ସ୍ତ୍ରୀଙ୍କୁ ବିଭତ୍ସ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲେ ସ୍ବାମୀ
ମାଲକାନଗିରି,୧୧।୧(ଦୁର୍ଯ୍ୟୋଧନ ପାତ୍ର): ମାଳକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଏମଭି ୬୬ ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ସ୍ତ୍ରୀଙ୍କୁ ଅତି ବିଭତ୍ସ ଭାବରେ ଏକ ଧାରୁଆ ଅସ୍ତ୍ରରେ ବେକକୁ କାଟି ହତ୍ୟା କରିଛନ୍ତି ସ୍ବାମୀ। ସ୍ତ୍ରୀ ଶ୍ରୀତି ବିଶ୍ୱାସଙ୍କ…
ଥିଲେ ଯେଉଁଠି, ଫେରିଲେ ସେଇଠିକି ଫେରିଲେ ରଘୁବର
ଭୁବନେଶ୍ୱର,୧୦ା୧(ସୁନିତ୍ ମିଶ୍ର):ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଥିଲେ ଯେଉଁଠି ସେଇଠିକି ଫେରିଯାଇଛନ୍ତି। ପୂର୍ବରୁ ଭାଜପା ନେତା ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଥିବା ରଘୁବର ଦାସ ଓଡ଼ିଶା ରାଜ୍ୟପାଳ ପଦରୁ ହଟିବା ପରେ ପୁଣି ଥରେ ଶୁକ୍ରବାର ଭାଜପାକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।…
ନାଲିଆଖି ଦେଖାଇଲା ବାଂଲାଦେଶ: ଭାରତର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କଲେ ୟୁନୁସ ସରକାର
ଢାକା,୧୧।୧: ପାଣିପାଗ ବିଭାଗର ୧୫୦ ବର୍ଷ ପୂରଣ ଉପଲକ୍ଷେ ଭାରତରେ ଆୟୋଜିତ ହେଉଥିବା ସେମିନାରରେ ବାଂଲାଦେଶୀ ଅଧିକାରୀମାନେ ଯୋଗଦେବେ ନାହିଁ। ୟୁନୁସ ସରକାରଙ୍କ ବାଂଲାଦେଶର ଅଧିକାରୀମାନେ ସରକାରୀ ଖର୍ଚ୍ଚରେ ଅଣ-ଅତ୍ୟାବଶ୍ୟକୀୟ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇ ଭାରତ ସରକାରଙ୍କ ନିମନ୍ତ୍ରଣକୁ…
ସହଦେବଙ୍କ ସ୍ତ୍ରୀଙ୍କୁ ମିଳିବ ଚାକିରି: ଭାଜପାର ବଡ଼ ଘୋଷଣା
ଭୁବନେଶ୍ୱର, ୧୧ା୧(ସୁନିତ୍ ମିଶ୍ର):ସହଦେବ ନାୟକଙ୍କ ହତ୍ୟା ଘଟଣାକୁ ନେଇ ଏକାମ୍ର ବିଧାୟକ ବାବୁ ସିଂ ବିଜେଡିକୁ ଟାର୍ଗେଟ କରିଛନ୍ତି। ସୂଚନାଯୋଗ୍ୟ, ବୁଧବାର ସକାଳେ ରସୁଲଗଡ଼ ଫ୍ଲାଏଓଭରରେ ସ୍କୁଟି ଯାଉଥିବାବେଳ ସହଦେବଙ୍କୁ ଅଭିଯୁକ୍ତମାନେ ହତ୍ୟା କରିଥିଲେ। ଏହି ଘଟଣାରେ ଗୁରୁବାର ବିଜେଡି ପକ୍ଷରୁ…
ଶ୍ରୀକୃଷ୍ଣ, ବଳରାମଙ୍କୁ ଭେଟିଲେ ଅକ୍ରୂର
ମଥୁରାନଗରୀ/ଗୋପପୁର,୧୧।୧(ପ୍ରେମାନନ୍ଦ ଖମାରୀ):ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଅଷ୍ଟମ ଦିବସରେ ଉଭୟ ମଥୁରା ନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା। ଶୁକ୍ରବାରଠାରୁ ହାଟପଦାସ୍ଥିତ ରାଜଦରବାର ରଙ୍ଗମହଲ ଏବଂ ନିଶାମଣି ସ୍କୁଲ ସମ୍ମୁଖ ଲୋକ ମଣ୍ଡପ ପଡ଼ିଆ…
ନବ ଦାସଙ୍କ ପୁଅଙ୍କୁ ନେଇ ତେଜିଲା ରାଜନୀତି
ଝାରସୁଗୁଡ଼ା,୧୧।୧(ଆଶିଷ ରଞ୍ଜନ ଦାଶ)”ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଳଙ୍କୁ ନେଇ ସ୍ଥାନୀୟ ରାଜନୀତି ଜୋର ଧରିଛି। ଜିଲାର କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥା ଭୋଟକୁ ନେଇ ୧୪ ସରପଞ୍ଚ…
