ମେଟ୍ରୋ

ସୋସିଆଲ ମିଡିଆରେ ଭିଡିଓ ଛାଡ଼ି ମୁହଁ ଖୋଲିଲେ ପପୁ : ମୋ’ ଚିନ୍ତାଧାରାର ନୁହେଁ ଏହି ପୋଷ୍ଟର

ଭୁବନେଶ୍ୱର,୧୮।୮(ବ୍ୟୁରୋ) : ଚଳଚ୍ଚିତ୍ର ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ ବିବାଦ ଘେରକୁ ଆସିଥିବା ଅଭିନେତା ପପୁ ପମ୍‌ପମ୍‌ ରବିବାର ମୁହଁ ଖୋଲିଛନ୍ତି। ଉକ୍ତ ପୋଷ୍ଟରଟି ମୋ’ ଚିନ୍ତାଧାରାର ନୁହେଁ, ମୁଁ ଭୁଲ କରିନାହିଁ। ବାହାରେ କିଏ ପୋଷ୍ଟର କରିଛନ୍ତି ଜାଣିନି।...

୨୪ ଘଣ୍ଟା ମଧ୍ୟରେ ଲଘୁଚାପ : ୫ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮।୮(ବ୍ୟୁରୋ): ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ...

ଭିଡିପି ଆସୋସିଏଟ ସର୍ଭେ: ଶୀର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ୨ୟରେ ଯୋଗୀ, ଜଗନ ତୃତୀୟ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଦର୍ଶନକୁ ନେଇ ରାଜ୍ୟବାସୀ ସନ୍ତୁଷ୍ଟ ଅଛନ୍ତି। ସାରା ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ପ୍ରଦର୍ଶନକୁ ଭିତ୍ତିକରି ପ୍ରସ୍ତୁତ ଏକ ରିପୋର୍ଟରେ ନବୀନ ଏକ ନମ୍ବର ସ୍ଥାନ ଅକ୍ତିଆର କରିଛନ୍ତି। ଭିଡିପି ଆସୋସିଏଟ ପକ୍ଷରୁ କରାଯାଇଥିବା...

ଚିଲିକାରେ ମାଲେସିଆ ଜାହାଜ ଅଟକିବା ଘଟଣା: ଦ୍ୱନ୍ଦ୍ୱ ସୃଷ୍ଟି କରୁଛି ଜଙ୍ଗଲ ବିଭାଗର ଭିନ୍ନ ମନ୍ତବ୍ୟ

ଭୁବନେଶ୍ୱର, ୧୮।୮(ବ୍ୟୁରୋ): ଯାନ୍ତ୍ରିକ ତ୍ରୁଟି ଯୋଗୁ ମାଲେସିଆର ପଣ୍ୟବାହୀ ଜାହାଜ ‘ଟଗ୍‌ ଜିନ୍‌ ହୱା ୩୨’ ପୁରୀ ଜିଲା କୃଷ୍ଣ ପ୍ରସାଦ ବ୍ଲକ୍‌ ଅନ୍ତର୍ଗତ ଚିଲିକା ମୁହାଣର ରାଜହଂସ ଓ ଖିରିସାହି ଗାଁ ନିକଟ ବଙ୍ଗୋପସାଗର ଉପକୂଳରେ ୧୧ଦିନ ହେବ...

ଜଷ୍ଟିସ ଡ. ଅରିଜିତ ପଶାୟତଙ୍କୁ ଭୂମିଗୌରବ ସମ୍ମାନ

କଟକ ଅଫିସ,୧୮।୮: କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରସ୍ବତ ପୀଠ ସାରଳା ଭବନଠାରେ ଶନିବାର ସାରଳା ସାହିତ୍ୟ ସଂସଦ ଓ ଚେଳିତୋଳ କଲଚରାଲ ଏକାଡେମୀର ମିଳିତ ଆନୁକୂଲ୍ୟରେ ସୁପ୍ରିମକୋର୍ଟର ପ୍ରାକ୍ତନ ବିଚାରପତି ଡ.ଅରିଜିତ ପଶାୟତଙ୍କ ୭୫ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି।...

ବେଆଇନ ଗିରଫଦାରି ମାମଲା: କଟକ ଡିସିପିଙ୍କଠୁ ମାନବାଧିକାର ଆୟୁକ୍ତଙ୍କ ଜବାବ ତଲବ

କଟକ ଅଫିସ,୧୮।୮: ବେଆଇନ ଗିରଫଦାରି ମାମଲାରେ ରାଜ୍ୟ ମାନବାଧିକାର ଆୟୁକ୍ତ କଟକ ଡିସିପିଙ୍କୁ ଜବାବ ତଲବ କରିଛନ୍ତି। କଟକ ଡିପି ଲେନ ଅଞ୍ଚଳର ଅଙ୍କିତ ଅଗ୍ରଓ୍ବାଲ ଓ ହରିପୁର ଅଞ୍ଚଳର ଅନିଲ କୁମାର ସିମାନୀଙ୍କୁ କମିଶନରେଟ୍‌ ପୋଲିସ ବେଆଇନଭାବେ ଅଟକ...

