ଇଏସ୍ଆଇ ଅଂଶଦାନ ୪%କୁ ହ୍ରାସ
ନୂଆଦିଲ୍ଲୀ,୧୪-୬: କେନ୍ଦ୍ର ସରକାର କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସ୍ଆଇ)ର ସ୍ବାସ୍ଥ୍ୟ ବୀମା କାର୍ଯ୍ୟକ୍ରମରେ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ମୋଟ ଅଂଶଦାନକୁ ୬.୫%ରୁ ୪%କୁ ହ୍ରାସ କରିଛନ୍ତି। ଏହାଦ୍ୱାରା ୧୨.୮୫ ଲକ୍ଷ ନିଯୁକ୍ତିଦାତା ପ୍ରତିବର୍ଷ ୫ ହଜାର କୋଟି ଟଙ୍କା ସଞ୍ଚୟ କରିପାରିବେ।…
ସକାଳେ ପିଇଲେ କପେ ଲବଙ୍ଗ ଚା’…
ଲବଙ୍ଗର ଅନେକ ଔଷଧୀୟ ଗୁଣ ରହିଛି। ବର୍ଷାଦିନେ ସକାଳୁ କପେ ଲବଙ୍ଗ ଚା’ ପିଇଲେ ଏହା ଶରୀର ଲାଗି ହିତକର ହୋଇଥାଏ । କିଛି ପାଣିରେ ତୁଳସୀ ପତ୍ର, ପୋଦିନା ପତ୍ର ଓ ଲବଙ୍ଗ ପକାଇ ନାଲି ଚା’ କରି ପିଇଲେ…
ବନ୍ଦୀ ବରଗଛ…
ପାକିସ୍ତାନର ଖୈବରଠାରେ ରହିଛି ଏକ ବରଗଛ। ୧୨୦ ବର୍ଷ ଧରି ଏହି ବରଗଛକୁ ଲୁହା ଜଞ୍ଜିରରେ ବନ୍ଧା ଯାଇଛି। ଗଛରେ ଏକ ବୋର୍ଡରେ ଲେଖା ଯାଇଛି ‘ଆଇ ଆମ୍ ଅଣ୍ଡର ଆରେଷ୍ଟ’। ୧୮୯୮ରେ ଇଂରେଜ ଅଫିସର ଜେମ୍ସ୍ ସ୍କ୍ବିଡ୍ ଦିନେ ରାତିରେ…
ଲାଲ୍ ଲେହେଙ୍ଗାରେ ସାରାଙ୍କ ଫଟୋଶୁଟ: ଫଟୋ ଦେଖି ବିବାହ ପ୍ରସ୍ତାବ ଦେଲେ ପ୍ରଶଂସକ
ମୁମ୍ବାଇ: ବଲିଉଡ୍ ଜଗତରେ ପାଦ ଥାପିବା ଦିନଠାରୁ ସୈଫ ଲଳନା ସାରାଙ୍କ କ୍ରେଜ୍ କାହାଠାରୁ କମ୍ ନୁହେଁ। ଫିଲ୍ମ ‘କେଦାରନାଥ’ ଓ ‘ସିମ୍ବା’ରେ ତାଙ୍କର ଅଭିନୟକୁ ଦର୍ଶକ ପସନ୍ଦ କରିବା ପରେ ଏବେ ତାଙ୍କ ଆଗରେ ନିର୍ମାତାଙ୍କ ଲମ୍ବା ଲାଇନ୍। ଗୋଟିଏ…
ନିର୍ମାଣ କାର୍ଯ୍ୟରେ ଅନିୟମିତତା : ଜିଲାପାଳଙ୍କଠାରେ ଗ୍ରାମବାସୀ ଫେରାଦ
ବାରିପଦା ଅଫିସ,୧୩ା୬ : ମୟୂରଭଞ୍ଜ ଜିଲା ବିଜାତଳା ବ୍ଲକ ଅନ୍ତର୍ଗତ ବଣକାଟୀ ପଞ୍ଚାୟତ ବରଜିଆଣି ଗ୍ରାମରେ ଏକ କାର୍ଯ୍ୟରେ ଅନିୟମିତା ହୋଇଥିବା ନେଇ ଗୁରୁବାର ଗ୍ରାମବାସୀ ଜିଲାପାଳଙ୍କ ଠାରେ ଫେରାଦ ହୋଇଛନ୍ତି। ଏନେଇ ପୂର୍ବରୁ ସେମାନେ ସ୍ଥାନୀୟ ବିଡିଓଙ୍କ ମଧ୍ୟ ଦୃଷ୍ଟି…
ଟ୍ରକ୍ ଦୁର୍ଘଟଣାରେ ସ୍ତ୍ରୀ ମୃତ; ସ୍ବାମୀ-ଝିଅ ଗୁରୁତର: ରାଜପଥ ଅବରୋଧ କଲେ ଉତ୍ତ୍ୟକ୍ତ ଲୋକେ
ସାକ୍ଷୀଗୋପାଳ,୧୩।୬(ଡି.ଏନ୍.ଏ.): ସତ୍ୟବାଦୀ ବ୍ଲକ ଛକରେ ଗୁରୁବାର ଏକ ମର୍ମନ୍ତୁଦ ଟ୍ରକ୍ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ପୁରୀ ନବକଳେବର ରୋଡରେ ରହୁଥିବା ସସ୍ମିତା ମିଶ୍ର(୩୯)। ସେହିପରି ମହିଳାଙ୍କ ସ୍ବାମୀ ଶିବ ପ୍ରସାଦ ମିଶ୍ର ଓ କନ୍ୟା ସ୍ଥିତି…
ଦୋକାନରେ କାମ କରୁଛନ୍ତି ଶିଶୁଶ୍ରମିକ, ପ୍ରଶାସନିକ ଅଧିକାରୀଙ୍କ ଅଣଦେଖା
ଆନନ୍ଦପୁର,୧୩ା୬(ସ୍ବ.ପ୍ର.): ଆନନ୍ଦପୁର ଫକୀରମୋହନ ବଜାରରେ ଜଣେ ଶିଶୁଶ୍ରମିକ ପାଣି ବୋହୁଥିବାର ଦେଖିବାକୁ ମିଳିଛି। ଉକ୍ତ ନାବାଳକ ଜଣକ ନିୟମିତ ଭାବେ ପାଣି ବୋହିବା କାର୍ଯ୍ୟଠାରୁ ଆରମ୍ଭ କରି ଦୋକାନରେ ପ୍ଲେଟ୍ ଧୋଇବା ଓ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ କରୁଥିବା ଦେଖାଯାଇଛି। ଗୋଟିଏ…
ନିଦ ଔଷଧ ଖାଉଛନ୍ତି କି? ହୋଇଯାନ୍ତୁ ସାବଧାନ
ନିଦ ଔଷଧ ସେବନକାରୀଙ୍କୁ ଏଣିକି ସତର୍କ ରହିବାକୁ ପଡ଼ିବ। ଏକ ଗବେଷଣାରୁ ଜଣାପଡ଼ିଛି, ଯେଉଁମାନେ ନିଦ ହେବାକୁ ପାୱାର୍ଫୁଲ୍ ଔଷଧ ସେବନ କରୁଛନ୍ତି, ସେମାନଙ୍କଠାରେ ଆଲଝେମିୟର୍ ଆଶଙ୍କା ଅନେକ ଗୁଣ ବଢ଼ିଯାଏ। ଗବେଷକଙ୍କ ଅନୁସାରେ, ଯେଉଁମାନେ ନିଦ ହେବାକୁ ସାମାନ୍ୟ ମାତ୍ରାଠୁ…
ଧୋନୀଙ୍କ ନାଁରେ ଚାଲିଛି ରେଷ୍ଟୁରାଣ୍ଟ: ପ୍ରଶଂସକଙ୍କୁ ମିଳୁଛି ମାଗଣା ଖାଦ୍ୟ
କୋଲକାତା, ୧୩।୬: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଏହି ବ୍ୟାଟ୍ସମ୍ୟାନ୍ଙ୍କ ଲୋକପ୍ରିୟତା ରହିଛି। ଧୋନୀଙ୍କ ଜଣେ ନିଆରା ପ୍ରଶଂସକ ହେଉଛନ୍ତି ଶମ୍ଭୁ। ସେ ପଶ୍ଚିମବଙ୍ଗର ଅଲ୍ଲୀପୁରଦ୍ୱାର ଜିଲାରେ ଏକ…
ଆରମ୍ଭ ହେଲା ରଜ ଉତ୍ସବ
ଆନନ୍ଦପୁର,୧୩ା୬(ସ୍ବ.ପ୍ର): ଘଷିପୁରା ଆଦର୍ଶ ସେବାସଂଘ ଆନୁକୂଲ୍ୟରେ ଆୟୋଜିତ ରଜ ଉତ୍ସବ ଗ୍ୟାରେଜ ଛକ ନିକଟରେ ଉଦ୍ଘାଟିତ ହୋଇଯାଇଛି। ସଂଘର ସଭାପତି ଯଜ୍ଞ ପ୍ରସାଦ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଘଷିପୁରାର ବରିଷ୍ଠ ନାଗରିକ କାମପାଳ ମହାରଣା, ମାଗୁଣି ଚରଣ ବେହେରା, ନନ୍ଦକିଶୋର…
ମିଟୂ: ତନୁଶ୍ରୀଙ୍କୁ ଝଟକା, ନାନାଙ୍କୁ କ୍ଲିନ୍ଚିଟ୍
ଅଭିନେତା ନାନା ପାଟେକରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କୁ ଝଟକା ଲାଗିଛି। ଏନେଇ ପୋଲିସ ନାନାଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ। ଫଳରେ ସେ ଦୋଷମୁକ୍ତ ବୋଲି ପୋଲିସ କହିଛି। ସୂଚନାଯୋଗ୍ୟ, ମୁମ୍ବାଇ ଓସିୱାରା ବୋଲିସ ଷ୍ଟେଶନରେ…
ଜୁଲାଇ ୮ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା, ୧୪ରେ ଶେଷ
ଭୁବନେଶ୍ୱର,୧୩।୬(ବ୍ୟୁରୋ): ଆସନ୍ତା ଜୁଲାଇ ୮ ତାରିଖରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ। ଏହା ୧୪ ତାରିଖରେ ଶେଷ ହେବ। ମାତ୍ର ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ୧୬ ତାରିଖ ଯାଏଁ ଚାଲିବ। ସକାଳ ୯ଟାରୁ ପୂର୍ବାହ୍ନ ୧୧.୩୦ ପର୍ଯ୍ୟନ୍ତ ପରୀକ୍ଷା…