ହାତୀ ଉପଦ୍ରବରେ ୭୦ଭାଗ ଲୋକଙ୍କ ଚାଷ ନଷ୍ଟ: ବନ ବିଭାଗ ଦୃଷ୍ଟି ଦେବାକୁ ଚାଷୀଙ୍କ ଦାବି
କେସିଙ୍ଗା,୧୧।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେଞ୍ଜ ଅଧିନସ୍ଥ ସୌରାପଦର ଗ୍ରାମରେ ହାତୀ ଉପଦ୍ରବରେ ବହୁ ଚାଷୀଙ୍କ ଚାଷ ନଷ୍ଟ ହୋଇଥିବାର ଅଭିଯୋଗ ହୋଇଛି। ୪୪ ଟିକିଆ ହାତୀପଲ ଦୀର୍ଘ ୬ ମାସ ଧରି ଏହି ଅଞ୍ଚଳରେ ରହୁ ଥିବାରୁ ଚାଷୀଙ୍କ…
ଦାରିଙ୍ଗବାଡିରେ ପ୍ରବଳ ତୁଷାରପାତ: ମଜାନେଲେ ପର୍ଯ୍ୟଟକ
ଦାରିଙ୍ଗବାଡି,୧୧।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଶନିବାର ପ୍ରବଳ ଜାଡ଼ ଅନୁଭୂତ ହେବା ସହ ଠାଏ ଠାଏ ତୁଷାରପାତ ହୋଇଛି। ପ୍ରତିବର୍ଷ ୯ରୁ ୧୫ ପର୍ଯ୍ୟନ୍ତ ଏହି ସମୟରେ ଅଞ୍ଚଳରେ ତୁଷାରପାତ ହେବା ନଜିର ରହିଥିବା ବେଳେ ସେହି ସମାନ ପ୍ରକ୍ରିୟା…
ନିଜକୁ ଗୁଳି କଲେ ବିଧାୟକ! ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର
ଲୁଧିଆନା,୧୧।୧(ଅରୁଣ ସାହୁ):ପଞ୍ଜାବର ଲୁଧିଆନା ପଶ୍ଚିମ ନିର୍ବାଚନମଣ୍ଡଳୀର ଆମ ଆଦମୀ ପାର୍ଟି (ଆପ) ବିଧାୟକ ଗୁରୁପ୍ରୀତ ଗୋଗୀଙ୍କ ମୁଣ୍ଡରେ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ହୋଇଛି। ବିଧାୟକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଆପ ବିଧାୟକଙ୍କ ମତ୍ୟୁ କିପରି…
ବହୁପ୍ରତୀକ୍ଷିତ ଶୀତମହୋତ୍ସବ ଉଦ୍ଘାଟନ ଆଜି: ସତ୍ୟଜିତ, ମଣ୍ଟୁ ଛୁରିଆ ମୁଖ୍ୟ ଆକର୍ଷଣ
ଦାରିଙ୍ଗବାଡି, ୧୧/୧ (ଅରୁଣ ସାହୁ ):ଦାରିଙ୍ଗବାଡ଼ିରେ ଶନିବାର ଶୀତ ମହୋତ୍ସବର ଉଦ୍ଘାଟନୀ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଜିଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନର ଉଦ୍ୟମରେ ଶୀତ ମହୋତ୍ସବ ଚଳିତ ଥର ପାଳନ କରାଯାଉଛି। ଏଥିପାଇଁ ଜିଲା…
ମୁଁ ମଣିଷ, ଭୁଲ୍ କରିପାରେ; କାହିଁକି ଏମିତି କହିଲେ ମୋଦି
ନୂଆଦିଲ୍ଲୀ,୧୧।୧:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ପୋଡ୍କାଷ୍ଟ ଜରିଆରେ ନିଜ ଜୀବନୀ ଓ ରାଜନୀତି ସମ୍ପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଜିରୋଧା ସହପ୍ରତିଷ୍ଠାତା ନିଖିଲ କାମାଥ୍ଙ୍କ ପୋଡ୍କାଷ୍ଟ ସିରିଜ୍ ‘ପିପୁଲ୍ ବାଏ ଡବ୍ଲ୍ୟୁଟିଏଫ୍’ରେ ଜଣେ ଅତିଥି ଭାବେ ଉପସ୍ଥିତ…
ତଳକୁ ଖସୁଛି ଟଙ୍କା: ସର୍ବକାଳୀନ ରେକର୍ଡ ଭାଙ୍ଗିଲା
ମୁମ୍ବାଇ,୧୧ା୧:ଭାରତୀୟ ଟଙ୍କା ଶୁକ୍ରବାର ତଳକୁ ଖସିବାର ସର୍ବକାଳୀନ ରେକର୍ଡ ପୁଣି ଭାଙ୍ଗିଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୮୫.୯୭ ଟଙ୍କା ରହିଛି। ଗୁରୁବାର ସେସନ୍ରେ ଏହା ୮୫.୯୩ ଟଙ୍କା ରହିଥିବାବେଳେ ଆମେରିକା ଲେବର ମାର୍କେଟ ଡେଟା ଆସିବା ପୂର୍ବରୁ…