ବମ୍ବେରେ ନୀତି ଆୟୋଗର ଉଚ୍ଚ କ୍ଷମତାସମ୍ପନ୍ନ କମିଟି ବୈଠକ: ପ୍ରାଣୀପାଳନ, ମତ୍ସ୍ୟଚାଷ କ୍ଷେତ୍ରକୁ ବୀମାଭୁକ୍ତ କରାଯାଉ

ଭୁବନେଶ୍ୱର,୧୮।୮(ବ୍ୟୁରୋ): କୃଷି କ୍ଷେତ୍ରରେ ବ୍ୟାପକ ରୂପାନ୍ତରଣ ଆଣିବା ଆବଶ୍ୟକ। କୃଷି କ୍ଷେତ୍ରରେ କୃଷକମାନଙ୍କର ଦକ୍ଷତା ବୃଦ୍ଧି, କୃଷି ଓ କୃଷିଜାତ ଦ୍ରବ୍ୟର ପରିଚାଳନା, କୃଷି ବଜାର ସମ୍ବନ୍ଧୀୟ ଜ୍ଞାନ ଏବଂ ବଳକା କୃଷିଜାତ ଦ୍ରବ୍ୟର ରପ୍ତାନି ସମ୍ବନ୍ଧୀୟ ଜ୍ଞାନକୌଶଳ ଆଦିର...

ଛତୁଆର ମାନ ବୃଦ୍ଧି ସହ ପୁଷ୍ଟିସାଧନ ଲକ୍ଷ୍ୟ: ‘ମୋ ଛତୁଆ’ ୱେବ୍‌ସାଇଟ୍‌, ଆପ୍‌ ଉନ୍ମୋଚିତ

ଭୁବନେଶ୍ୱର,୧୮।୮(ବ୍ୟୁରୋ):ସମନ୍ବିତ ଶିଶୁ ବିକାଶ ଯୋଜନାରେ ପରିପୂରକ ଖାଦ୍ୟ କାର୍ଯ୍ୟକ୍ରମରେ ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକରେ ଛତୁଆ ଯୋଗାଣ ବ୍ୟବସ୍ଥାରେ ଅଧିକ ସ୍ବଚ୍ଛତା ଏବଂ କ୍ରିୟାଶୀଳତା ଆଣିବା ଲକ୍ଷ୍ୟ ରଖାଯାଇଛି। ଏହିକ୍ରମରେ ମହିଳା ଓ ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ‘ମୋ...

ଶ୍ରୀଲିଙ୍ଗରାଜ ମନ୍ଦିରର କୀର୍ତ୍ତିରାଜି ସତ୍ତା ହରାଇବାକୁ ମସୁଧା: ପୁଣି ସ୍ଥାପନ କରାଗଲାନି ବୃଷଭ

ପୁରୁଣା ଭୁବନେଶ୍ୱର,୧୮।୮(ଡି.ଏନ.ଏ.): ଏକାମ୍ର କ୍ଷେତ୍ରର ଅନେକ ପ୍ରାଚୀନ ମନ୍ଦିରର କୀର୍ତ୍ତିରାଜି ବିଭିନ୍ନ କାରଣରୁ ସତ୍ତା ହରାଉଛି। ଏହି ପରିପ୍ରେକ୍ଷୀରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଏକ ବ୍ୟତିକ୍ରମରୁ ମନ୍ଦିରର ସୂକ୍ଷ୍ମ କୀର୍ତ୍ତିରାଜିଗୁଡିକୁ ଅବ୍ୟବସ୍ଥିତ କରିବାକୁ ମଧ୍ୟ ପ୍ରଚ୍ଛଦ ପଟରେ ମସୁଧା ଚାଲିଥିବା ଗର୍ଭଗୃହର...

ଓଡ଼ିଶୀ-ଭାରତନାଟ୍ୟମ୍‌ରେ ଦର୍ଶକ ବିଭୋର

ଭୁବନେଶ୍ୱର,୧୮।୮(ବ୍ୟୁରୋ): ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଏବଂ ସୃଜନ ନୃତ୍ୟାନୁଷ୍ଠାନ ପକ୍ଷରୁ ନିୟମିତ ହୋଇ ଆସୁଥିବା ଯୁବ ନୃତ୍ୟଶିଳ୍ପୀ ଉତ୍ସବ ‘ନବପଲ୍ଲବ’ କାର୍ଯ୍ୟକ୍ରମ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଥିବା ଉତ୍କଳ...

ନନ୍ଦନକାନନରେ ଅଣ୍ଡିରା ଧୂସର ଗଧିଆ ମୃତ

ବାରଙ୍ଗ,୧୮।୮(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ବୁଧବାର ଏକ ନୀଳଗିରି ବାନର ଛୁଆ ମୃତ୍ୟୁ କରିଥିବାର ଦୁଇଦିନ ନ ପୂରୁଣୁ ଶନିବାର ଭୋରୁ ଏକ ଅଣ୍ଡିରା ଧୂସର ଗଧିଆ ଡାକ୍ତରଖାନାରେ ମୃତ୍ୟୁ କରିବା ଘଟଣା କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ସାଜିଛି।...

ଆଦିତ୍ୟ ମେମୋରିଆଲ କୁଇଜ୍‌-୨୦୧୯: ଲୟୋଲା ସ୍କୁଲ୍‌ ଚାମ୍ପିୟନ; ୟୁନିଟ୍‌-୮ ଡିଏଭି ପବ୍ଲିକ ସ୍କୁଲ ପ୍ରଥମ ରନର୍ସଅପ୍‌,ମଦର୍ସ ପବ୍ଲିକ ସ୍କୁଲ ଦ୍ୱିତୀୟ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ଲୟୋଲା ସ୍କୁଲ ଓ ଆଦିତ୍ୟ ମେମୋରିଆଲ ଫାଉଣ୍ଡେଶନ ପକ୍ଷରୁ ନବମ ଆଦିତ୍ୟ ମେମୋରିଆଲ କୁଇଜ ପ୍ରତିଯୋଗିତା ଭୁବନେଶ୍ୱରସ୍ଥିତ ଜାଭିୟର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ସମେତ ଝାଡ଼ଖଣ୍ଡ, ଛତିଶଗଡ଼, ବିହାରର ୨୫ଟି ସ୍କୁଲ୍‌ରୁ ୨୧୬...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri