ମ୍ୟାନମାରରେ ଫସିଛନ୍ତି ୧୫୦୦ରୁ ଅଧିକ ହିନ୍ଦୁ, ଖାଦ୍ୟ ପାଇଁ ଡହଳ ବିକଳ
ରଖାଇନ,୨।୫: ମ୍ୟାନମାରର ରଖାଇନ ପ୍ରଦେଶର ବୁଟିଡାଙ୍ଗ ସହରରେ ଏକ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଛି। ସେନା ଏବଂ ବିଦ୍ରୋହୀମାନଙ୍କ ମଧ୍ୟରେ ଲଢେଇ ହେତୁ ହିନ୍ଦୁ ତଥା ସେଠାରେ ରହୁଥିବା ରଖାଇନ ସମ୍ପ୍ରଦାୟର ଲୋକଙ୍କ ପାଇଁ ସାଧାରଣ ଜୀବନ କଷ୍ଟସାଧ୍ୟ ହୋଇପଡିଛି। ରିପୋର୍ଟ…
ଟି-୨୦ ବିଶ୍ୱକପ୍ରେ ଇତିହାସ ରଚିବାକୁ ଯାଉଛନ୍ତି ରୋହିତ ଶର୍ମା, ପ୍ରଥମ ଭାରତୀୟ ଭାବେ କରିବେ ଏମିତି କାରନାମା
ନୂଆଦିଲ୍ଲୀ,୧।୫: ଆସନ୍ତା ଟି-୨୦ ବିଶ୍ୱକପ୍ରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟିକତ୍ୱ କରିବେ ରୋହିତ ଶର୍ମା। ୨୦୦୭ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ରୋହିତ ଶର୍ମା ଏପର୍ଯ୍ୟନ୍ତ ଖେଳାଯାଇଥିବା ସମସ୍ତ ୮ ଟି-୨୦ ବିଶ୍ୱକପ୍ର ଏକ ଅଂଶ ହୋଇସାରିଛନ୍ତି ଏବଂ ତାଙ୍କୁ ଟୁର୍ନାମେଣ୍ଟର ନବମ…
ହିଟ ଆଣ୍ଡ ରନ୍: କ୍ରିକେଟର ସୁରେଶ ରାଇନା ମାନିଲେ ୨ ଯୁବକଙ୍କର ହୋଇଛି ମୃତ୍ୟୁ
ଧର୍ମଶାଳା,୨।୫: ହିମାଚଳ ପ୍ରଦେଶର କାଙ୍ଗ୍ରା ଜିଲାରେ ଏକ ସଡ଼କ ଦୁର୍ଘଟଣାରେ ପୂର୍ବତନ ଭାରତୀୟ ଦଳର କ୍ରିକେଟ ଖେଳାଳି ସୁରେଶ ରାଇନାଙ୍କ ମାମୁଁଙ୍କ ପୁଅର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ସମୁଦାୟ ଦୁଇ ଜଣ ପ୍ରାଣ ହରାଇଛନ୍ତି। ଦୁର୍ଘଟଣା ପରେ ଅଭିଯୁକ୍ତ ଡ୍ରାଇଭର…
ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ, ଅନେକେ ଆହତ
ଜଳେଶ୍ୱର,୨।୫: ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବସ୍ତା ଥାନା ଅନ୍ତର୍ଗତ ବରୁଣଗଡିଆ ନିକଟରେ ଗୁରୁବାର ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ରାସ୍ତା କଡରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଇଛି ଏହି ଯାତ୍ରୀବାହୀ ବସ।…
ଲିଙ୍ଗରାଜରୁ ଖୋର୍ଦ୍ଧା ଯାଏ ଦୌଡିଲେ ମନ୍ମଥ
ଭୁବନେଶ୍ୱର,୨।୫: ଭୁବନେଶ୍ୱର ଲୋକ ସଭା ଆସନରୁ ବିଜୁ ଜନତା ଦଳ(ବିଜେଡି)ର ପ୍ରାର୍ଥୀ ମନ୍ମଥ ରାଉତରାୟ ଗୁରୁବାର ପ୍ରାର୍ଥିପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହା ପୂର୍ବରୁ ନୂଆକରି ରାଜନୀତିରେ ଏଣ୍ଟ୍ରି ମାରିଥିବା ଏହି ରାଜନେତାଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି।…
ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ଧର୍ମେନ୍ଦ୍ର, ଅପରାଜିତା,ମନ୍ମଥ, ଅରୁପ
