ମନ୍ତ୍ରୀଙ୍କ ବିୟୋଗ ରାଜ୍ୟ ପାଇଁ ଅପୂରଣୀୟ କ୍ଷତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୨୯।୧(ବୁରୋ): ଗୁଳିମାଡ଼ରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଚିକିତ୍ସାଧୀନ ଅବସ୍ଥାରେ ରବିବାର ମୃତ୍ୟୁ ଘଟିଛି। ମନ୍ତ୍ରୀ ଦାସଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ମୃତ୍ୟୁ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି…
ଗୁଳିମାଡରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ
ଭୁବନେଶ୍ବର,୨୯।୧(ବ୍ୟୁରୋ): ଗୁଳିମାଡରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରବିବାର ପରଲୋକ ଘଟିଛି। ଆପୋଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ସୂଚନାଯୋଗ୍ୟ, ରବିବାର ବ୍ରଜରାଜନଗରେ ଏକ କାର୍ଯ୍ୟକ୍ରମରେ…
ଆଇସିୟୁରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ: ଅସ୍ତ୍ରୋପଚାର ଶେଷ
ଭୁବନେଶ୍ବର,୨୯।୧(ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଅସ୍ତ୍ରୋପଚାର ଶେଷ ହୋଇଛି। ଏବେ ତାଙ୍କୁ ଆଇସିୟୁରେ ରଖାଯାଇଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଚିକିତ୍ସା ତଦାରଖ ପାଇଁ ପୂର୍ବରୁ ହସ୍ପିଟାଲରେ ଉପସ୍ଥିତ ଅଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିଷୟରେ…
ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଆଇଆଇଏମ୍ ନୂତନ କ୍ୟାମ୍ପସ
ସମ୍ବଲପୁର,୨୯ା୧(ବ୍ୟୁରୋ): ସମ୍ବଲପୁରର ଭାରତୀୟ ପ୍ରବନ୍ଧନ ସଂସ୍ଥାନ (ଆଇଆଇଏମ୍)ର ନିଜସ୍ବ ସ୍ଥାୟୀ କ୍ୟାମ୍ପସ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ଏ ନେଇ ଆଇଆଇଏମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ୨୦୧୫ରୁ ଅସ୍ଥାୟୀ ଭାବେ ସମ୍ବଲପୁରରେ ପାଠପଢା ହେଉଛି। ନୂତନ ଅତ୍ୟାଧିନିକ କ୍ୟାମ୍ପସ…
ଆପୋଲୋରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅସ୍ତ୍ରୋପଚାର
ଭୁବନେଶ୍ୱର,୨୯ା୧(ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଛାତିକୁ ରବିବାର ଗୁଳିମାଡ଼ ହୋଇଛି। ଗୋପାଳକୃଷ୍ଣ ଦାସ ନାମକ ଜଣେ ପୋଲିସ ଏଏସ୍ଆଇ ମନ୍ତ୍ରୀଙ୍କୁ ଗୁଳିମାଡ଼ କରିଛନ୍ତି। ଏଥିରେ ଗୁରୁତର ହୋଇପଡ଼ିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ତାଙ୍କୁ ଝାରସୁଗୁଡ଼ା ହସ୍ପିଟାଲକୁ ନିଆଯାଇଥିଲା। ପରେ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇଥିଲା। କଡ଼ା…
ଗୁଳିକାଣ୍ଡ ପରେ ଏଏସ୍ଆଇଙ୍କ ସ୍ତ୍ରୀ, ପୁଅ ରଖିଲେ ପ୍ରତିକ୍ରିୟା
ଭୁବନେଶ୍ବର,୨୯।୧(ବୁରୋ): ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିକାଣ୍ଡ ଘଟଣା ପରେ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ପୋଲିସ ଅଭିଯୁକ୍ତ ଏଏସ୍ଆଇ ଗୋପାଳ ଦାସଙ୍କୁ ଗିରଫ କରି ପଚରାଉଚରା କରୁଛି। ହେଲେ ଗୁଳିକାଣ୍ଡର କାରଣ ଜଣାପଡି ନ ଥିବା…
