ମେଟ୍ରୋ

ରସୁଲଗଡ଼ ଫ୍ଲାଏଓଭର ତଳରାସ୍ତା ମରଣଯନ୍ତ୍ରା: ଖାଲରେ ପଡ଼ି ୨ ଦିନରେ ୭ ଆହତ

ଭୁବନେଶ୍ୱର, ୨୯।୯(ବ୍ୟୁରୋ): ମଞ୍ଚେଶ୍ୱର ଥାନା ନିକଟ ରସୁଲଗଡ଼ ଫ୍ଲାଏଓଭର ତଳ ରାସ୍ତା ପାଲଟିଛି ମରଣଯନ୍ତ୍ରା। ରାସ୍ତାରେ ଏବେ ଆଣ୍ଠୁଏ ଲେଖାଏ ୮ରୁ ଊର୍ଦ୍ଧ୍ୱ ଖାଲ ଅଁା କରିରହିଛି। ପ୍ରତିଦିନ ଏହି ରାସ୍ତାରେ ଗାଡ଼ିଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ବିଶେଷ କରି...

ଧରମ୍‌ପାଲ୍‌ ଗୁଲାଟିଙ୍କୁ ‘କିସ୍‌ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ସମ୍ମାନ’

ଭୁବନେଶ୍ୱର, ୨୯।୯(ବ୍ୟୁରୋ): କିସ୍‌ ପକ୍ଷରୁ ‘କିସ୍‌: ଗାନ୍ଧୀ ଦର୍ଶନର ବାସ୍ତବ ପ୍ରତିଫଳନ’ ଶୀର୍ଷକ ଦିନିକିଆ ଆଲୋଚନାଚକ୍ର, ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଶନିବାର ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁ...

ଜୀବିତ ନାବାଳକଙ୍କୁ ମୃତ ଦର୍ଶାଇ ଗିରଫ କରିବା ଘଟଣା: ତତ୍କାଳୀନ ଡିଏସ୍‌ପି, ଇନ୍ସପେକ୍ଟରଙ୍କୁ ନୋଟିସ

ଭୁବନେଶ୍ୱର,୨୯।୯(ବ୍ୟୁରୋ): ଜଣେ ନାବାଳକ ଜୀବିତ ଥାଇ ତାଙ୍କୁ ମୃତ ଦର୍ଶାଇଥିଲା ବରଗଡ଼ ଜିଲା ପାଇକମାଳ ଥାନା ପୋଲିସ। ଏପରି କି ଏହି ମାମଲାର ତଦନ୍ତ ନ କରି ପୋଲିସ ଦୁଇଜଣ ଯୁବକଙ୍କୁ ଗିରଫ କରି ଅଡୁଆରେ ପଡ଼ିଥିଲା। ଏହି ମାମଲାରେ...

ଡ୍ୟାନ୍ସ ବାର୍‌ ଖୋଲିବା ପ୍ରସଙ୍ଗ: ଭାଜପାର ଅଭିଯୋଗ ‘ଦୋମୁହାଁ ନୀତି ଅବଲମ୍ବନ କରୁଛନ୍ତି ରାଜ୍ୟ ସରକାର’

ଭୁବନେଶ୍ୱର,୨୯।୯(ବ୍ୟୁରୋ): ୨୦୧୮ରେ ରାଜ୍ୟ ସରକାର ଶପିଂମଲଗୁଡିକରେ ମଦ ବିକ୍ରିକୁ ବନ୍ଦ କରିବା ସହ ଏହା ଓଡ଼ିଶାର ସଂସ୍କୃତି ଓ ପରମ୍ପରା ବିରୋଧୀ ବୋଲି ଦର୍ଶାଇଥିଲେ। ହେଲେ ସେହି ରାଜ୍ୟ ସରକାର ନିକଟରେ ଡ୍ୟାନ୍ସ ବାର୍‌ ଖୋଲିବାକୁ ଅନୁମତି ଦେଉଛନ୍ତି। ତେଣୁ...

ଉପନିର୍ବାଚନ ପୂର୍ବରୁ ରକ୍ତମୁଖା ସାଜିଛି ଶାସକ ବିଜେଡି: ଭାଜପା

ଭୁବନେଶ୍ୱର,୨୯।୯(ବ୍ୟୁରୋ): ବିଜେପୁର ଉପନିର୍ବାଚନ ପୂର୍ବରୁ ଶାସକ ବିଜେଡି ବିରୋଧୀଙ୍କୁ ଆକ୍ରମଣ କରି ଭୟର ଆତଙ୍କ ସୃଷ୍ଟି କରୁଥିବା ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି। ଶୁକ୍ରବାର ଭାଜପା ଯୁବନେତା ମନୋରଞ୍ଜନ ମେହେରଙ୍କୁ ଛୁରାମାଡ କରି ମରଣାନ୍ତକ ଆକ୍ରମଣ ଘଟଣାରେ ବିଜେଡିକୁ ସିଧାସଳଖ...

୩ ଦିନରେ ଧରାହେଲେଣି ୧୫୪ ଦଲାଲ: ହସ୍ପିଟାଲରୁ ୭୫ ଓ ଆର୍‌ଟିଓରୁ ୭୯

ଭୁବନେଶ୍ୱର,୨୯।୯(ବ୍ୟୁରୋ): ସ୍ବଚ୍ଛତା ଓ ଲୋକଙ୍କୁ ଶୋଷଣରୁ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ଦଲାଲ ଧରା ଅଭିଯାନକୁ ଜୋର୍‌ଦାର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୋଲିସ ବିଭିନ୍ନ ହସ୍ପିଟାଲ ଓ ଆର୍‌ଟିଓରେ ଚଢ଼ାଉ କରି ଦଲାଲଙ୍କୁ ଧରୁଛି। ତିନି ଦିନରେ...