ଭୁବନେଶ୍ୱର,୨।୫: ଲୋକ ସଭା ନିର୍ବାଚନ ପାଇଁ ଗୁରୁବାର ୪ ହେଭିଓ୍ବେଟ ନେତା ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ୱର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ।…
ଦ୍ୱିତୀୟ ନିର୍ବାଚନ କ୍ଷେତ୍ର କଣ୍ଟାବାଞ୍ଜିରୁ ପ୍ରାର୍ଥିପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ୱର,୨।୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟାକ ଗୁରୁବାର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ପ୍ରାଥିପତ୍ର ଦାଖଲ କରିବେ ବୋଲି ଖବର ରହିଛି। ଏହା ନବୀନଙ୍କ ଦ୍ୱିତୀୟ ନିର୍ବାଚନ କ୍ଷେତ୍ର। ଏହି ଆସନରୁ ପ୍ରଥମ ଥର ପାଇଁ ସେ ପ୍ରାର୍ଥିପତ୍ର ଦାଖଲ କରିବେ। ଏହା ପୂର୍ବରୁ…
ରାଏବରେଲି, ଆମେଠିକୁ ନେଇ କଂଗ୍ରେସର ସସପେନ୍ସ କହୁଛି ଅନେକ କଥା
ନୂଆଦିଲ୍ଲୀ,୨।୫: ଉତ୍ତରପ୍ରଦେଶର ଆମେଠି ଏବଂ ରାଏବରେଲି ଲୋକ ସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟାକୁ ମାତ୍ର ଦୁଇ ଦିନ ବାକି ଅଛି, କିନ୍ତୁ ଏହି ଦୁଇଟି ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ସମ୍ପର୍କରେ ସସପେନ୍ସ ଜାରି ରହିଛି। ଏହି ପରିବାରର ସଦସ୍ୟମାନେ…
ୟୁକ୍ରେନ ବିରୋଧରେ ରାସାୟନିକ ଅସ୍ତ୍ର ବ୍ୟବହାର କରୁଛି ରୁଷିଆ: ଆମେରିକା ବିଦେଶ ବିଭାଗର ଅଭିଯୋଗ
ଓ୍ବାଶିଂଟନ,୨।୫: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ବୁଧବାର ଆମେରିକା ରୁଷିକୁ ୟୁକ୍ରେନ ବିରୋଧରେ ଆନ୍ତର୍ଜାତୀୟ ରାସାୟନିକ ଅସ୍ତ୍ର ପ୍ରତିବନ୍ଧକ ଉଲ୍ଲଂଘନ କରିଛି ବୋଲି ଅଭିଯୋଗ କରିଛି। ଆମେରିକା କହିଛି ଯେ ରୁଷିଆ ୟୁକ୍ରେନ ସେନା…
ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା
ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ ଲାଗି ଜଙ୍ଗଲ ଜଳିବାରେ ଲାଗିଛି। ବୁଧବାର ପାଟଣା ରେଞ୍ଜର ସୋରାସକୋଲା, ଭିମାପଡ଼ା ବଲାଣିପଶି ଗ୍ରାମ୍ୟ…
ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ
ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍ ନଂ ୧୨୨/୨୪ରେ ମାମଲା ରୁଜୁ କରିବା ସହ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…
ବାଇକ୍ ସହ ପିଟିହେଲା ବାଇକ୍: ୨ ଜଣଙ୍କ ଜୀବନ ଗଲା, ୨ ଆହତ
ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍ ସହ ବାଇକ ଧକ୍କାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ କଣମଣା ଗ୍ରାମର ଏସ୍. କ୍ରିଷ୍ଣା…
Archives


