ପୌରାଞ୍ଚଳରେ କରୋନା ମୁକାବିଲା: ରାଜ୍ୟ ସରକାରଙ୍କ ପକ୍ଷରୁ ୨୧ କୋଟି ଟଙ୍କା ମଞ୍ଜୁର
ଭୁବନେଶ୍ୱର,୨୨।୩(ବ୍ୟୁରୋ): ପୌରାଞ୍ଚଳରେ କରୋନା ମୁକାବିଲା ନିମନ୍ତେ ରାଜ୍ୟ ସରକାର ୨୧ କୋଟି ୧୦ଲକ୍ଷ ଚଙ୍କା ମଞ୍ଜୁର କରିଛନ୍ତି। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଏ ନେଇ ସହରାଞ୍ଚଳ ଉନ୍ନୟନ ସଂସ୍ଥା(ସୁଡା)କୁ ଅବଗତ କରି ତୁରନ୍ତ ଟଙ୍କା ପ୍ରଦାନ...
ଆଜିଠାରୁ ବାହାର ରାଜ୍ୟକୁ ଗଡ଼ିବନି ବସ୍
ଭୁବନେଶ୍ୱର,୨୨।୩(ବ୍ୟୁରୋ): ରବିବାରଠାରୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ ରହିବ। ରାଜ୍ୟରୁ କୌଣସି ବସ୍ ଅନ୍ୟ ରାଜ୍ୟକୁ ଗଡ଼ିବ ନାହିଁ। ଏନେଇ ଘରୋଇ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।
ଛାତ୍ରୀଛାତ୍ରଙ୍କୁ ଏକାଥରକେ ମିଳିବ ୩ ମାସର ମଧ୍ୟାହ୍ନଭୋଜନ ସାମଗ୍ରୀ: ଗଶଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର,୨୨।୩(ବ୍ୟୁରୋ): ଏକାଥରକେ ୩ ମାସର ମଧ୍ୟାହ୍ନଭୋଜନ ସାମଗ୍ରୀ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ମାର୍ଚ୍ଚରୁ ଜୁନ୍ ୧୩ ପର୍ଯ୍ୟନ୍ତ ମଧ୍ୟାହ୍ନଭୋଜନ ସାମଗ୍ରୀ ଦିଆଯିବ। ପ୍ରଥମରୁ ୮ମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ଏହା ଦିଆଯିବ। ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ଏହାକୁ ସଂଗ୍ରହ କରିବେ।...
ଓଡ଼ିଶାରେ ‘ଜନତା କର୍ଫ୍ୟୁ’ର ପୂର୍ଣ୍ଣ ପ୍ରଭାବ: ସତର୍କତା, ସଚେତନତା ପଥରେ ଲୋକେ
ଭୁବନେଶ୍ୱର,୨୨।୩(ବ୍ୟୁରୋ): ଘାତକ କରୋନା ଭୂତାଣୁର ପ୍ରକୋପ ସମଗ୍ର ବିଶ୍ୱକୁ ଗ୍ରାସ କରିବାରେ ଲାଗିଛି। ଏହାର କୌଣସି ପ୍ରତିକାର ନ ଥିବାରୁ କେବଳ ସତର୍କତା ଓ ସଚେତନତା ହିଁ ଏହି ରୋଗକୁ ପ୍ରତିହତ କରିପାରିବ। ତେଣୁ ଏହି ଭୂତାଣୁର ଭୟାବହତାକୁ ଦୃଷ୍ଟିରେ...
ସରକାରୀ ନିର୍ଦ୍ଦେଶ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ, ଜରୁରୀ ଥିଲେ ବାଇକ୍ରେ ନୁହେଁ ଚାଲିକି ଯାଆନ୍ତୁ: ସିପି
ଭୁବନେଶ୍ୱର,୨୨।୩(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମେ ରାଜ୍ୟରେ ରବିବାର ଜନତା କର୍ଫ୍ୟୁ ପାଳନ କରାଯାଛି। ଏଥିସହ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଲକ୍ଡାଉନ୍ ମଧ୍ୟ ଜାରି ରହିଛି। ତେବେ ଏହି ସମୟରେ ସରକାରୀ ନିର୍ଦ୍ଦେଶ ମାନିବାକୁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ...
‘ଜନତା କର୍ଫ୍ୟୁ’ରେ କମିଶନରେଟ ପୋଲିସର ସ୍ବତନ୍ତ୍ର ପାସ୍ ବ୍ୟବସ୍ଥା: ଜରୁରିକାଳୀନ କାମ ପାଇଁ ନେଇପାରିବେ
ଭୁବନେଶ୍ୱର,୨୨।୩(ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ଓ ସମସ୍ତଙ୍କୁ ଏହି ଭୂତାଣୁ ସମ୍ପର୍କରେ ସଚେତନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିବେଦନ କ୍ରମେ ରବିବାର ସାରା ଦେଶରେ ଜନତା କର୍ଫ୍ୟୁ ପାଳନ କରାଯାଉଛି। ଏହି ସମୟରେ ଜରୁରିକାଳୀନ କାର୍ଯ୍ୟ ପାଇଁ...
ଜନତା କର୍ଫ୍ୟୁ: ଘରୁ ନ ବାହାରିବା ପାଇଁ ପରାମର୍ଶ, କାର୍ଯ୍ୟାନୁଷ୍ଠାନ ନେବ କମିଶନରେଟ ପୋଲିସ
ଭୁବନେଶ୍ୱର,୨୨।୩ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ପାଇଁ ସଚେତନତା ଓ କଟକଣାକୁ ଆହୁରି ବ୍ୟାପକ କରିବାକୁ ରବିବାର ସାରା ଦେଶରେ ଜନତା କର୍ଫ୍ୟୁ ଲାଗୁ ହୋଇଛି। ଏହାକୁ ସଫଳ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ କମିଶନର ସୁଧାଂଶୁ...
ଦେଢ଼ଘଣ୍ଟା ପ୍ରବଳ ବର୍ଷିଲା, କୁଆପଥର ଖସିଲା
ଭୁବନେଶ୍ୱର, ୨୨।୩(ବ୍ୟୁରୋ): ଶନିବାର ମଧ୍ୟାହ୍ନରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହୋଇଥିଲା। ଏଥିସହ କେତେକ ସ୍ଥାନରେ ବଜ୍ରପାତ ମଧ୍ୟ ହୋଇଥିଲା। ସକାଳେ ପାଗ ସ୍ବାଭାବିକ ଥିବାବେଳେ ଦିନ ପ୍ରାୟ ସାଢ଼େ ୧୨ଟାବେଳକୁ କଳାହାଣ୍ଡିଆ ବାଦଲ ହଠାତ୍ ମାଡ଼ି...
ଲକ୍ଡାଉନ୍ରେ ସେବା ଯୋଗାଇବ ମୋ ବସ୍: ବିମାନବନ୍ଦର, ରେଳ ଷ୍ଟେଶନ, ବସ୍ଷ୍ଟାଣ୍ଡ୍ ଓ ହସ୍ପିଟାଲକୁ ସ୍ବତନ୍ତ୍ର ରୁଟ୍
ଭୁବନେଶ୍ୱର, ୨୨।୩(ବ୍ୟୁରୋ): କରୋନା ସଂକ୍ରାମଣ ଏଡ଼ାଇବାକୁ ୨୨ରୁ ୨୯ ତାରିଖ ଯାଏ ଲକ୍ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ତେବେ ଏହି ସମୟରେ କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ଦ୍ୱାରା ପରିଚାଳିତ ‘ମୋ ବସ୍’ ସେବା ଜାରି ରଖିବ।...
ମଧ୍ୟାହ୍ନଭୋଜନ ପାଇଁ ଛାତ୍ରୀଛାତ୍ରଙ୍କୁ ମିଳିବ ରାଶନ
ଭୁବନେଶ୍ୱର, ୨୨।୩(ବ୍ୟୁରୋ): କରୋନା ସଂକ୍ରମଣକୁ ମୁକାବିଲା କରିବା ପାଇଁ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିଦିଆଯାଇଛି। ବିଦ୍ୟାଳୟ ବନ୍ଦ ଥିବାରୁ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଇପାରୁନାହିଁ। ଏଭଳିସ୍ଥିତିରେ ଛାତ୍ରୀଛାତ୍ରଙ୍କୁ କିପରି ଠିକ୍ଭାବେ ପୋଷଣ ଦିଆଯାଇପାରିବ ସେଥିପାଇଁ ରାଜ୍ୟ ସରକାର ପିଲାଙ୍କୁ ଚାଉଳ ଦେବା...
ହସ୍ପିଟାଲ ଆଇସୋଲେଶନରେ ୨୩, ଦୁଇ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର
ଭୁବନେଶ୍ୱର, ୨୨।୩(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୦ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ସେଥିମଧ୍ୟରୁ ୬୯ଟି ରିପୋର୍ଟ ଆସିଥିବାବେଳେ ଗୋଟିଏ ରିପୋର୍ଟ ଆସିନାହିଁ। ଆସିଥିବା ରିପୋର୍ଟ ମଧ୍ୟରୁ ୨ଟି ପଜିଟିଭ୍ ଥିବାବେଳେ ବାକି ସବୁ ନେଗେଟିଭ୍ ରହିଛି। କୋଭିଡ୍-୧୯ରେ ଆକ୍ରାନ୍ତ...
ପୁଣି କମିଲା ବସ୍ ଭଡ଼ା: କିଲୋମିଟର ପିଛା ୧, ୨ ପଇସା
ଭୁବନେଶ୍ୱର,୨୨।୩(ବ୍ୟୁରୋ): ଗତ କିଛିଦିନ ହେବ ଡିଜେଲ ଓ ପେଟ୍ରୋଲ ଦର ଲଗାତର ହ୍ରାସ ପାଇବାରେ ଲାଗିଛି। ଏଥିଯୋଗୁ ରାଜ୍ୟରେ ବସ୍ଭଡ଼ା କମିଛି। ଏ ନେଇ ଶନିବାର ରାଜ୍ୟ ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତୈଳଦର୍ ହ୍ରାସ...
Archives


