ଖେଳ

ରାଜସ୍ଥାନକୁ ହରାଇ ଦିଲ୍ଲୀ ଶୀର୍ଷରେ

ଜୟପୁର, ୨୩ା୪ (ପି.ଟି.)-ସ୍ଥାନୀୟ ସଓ୍ବାଇ ମାନସିଂ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଏକ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚରେ ଅଜିଙ୍କ୍ୟ ରାହାନେ ଅପରାଜିତ ଶତକ ହାସଲ କରିଥିଲେ ହେଁ  ତାଙ୍କ ଦଳ ରାଜସ୍ଥାନ ରୟାଲ୍ସକୁ ଜିତାଇପାରି ନାହାନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ…

ଫିଫା ବିଶ୍ୱକପ୍‌: ଭାରତୀୟ ଦର୍ଶକ ନେଇ କାତାରର ଆଶା

ମୁମ୍ବାଇ, ୨୨ା୪ (ପି.ଟି.)-କାତାର ୨୦୨୨ ଫିଫା ବିଶ୍ୱକପ୍‌ର ଆୟୋଜକ ହୋଇଛି। ସୌଦି ଆରବ ନେତୃତ୍ୱରେ କେତେକ ଦେଶ ଏହି ଦେଶକୁ ଅର୍ଥନୈତିକ ବାସନ୍ଦ କରିଥିଲେ ହେଁ ବହୁସଂଖ୍ୟାରେ ଭାରତୀୟ ମେଗା ଇଭେଣ୍ଟ ଦେଖିବା ଲାଗି ଦେଶକୁ ଆସିବେ ବୋଲି ବିଶ୍ୱକପ୍‌ ସିଇଓ…

ତେନ୍ଦୁଲକରଙ୍କ ପରାମର୍ଶ ଚାହାଁନ୍ତି ପାକିସ୍ତାନ ଓପନର

ଲାହୋର, ୨୨ା୪ (ପି.ଟି.)-ବ୍ୟାଟିଂ ଆଇକନ ସଚିନ ତେନ୍ଦୁଲକରଙ୍କଠାରୁ ପରାମର୍ଶ ନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି ପାକିସ୍ତାନ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଥିବା ଓପନର ଆବିଦ୍‌ ଅଲି। ୩୧ବର୍ଷୀୟ ଆବିଦ୍‌ ପାକିସ୍ତାନ ଘରୋଇ କ୍ରିକେଟରେ ଉଚ୍ଚକୋଟୀର ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ…

କୋହଲିଙ୍କୁ ଦଳରେ ନେବା ସପକ୍ଷରେ ନ ଥିଲେ ଧୋନୀ, କର୍ଷ୍ଟେନ

ମୁମ୍ବାଇ,୨୨।୪(ପିଟି)- ଜାତୀୟ ଦଳରେ ବିରାଟ କୋହଲିଙ୍କ ଖେଳିବା ସପକ୍ଷରେ ନ ଥିଲେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ମୁଖ୍ୟ କୋଚ୍‌ ଗ୍ୟାରୀ କର୍ଷ୍ଟେନ। ଏଭଳି କହିଛନ୍ତି ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଦିଲୀପ ଭେଙ୍ଗସରକାର। କୋହଲିଙ୍କୁ ଜାତୀୟ ଦଳରେ…

ଅଶ୍ୱିନଙ୍କୁ ଜରିମାନା

ନୂଆଦିଲ୍ଲୀ,୨୨।୪(ପିଟି)- ଆଇପିଏଲ ଫ୍ରାଞ୍ଚାଇଜ କିଙ୍ଗ୍ସ ଇଲେଭେନ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ହୋଇଛି। ଏଠାରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ ମ୍ୟାଚ୍‌ରେ ଧିମା ବୋଲିଂ ହାର ଲାଗି ତାଙ୍କୁ ଦଣ୍ଡିତ କରାଯାଇଛି। ଏ ନେଇ…

ଏସିଆନ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ ଓଡ଼ିଆ ଝିଅ ଝିଲ୍ଲୀଙ୍କୁ ରୌପ୍ୟ, ମୀରାବାଇ ନିରାଶ

ନିଙ୍ଗ୍‌ବୋ (ଚାଇନା), ୨୨।୪(ପି.ଟି.)- ପ୍ରାକ୍ତନ ବିଶ୍ୱ ବିଜୟିନୀ ମୀରାବାଇ ଚାଣୁ ଏଠାରେ ଚାଲିଥିବା ଏସିଆନ୍‌ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ମଧ୍ୟ ୪ର୍ଥ ସ୍ଥାନରେ ରହି ଅଳ୍ପକେ ପଦକ ହାସଲରୁ ବଞ୍ଚତ୍ତ ହୋଇଛନ୍ତି। ତେବେ ଓଡ଼ିଆ ଝିଅ ଝିଲ୍ଲୀ…

ବାଙ୍ଗାଲୋର ୧ ରନରେ ବିଜୟୀ

ବେଙ୍ଗାଲୁରୁ, ୨୨।୪- ଧୋନୀ ଧମାକା ସତ୍ତ୍ୱେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ଅନୁଷ୍ଠିତ ମ୍ୟାଚରେ ୧ ରନରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ କରିଛି। ବାଙ୍ଗାଲୋର ପକ୍ଷରୁ ଧାର୍ଯ୍ୟ ୧୬୨ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ଚେନ୍ନାଇ…

ଦିଲ୍ଲୀ ୫ ଉଇକେଟରେ ବିଜୟୀ

ନୂଆଦିଲ୍ଲୀ,୨୧।୪(ପି.ଟି.)- ଆଇପିଏଲ୍‌ର ୩୭ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୨ଟି ବଲ ବାକିଥାଇ ୫ ଉଇକେଟରେ କିଙ୍ଗ୍ସ ଇଲେଭେନକୁ ପରାସ୍ତ କରିଛି। ସ୍ଥାନୀୟ ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ପଞ୍ଜାବ…

ଗାଙ୍ଗୁଲିଙ୍କ ସପକ୍ଷରେ ବିସିସିଆଇ

ନୂଆଦିଲ୍ଲୀ, ୨୧ା୪ (ପି.ଟି.)-ସୌରଭ ଗାଙ୍ଗୁଲିଙ୍କ ବିରୋଧରେ ଆଗତ ସ୍ବାର୍ଥଜନିତ ମାମଲାର ଶୁଣାଣି ଶନିବାର ହୋଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅମ୍ବୁଡ୍‌ସମ୍ୟାନ ଜଷ୍ଟିସ ଡି.କେ.ଜୈନ ପୂର୍ବତନ ଭାରତୀୟ ଅଧିନାୟକଙ୍କଠାରୁ ଲିଖିତ ଜବାବ ଚାହିଁଛନ୍ତି। ଅନ୍ୟପକ୍ଷରେ ଏହି ମାମଲାରେ ବିସିସିଆଇ ଗାଙ୍ଗୁଲିଙ୍କ…

କିମ୍ବଦନ୍ତୀ ଚେସ୍‌ ଖେଳାଳି ଅରାତିଙ୍କ ବିୟୋଗ

ଭୁବନେଶ୍ୱର, ୨୧।୪(ସ୍ପୋଟର୍‌ସ ବ୍ୟୁରୋ)- ରାଜ୍ୟର କିମ୍ବଦନ୍ତୀ ଚେସ୍‌ ଖେଳାଳି ତଥା ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ (ଓଏସ୍‌ସିଏ)ର ଉପସଭାପତି ଓ ଭୁବନେଶ୍ୱର ଚେସ୍‌ ଆସୋସିଏଶନ (ସିବିଏ)ର ସମ୍ପାଦକ ଅରାତି ବିଜୟ ମହାନ୍ତିଙ୍କ ପରଲୋକ ଘଟିଛି। ଶନିବାର ସକାଳେ ସହିଦ୍‌ ନଗରସ୍ଥିତ ଏକ…

ୟୁଥ୍‌ ଲିଗ୍‌ ନିମନ୍ତେ ଫାଓ ଏକାଡେମୀ ଦଳ ଘୋଷିତ

କଟକ ଅଫିସ,୨୧ା୪-  ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ(ଏଆଇଏଫ୍‌ଏଫ) ଆନୁକୂଲ୍ୟରେ ଜାମସେଦପୁରଠାରେ ଆସନ୍ତା ୨୨ରୁ ହିରୋ ୟୁଥ୍‌ ଲିଗ୍‌ ଆରମ୍ଭ ହେବ। ଏଥିନିମନ୍ତେ ଶନିବାର ଫାଓ ଏକାଡେମୀ ୧୫ବର୍ଷରୁ କମ୍‌ ଦଳ ଜାମସେଦପୁର ଯାତ୍ରା କରିଛି। ଫାଓ ଏକାଡେମୀ ଦଳ ରେଷ୍ଟ ଅଫ୍‌…

ବିମାନ ବିଳମ୍ବ: ବିଶ୍ୱକପ୍‌ରୁ ଓହରିଲେ ଭାରତୀୟ ତୀରନ୍ଦାଜ

କୋଲକାତା,୨୧ା୪ (ପି.ଟି.)- ବିମାନ ବିଳମ୍ବ ଯୋଗୁ ଭାରତୀୟ ତୀରନ୍ଦାଜମାନେ ବିଶ୍ୱକପ୍‌ରୁ ଓହରିଯିବା ଲାଗି ବାଧ୍ୟ ହୋଇଛନ୍ତି। କଲମ୍ବିଆର ମେଡଲିନଠାରେ ସିଜନ ଆରମ୍ଭ ବିଶ୍ୱକପ୍‌ ଷ୍ଟେଜ୍‌ ଓ୍ବାନ ସୋମବାରଠାରୁ ହେବ। ଭାରତର ସିନିୟର ରିକର୍ଭ ଏବଂ କମ୍ପାଉଣ୍ଡ ଦଳ ଏଥିରେ ଭାଗ ନେଇଥାନ୍ତେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri