ଶନିବାର ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର, ମୁକାବିଲା ଲାଗି ରାଜ୍ୟ ସରକାର ପ୍ରସ୍ତୁତ: ଏସ୍ଆର୍ସି
ଭୁବନେଶ୍ୱର,୬।୫(ବ୍ୟୁରୋ): ଆଣ୍ଡାମାନ ସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ବାତ୍ୟାର ରୂପ ନେବ କି ନାହିଁ ଏଯାଏ ସ୍ପଷ୍ଟ ହୋଇନାହିଁ। ଏହା ଏବେ ଲଘୁଚାପରେ ପରିଣତ ହୋଇଥିବା ବେଳେ ବଙ୍ଗୋପସାଗର ଆଡ଼କୁ ମୁହାଁଇଛି, ଯାହା ଶନିବାର ସୁଦ୍ଧା ଅବପାତର ରୂପ ନେବା ପରେ ହିଁ…
ତେଲ ବିଲ୍ ଜାଲିଆତି: ୨ କର୍ମଚାରୀଙ୍କୁ ନିଲମ୍ବିତ କଲା ଓଟିଡିସି
ଭୁବନେଶ୍ୱର,୬ା୫(ବ୍ୟୁରୋ): ତେଲ ବିଲ୍ରେ ଜାଲିଆତି କରି ନିକଟରେ ୩ ପୋଲିସ କର୍ମଚାରୀ ନିଲମ୍ବନ ହେବାର ଗୋଟିଏ ମାସ ନ ପୂରୁଣୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ନିଜର ୨ ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛି। ଓଟିଡିସିର ପରିବହନ ମ୍ୟାନେଜର ଓ ଜଣେ…
ଗିରଫ ହେଲେ ପ୍ରାଣୀଧନ ନିରୀକ୍ଷକ
ଭୁବନେଶ୍ୱର,୬।୫(ବ୍ୟୁରୋ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଶୁକ୍ରବାର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତ ଗିରଫ ହୋଇଛନ୍ତି। ଭିଜିଲାନ୍ସ ଗୁରୁବାର କଟକ ଓ ଖୋର୍ଦ୍ଧା ଜିଲାର ୯ ଟି ସ୍ଥାନରେ ଚଢାଉ କରିଥିଲା । ଚଢାଉ ବେଳେ ୭ କୋଟି ଟଙ୍କାର…
ମାଟ୍ରିକ୍ ପରୀକ୍ଷା ଦେଇନାହାନ୍ତି ହଜାର ହଜାର ପରୀକ୍ଷାର୍ଥୀ
ଭୁବନେଶର,୬।୫(ବ୍ୟୁରୋ): ମାଟ୍ରିକ୍ ପରୀକ୍ଷାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ। ସେ କହିଛନ୍ତି, ଚଳିତ ବର୍ଷ ହଜାର ହଜାର ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେଇନାହାନ୍ତି। ଏଥର ଫର୍ମ ଫିଲପ୍ ପାଇଁ କୌଣସି ଫି ନ ଥିଲା।…
ବାତ୍ୟାରେ ବିଦ୍ୟୁତ୍ କଟିଲେ ତୁରନ୍ତ ହେବ ସଂଯୋଗ
ଭୁବନେଶ୍ୱର, ୬।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାକୁ ନେଇ ଶକ୍ତି ବିଭାଗ ପ୍ରସ୍ତୁତ ଥିବା ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। ବାତ୍ୟା ପୂର୍ବ ଓ ପରବର୍ତ୍ତୀ ମୁକାବିଲା ପାଇଁ ୱାରରୁମ୍ ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି। ବିଭାଗ ପାଖରେ ପୂର୍ବରୁ ବାତ୍ୟା…
ପ୍ରଫେସର ଗୀତାଞ୍ଜଳି ଦାସ ହେଲେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନୂଆ କୂଳପତି
ଭୁବନେଶର,୬।୫(ବ୍ୟୁରୋ): ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନୂଆ କୂଳପତି ଭାବେ ପ୍ରଫେସର ଗୀତାଞ୍ଜଳି ଦାସ ନିଯୁକ୍ତି ହୋଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଶୁକ୍ରବାର ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ୪ ବର୍ଷ ପାଇଁ କୂଳପତି ପଦବୀରେ ନିଯୁକ୍ତି ଦିଆଯାଇଛି। ପ୍ରଫେସର ଦାସ ହେଉଛନ୍ତି ଫକୀରମୋହନ…
ଲ୍ୟାଣ୍ଡଫଲକୁ ନେଇ କ’ଣ କହିଲେ ଆଇଏମ୍ଡି ଡିଜି
ଭୁବନେଶର,୬।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା କେବେ ଓ କେଉଁଠି ଲ୍ୟାଣ୍ଡଫଲ କରିବ ତାହା ଆକଳନ ହୋଇନି ବୋଲି ଶୁକ୍ରବାର ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଉତ୍ତର ପଶ୍ଚିମକୁ ଗତିକରି ଅବପାତ ହେବ।…
ରବିବାର ବାତ୍ୟା
ଭୁବନେଶ୍ୱର,୬।୫(ବ୍ୟୁରୋ): ଦକ୍ଷିଣ-ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରୁଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ୭ ତାରିଖରେ ଅବପାତର…
ସାମ୍ଭାବ୍ୟ ବାତ୍ୟା: ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଛୁଟି ବାତିଲ
ଭୁବନେଶ୍ୱର,୬।୫(ବ୍ୟୁରୋ): ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ୪୮ ଘଣ୍ଟା ମଧ୍ୟରେ ଅବପାତର ରୂପ ନେଇ ଅଧିକ ଘନୀଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର କୁହାଯାଇଛି। ତେବେ ଏହାର ପ୍ରଭାବରେ ହେବାକୁ ଥିବା ବାତ୍ୟା…
ଆଜି ରାଜ୍ୟରୁ ୧୪ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୬ା୫(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୧୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୧୧୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୮ ଜଣ ଚିହ୍ନଟ ହୋଇଥିବା…
ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର
ଭୁବନେଶ୍ୱର,୬ା୫(ବ୍ୟୁରୋ): ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଶୁକ୍ରବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୪୮ ଘଣ୍ଟା ଭିତରେ ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ…
ଆଜି ବି ଜାରି ରହିବ କାଳବୈଶାଖୀ ତାଣ୍ଡବ
ଭୁବନେଶ୍ୱର,୬ା୫(ବ୍ୟୁରୋ): ଶୁକ୍ରବାର ୨୨ଟି ଜିଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କାଳବୈଶାଖୀ ପ୍ରଭାବରେ ଅନେକ ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର…
Archives