ନବ ଦାସଙ୍କ ପୁଅଙ୍କୁ ସାନ୍ତ୍ୱନା ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୯ା୧(ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରକୁ ଜଣେ ଏଏସ୍ଆଇ ରବିବାର ଗୁଳିମାଡ଼ କରିଛନ୍ତି। ଝାରସୁଗୁଡ଼ାର ଏକ ସାଧାରଣ ସଭାରେ ଯୋଗ ଦେବାକୁ ସ୍ବାସ୍ଥ୍ୟମନ୍ତ୍ରୀ ଯାଇଥିବା ବେଳେ ଏହି ଗୁଳିମାଡ଼ ହୋଇଥିଲା। ଆକ୍ରମଣକାରୀ ଜଣଙ୍କ ଗାନ୍ଧିଛକ ଫାଣ୍ଡିର ଏଏସ୍ଆଇ ଗୋପାଳକୃଷ୍ଣ ଦାସ ବୋଲି…
ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼ ଘଟଣା ନେଇ ଏମିତି କହିଲେ ପ୍ରତ୍ୟକ୍ଷଦର୍ଶୀ
ଝାରସୁଗୁଡ଼ା ଅଫିସ,୨୯ା୧: ରବିବାର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରକୁ ଜଣେ ଏଏସ୍ଆଇ ବ୍ରଜରାଜନଗରରେ ଗୁଳିମାଡ଼ କରିଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। ସେମାନେ କହିଛନ୍ତି, ‘ଦାଦା ସଭାସ୍ଥଳରେ ପହଞ୍ଚିବା କ୍ଷଣି ଆମେ ସ୍ବାଗତ କରିବାକୁ ଯାଇଥିଲୁ। ଏହି ସମୟରେ ପୋଲିସ ପୋଷାକରେ ଥିବା ଜଣେ…
ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିଥିଲେ ଏହି ଏଏସ୍ଆଇ, ସ୍ପଷ୍ଟ କଲେ ଏସ୍ଡିପିଓ
ଝାରସୁଗୁଡ଼ା ଅଫିସ,୨୯।୧: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ଼ ଘଟଣା ହଟଚମଟ ସୃଷ୍ଟି କରିଛି। ଜଣେ ଏଏସ୍ଆଇ ତାଙ୍କୁ ଗୁଳିମାଡ଼ କରିଥିବା ସ୍ପଷ୍ଟ ହୋଇଛି। ସେ ଝାରସୁଗୁଡ଼ା ବ୍ରଜରାଜନଗର ଗାନ୍ଧି ଛକ ପୋଲିସ ଆଉଟ୍ପୋଷ୍ଟରେ ନିଯୁକ୍ତ ହୋଇଥିବା ଗୋପାଳ ଦାସ ବୋଲି…
ଆପୋଲୋରେ ପହଞ୍ଚିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ
ଭୁବନେଶ୍ୱର,୨୯ା୧(ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ରବିବାର ଗୁଳିମାଡ଼ ହୋଇଛି। ତେବେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଝାରସୁଗୁଡ଼ାରୁ ଭୁବନେଶ୍ୱର ଏୟାରଲିଫ୍ଟ କରାଯାଇଥିଲା। ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କଡ଼ା ସୁରକ୍ଷା ବଳୟ ଭିତରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲକୁ ଅଣାଯାଇଛି। ତାଙ୍କୁ ଚିକିତ୍ସା ପାଇଁ ୫ ଜଣିଆ ସ୍ବତନ୍ତ୍ର…
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦୁର୍ଭାଗ୍ୟଜନକ କହିବା ସହ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୯।୧(ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ତାଙ୍କର ଶୀଘ୍ର ଆରୋଗ୍ୟ ଲାଗି କାମନା କରିଛନ୍ତି। ନବ ଦାସଙ୍କ ଉପରେ ହୋଇଥିବା ଆକ୍ରମଣ ଦୁର୍ଭାଗ୍ୟଜନକ। ଏହା ମୋତେ ଚକିତ କରିଛି। ଏହି…
ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳିମାଡ଼ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୯ା୧(ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ରବିବାର ଗୁଳିମାଡ଼ ହୋଇଛି। ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ସେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଗୁଳିମାଡ଼ ଘଟଣାକୁ ନିନ୍ଦା କରିଛନ୍ତି। ମୁଖ୍ୟମନ୍ତ୍ରୀ…
Archives


