Home

ଆଜି ବିଜେଡିର ପ୍ରଥମ ସଂସଦୀୟ ଦଳ ବୈଠକ: ନବୀନ ପ୍ରଥମଥର ପାଇଁ ହୋଇପାରନ୍ତି ବିରୋଧୀ ଦଳ ନେତା

ଭୁବନେଶ୍ୱର, ୧୮ା୬(ପି.ଟି.):ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ହୋଇପାରନ୍ତି। ବୁଧବାର ହେବାକୁ ଥିବା ପ୍ରଥମ ସଂସଦୀୟ ଦଳ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇପାରେ ବୋଲି ଆଲୋଚନା ହେଉଛି। ତାହା ଯଦି ହୁଏ,…

ସରିଲା ଯୁକ୍ତ୩ ଆବେଦନ: ୨୫ରେ ପ୍ରଥମ ମେଧା ତାଲିକା

ଭୁବନେଶ୍ୱର, ୧୮।୬(ଅସମାପିକା ସାହୁ):୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ୩ ନାମଲେଖା ନିମନ୍ତେ ସୋମବାର ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ୨ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ନାମଲେଖା ପାଇଁ ଆବେଦନ କରିଛନ୍ତି। ସୋମବାର ରାତି ୮ଟା ସୁଦ୍ଧା ୨,୨୯,୮୨୦ ଜଣ ଆବେଦନ କରିଥିବାବେଳେ ୨,୨୭,୮୪୯ ଜଣ ଅନ୍‌ଲାଇନ୍‌ରେ…

୨୦ରେ ବାଚସ୍ପତି ନିର୍ବାଚନ, ୧୯ରେ ନାମାଙ୍କନ ଦାଖଲ

ଭୁବନେଶ୍ୱର, ୧୮।୬:ଆସନ୍ତା ୨୦ ତାରିଖରେ ରାଜ୍ୟରେ ନୂଆ ବାଚସ୍ପତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ୧୯ ତାରିଖରେ ପ୍ରାର୍ଥୀମାନେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ୨୦ରେ ବାଚସ୍ପତି ପଦ ଲାଗି ଭୋଟିଂ ହେବାକୁ ଥିବାବେଳେ କେତେଜଣ ଏଥିଲାଗି ନାମାଙ୍କନ…

ଆଜିଠାରୁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ: ନବନିର୍ବାଚିତ ବିଧାୟକ ନେବେ ଶପଥ

ଭୁବନେଶ୍ୱର, ୧୮।୬(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନରେ ବିଜୟୀ ହୋଇଥିବା ବିଧାୟକମାନେ ମଙ୍ଗଳବାର ଏବଂ ବୁଧବାର ଶପଥ ଗ୍ରହଣ କରିବେ। କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ନେଇଥିବା ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମସ୍ତ ନିର୍ବାଚିତ ସଦସ୍ୟଙ୍କ ଶପଥ ପାଠ କରାଇବେ। ନିୟମାନୁଯାୟୀ, ପ୍ରଥମେ ମୁଖ୍ୟମନ୍ତ୍ରୀ…

ନୂଆ ସରକାରଙ୍କ ବଡ଼ ଘୋଷଣା:ନିର୍ମାଣ ହେବ ଓଡ଼ିଆ ଅସ୍ମିତା ଭବନ

ଭୁବନେଶ୍ୱର, ୧୮।୬ (ବନ୍ଦନା ସେଠୀ):ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୋମବାର ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଲୋକସେବା ଭବନସ୍ଥିତ ବିଭାଗର ସମ୍ମିଳନୀ କକ୍ଷରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବିଭାଗୀୟ କମିଶନର…

ୟୁବିଆଇ ସମ୍ବଲପୁର କ୍ଷେତ୍ର ପକ୍ଷରୁ ରିଟେଲ୍‌ ଏକ୍ସପୋ

ଭୁବନେଶ୍ୱର,୧୮।୬ (ଅଭୟ ଦାଶ): ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର କ୍ଷେତ୍ରୀୟ କାର୍ଯ୍ୟାଳୟ ସମ୍ବଲପୁର ପକ୍ଷରୁ ଆୟୋଜିତ ଏକ ମେଗା ରିଟେଲ୍‌ ଏକ୍ସପୋ-୨୦୨୪ ସମ୍ବଲପୁରର ଗଙ୍ଗାଧର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ୟୁବିଆଇ ପକ୍ଷରୁ ରିଟେଲ୍‌ ଋଣ ସମ୍ବନ୍ଧୀୟ ଉପତ୍ାଦ, ଗୃହ…

ବେଦାନ୍ତ ଆଇଓଓର ନୂତନ ଅଭିଯାନ

ଭୁବନେଶ୍ୱର,୧୮।୬: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ବେଦାନ୍ତ ଆଇରନ ଓର୍‌ ଓଡ଼ିଶା (ଆଇଓଓ)ର ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି କମ୍ପାନୀର ଲୋକପ୍ରିୟ ପ୍ରକଳ୍ପ ତଥା ପ୍ରୋଜେକ୍ଟ ‘ଜୀଭିକା’ର ଏକ ଅଂଶ ଭାବେ…

ଭାଜପାର ରିମୋଟ କଣ୍ଟ୍ରୋଲ ହେଉଛନ୍ତି ଏହି ବ୍ୟକ୍ତି, ପ୍ରଶାନ୍ତ ଜଗଦ୍ଦେବଙ୍କ ଖୁଲାସା

ଭୁବନେଶ୍ୱର, ୧୮।୬(ସୁନିତ୍‌ ମିଶ୍ର):ରାଜ୍ୟରେ ସରକାର ବହୁତ ସକ୍ରିୟ ଅଛି। ଆମେ ମନ୍ତ୍ରୀ, ବିଧାୟକ ଯାହା ହେଲେ ମଧ୍ୟ ଆମ ରିମୋର୍ଟ ହେଉଛନ୍ତି ମୋଦି। ସେଠାରୁ ରିମୋର୍ଟ କଣ୍ଟ୍ରୋଲ ଚାଲିଛି। ମୋଦି ଯାହା କହିଥିଲେ ସେଇଆ ହିଁ ହେବ। ସେ କହିଥିଲେ ଦେଶରେ…

ସୁପର-୮ ଲାଇନ୍‌ଅପ୍‌ ଚୂଡ଼ାନ୍ତ

ସେଣ୍ଟ ଭିନ୍‌ସେଣ୍ଟ, ୧୮ା୬ (ପି.ଟି.): ଟି୨୦ ବିଶ୍ୱକପରେ ସୋମବାର ବାଂଲାଦେଶ ୨୧ ରନ୍‌ରେ ନେପାଳକୁ ପରାସ୍ତ କରିଛି। ଶେଷ ଦଳ ଭାବେ ସୁପର-୮ରେ ପ୍ରବେଶ କରିଥିବା ବେଳେ ଲାଇନ୍‌ ଅପ୍‌ ମଧ୍ୟ ଚୂଡାନ୍ତ ହୋଇଛି। ସେଣ୍ଟ ଭିନ୍‌ସେଣ୍ଟରେ ଖେଳାଯାଇଥିବା ଲୋ ସ୍କୋରିଂ…

ଆଜି ୟୁଜିସି-ଏନ୍‌ଇଟି:୮୩ ବିଷୟରେ ହେବ ପରୀକ୍ଷା

ଭୁବନେଶ୍ୱର,୧୮ା୬(ଅସମାପିକା ସାହୁ):ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ୟୁଜିସି-ଏନ୍‌ଇଟି ମଙ୍ଗଳବାର ଅନୁଷ୍ଠିତ ହେବ। ୮୩ଟି ବିଷୟରେ ପରୀକ୍ଷା ହେବ। ପ୍ରଥମ ସିଫ୍ଟରେ ୪୨ଟି ବିଷୟରେ ପରୀକ୍ଷା ହେବାକୁ ଥିବା ବେଳେ ଦ୍ୱିତୀୟ ସିଫ୍ଟରେ ୪୧ଟି ବିଷୟରେ ପରୀକ୍ଷା ଦେବେ ଛାତ୍ରୀଛାତ୍ର। ପ୍ରଥମ…

ଶ୍ରୀଲଙ୍କାର ସହଜ ବିଜୟ

ଗ୍ରସ୍‌ ଆଇଲେଟ୍‌, ୧୮ା୬ (ପି.ଟି.): ଟି୨୦ ବିଶ୍ୱକପରେ ସୋମବାର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ନେଦରଲାଣ୍ଡ୍ସକୁ ୮୩ ରନ୍‌ରେ ପରାସ୍ତ କରିଛି ଶ୍ରୀଲଙ୍କା। ଉଭୟ ଦଳ ସୁପର-୮ ଦୌଡରୁ ବାଦ୍‌ ପଡି ସାରିଥିବା ବେଳେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିଥିଲା। ୬ ଉଇକେଟ…

ଚାଷୀଙ୍କୁ ‘କାଳିଆ’ ଟଙ୍କା ମିଳିବ ନା ନାହିଁ: ବଢୁଛି ଦ୍ୱନ୍ଦ୍ୱ

ଭୁବନେଶ୍ୱର,୧୮ା୬ (ଅନିଲ ଦାସ):ରାଜ୍ୟରେ ଭାଜପା ସରକାରଙ୍କ ପକ୍ଷରୁ ମଙ୍ଗଳବାର ଚାଷୀଙ୍କୁ ପିଏମ୍‌-କିଷାନ କିସ୍ତି ଟଙ୍କା ଦେବା ପାଇଁ ଉତ୍ସବ ପାଳନ କରୁଥିବାବେଳେ ବିଜେଡି ସରକାର ଅମଳରେ ଆରମ୍ଭ କରାଯାଇଥିବା ‘କାଳିଆ’ ଯୋଜନାର ଭବିଷ୍ୟତକୁ ନେଇ ଚାଷୀ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ସରକାର ବଦଳିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri