ଗ୍ୟାସ୍ ସିଲିଣ୍ଡରରୁ ନିଆଁ ଲାଗି ଜଳିଗଲା ଘର, ମା-ପୁଅ ଗୁରୁତର
ଆନନ୍ଦପୁର,୨୯ା୬(ସନ୍ତୋଷ ରାଉତ): ଆନନ୍ଦପୁର ବ୍ଲକ ହାତିବନ୍ଧା ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ୟାସ୍ ସିଲିଣ୍ଡରରୁ ନିଆଁ ଲାଗି ଘର ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ମା-ପୁଅ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାରେ ଝିଅ ମଧ୍ୟ ଆହତ ହୋଇଛନ୍ତି। ହାତିବନ୍ଧା ଗ୍ରାମର…
ବିଜେଡିରୁ ଇସ୍ତଫା ଦେଲେ ଶ୍ୟାମାପ୍ରସାଦ
ବାଲେଶ୍ୱର, ୨୯।୬ (ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ବସ୍ତା ନିର୍ବାଚନମଣ୍ଡଳୀରେ ପ୍ରତିଶ୍ରୁତି ଅନୁଯାୟୀ ହେଉନି ଉନ୍ନୟନମୂଳକ କାର୍ଯ୍ୟ। ଏହାର ପ୍ରତିବାଦ କରି ବିଜେଡିର ଶ୍ୟାମାପ୍ରସାଦ ବେହେରା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ଷ୍ଟେଶନ କ୍ଲବ ପରିସରରେ…
୫-ଟି ସଚିବଙ୍କୁ ନେଇ ଥମୁନି ବିରୋଧୀଙ୍କ ଟାର୍ଗେଟ
ଭୁବନେଶ୍ବର,୨୯ା୬(ସୁନିତ୍ ମିଶ୍ର): ଓଡ଼ିଶା କ୍ୟାଡରର ଜଣେ ଆଇଏଏସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଦେବା ପରେ ରାଜନୀତି ବୟାନବାଜି ଜୋର ଧରିଛି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ(୫-ଟି)ଭି.କେ.ପାଣ୍ଡିଆନଙ୍କ ବିରୋଧରେ ରାଜ୍ୟ ମୁଖ୍ୟ…
ଶୌଚ ବେଳେ ଟାଣି ନେଲା କୁମ୍ଭୀର
କେନ୍ଦ୍ରାପଡ଼ା,୨୯ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ଇନ୍ଦୁପୁର ଅନ୍ତର୍ଗତ ଘାଘରା ପଞ୍ଚାୟତ ଘାଗରାଡିଆ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଗୁରୁବାର କୁମ୍ଭୀର ଟାଣି ନେଇଛି। ବ୍ରାହ୍ମଣୀ ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ଛକି ରହିଥିବା ଏକ କୁମ୍ଭୀର ତାଙ୍କୁ ପାଣି ଭିତରକୁ ଟାଣି…
ସୀମାନ୍ତରେ ମାଓବାଦୀଙ୍କ ବର୍ବରତା: ପ୍ରଜା କୋର୍ଟରେ ଉପ ସରପଞ୍ଚଙ୍କ ସମେତ ୨ଜଣଙ୍କୁ ହତ୍ୟା
କୋରିକୋଣ୍ଡା,୨୯।୬(ଅବିନାଶ ବେହେରା): କିଛି ଦିନର ନିରବତା ପରେ ପୁଣି ମାଓବାଦୀମାନେ ମାଲକାନଗିରି-ଛତିଶଗଡ଼ ସମାନ୍ତ ତାଡମେଟଲା ଅଞ୍ଚଳରେ ବର୍ବରତା ଦେଖାଇଛନ୍ତି। ୧୦ ଦିନ ହେଲା ମାଓବାଦୀମାନେ ତାଡମେଟଲା ପଞ୍ଚାୟତ ଉପ ସରପଞ୍ଚ ମାଣ୍ଡଭି ଗଙ୍ଗାଙ୍କ ସମେତ ୧୫ଜଣ ଗ୍ରାମବାସୀଙ୍କୁ ଅପହରଣ କରି ରଖିଥିଲେ।…
ଆଜି ଇସ୍କନରେ ସୁନାବେଶ
ଭୁବନେଶ୍ୱର,୨୯।୬(ଶର୍ମିଷ୍ଠା ପାଣିଗ୍ରାହୀ) ନମ୍ବର ଗୁଣ୍ଡିଚା ମନ୍ଦିରରୁ ଇସ୍କନ ଅଭିମୁଖେ ରଥ ବାହାରିବା ସମୟରେ ଭକ୍ତଙ୍କ ଭିଡ଼ ଖୁବ୍ ଜମିଥିଲା। ସମସ୍ତେ ହାତଯୋଡ଼ି ନତମସ୍ତକରେ ହରିବୋଲ ଓ ହୁଳହୁଳି ପକାଇ ଦାରୁବ୍ରହ୍ମଙ୍କୁ ମାଉସୀ ମା’ ଘରୁ ବିଦାୟ ଦେଇଛନ୍ତି। ଦିନ୧୨ଟାରୁ ୨ଟା ପର୍ଯ୍ୟନ୍ତ…
ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବିକ୍ରି ହେଲା ମହାପ୍ରସାଦ
ପୁରୀ,୨୯।୬(ଅଜିତ୍ ମହାନ୍ତି)ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ସମୟରେ ବୁଧବାର ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ନିକଟରେ ମହାପ୍ରସାଦ ବିକ୍ରି ଘଟଣା ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି। କେତେଜଣ ସେବାୟତ ମହାପ୍ରସାଦ ଆଣି ରାସ୍ତା ଉପରେ ଭକ୍ତଙ୍କୁ ବିକ୍ରୟ କରୁଥିବା ଦେଖିବାକୁ ମିଳିଥିଲା। ମହାପ୍ରଭୁ ନବଦିନାତ୍ମକ…
ସେଲ୍ଫ ଫାଇନାନ୍ସିଂ କୋର୍ସ ପାଇଁ ନାମଲେଖା ଆବେଦନରେ ସମସ୍ୟା
ଭୁବନେଶ୍ୱର,୨୯।୬(ଅନୁରାଧା ମହାରଣା)ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଜୁନ ୨୦ରେ ଶେଷ ହୋଇଥିବା ବେଳେ ହାର୍ଡ କପି ୨୨ ଓ ୨୩ ତାରିଖରେ ଦାଖଲ କରିବାର ଥିଲା। ମାତ୍ର ଅନ୍ଲାଇନ୍ରେ ବିଭିନ୍ନ ସମସ୍ୟା…
ମୌସୁମୀ ବର୍ଷା: ଉପକୂଳ ଶୁଖିଲା
ଭୁବନେଶ୍ୱର,୨୮ା୬(ଅନିଲ ଦାସ)ଗତ ଦୁଇଦିନ ଧରି ରାଜ୍ୟରେ ମୌସୁମୀଜନିତ ବର୍ଷା ଥମିଯାଇଛି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ ଅଧାରୁ ଅଧିକ ଜିଲାରେ ବର୍ଷା ନାହିଁ। ଫଳରେ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ। ଭାରତୀୟ…
ମହାନଦୀ ଟ୍ରିବ୍ୟୁନାଲ ଅବଧି ୨୦୨୬ ଏପ୍ରିଲ ୧୩ ଯାଏ ବୃଦ୍ଧି
ଭୁବନେଶ୍ୱର,୨୯।୬ (ଅନିଲ ଦାସ)ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଅବଧିକୁ କେନ୍ଦ୍ର ସରକାର ୨୦୨୬ ଏପ୍ରିଲ ୧୩ ବୃଦ୍ଧି କରିଛନ୍ତି। ଧାର୍ଯ୍ୟ ସମୟସୀମା ମଧ୍ୟରେ ଟ୍ରିବ୍ୟୁନାଲ ଏହି ବିବାଦର ସମାଧାନ କରିବାରେ ସକ୍ଷମ ହୋଇ ନ ଥିବାରୁ କେନ୍ଦ୍ର ସରକାର ଏହି ଅବଧି…
ଆଜି ରଥାରୂଢ଼ ମହାପ୍ରଭୁଙ୍କ ସୁନାବେଶ
ପୁରୀ,୨୯।୬(ଅଜିତ୍ ମହାନ୍ତି)ଆଷାଢ଼ ଶୁକ୍ଳ ଏକାଦଶୀ ତିଥି ଗୁରୁବାର ତିନି ରଥରେ ମହାପ୍ରଭୁଙ୍କ ଅନନ୍ୟ ସୁନାବେଶ ବା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେବ। ରଥାରୂଢ଼ ଚତୁର୍ଦ୍ଧାବିଗ୍ରହ ମହଣ ମହଣ ସୁନାରେ ସଜେଇ ହେବେ। ରଥ ଉପରେ ମଇଲମ ଓ ଏକାଦଶୀ ସର୍ବାଙ୍ଗ ନୀତି…
ଉଡ଼ିଲା ଆଜବେଷ୍ଟସ୍, ଭାଙ୍ଗିଲା ଘର
ଜମନକିରା,୨୮ା୬ (ରବୀନ୍ଦ୍ର ପ୍ରସାଦ ଦାନି): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବଂ ମୌସୁମୀ ଜନିତ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଝଡତୋଫାନ ଦେଖିବାକୁ ମିଳିଛି। ଏଥିଯୋଗୁ ଅନେକ ସ୍ଥାନରେ କ୍ଷୟକ୍ଷତି ଘଟିଛି। ଜମନକିରା ବ୍ଲକ କେନାଢିପା ପଞ୍ଚାୟତ…
Archives


