ଠିକାଦାରଙ୍କ ମନମାନି: ଜଙ୍ଗଲ କାଟି ରାସ୍ତା ତିଆରି, ସ୍ଥାୟିତ୍ୱ ନେଇ ପ୍ରଶ୍ନ
ମହାକାଳପଡ଼ା,୯ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ସୁରକ୍ଷା ପାଇଁ ତଟ ବନ୍ଧ ବିଭାଗ ପକ୍ଷରୁ ଖରିନାସୀ- ବାରନମ୍ବର ଘେରିବନ୍ଧ ପ୍ରଶସ୍ତୀକରଣରେ ଉଚ୍ଚ, ଓସାରିଆ ଓ ପାର୍ଶ୍ୱରେ ପଥର ବିଛାଇବା ପାଇଁ ବହୁ କୋଟି ଟଙ୍କା ବ୍ୟୟରେ…
୨୦୨୬ ଟି-୨୦ ବିଶ୍ୱକପ ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ! ପ୍ରଥମ ମ୍ୟାଚ ପରେ ୱେଷ୍ଟଇଣ୍ଡିଜ ନମ୍ବର ୧, ଭାରତର ସ୍ଥାନ କେଉଁଠି ଜାଣନ୍ତୁ
ନୂଆଦିଲ୍ଲୀ,୯।୨: ୨୦୨୬ ଟି-୨୦ ବିଶ୍ୱକପ ଆରମ୍ଭ ଆଶାଠାରୁ ଅଧିକ ରୋମାଞ୍ଚକର ହୋଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇ ଦିନ କୌଣସି ବଡ଼ ବିପର୍ଯ୍ୟୟ ସୃଷ୍ଟି କରିନଥିଲେ ମଧ୍ୟ, ସହଯୋଗୀ ଦଳଗୁଡ଼ିକ ଶକ୍ତିଶାଳୀ ଦେଶଗୁଡ଼ିକୁ ଚ୍ୟାଲେଞ୍ଜ କରିବା ଦ୍ୱାରା ପ୍ରଶଂସକଙ୍କ ଉତ୍ସାହ ବୃଦ୍ଧି ପାଇଛି।…
ଟି-୨୦ ବିଶ୍ୱକପ ଇତିହାସର ସବୁଠାରୁ ଲଜ୍ଜାଜନକ ସ୍କୋର, ଜାଣନ୍ତୁ କେତେ ଥିଲା ସ୍କୋର
ନୂଆଦିଲ୍ଲୀ,୯।୨: ICC ପୁରୁଷ T20 ବିଶ୍ୱକପର ଇତିହାସ ରୋମାଞ୍ଚକର ପ୍ରତିଯୋଗିତା, ହାଇ ସ୍କୋର ଏବଂ ଶେଷ ଓଭର ପର୍ଯ୍ୟନ୍ତ ଲମ୍ବିଥିବା ମ୍ୟାଚ ପାଇଁ ଜଣାଶୁଣା। ତଥାପି, ଏହି ଟୁର୍ଣ୍ଣାମେଣ୍ଟରେ ଅନେକ ଇନିଂସ ମଧ୍ୟ ଦେଖାଯାଇଛି ଯାହା କ୍ରିକେଟ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି।…
ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୪ ଜୀବନ
ବଲାଙ୍ଗୀର,୯ା୨(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲା ତୁରେକେଲା ଥାନା ପଣ୍ଡରେନ ଗାଁ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଅଜା ନାତିଙ୍କ ସହ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି। ବଙ୍ଗୋମୁଣ୍ଡା ଥାନା ତୁରେକେଲା ଗାଁର ଗୋଟିଏ ପରିବାରର ୪ ଜଣ ବାଇକ୍ରେ…
ପୁଣି ଫେରିଲା ଶୀତ, ନିଆଁ-ଖରାକୁ ଖୋଜିଲେଣି ଲୋକେ
ଦାରିଙ୍ଗବାଡ଼ି,୯ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳକୁ କିଛି ଦିନ ବ୍ୟବଧାନ ପରେ ପୁଣି ଶୀତ ଫେରିଛି। ଫଳରେ ଏହି ଅସହ୍ୟ ଜାଡ଼ ଜନଜୀବନକୁ ପ୍ରଭାବିତ କରିଛି। ପୁଣି ଶୀତ ଫେରିବାରୁ ଲୋକଙ୍କ ଜୀବନଚର୍ଯ୍ୟାରେ ବି ପରିବର୍ତ୍ତନ ଆସିଛି। ଆଉଥରେ ଲୋକଙ୍କୁ…
ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଏବେବି ରହିଛି ସସପେନ୍ସ, BCCI ଦେଲା ବଡ଼ ବୟାନ
ନୂଆଦିଲ୍ଲୀ,୯।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ T20 World Cup 2026 ମ୍ୟାଚ ନିରନ୍ତର ଖବରର ଶିରୋନାମାରେ ରହିଛି। ଫେବୃଆରୀ ୧୫ରେ କଲମ୍ବୋରେ ହେବାକୁ ଥିବା ଏହି ହାଇ-ଭୋଲଟେଜ ମ୍ୟାଚ ସମ୍ପର୍କରେ ସ୍ଥିତି ଅସ୍ପଷ୍ଟ ରହିଛି। ପାକିସ୍ତାନର ମ୍ୟାଚ ନ ଖେଳିବାର…
ଅଜୀର୍ଣ୍ଣ ସମସ୍ୟା ଅଛି କି? ଆପଣାନ୍ତୁ ଏହି ଉପାୟ…
ସାଧାରଣତଃ ଯଦି ଖାଦ୍ୟ ଠିକ୍ ଭାବରେ ହଜମ ନ ହେଲା ତେବେ ଅଜୀର୍ଣ୍ଣ ସମସ୍ୟା ଦେଖାଯାଇଥାଏ। ଏହାପଛରେ ମଧ୍ୟ ଆଉ କେତୋଟି କାରଣ ରହିଛି। ଆବଶ୍ୟକତା ଠାରୁ ଅଧିକ ଖାଇବା, ଖାଇବାକୁ ଇଚ୍ଛା ନ ଥାଇ ଖାଇବା, ଖାଇବାରେ ଅନିୟମିତତା, ଅଧିକ…
ଶୋଷ, ଚାଷ ପାଇଁ ପାଣି ନିଅଣ୍ଟ
ଯାଜପୁର,୯ା୨(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ନଦୀଗୁଡ଼ିକରେ ଜଳପ୍ରବାହ ହ୍ରାସକୁ ଦେଖିଲେ ସମନ୍ବିତ ପ୍ରଯୁକ୍ତିବିଦ୍ୟା ଆଧାରିତ ଜଳ ସମ୍ପଦ ପରିଚାଳନା ପଦ୍ଧତି ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି। ତଦନୁଯାୟୀ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ୩ା୨ା୨୦୨୬ରେ ହୋଇଥିବା ବୈଠକରେ ଏକ କାର୍ଯ୍ୟାନ୍ବୟନ ଯୋଜନା…
ବାଣିଜ୍ୟ, ପ୍ରତିରକ୍ଷାରେ ସହଯୋଗ ବଢ଼ାଇବେ ଭାରତ, ମାଲେସିଆ
କୁଆଲାଲୁମ୍ପୁର,୯ା୨(ପି.ଟି.): ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା, ଶକ୍ତି, ଆଧୁନିକ ଉତ୍ପାଦନ ଏବଂ ସେମିକଣ୍ଡକ୍ଟର ଆଦି ସର୍ବାଧିକ ପ୍ରାଥମିକତା ଥିବା ସେକ୍ଟରରେ ଭାରତ ଓ ମାଲେସିଆ ସମ୍ପର୍କ ବଢ଼ାଇବା ପାଇଁ ରବିବାର ପ୍ରତିଜ୍ଞାବଦ୍ଧ ହୋଇଛନ୍ତି। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ପାଇଁ…
ଆଜି ଚକୋଲେଟ୍ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ
ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍, ସିନେମା ହଲ୍ ଓ ବିଭିନ୍ନ ମଲ୍ରେ ଏବେ ପ୍ରେମପକ୍ଷୀଙ୍କ ରାଜ୍ ଚାଲିଛି। ପ୍ରେମ ସପ୍ତାହର ଦ୍ବିତୀୟ ଦିନ ଆର୍ଥାତ୍ ରବିବାର ପ୍ରପୋଜ…
ମୋହମ୍ମଦିଙ୍କୁ ଆଉ ସାଢ଼େ ୭ ବର୍ଷ ଜେଲ
ଦୁବାଇ,୯ା୨(ଏପି):ଇରାନ୍ର ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ନର୍ଗେସ ମୋହମ୍ମଦିଙ୍କୁ ଦେଶର ଏକ ଅଦାଲତ ଆଉ ସାଢ଼େ ୭ ବର୍ଷ ଜେଲ ଦଣ୍ଡାଦେଶ ଦେଇଛି। ୨୦୨୩ରେ ନୋବେଲ ପୁରସ୍କାର ପାଇଥିବା ମୋହମ୍ମଦିଙ୍କୁ ଗତବର୍ଷ ସରକାର ବିରୋଧୀ ଆନ୍ଦୋଳନ ଉସୁକାଇବା ଅଭିଯୋଗରେ ୬ ବର୍ଷ…
ଶ୍ରେଷ୍ଠ ପ୍ରଜାତି ସୃଷ୍ଟି ଲାଗି ଏକସଙ୍ଗେ ୨୦ ମହିଳାଙ୍କୁ ଗର୍ଭବତୀ କରିବାକୁ ଚାହୁଁଥିଲେ ଏପ୍ଷ୍ଟିନ୍
ନ୍ୟୁୟର୍କ,୯ା୨: ଯୌନ କେଳେଙ୍କାରୀ ମାମଲାରେ ଦୋଷୀସାବ୍ୟସ୍ତ ଧନୀ ଅର୍ଥ ଲଗାଣକାରୀ ଜେଫ୍ରି ଏପ୍ଷ୍ଟିନ୍ ଜେନେଟିକ୍ ଇଞ୍ଜିନିୟରିଂ ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବ୍ୟବହାର କରି ମାନବ ଜାତିର ଏକ ଶ୍ରେଷ୍ଠ ପ୍ରଜାତି ବିକଶିତ କରିବାକୁ ଯୋଜନା କରିଥିଲେ। ଏଥିପାଇଁ ସେ କେତେଜଣ…
Archives


