ରାଜ୍ୟ

ବାହୁଡା ଯାତ୍ରାରେ ଅଘଟଣ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ୨ ଜୀବନ

କେନ୍ଦୁଝର,୨୮।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାରିଆ ଥାନା ଅଧୀନ କେନ୍ଦୁଆ ଗ୍ରାମରେ ବାହୁଡା ଯାତ୍ରାରେ ଅଘଟଣ ଘଟିଛି। ରଥକୁ ଟାଣି ସାଇଟ୍‌ କରୁଥିବା ବେଳେ ବିଦ୍ୟୁତ୍‌ ଆଘାତରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକ…

ବାହୁଡ଼ିଲେ ମହାପ୍ରଭୁ, ଶ୍ରୀମନ୍ଦିର ସମ୍ମୁଖରେ ୩ ରଥ

ପୁରୀ,୨୮ା୬(ଅଜିତ୍‌ ମହାନ୍ତି): ପବିତ୍ର ଆଷାଢ଼ ଶୁକ୍ଳପକ୍ଷ ଦଶମୀ ତିଥି ଅବସରରେ ବିଶ୍ୱନିୟନ୍ତା କାଳିଆ ଠାକୁରଙ୍କ ବାହୁଡ଼ା ଯାତ୍ରା ବୁଧବାର ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ମା’ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଜନ୍ମବେଦୀ ଆଡ଼ପ ମଣ୍ଡପ ଛାଡ଼ି…

କେନ୍ଦୁଝର ଟ୍ରକ୍‌ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୬(ଅସମାପିକା ସାହୁ): କେନ୍ଦୁଝର ଜିଲା ଷଠୀଘରଠାରେ ମଙ୍ଗଳବାର ହୋଇଥିବା ଟ୍ରକ୍‌ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩…

ଗଡିଲା ମା ସୁଭଦ୍ରା ଓ କାଳିଆ ସାଆନ୍ତଙ୍କ ରଥ

ପୁରୀ,୨୮।୬(ଅଜିତ୍‌ ମହାନ୍ତି): ବଡଭାଇ ବଳଭଦ୍ରଙ୍କ ରଥ ପରେ ଶରଧାବାଲିରେ ଗଡିଲା ଭଉଣୀ ସୁଭଦ୍ରା ଏବଂ ସାନଭାଇ ଜଗନ୍ନାଥଙ୍କର ରଥ। ଆଗେ ଆଗେ ବଡଭାଇ ଯାଉଥିବା ବେଳେ ପଛରେ ଗହଳି ଲଗାଇ ଆସୁଛନ୍ତି କାଳିଆ ସାଆନ୍ତ। ଜୟ ଜଗନ୍ନାଥ ଧ୍ୱନୀରେ ବଡଦାଣ୍ଡ ଉଛୁଳି…

ଦାରିଙ୍ଗବାଡ଼ିରେ ପ୍ରଥମଥର ଫଳିଛି ସେଓ

ଦାରିଙ୍ଗବାଡ଼ି,୨୮ା୬(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ଏକ ପର୍ଯ୍ୟଟନସ୍ଥଳ ଭାବେ ସାରା ରାଜ୍ୟ ତଥା ରାଜ୍ୟ ବାହାରେ ଜଣାଶୁଣା। ଏଠାକାର ଜଳବାୟୁ ସାରା ଭାରତ ବର୍ଷରେ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଛି। ହଳଦୀ…

ବଡଭାଇ ବଳଭଦ୍ରଙ୍କ ରଥଟଣା ଆରମ୍ଭ

ପୁରୀ,୨୮।୬(ଅଜିତ୍‌ ମହାନ୍ତି) ଆଜି ବାହୁଡିବେ ଚର୍ତୁଦ୍ଧାମୂର୍ତ୍ତି। ଜନ୍ମବେଦୀରେ ନିଜର ୯ଦିନିଆ ଲୀଳାଖେଳା ସାରି ଶ୍ରୀମନ୍ଦିରକୁ ଲେଉଟି ଯିବେ ତିନି ଠାକୁର। ସେଥିଲାଗି ସଅଳ ନୀତିକାନ୍ତି ଶେଷ ହୋଇଛି। ତିନି ଠାକୁରଙ୍କ ପହଣ୍ଡି ଶେଷ ହେବା ପରେ ବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି।…

୩ ହଜାର ଯୁବତୀ ଯୁବକଙ୍କୁ ମିଳିବ ଶିକ୍ଷାଦାନ ତାଲିମ

ଭୁବନେଶ୍ୱର,୨୮।୬(ଅନୁରାଧା ମହାରଣା): ‘ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନ’ ଏବଂ ‘ଥିଙ୍କ୍‌ ଜୋନ୍‌’ ମଧ୍ୟରେ ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ଥିଙ୍କ୍‌ ଜୋନ୍‌ ଫେଲୋଶିପ୍‌ ପ୍ରୋଗ୍ରାମ ନାମରେ ଏହି କାର୍ଯ୍ୟକ୍ରମ ଚାଲିବ। ମଙ୍ଗଳବାର ‘ମୋ କଲେଜ ଅଭିଯାନ ପରିଚାଳନା…

ବର ପ୍ରସେଶନ ଉପରେ ଚଢ଼ିଗଲା ଟ୍ରକ: ୫ ମୃତ ୮ ଆହତ

କେନ୍ଦୁଝର,୨୮।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୁରୁଣା ସହରର ଷଠିଘରସାହି ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବର ଯାତ୍ରୀ ପ୍ରସେଶନ ଉପରେ ଦ୍ରୁତଗାମୀ ଟ୍ରକ ଚଢ଼ି ଯିବାରୁ ଘଟଣାସ୍ଥଳରେ ୫…

କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଉଚ୍ଛେଦ କରିବାକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୬(ଅନିଲ ଦାସ): କେନ୍ଦୁପତ୍ର ଉପରୁ ଜିଏସ୍‌ଟି ପ୍ରତ୍ୟାହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପୁଣିଥରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, କେନ୍ଦୁପତ୍ର ହେଉଛି ଲଘୁବନଜାତ ଦ୍ରବ୍ୟ। ଏହା ୮ ଲକ୍ଷ କେନ୍ଦୁପତ୍ର ତୋଳାଳି,…

କାଳିଆର ପହଣ୍ଡି ଆରମ୍ଭ

ପୁରୀ,୨୮।୬(ଅଜିତ ମହାନ୍ତି): ଜନ୍ମବେଦିରେ ଲୀଳାଖେଳା ସାରି ଆଜି ପୁଣି ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ପରେ ମା’ ସୁଭଦ୍ରାଙ୍କର ପହଣ୍ଡି ଆରମ୍ଭ ହୋଇଥିଲା। ଏବେ ଜଗତର ନାଥ ଜଗନ୍ନାଥଙ୍କ ପହଣ୍ଡି ପହଣ୍ଡି ଆରମ୍ଭ ହୋଇଛି।

ଦୁର୍ଘଟଣା ମୁକାବିଲା ପାଇଁ ଆସିବ ଏସ୍‌ଓପି

ଭୁବନେଶ୍ୱର,୨୮।୬(ଅନିଲ ଦାସ) ଦିଗପହଣ୍ଡି ବସ୍‌ ଦୁର୍ଘଟଣା ପରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଏକ ନୂତନ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁଅର(ଏସ୍‌ଓପି) କରିବାକୁ ନିଷ୍ପତ୍ତି ହୋଇଛି। ଦୁର୍ଘଟଣା ପରେ ତ୍ୱରିତ ପଦକ୍ଷେପ ନେବାକୁ ଏଥିରେ ବ୍ୟବସ୍ଥା କରାଯାଇଛି। ବିଭାଗରେ ଥିବା କଲ୍‌ ସେଣ୍ଟରକୁ…

ଜୁଲାଇ ୩ ଯାଏ ବର୍ଷା ନାହିଁ ୧୬ ଜିଲାରେ ନିଅଣ୍ଟିଆ

ଭୁବନେଶ୍ୱର,୨୮।୬(ଅନିଲ ଦାସ): ରାଜ୍ୟରେ ମୌସୁମୀଜନିତ ବର୍ଷା ଥମିଯାଇଛି। ଗତ ଦୁଇଦିନ ଧରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଭଲ ବର୍ଷା ହୋଇଥିବା ବେଳେ ଉପକୂଳରେ ନିଅଣ୍ଟିଆ ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଜୁନ୍‌ ପହିଲାରୁ ୨୭ ତାରିଖ ମଧ୍ୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri