Home

ବଲିଉଡ୍‌ ଗାୟକ ହିମେଶ ରେଶମିୟାଙ୍କ କାର ଦୁର୍ଘଟଣାଗ୍ରସ୍ତ

ମୁମ୍ବାଇ,୨।୭: ବଲିଉଡ୍‌ ଗାୟକ, ସଙ୍ଗୀତଜ୍ଞ ଓ ଅଭିନେତା ହିମେଶ ରେଶମିୟାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ମୁମ୍ବାଇ-ପୁଣେ ଏକ୍ସପ୍ରେସଓ୍ବେରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ହିମେଶଙ୍କ ଡ୍ରାଇଭର ରାମ ରଞ୍ଜନ ଗୁରୁତର ଆହତ ହୋଇଛନ୍ତି। ରଞ୍ଜନଙ୍କ ଗୋଡରେ ଆଘାତ ଲାଗିଥିବା ବେଳେ ହସ୍ପିଟାଲରେ…

ପ୍ରକାଶ ପାଇଲା ଯୁକ୍ତ ୨ କଟ୍‌ ଅଫ୍‌ ମାର୍କ: କଳାରେ ବିଜେବି, ବିଜ୍ଞାନରେ ରେଭେନ୍‌ଶା, ବାଣିଜ୍ୟରେ ଗୋପାଳପୁର ଜୁନିଅର କଲେଜ ଆଗରେ

ଭୁବନେଶ୍ୱର,୨।୭(ବ୍ୟୁରୋ): ମଙ୍ଗଳବାର ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଛି। କଳାରେ ୭୧.୧୭ ପ୍ରତିଶତ କଟ୍‌ ଅଫ୍‌ ମାର୍କ ସହ ବିଜେବି ଜୁନିଅର କଲେଜ ଆଗରେ ରହିଛି। ୭୦.୧୭ ପ୍ରତିଶତ କଟ ଅଫ୍‌ ମାର୍କ ସହ ଦ୍ୱିତୀୟରେ…

ପୁଲଓ୍ବାମା ଆକ୍ରମଣର ଯାଞ୍ଚ୍‌ ଉତ୍ତର ଦେଲେ କେନ୍ଦ୍ର ସରକାର: ଜୈଶ୍‌ ରଚିଥିଲା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୨।୭: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଯାଞ୍ଚ୍‌ ସମ୍ପର୍କିତ ଉତ୍ତର କେନ୍ଦ୍ର ସରକାର ଲୋକ ସଭାରେ ଉପସ୍ଥାପନ କରିଛନ୍ତି। ମନୀଶ୍‌ ତିଓ୍ବାରୀଙ୍କ ପକ୍ଷରୁ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ସରକାରଙ୍କ ପକ୍ଷରୁ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ…

ମା’ଙ୍କ ମୃତ୍ୟୁ ପରେ ଆମେ ଆଉ ବଞ୍ଚିବାକୁ ଚାହୁଁନାହୁଁ ଲେଖି ଆତ୍ମହତ୍ୟା କଲେ ଦୁଇଭାଇ

ନୂଆଦିଲ୍ଲୀ, ୨।୭: ପଶ୍ଚିମ ଦିଲ୍ଲୀର ଜନକପୁରୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କ୍ୟାନସରରେ ମା’ଙ୍କ ମୃତ୍ୟୁ ହେବାପରେ ଦୁଇ ଭାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ମୃତଦେହ ଉଦ୍ଧାର କରି ଏକ ସୁଇସାଇଡ ନୋଟ୍‌ ଜବତ କରିଛି। ଆମ ମୃତ୍ୟୁ ପାଇଁ…

ରୁର୍‌କୀରେ ଫିଲ୍ମ ‘ଆର୍ଟିକାଲ ୧୫’ ବ୍ୟାନ

ଡେରାଡୁନ: ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଆର୍ଟିକାଲ ୧୫’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି। ଗତ ୪ ଦିନ ମଧ୍ୟରେ ଭଲ ବ୍ୟବସାୟ କରିଥିଲେ ବି ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ବିବାଦରେ ରହିଆସିଛି। ପ୍ରଥମେ କାନପୁରରେ ଫିଲ୍ମର ସ୍କ୍ରିନିଂ ସମୟରେ…

ବାଂଲାଦେଶ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଲା ଭାରତ

ବର୍ମିଂହାମ, ୨।୭: ବିଶ୍ୱକପରେ ଏଜବାଷ୍ଟନରେ ଚାଲିଥିବା ଭାରତ ଓ ବାଂଲାଦେଶ ମ୍ୟାଚରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। କେଦାର ଯାଦବ ଏବଂ କୁଳଦୀପ ଯାଦବଙ୍କ ସ୍ଥାନରେ ଭୁବନେଶ୍ୱର କୁମାର ଏବଂ…

ବିଧାନସଭାକୁ ଆସୁନାହାଁନ୍ତି ତେଜସ୍ବୀ

ପାଟନା,୨।୭: ରାଷ୍ଟ୍ରୀୟ ଜନତା ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ବୀ ଯାଦବ ମଙ୍ଗଳବାର ଦ୍ୱିତୀୟ ଦିନରେ ବି ବିଧାନସଭାରେ ପହଞ୍ଚି ନାହାଁନ୍ତି। ଶୁକ୍ରବାର ବିହାର ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ତେଜସ୍ବୀ…

ଡିସିଟି ଯୋଜନା ନେଇ କେନ୍ଦ୍ର ସରକାର ଏବଂ ସିଇସିଙ୍କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨।୭: ସୁପ୍ରିମ୍‌କୋର୍ଟ ସିଧା ସଳଖ ନଗଦ ସ୍ଥାନାନ୍ତର ବା ଡାଇରେକ୍ଟ କ୍ୟାସ୍‌ ଟ୍ରାନ୍ସଫର(ଡିସିଟି) ଯୋଜନା ନେଇ କରାଯାଇଥିବା ଏକ ଆବେଦନର ବିଚାର କରି ମଙ୍ଗଳବାର କେନ୍ଦ୍ର ସରକାର ଏବଂ ମୁଖ୍ୟ ନିର୍ବାଚନ କମିଶନ(ସିଇସି)ଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଏହା ସହିତ କେତେକ…

ବନ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ କାହିଁକି ଚୁପ୍‌ ଅଛନ୍ତି ମୁଖ୍ୟମନ୍ତ୍ରୀ: ବିରୋଧୀ

ହାଇଦ୍ରାବାଦ,୨।୭: ତେଲେଙ୍ଗାନାରେ ବିରୋଧୀ କଂଗ୍ରେସ ଓ ଭାଜପା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଘେରିଛନ୍ତି। ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) କର୍ମୀମାନେ ଯେଉଁଭଳି ଭାବେ ଜଣେ ମହିଳା ବନ ଅଧିକାରୀଙ୍କୁ ଆକ୍ରମଣ କଲେ ତାକୁ ନେଇ କାହିଁକି ମୁଖ୍ୟମନ୍ତ୍ରୀ ମୁହଁ ଖୋଲୁ…

ଗୋଟିଏ ବି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଖେଳି ନ ଥିବା ମୟଙ୍କ ଅଗ୍ରଓ୍ବାଲଙ୍କୁ ବିଶ୍ୱକପ୍‌ ଦଳରେ କାହିଁକି ମିଳିଲା ସ୍ଥାନ, ଜାଣନ୍ତୁ

ବର୍ମିଂହମ୍‌, ୨।୭: ଭାରତୀୟ ଦଳର ଅଲରାଉଣ୍ଡର ବିଜୟ ଶଙ୍କର ଆହତ ହୋଇ ବିଶ୍ୱକପର ବାକି ମ୍ୟାଚ୍‌ରୁ ବାଦ୍‌ ପଡିଛନ୍ତି। ତାଙ୍କ ସ୍ଥାନରେ କର୍ନାଟକ ବ୍ୟାଟ୍ସମ୍ୟାନ୍‌ ମୟଙ୍କ ଅଗ୍ରଓ୍ବାଲଙ୍କୁ ଦଳରେ ଯୋଗ ଦେବା ପାଇଁ ଡାକରା ମିଳିଛି। ବିଶ୍ୱକପରେ ଦଳରେ ମୟଙ୍କଙ୍କୁ ନେବା…

ଜୁହୁ ବିମାନ ବନ୍ଦର ରନ୍‌ଓ୍ବେରେ ଖେଳିଲା ମାଗୁର ମାଛ: ଭିଡ଼ିଓ ଭାଇରାଲ

ମୁମ୍ବାଇ,୨।୭: ପ୍ରବଳ ବର୍ଷା ଯୋଗୁ ମୁମ୍ବାଇର ଅନେକ ଅଞ୍ଚଳରେ ବର୍ଷା ଜଳ ଜମି ରହିଛି। ଜୁହୁ ବିମାନ ବନ୍ଦରରେ ମଧ୍ୟ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ବିମାନ ବନ୍ଦର ରନ୍‌ଓ୍ବେରେ ବର୍ଷା ଜଳ ଜମି ରହିବାରୁ ଏଠାରେ ମାଛ ଖେଳୁଥିବା କୁହାଯାଉଛି।…

କ୍ରିକେଟ୍‌ ଅଧିନାୟକଙ୍କ ନାଁରେ ସୋସିଆଲ ମିଡିଆରେ ଲେଖିବାରୁ ଡାକ୍ତରଙ୍କ ବଦଳି

ଢାକା, ୨।୭: ବାଲାଂଦେଶ କ୍ରିକେଟ ଦଳର ଅଧିନାୟକ ମାଶ୍ରାଫି ମୋର୍ତ୍ତାଜାଙ୍କ ବିରୋଧରେ ଲେଖିବାରୁ ଜଣେ ଜଣାଶୁଣା ଡାକ୍ତରଙ୍କୁ ଏକ ଦୁର୍ଗମ ଅଞ୍ଚଳକୁ ବଦଳି କରାଯାଇଛି। ଶିଶୁ କ୍ୟାନସର ବିଶେଷଜ୍ଞ ଥିବା ରିଜାଉଲ କରିମ ମାଶ୍ରାଫିଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି। ଯେଉଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?