ବିଳମ୍ବ ହେବ ମୌସୁମୀ ଲେଉଟାଣି: ଆହୁରି ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୯।୯(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଓଡିଶା ସମେତ ଦେଶର ବିଭିନ୍ନ ଭାଗରେ ପ୍ରବଳ ବର୍ଷା ଲାଗି ରହିଛି। ନିର୍ଦ୍ଧାରିତ ସମୟର ୧୦ ଦିନ ପରେ ଅର୍ଥାତ ଜୁନ ୨୧ ତାରିଖରେ ମୌସୁମୀ ଓଡିଶା ଛୁଇଁଥିଲା।...

୧୦୮ ଆମ୍ବୁଲାନ୍ସ ସେବାରେ ବାଧକ ଫେକ୍‌ କଲ୍‌: ଦିନକୁ ଆସୁଛି ୭୦୦ ମିଥ୍ୟା କଲ୍‌, ପ୍ରକୃତ ହିତାଧିକାରୀଙ୍କୁ ଅସୁବିଧା

ଭୁବନେଶ୍ୱର, ୨୯।୯(ବ୍ୟୁରୋ): ୧୦୮ ଏବଂ ୧୦୨ ମାଗଣା ଆମ୍ବୁଲାନ୍ସ ପରିଚାଳନା ବ୍ୟବସ୍ଥା ନିଜର ମହତ୍‌ କାର୍ଯ୍ୟ ପାଇଁ ଅନେକ ସମୟରେ ପ୍ରଶଂସାର ପାତ୍ର ହୋଇଛି। କିନ୍ତୁ ଏହି ସେବା ପରିଚାଳନାରେ ବର୍ତ୍ତମାନ ମୁଖ୍ୟ ବାଧକ ସାଜିଛି ଫେକ୍‌ କଲ୍‌। ଜରୁରିକାଳୀନ...

ନକଲି ସାର୍ଟିଫିକେଟ୍‌ ଦେଇ କାର୍ଯ୍ୟ କରୁଛନ୍ତି କର୍ମଚାରୀ: ଯାଞ୍ଚ କରିବାକୁ ଓସେପାର ନିର୍ଦ୍ଦେଶ

ଭୁବନେଶ୍ୱର, ୨୯।୯(ବ୍ୟୁରୋ): ନକଲି ସାର୍ଟିଫିକେଟ୍‌ ଦେଇ କାର୍ଯ୍ୟ କରୁଛନ୍ତି ସରକାରୀ ଅଧିକାରୀ। ଓଡ଼ିଶା ପ୍ରାଇମେରି ଏଜୁକେଶନ ପ୍ରୋଗ୍ରାମ ଅଥରିଟି(ଓପେପା)/ ଓଡ଼ିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ ଅଥରିଟି(ଓସେପା) ଅଧୀନରେ ଅନେକ କର୍ମଚାରୀ ନକଲି ସାର୍ଟିଫିକେଟ୍‌ ଦେଇ ଚାକିରି କରୁଛନ୍ତି। ଏଭଳି ଅଭିଯୋଗ...

ଆର୍‌ଟିଓ ଅଫିସକୁ ଦଲାଲମୁକ୍ତ କରିବାକୁ ନୂଆ ପଦକ୍ଷେପ: କର୍ମଚାରୀଙ୍କ ପାଇଁ ହେବ ପରିଚୟ ପତ୍ର, ଲାଗିବ ସିସିଟିଭି

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ) କାର୍ଯ୍ୟାଳୟରେ ଦଲାଲଙ୍କ ଦ୍ୱାରା ଅନେକ ବ୍ୟକ୍ତି ଠକେଇର ଶିକାର ହେଉଛନ୍ତି। ଏପରିକି ରାଜ୍ୟ ସରକାର ଡିଜିପିଙ୍କୁ ନିର୍ଦ୍ଦେଶ ଦେବା ପରେ ରାଜ୍ୟର ବିଭିନ୍ନ ଆର୍‌ଟିଓମାନଙ୍କରୁ ଅନେକ ଦଲାଲଙ୍କୁ ଗିରଫ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି...

ମହାନଦୀ ଜଳବିବାଦ: ଉଭୟ ରାଜ୍ୟ ଗସ୍ତ କରିବେ ବୈଷୟିକ ଟିମ୍‌, ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଓଡ଼ିଶା ଓ ପଡ଼ୋଶର ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ମହାନଦୀ ଜଳ ବିବାଦର ଶନିବାର ଟ୍ରିବ୍ୟୁନାଲ ଶୁଣାଣି କରିଛନ୍ତି। ଉଭୟ ରାଜ୍ୟର ବୈଷୟିକ ଟିମ୍‌ ୨ ରାଜ୍ୟ ଗସ୍ତ କରିବେ। ଏହାପରେ ନଭେମ୍ବର ୩୦ରେ ପରବର୍ତ୍ତୀ ଶୁଣାଣି ପାଇଁ...

ଲାଞ୍ଚୁଆ ଅଧିକାରୀଙ୍କୁ ଚିହ୍ନାଇବେ ଦଲାଲ, ତା’ ପରେ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ୱର,୨୮।୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ପରିବହନ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପରେ ଗତ ଦୁଇ ଦିନରେ ରାଜ୍ୟର ବିଭିନ୍ନ ଆର୍‌ଟିଓ କାର୍ଯ୍ୟାଳୟରୁ ଏକାଧିକ ଦଲାଲଙ୍କୁ ଗିରଫ କରାଯାଇଛି। ଏନେଇ ଶନିବାର ପ୍ରତିକ୍ରିୟା ରଖି ପରିବହନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri