Home

ଆମେରିକାରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ଏବଂ ଝିଅଙ୍କୁ ଗୁଳି କରି ହତ୍ୟା, ସନ୍ଦିଗ୍ଧ ଗିରଫ

ଭର୍ଜିନିଆ,୨୩।୩: ଆମେରିକାରେ ପୁଣି ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ଗୁଳି କରି ହତ୍ୟା। ଏକ ଦୋକାନରେ ୫୬ ବର୍ଷୀୟ ପ୍ରଦୀପ କୁମାର ପଟେଲ ଏବଂ ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଛି। ଘଟଣାକୁ ନେଇ ଭର୍ଜିନିଆରେ ରହୁଥିବା ଭାରତୀୟ ସମ୍ପ୍ରଦାୟରେ ଶୋକର ଛାୟା ଖେଳିଯାଇଛି।…

କ୍ଷୟକ୍ଷତି ଆକଳନ ପାଇଁ ଯାଇଥିଲେ ଦୁଇ ମନ୍ତ୍ରୀ, ରୋଷ ଝାଡ଼ିଲେ ଲୋକେ, ଫିଙ୍ଗିଲେ ଢେଲାପଥର

ବାରିପଦା,୨୩ା୩: କ୍ଷୟକ୍ଷତି ଆକଳନ ପାଇଁ ଯାଇଥିବା ଦୁଇ ମନ୍ତ୍ରୀଙ୍କୁ ଲୋକେ ପ୍ରବଳ ବିରୋଧ କରିଛନ୍ତି। କାହିଁକି ମନ୍ତ୍ରୀ ଆମ ଅଞ୍ଚଳକୁ ଆସିଲେନି ବୋଲି କହି ରୋଷ ଝାଡ଼ିଛନ୍ତି ଲୋକେ। ଫଳରେ ମନ୍ତ୍ରୀଙ୍କୁ ଛାଡ଼ି ଆସୁଥିବା ଗାଡ଼ି ଉପରକୁ ପଥରମାଡ଼ କରିଛନ୍ତି ଉତ୍ତ୍ୟେକ୍ତ…

ଭଉଣୀ ଘରକୁ ଆସିଥିଲେ, ପୋଖରୀରେ ବୁଡ଼ି ଚାଲିଗଲା ଭାଇର ଜୀବନ

କେନ୍ଦୁଝର,୨୩।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ନରଣପୁର ଗ୍ରାମରେ ରବିବାର ସକାଳେ ଜଣେ ନାବାଳକ ପୋଖରୀରେ ବୁଡି ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପୋଖରୀରେ ଗାଧୋଉଥିବା ବେଳେ ହଠାତ ପାଣିରେ ବୁଡ଼ି ଯାଇ ନିଖୋଜ ହୋଇ ଯାଇଥିଲା।…

୬ ମଦ ଦୋକାନରୁ ଚୋରି: କାର୍‌ ସମେତ ୧ ଲକ୍ଷ ୭୫ ହଜାର ଟଙ୍କା ଜବତ, ୫ ଗିରଫ

ଭଞ୍ଜନଗର,୨୩ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ୬ଟି ବିଦେଶୀ ମଦ ଦୋକାନରୁ ଇତି ମଧ୍ୟରେ ଚୋରି ହୋଇଥିଲା। ଦୁର୍ବୃତ୍ତମାନେ ଜିଲାର ରମ୍ଭା, ଛତ୍ରପୁର, ବେଗୁନିଆପଡ଼ା, ଗଞ୍ଜାମ, ଭଞ୍ଜନଗର ଥାନା ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ମଦ ଦୋକାନରୁ ଚୋରି କରି ଚାଲିଥିଲେ। ପୋଲିସ…

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ୩ ଜିଲାରେ ବଢୁଛି ବାଲି ଚୋରା ଚାଲାଣ ମାମଲା, ୨୭ ଜିଲାରେ ନାହିଁ

ଭୁବନେଶ୍ୱର,୨୩।୩: ରାଜଧାନୀ ଉପକଣ୍ଠ ସମେତ କଟକ, ବ୍ରହ୍ମପୁର, ଗଞ୍ଜାମ, କୋରାପୁଟ, ବାଲେଶ୍ୱର ଆଦି ଜିଲାରେ ବାଲି ଚୋରି ପ୍ରବଳ ମାତ୍ରାରେ ଚାଲିଛି। ଏହାକୁ ନେଇ ଅଧିକାଂଶ ସମୟରେ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଛି। ହେଲେ କାଗଜପତ୍ରରେ ଏସବୁ ଦେଖିବାକୁ ମିଳୁନାହିଁ। କେଉଁଠି…

IPL ଆରମ୍ଭରୁ ବଦଳିଗଲା ଏହି ଟିମ୍‌, ହଠାତ କରାଗଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୨୩।୩: ଆଇପିଏଲ ୨୦୨୫ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇଛି। ସିଜିନରେ ଏପର୍ଯ୍ୟନ୍ତ କେବଳ ଗୋଟିଏ ମ୍ୟାଚ ଖେଳାଯାଇଥିବା ବେଳେ ଗୋଟିଏ ଦଳ ଏହାର ସ୍କ୍ବାର୍ଡରେ ପରିବର୍ତ୍ତନ କରିଛି। ଲକ୍ଷ୍ନୌ ସୁପରଜାଏଣ୍ଟସର ଜଣେ ଷ୍ଟାର ଦ୍ରୁତ ବୋଲର ଆଘାତ ଯୋଗୁ ଏହି ସିଜିନରୁ…

କାଳବୈଶାଖୀ କ୍ଷୟକ୍ଷତି ସମୀକ୍ଷା: ମନ୍ତ୍ରୀ କହିଲେ ଆଜି ମିିଳିବ ଟଙ୍କା, ଜାଣନ୍ତୁ କାହାକୁ କେମିତି ମିଳିବ…

ବାରିପଦା,୨୩ା୩: ମୟୂରଭଞ୍ଜ ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ରାଜସ୍ବ ମନ୍ତ୍ରୀସୁରେଶ ପୂଜାର ବାଙ୍ଗିରିପୋଷିରେ କ୍ଷୟକ୍ଷତି ସମୀକ୍ଷା କରିଛନ୍ତି। ମନ୍ତ୍ରୀ କହିଛନ୍ତି, କାଳବୈଶାଖୀ କ୍ଷତି ରିପୋର୍ଟ ମିଳିଛି, ଲୋକଙ୍କୁ ସମ୍ପୂର୍ଣ୍ଣ କ୍ଷୟକ୍ଷତି ଟଙ୍କା ମିଳିବ।…

ସନ୍ନ୍ୟାସକୁ ନେଇ ଏମ୍‌ଏସ୍‌ ଧୋନୀଙ୍କ ବଡ଼ ଘୋଷଣା, କହିଲେ…

ନୂଆଦିଲ୍ଲୀ,୨୩।୩: ପ୍ରତିବର୍ଷ କ୍ରିକେଟପ୍ରେମୀମାନେ ଆଇପିଏଲ୍‌କୁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ଏହାର ସବୁଠାରୁ ବଡ଼ କାରଣ ମଧ୍ୟ ହେଉଛନ୍ତି ଏମ୍‌ଏସ୍‌ ଧୋନୀ। ସେ ୨୦୨୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଏବେ ସେ କେବଳ IPLରେ ଖେଳୁଥିବାର ନଜର ଆସୁଛନ୍ତି।…

OTT ପ୍ଲାଟ୍‌ଫର୍ମରେ ଅଶ୍ଳୀଳ ବିଷୟବସ୍ତୁ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ନୂଆଦିଲ୍ଲୀ,୨୩ା୩: OTT ପ୍ଲାଟଫର୍ମରେ କାର୍ଯ୍ୟକ୍ରମର ନାମ ପରିବର୍ତ୍ତନ କରି କିମ୍ବା ଏଆଇ(AI) ବ୍ୟବହାର କରି ଅଶ୍ଳୀଳ କଣ୍ଟେଣ୍ଟ ଶେୟାର ନ କରିବାକୁ ପଦକ୍ଷେପ ନେବା ପାଇଁ ଏକ ସଂସଦୀୟ ପ୍ୟାନେଲ ଦାବି କରିଛି। ଭାଜପା ଏମ୍‌ପି ନିଶିକାନ୍ତ ଦୁବେଙ୍କ ଅଧ୍ୟକ୍ଷତାରେ ଗଠିତ…

ପିଲାଦିନେ ମା’ଙ୍କୁ ହରାଇଥିଲେ, ଦ୍ୱିତୀୟ ବିବାହ କରିନେଇଥିଲେ ବାପା; ସଂଘର୍ଷମୟ ଜୀବନ ପରେ IPLରେ ଚମକିବାକୁ ପ୍ରସ୍ତୁତ ଏହି ଖେଳାଳି

ନୂଆଦିଲ୍ଲୀ,୨୩।୩: IPL ଅନେକ ଖେଳାଳିଙ୍କ ଭାଗ୍ୟ ବଦଳାଇଛି। ପ୍ରତିବର୍ଷ ଭାରତର ଅନେକ ଯୁବ ଖେଳାଳି ଏହି ଲିଗରେ ଖେଳିବାର ସୁଯୋଗ ପାଆନ୍ତି। କିନ୍ତୁ ସମସ୍ତଙ୍କ ପାଇଁ IPLରେ ପହଞ୍ଚିବା ଏତେ ସହଜ ନଥାଏ। ସନରାଇଜର୍ସ ହାଇଦ୍ରାବାଦ ଏହି ସିଜିନରେ ଏପର୍ଯ୍ୟନ୍ତ ପ୍ରଥମ…

ରୋଷେଇ କରୁଥିବା ବେଳେ ମହିଳାଙ୍କ ଦେହରେ ଲାଗିଲା ନିଆଁ, ଆଉ ତା’ ପରେ…

ଦିଗପହଣ୍ଡି,୨୩ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ପଞ୍ଚାୟତ ବାଲିଆ ଗ୍ରାମରେ ରବିବାର ସକାଳେ ଝିଲି ସ୍ବାଇଁ(୩୫) ନାମ୍ନୀ ଜଣେ ମହିଳା ନିଆଁରେ ପୋଡ଼ି ଅର୍ଦ୍ଧଦଗ୍ଧ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ମହିଳା ଜଣକ ଘରେ…

ସମବାୟ ସମିତିରେ ଅନିୟମିତତା: ସମ୍ପାଦକ ନିଲମ୍ବିତ

ହିଞ୍ଜିଳିକାଟୁ(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ସାରୁ ପ୍ରାଥମିକ ସମବାୟ ସମିତିରେ ବିଭିନ୍ନ ସମୟରେ ଅନିୟମିତତା ଅଭିଯୋଗ ହୋଇଛି। ଖାଲି ପଡ଼ିଆରେ ଧାନଚାଷ ହୋଇଥିବା ଦର୍ଶାଇ ଚାଷୀମାନଙ୍କ ନାମ ପଞ୍ଜୀକରଣ କରିବା ସହିତ ଧାନ କିଣାବିକା ଦର୍ଶାଇ ସରକାରୀ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?