Posted inଫୁରସତ

କୁମ୍ଭୀରକୁ ଗିଳିଲା ଅଜଗର, ସୋସିଆଲ ମିଡିିଆରେ ଫଟୋ ଭାଇରାଲ

କୁମ୍ଭୀରକୁ ପାଣିର ରାଜା କୁହାଯାଏ। କାରଣ ଏହାର ଅଞ୍ଚଳକୁ କେହି ଯଦି ଯାଏ ତେବେ ତା’ ପାଟିରୁ ବଞ୍ଚିବା ଅସମ୍ଭବ ହୋଇପଡ଼େ। କିନ୍ତୁ ଏକ ଅଜଗର ପାଖରେ ହାର ମାନିଛି କୁମ୍ଭୀର। ଶେଷରେ ଅଜଗରଟି ଗିଳିଦେଇଛି କୁମ୍ଭୀରକୁ। ବିଶ୍ୱାସ ହେଉ ନ ଥିଲେ ବି ସତ। ଏହାର ଏକ ଫଟୋ ସୋସିିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।

ଏହି ଫଟୋକୁ ଅଷ୍ଟ୍ରେଲିଆର ଜିଜି ଓ୍ବାଇଲ୍ଡ ଲାଇଫ୍‌ ରେସ୍କ୍ୟୁ ଶେୟାର କରିଛି। ଫଟୋଟିରେ ଅଜଗରଟି କିପରି କୁମ୍ଭୀରକୁ ଗିଳୁଛି ତାହା ଦେଖିବାକୁ ମିଳିଛି। ପଶ୍ଚିମ ଅଷ୍ଟ୍ରେଲିଆର ସବୁଠୁ ଲମ୍ବା ଅଜଗର ସାପ ମଧୁର ଜଳରେ ବାସ କରିଥାଏ। ଏହି ଅଜଗରଟି ଏକ କୁମ୍ଭୀରକୁ ଗିଳୁଥିବାର ଫଟୋ ମାର୍ଟିନ ମୁଲର ନାମକ ଜଣେ ବ୍ୟକ୍ତି ତାଙ୍କ କ୍ୟାମେରାରେ ଉଠାଇଛନ୍ତି। ଏହି ଜାତୀୟ ଅଜଗରର ମୁହଁ ଖୁବ୍‌ ଲମ୍ବା। ତେଣୁ କୁମ୍ଭୀର, ହରିଣ, ମଣିଷଙ୍କୁ ସହଜରେ ଗିଳିଦେଇଥାଏ ଏହି ଅଜଗର। ଅଷ୍ଟ୍ରେଲିଆର ଅଜଗରଙ୍କ ଲମ୍ବ ୧୩ ଫୁଟରୁ ଅଧିକ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଫଟୋକୁ ୪୨ ହଜାରରୁ ଅଧିକ ଲୋକ ଦେଖିସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri