମ୍ପୂର୍ଣ୍ଣା ଯୋଜନା...
ଭଙ୍ଗା ହେଉଛି ଏମାର ମଠ: କୋଠିଘର ଭଙ୍ଗାଯିବା ବେଳେ ବାହାରିଲେ ଶହ ଶହ ସଂଖ୍ୟାରେ ଚେମିଣି, ସରୀସୃପ ଥିବା ଆଶଙ୍କା
ପୁରୀ ଅଫିସ,୨୯।୮: ଲଙ୍ଗୁଳୀ ମଠ ଭଙ୍ଗା ଯିବା ପରେ ଏବେ ଏମାର ମଠକୁ ଭାଙ୍ଗିଛି ପ୍ରଶାସନ। ବିପଦ ସଙ୍କୁଳ ଦର୍ଶାଇ ବୁଧବାର ଏମାର ମଠ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ ଗୁରୁବାର ମଠର କୋଠିଘର ଭଙ୍ଗାଯିବା ପରେ ଏହାକୁ...
ବିବାହର ୭ ମାସ ନ ପୂରୁଣୁ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ: ପୋଖରୀରୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ
ତିର୍ତ୍ତୋଲ,୨୯।୮(ଡି.ଏନ୍.ଏ.): ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବଣିତୋ ଗ୍ରାମରେ ଗୁରୁବାର ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ରାଜକିଶୋର ବେହେରାଙ୍କ ସ୍ତ୍ରୀ ଚିନ୍ମୟୀ। ଘର ନିକଟରେ ଥିବା ଏକ ପୋଖରୀରୁ ତାଙ୍କ ମୃତଦେହ ପୋଲିସ...
ତିହିଡ଼ିରେ ଜେଏମ୍ଏଫ୍ସି କୋର୍ଟ ପ୍ରତିଷ୍ଠା ଦାବି: ଓକିଲ ସଂଘର ଧାରଣା
ତିହିଡି,୨୯।୮(ଡି.ଏନ୍.ଏ.): ଭଦ୍ରକ ଜିଲା ତିହଡ଼ି ଓକିଲ ସଂଘ ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ତିହିଡ଼ି ତହସିଲ କାର୍ଯ୍ୟାଳୟ ପରିସରରେ ଧାରଣା ଦିଆଯାଇଛି। ତିହିଡିରେ ସିଭିଲ୍ ଜଜ୍ ଜୁନିୟର ଡିଭିଜନ(ଜେଏମ୍ଏଫ୍ସି) କୋର୍ଟ ପ୍ରତିଷ୍ଠା ଦାବିରେ ଏହି ପଦକ୍ଷେପ ନିିଆଯାଇଛି। ସଂଘର ସଭାପତି ସୂର୍ଯ୍ୟ...
ସେପ୍ଟେମ୍ବର ୬ରେ ଓଡ଼ିଶା ଆସିବେ ଜଗା-କାଳିଆ: ସ୍ବାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର,୨୯।୮(ବ୍ୟୁରୋ): ସେପ୍ଟେମ୍ବର ୬ରେ ଓଡ଼ିଶା ଆସିବେ ଯୋଡ଼ାମୁଣ୍ଡ ଶିଶୁ ଜଗା ଓ କାଳିଆ। ଅସ୍ତ୍ରୋପଚାର ମାଧ୍ୟମରେ ଅଲଗା ହେବା ପରେ ଏଯାବତ ଦିଲ୍ଲୀ ଏମ୍ସରେ ଉଭୟ ଚିକିତ୍ସାଧୀନ ଥିବା ବେଳେ ଏବେ କଟକ ଏସ୍ସିବିରେ ତାଙ୍କ ଚିକିତ୍ସା କରାଯିବ। ତେବେ...
ରାସ୍ତା କଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
ଭଦ୍ରକ ଅଫିସ,୨୯।୮: ଭଦ୍ରକ ଟାଉନ ପୋଲିସ ଗୁରୁବାର ବାଇପାସ୍ ଛକ ନିକଟରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଜବତ କରିଛି। ଯୁବକଙ୍କ ଦୁଇ ହାତରେ ସାଲାଇନ ଦିଆଯାଉଥିବା ଭେନ ପ୍ଲାଗ ଲାଗିଥିବାରୁ ସେ ମେଡିକାଲରୁ ପଳାଇ ଆସିଥିବା ବେଳେ ରାସ୍ତାରେ...
ହାଇକୋର୍ଟରେ ମହିମାଙ୍କ ଜାମିନ ସଂକ୍ରାନ୍ତ ତଥ୍ୟ ଦାଖଲ
କଟକ ଅଫିସ, ୨୯।୮: ସିୱେଜ୍ ଶିପିଂ ପରିଚାଳକ ମହେନ୍ଦ୍ର ସ୍ବାଇଁ ହତ୍ୟା ମାମଲାରେ ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କ ଜାମିନ ଆବେଦନ ସମ୍ପର୍କିତ ତଥ୍ୟ ବୁଧବାର ହାଇକୋର୍ଟରେ ଦାଖଲ କରାଯାଇଛି। ଗତ ୧୪ ତାରିଖରେ ଅନୁଷ୍ଠିତ ଶୁଣାଣି ପରେ ବିଚାରପତି ଜଷ୍ଟିସ...
ପଦଯାତ୍ରାରେ ପାକିସ୍ତାନ ଯିବେ ମୁକ୍ତିକାନ୍ତ
ରାଉରକେଲା ଅଫିସ,୨୯।୮: ଦୁଇ ଦେଶ ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଖୁବ୍ଶୀଘ୍ର ପାକିସ୍ତାନକୁ ପଦଯାତ୍ରା କରିବେ ରାଉରକେଲାର ଯୁବ ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ୱାଳ। ଏ ନେଇ ବୁଧବାର ସେକ୍ଟର-୨ ସେହେନାଇ ମଣ୍ଡପରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ମୁକ୍ତିକାନ୍ତ...
ବିଶୃଙ୍ଖଳିତ ସଦସ୍ୟଙ୍କ ପାଇଁ ଆସୁ ଆଇନ: ସୂର୍ଯ୍ୟ ପାତ୍ର
ଭୁବନେଶ୍ୱର,୨୯।୮(ବ୍ୟୁରୋ): ପାର୍ଲାମେଣ୍ଟ ତଥା ରାଜ୍ୟଗୁଡିକର ବିଧାନସଭା ଚାଲିଥିବା ସମୟରେ ଅନେକ ସଦସ୍ୟ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଥାଆନ୍ତି। ଏହାଦ୍ୱାରା ଭାରତୀୟ ଗଣତନ୍ତ୍ରର ମହାନ ସଂସଦୀୟ ପରମ୍ପରା ତାହାର ଗୁରୁତ୍ୱ ହରାଇଥାଏ, ତେଣୁ ଏଭଳି ସଦସ୍ୟମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରାଯାଉ।...
ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ, କୁଳସଚିବ ଓ ବିତ୍ତ ନିୟନ୍ତ୍ରକଙ୍କ ବୈଠକ: ୪୫ ଦିନରେ ପ୍ରକାଶ ପାଇବ ପରୀକ୍ଷାଫଳ
ଭୁବନେଶ୍ୱର, ୨୯।୮(ବ୍ୟୁରୋ): ପରୀକ୍ଷାରେ ସଂସ୍କାର ଆଣିବାକୁ ଅଣ୍ଟା ଭିଡିଛି ଉଚ୍ଚ ଶିକ୍ଷା ବିଭାଗ। ଠିକ୍ ସମୟରେ କୋର୍ସ ସାରିବା ସହ ପରୀକ୍ଷା ପରିଚାଳନା ଓ ଫଳ କିପରି ଶୀଘ୍ର ପ୍ରକାଶ ପାଇବ ସେଥିପାଇଁ ବିଭାଗ ତତ୍ପରତା ଦେଖାଇଛି। ଖାତା ଦେଖା...
Archives


