ରାସ୍ତା ନିର୍ମାଣ ସମୟରେ ପିଚୁଗାଡ଼ିକୁ ଧକ୍କା ଦେଲା ଟ୍ରକ୍: ତିନି ମୃତ
ଢେଙ୍କାନାଳ,୨୫ା୩: ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଢେଙ୍କାନାଳ ଜିଲାର କାମାକ୍ଷାନଗର ଥାନା ଅନ୍ତର୍ଗତ ରେକୁଲା ଗ୍ରାମ ନିକଟରେ ଗତକାଲି ବିଳମ୍ବିତ ରାତିରେ ରାସ୍ତା ନିର୍ମାଣ କାର୍ଯ୍ୟ ସମୟରେ ଏକ ଟ୍ରକ୍ ତିନି ଜଣଙ୍କୁ ଧକ୍କା ଦେଇଥିଲା, ଯାହା ଫଳରେ ଘଟଣାସ୍ଥଳେ ସମସ୍ତଙ୍କର ମୃତ୍ୟୁ…
କଟକ SCB ହସ୍ପିଟାଲରେ ଶିଶୁ ଅଦଳବଦଳ: ଜବାବ ମାଗିଲେ ଓଡ଼ିଶା ହାଇକୋର୍ଟ
କଟକ,୨୫ା୩: ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ସମ୍ପ୍ରତି ଏକ ଶିଶୁ ଅଦଳବଦଳ ଅଭିଯୋଗ ସମ୍ପର୍କରେ କଟକ ସହରର SCB ମେଡିକାଲ କଲେଜ ଏବଂ ହସ୍ପିଟାଲ (SCBMCH)ର ଅଧୀକ୍ଷକଙ୍କୁ ସୋମବାର ଏପ୍ରିଲ ୨, ୨୦୨୫ କିମ୍ବା ତା ପୂର୍ବରୁ ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।…
୩୦ରେ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ୫୦ ହଜାର ଘର , ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେଲେ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଭୁବନେଶ୍ୱର,୨୫ା୩(ରବିନାରାୟଣ ଜେନା): ପ୍ରଧାନମନ୍ତ୍ରୀ ଆବାସ ସର୍ଭେରେ ଅଧିକାରୀଙ୍କୁ କଡ଼ା ଚେତାବନୀ ଦିଆଯାଇଛି। ଯଦି କୌଣସି କ୍ଷେତ୍ରରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରା ନ ଯାଏ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କଳାହାଣ୍ଡିରେ ଚଳିତମାସ ୩୦ରେ ଅନ୍ତ୍ୟୋଦୟ ଯୋଜନାରେ ୫୦ ହଜାର…
ବର୍ଷା ପାଇଁ ୧୩ ଜିଲାକୁ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର,୨୫ା୩(ଅନୁରାଧା ମହାରଣା): ରାଜ୍ୟରେ ଗତ କିଛିଦିନ ଧରି କାଳବୈଶାଖୀ ପ୍ରଭାବରେ ବର୍ଷା ହେଉଛି। ସୋମବାର ଗୋପାଳପୁରରେ ସର୍ବାଧିକ ୩୦.୮ ମି.ମି. ବର୍ଷା ହୋଇଥିବାବେଳେ କୋରାପୁଟରେ ୨୯, ରାୟଗଡ଼ାରେ ୨୮.୨ ମିମି ରେକର୍ଡ କରାଯାଇଛି। ସେହିଭଳି କେନ୍ଦୁଝର, କଟକ, ଭୁବନେଶ୍ୱର, ବଲାଙ୍ଗୀର ସହ…
୨୦କେଜି ସୁନା, ବିପୁଳ ୫୦୦ ଟଙ୍କିଆ ଜବତ, ମହିଳା ଗିରଫ
ପୁରୀ,୨୫ା୩(ଅଜିତ୍ କୁମାର ମହାନ୍ତି): ଋଣ ବା ଲୋନ ଦେବାକୁ କହି ଲୋକମାନଙ୍କୁ ପ୍ରାୟ ୨କୋଟି ଟଙ୍କା ଠକିବା ଅଭିଯୋଗରେ ଚନ୍ଦନପୁର ପୋଲିସ ସୋମବାର ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଉକ୍ତ ମହିଳାଙ୍କ ଘରେ ଚଢ଼ାଉ ସମୟରେ ୨୦…
ବିଦେଶରେ ବଢ଼ୁଛି ଓଡ଼ିଶା ଆମ୍ବର ଚାହିଦା: ଏଣିକି ବିଦେଶକୁ ଆମ୍ବ ଯୋଗାଇବ ଓଡ଼ିଶା
ଭୁବନେଶ୍ୱର,୨୪।୩: ବିଦେଶକୁ ଆମ୍ବ ଯୋଗାଇବ ଓଡ଼ିଶା। ଏନେଇ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କ ସହ ଏକ ଏନ୍ଜିଓ ସହ ଚୁକ୍ତି ସ୍ବାକ୍ଷରିତ ହୋଇଛି। ୧୫ ବର୍ଷ ପାଇଁ MOU ହୋଇଛି। ତେଣୁ ଏହି ଆଧାରରେ ଢେଙ୍କାନାଳ ଆମ୍ବ ରପ୍ତାନୀ…
ଆଗକୁ ଓଡ଼ିଶାରେ ଅସହ୍ୟ ଗରମ: ୩ ଦିନ ମଧ୍ୟରେ ୪୦ ଡିଗ୍ରୀ ଅତିକ୍ରମ କରିବ ତାପମାତ୍ରା
ଭୁବନେଶ୍ୱର,୨୪।୩: କାଳବୈଶାଖୀ ପ୍ରଭାବରେ ଓଡ଼ିଶାର ବିଭିନ୍ନ ପ୍ରବଳ ବର୍ଷା ଏବଂ ବଜ୍ରପାତ ପରେ, ଓଡ଼ିଶାରେ ପୁଣି ଥରେ ଉଷ୍ମ ପାଗ ଫେରିବାକୁ ଯାଉଛି, ଯାହା ଆଗାମୀ ଦିନରେ ସାଧାରଣ ଜୀବନକୁ ପ୍ରଭାବିତ କରିବ। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ସୋମବାରଠାରୁ…
ବିଦ୍ୟୁତ ଶୁଳ୍କ ଘୋଷଣା ନେଇ ଆସିଲା ବଡ଼ ଅପ୍ଡେଟ୍, ଜାଣନ୍ତୁ ଏଥର କେତେ ବଢ଼ିଛି କେତେ କମିଛି
ଭୁବନେଶ୍ୱର,୨୪ା୩: ସୋମବାର ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC) ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ନୂତନ ବିଦ୍ୟୁତ ଶୁଳ୍କ ଘୋଷଣା କରିଛି। ଏହି ବିଦ୍ୟୁତ ଶୁଳ୍କକୁ ନେଇ ବଡ଼ ଖବର ଆସିଛି। ୨କିଲୋ ଓ୍ବାଟ୍ ପର୍ଯ୍ୟନ୍ତ ସ୍ମାଟ ମିଟର ଣେଣ୍ଟ ଛାଡ଼…
କାହିଁକି ନିରଞ୍ଜନ କହିଲେ ନିର୍ବାଚନ ଲଢ଼ିବେନି….
ଭୁବନେଶ୍ୱର,୨୪।୩: ଏଣିକି ଆଉ ନିର୍ବାଚନ ଲଢ଼ିବେ ନାହିଁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ ଆଉ ନିର୍ବାଚନ ଲଢ଼ିବି ନାହିଁ ବୋଲି କହିଛନ୍ତି।ବୟସାଧିକ କାରଣରୁ ଆଉ ନିର୍ବାଚନ ଲଢ଼ିବି ନାହିଁ ବୋଲି ନିରଞ୍ଜନ କହିଛନ୍ତି।…
କଣ୍ଟିଲୋରେ ରାଷ୍ଟ୍ରପତି
ନୟାଗଡ଼,୨୪ା୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ନିର୍ଦ୍ଧାରିତ ସମୟରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ପରେ ସେଠାରୁ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ନୟାଗଡ଼ ଜିଲା କଣ୍ଟିଲୋରେ ପହଞ୍ଚିଛନ୍ତି।…
ସ୍ତ୍ରୀ ଆତ୍ମହତ୍ୟା ଧମକ ଦେବା, ଝଗଡ଼ା କରିବା ସ୍ୱାମୀଙ୍କୁ ଏକ ପ୍ରକାର ବ୍ଲାକମେଲିଂ: ଓଡ଼ିଶା ହାଇକୋର୍ଟ
ଭୁବନେଶ୍ୱର,୨୪ା୩: ଜଣେ ସ୍ତ୍ରୀ ବାରମ୍ବାର ଆତ୍ମହତ୍ୟା ଏବଂ ଝଗଡ଼ା କରିବାକୁ ଧମକ ଦେବା କେବଳ ଅତ୍ୟାଚାର ନୁହେଁ ବରଂ ସ୍ୱାମୀଙ୍କ ପ୍ରତି ମାନସିକ ଅତ୍ୟାଚାରର ବୋଲି ଓଡ଼ିଶା ହାଇକୋର୍ଟ ମତ ଦେଇଛନ୍ତି। ଛାଡପତ୍ର ମାମଲାରେ ପରିବାର କୋର୍ଟଙ୍କ ବିବାହ ଭାଙ୍ଗିବା ଆଦେଶକୁ…
ରାଜଧାନୀରେ ନକଲି ପୋଲିସ ଅଫିସର-କନଷ୍ଟେବଲ ଗିରଫ, ଲକ୍ଷାଧିକ ନକଲି ଟଙ୍କା ଜବତ
ଭୁବନେଶ୍ୱର,୨୪ା୩: ରାଜଧାନୀ ଭୁବନେଶ୍ୱରରେ ନକଲି ପୋଲିସକୁ ବାନ୍ଧିଛି ଅସଲି ପୋଲିସ। ନିଜକୁ ସବ-ଇନ୍ସପେକ୍ଟର କହି ଚାକିରି ପ୍ରତିଶ୍ରୁତି ଦେଇ ଠକୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ମାନସ ରଞ୍ଜନ ସେନାପତି ଭଦ୍ରକର ବାସୁଦେବପୁରର ବାସିନ୍ଦା ଏବଂ ଭୁବନେଶ୍ୱରର ମଧୁସୂଦନ…
Archives


