Home

ଅକ୍ଷୟ ପାତ୍ର ଫାଉଣ୍ଡେଶନକୁ ଗ୍ଲୋବାଲ ଚାମ୍ପିୟନ୍‌ ଆଓ୍ବାର୍ଡ

ଲଣ୍ଡନ,୧୫ା୬(ପି.ଟି.): ଭାରତର ଏକ ଅଣଲାଭକାରୀ ସଂସ୍ଥା ଅକ୍ଷୟ ପାତ୍ର ସ୍କୁଲ୍‌ ମିଲ୍‌ ପ୍ରୋଜେକ୍ଟକୁ ବିବିସି ଓ୍ବାର୍ଲଡ ସର୍ଭିସ ଗ୍ଲୋବାଲ ଚାମ୍ପିୟନ୍‌ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ଚଳିତ ସପ୍ତାହରେ ବ୍ରିଷ୍ଟଲ୍‌ଠାରେ ଆୟୋଜିତ ବିବିସି ଫୁଡ ଆଣ୍ଡ ଫାର୍ମିଂ ଉତ୍ସବରେ ଏହି ପୁରସ୍କାର ପ୍ରଦାନ…

ଅଶାନ୍ତ ପଶ୍ଚିମବଙ୍ଗ: ଟିଏମ୍‌ସି-କଂଗ୍ରେସ ମୁହାଁମୁହିଁ; ୩ ମୃତ

କୋଲକତା,୧୫।୬: ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମିବାର ନା ଧରୁନି। ଶନିବାର ମୁର୍ଶିଦାବାଦ୍‌ରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏବଂ କଂଗ୍ରେସ ଦଳ ସଦସ୍ୟ ମୁହାଁମୁହିଁ ହୋଇଛନ୍ତି। ଏଥିରେ ତୃଣମୂଳ କଂଗ୍ରେସର ୩ ଜଣ କର୍ମକର୍ତ୍ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଟିଏମ୍‌ସିର ଖୈରୁଦ୍ଦିନ୍‌ ଶେଖ୍‌ ଏବଂ…

ଜୀବନ ଅନୁସନ୍ଧାନ କରିବ ମାର୍ସ ରୋଭର

ଓ୍ବାଶିଂଟନ୍‌,୧୫ା୬(ଆଇଏଏନ୍‌ଏସ୍‌): ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସା ଲୋହିତ ଗ୍ରହ ମଙ୍ଗଳକୁ ୨୦୨୦ରେ ରୋଭର ମହାକାଶଯାନ ପ୍ରେରଣ କରିବ। ମଙ୍ଗଳରେ ପ୍ରାଚୀନ କାଳରେ ଜୀବନ ତିଷ୍ଠିଥିଲା କି ନାହିଁ ତାହାର ଅନୁସନ୍ଧାନ କରାଯିବ ବୋଲି ନାସାର ଜେଟ୍‌ ପ୍ରପଲସନ୍‌ ଲାବୋରେଟୋରୀ ପକ୍ଷରୁ…

ମାଓବାଦୀଙ୍କ ପାଖରେ ପାକିସ୍ତାନ ଆର୍ମି ରାଇଫଲ୍‌

ରାୟପୁର, ୧୫।୬: ପାକିସ୍ତାନ ମାଓବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା କଥା ଏବେ ସ୍ପଷ୍ଟ ହୋଇଛି। ନିକଟରେ ଛତିଶଗଡ଼ ଉତ୍ତର ବସ୍ତରର କାଙ୍କେରରେ ପୋଲିସ ଏବଂ ମାଓବାଦୀ ମୁହାଁମୁହିଁ ହେବା ପରେ ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ପାକିସ୍ତାନ ଆର୍ମିର ରାଇଫଲ ଥିବା କୁହାଯାଉଛି।…

ଜୁନ୍‌ ୩୦ ସୁଦ୍ଧା ସବୁ ଗଁ।କୁ ବିଦ୍ୟୁତ୍‌

ପୁରୀ ଅଫିସ୍‌, ୧୫ା୬: ପୁରୀ ଜିଲାର ସବୁ ଅଞ୍ଚଳକୁ ଜୁନ୍‌ ୩୦ ତାରିଖ ସୁଦ୍ଧା ବିଜୁଳି ପହଞ୍ଚାଯିବ। ସ୍ନାନଯାତ୍ରାଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପୁରୀ ସହର ଓ ନିକଟବର୍ତ୍ତୀ ଅଞ୍ଚଳ ତଥା ଯାତ୍ରୀ ଆଶ୍ରୟସ୍ଥଳକୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଇ ଦିଆଯିବ ବୋଲି…

ଘରଭଙ୍ଗା ସହାୟତା: ୮୫୦ କ୍ଷତିଗ୍ରସ୍ତଙ୍କ ଖାତାକୁ ଗଲା ୨୫ ଲକ୍ଷ

ପୁରୀ ଅଫିସ, ୧୫ା୬: ବାତ୍ୟାରେ ପୁରୀ ଜିଲାରେ ବହୁ ଘର ସମ୍ପୂର୍ଣ୍ଣ ଓ ଆଉ କେତେକ ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ପ୍ରଶାସନ ପକ୍ଷରୁ ଘରଭଙ୍ଗା କ୍ଷୟକ୍ଷତି ଆକଳନ କରାଯିବା ପରେ ବିପନ୍ନଙ୍କ ପାଖକୁ ସହାୟତା ରାଶି ପ୍ରଦାନ ଆରମ୍ଭ ହୋଇଛି।…

ଇଣ୍ଡୋନେସିଆରୁ ଓଡ଼ିଆ ଛାତ୍ର ଉଦ୍ଧାର

ବ୍ରହ୍ମଗିରି, ୧୫ା୬(ଡି.ଏନ୍‌.ଏ.):ଚାକିରି ପ୍ରଲୋଭନ ଦେଖାଇ ଜଣେ ଓଡ଼ିଆ ଛାତ୍ରଙ୍କୁ ଇଣ୍ଡୋନେସିଆ ଡାକିନେଇଥିଲେ ଦଲାଲ। ସେଠାରେ ପହଞ୍ଚତ୍ବା ପରେ ଦଲାଲ କେଉଁଆଡେ ଫେରାର ହୋଇଯାଇଥିବା ବେଳେ ସେଠାକାର ପୋଲିସ ଛାତ୍ରଙ୍କୁ ଗିରଫ କରିଥିଲା। ସେଠାରେ ୧୬ଦିନ ସଂଘର୍ଷ କରିବା ପରେ ଶେଷରେ ବ୍ରହ୍ମଗିରି…

ହଟିଲା ଚନ୍ଦ୍ରାବାବୁଙ୍କ ଜେଡ୍‌ ପ୍ଲସ୍‌ ସୁରକ୍ଷା: ବିମାନ ବନ୍ଦରରେ କରାଗଲା ଯାଞ୍ଚ୍‌

ହାଇଦ୍ରାବାଦ୍‌ ୧୫।୬: ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କ ସୁରକ୍ଷା ବ୍ୟବସ୍ଥା ହଟାଇ ଦିଆଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଗନ୍ନବରମ୍‌ ବିମାନବନ୍ଦରରେ ଚନ୍ଦ୍ରାବାବୁଙ୍କୁ ସୁରକ୍ଷା ଯାଞ୍ଚ୍‌ କରାଯାଇଛି। ବିମାନ ପର୍ଯ୍ୟନ୍ତ ଯିବା ପାଇଁ ତାଙ୍କୁ ଭିଆପି ସୁବିଧାରୁ ମଧ୍ୟ ବଞ୍ଚିତ କରାଯାଇଥିବା…

ଶ୍ରୀମନ୍ଦିରରେ ଚମ୍ପକ ଦ୍ୱାଦଶୀ ନୀତି

ପୁରୀ ଅଫିସ, ୧୫ା୬: ଶ୍ରୀମନ୍ଦିରରେ ଶୁକ୍ରବାର ମହାପ୍ରଭୁଙ୍କ ଚମ୍ପକ ଦ୍ୱାଦଶୀ ନୀତି ଅର୍ଥାତ ବରକନ୍ୟାଙ୍କ ଗୁଆଲି ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ଶୁକ୍ଳପକ୍ଷ ଦ୍ୱାଦଶୀକୁ ଚମ୍ପକ ଦ୍ୱାଦଶୀ କୁହାଯାଏ। ସକାଳ ଧୂପ ଏବଂ ଭୋଗମଣ୍ଡପ ନୀତି ବଢ଼ିବା ପରେ ମହାପ୍ରଭୁଙ୍କ ଆଲଟ ଲାଗି…

ରଜରେ ହରଚଣ୍ଡୀ ହେଲେ କୁମାରୀ ବେଶ

ବ୍ରହ୍ମଗିରି, ୧୫ା୬(ଡି.ଏନ୍‌.ଏ.): ବ୍ରହ୍ମଗିରିର ପ୍ରସିଦ୍ଧ ବାଲି ହରଚଣ୍ଡୀ ପୀଠରେ ପହିଲି ରଜ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ପହିଲି ରଜରେ ମା’ ହରଚଣ୍ଡୀ କୁମାରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ସକାଳର ସମସ୍ତ ନୀତିକାନ୍ତି ସରିବା ପରେ ଓଡ଼ିଆ ଘରର ରଜସ୍ବଳା…

ବଳକା ରଥକାଠ ପାଇଁ ଜାଗା ନାହିଁ: ଖରା ବର୍ଷାରେ ନଷ୍ଟ ହେଉଛି ରଥଚକ

ପୁରୀ ଅଫିସ, ୧୫ା୬: ପ୍ରତିବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ଲାଗି ତିିନୋଟି ରଥ ନିର୍ମାଣ କରାଯାଉଛି। ଏଥିପାଇଁ ଆବଶ୍ୟକ କାଠ ନୟାଗଡ଼ ଏବଂ ଖୋର୍ଦ୍ଧା ବନମଣ୍ଡଳରୁ ଅଣାଯାଇଥାଏ। ଗତ ଦୁଇବର୍ଷ ହେଲା ବୌଦ୍ଧ ବନମଣ୍ଡଳରୁ କାଠ ଆସୁଛି। ତେବେ ରଥ ନିର୍ମାଣ ପରେ…

ଇଭିଏମ୍‌ ସ୍ବଚ୍ଛତାକୁ ଚ୍ୟାଲେଞ୍ଜ ହାଇକୋର୍ଟରେ ମାମଲା

କଟକ ଅଫିସ,୧୫ା୬: ଇଭିଏମ୍‌ର ସ୍ବଚ୍ଛତାକୁ ନେଇ ବିବାଦ ଥମୁନାହିଁ। ଇଭିଏମ୍‌ରେ ଜାଲିଆତି ହେଉଥିବା ନେଇ ଜାତୀୟ ସ୍ତରରେ କେତେକ ବିରୋଧୀ ଦଳ ବାରମ୍ବାର ଆପତ୍ତି ଅଭିଯୋଗ ଆଣୁଛନ୍ତି। ଏବେ ଇଭିଏମ୍‌କୁ ନେଇ ହାଇକୋର୍ଟରେ ଆଉ ଏକ ମାମଲା ରୁଜୁ ହୋଇଛି। ଭୁବନେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?