Home

ଇଂଲିଶରେ ନୟାଗର୍‌ ଲେଖାକୁ ବିରୋଧ: ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ନୟାଗଡ଼ ଅଫିସ,୧୩।୭: ଇଂଲିଶରେ ନୟାଗର୍‌ ନୁହେଁ ନୟାଗଡ଼ ଲେଖିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ରୋଟାରୀ କ୍ଲବ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ରୋଟାରୀ କ୍ଲବର ରୋଟାରିଆନ୍‌ମାନେ ଜିଲାପାଳ ଡା. ଏନ୍‌ ତିରୁମାଲା ନାୟକଙ୍କୁ ଭେଟି ସେମାନଙ୍କ ଦାବିପତ୍ର ପ୍ରଦାନ…

ଶୈଳଶ୍ରୀକ୍ଷେତ୍ର ବାହୁଡ଼ିଲେ ମହାବାହୁ: ଆଜି ରଥ ଉପରେ ସୁନାବେଶ

ଅନୁଗୋଳ ଅଫିସ, ୧୩।୭ – ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ୯ ଦିନର ଲୀଳାଖେଳ ଶେଷ କରି ଶୈଳଶ୍ରୀକ୍ଷେତ୍ର ବାହୁଡ଼ି ଆସିଛନ୍ତି ମହାବାହୁ। ନିର୍ଦ୍ଧାରିତ ସମୟ ପୂର୍ବରୁ ଭଉଣୀ ଭାଇଙ୍କୁ ଧରି ମହାପ୍ରଭୁ ଫେରିବା ବେଳେ ଥାନା ଛକରେ ପୋଡ଼ପିଠା ଓ…

ବ୍ରହ୍ମପୁରରେ ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ: ନିରାଶରେ ଫେରିଲେ ବହୁ ଅଭିଯୋଗକାରୀ

ବ୍ରହ୍ମପୁର ଅଫିସ୍‌,୧୩ା୭-ରାଜ୍ୟ ମହିଳା ଆୟୋଗଙ୍କ ଶିବିର ଅଦାଲତ(କ୍ୟାମ୍ପ କୋର୍ଟ) ଶୁକ୍ରବାର ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ମୋଟ ୬୫ ମାମଲାର ଶୁଣାଣି ପାଇଁ ଲକ୍ଷ୍ୟ ରଖାଯାଇଥିଲା। ସେଥିରୁ ୩୯ ମାମଲାରେ ସମ୍ପୃକ୍ତ ବ୍ୟକ୍ତିମାନେ ପହଞ୍ଚିଥିଲେ। ମାତ୍ର ୭ମାମଲାର…

ଧାନତଳି ନଷ୍ଟ କଲେ ହାତୀ, ଚିନ୍ତାରେ ଚାଷୀ

ଭଞ୍ଜନଗର,୧୩।୭(ଡି.ଏନ.ଏ.) -ଭଞ୍ଜନଗର ଉତ୍ତରଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜ ଗୁଣ୍ଡିରିବାଡ଼ିରେ ଗୁରୁବାର ବିଳମ୍ବିତ ରାତିରେ ହାତୀ ଆତଙ୍କ ଦେଖାଦେଇଛି। ହାତୀମାନେ ଗ୍ରାମ ମୁଣ୍ଡକୁ ଆସି ବିଭିନ୍ନ ଲୋକଙ୍କ ଧାନ ତଳି ନଷ୍ଟ କରିଛନ୍ତ, ଯାହାକୁ ନେଇ ଚାଷୀମାନେ ଏବେ ଚିନ୍ତାରେ। ବନ ବିଭାଗ…

ଗଞ୍ଜାମ ଜିଲା: ନର୍ସିଂହୋମ ଗୁଡ଼ିକରେ ଅଗ୍ନି ନିରାପତ୍ତା ଫେଲ: ନୋଟିସ ଦିଆଯାଉଛି, କାର୍ଯ୍ୟାନୁଷ୍ଠାନ ଶୂନ

ବ୍ରହ୍ମପୁର ଅଫିସ,୧୩ା୭-ବ୍ରହ୍ମପୁର ମହାନଗର ନିଗମ ସମେତ ଜିଲାର ବିଭିନ୍ନ ସ୍ଥାନରେ ଏବେ ବହୁ ସଂଖ୍ୟାରେ ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ଚାଲିଛି। ଘରୋଇ ହସ୍ପିଟାଲ ଓ ନର୍ସିଂହୋମ ଗୁଡ଼ିକରେ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ଅନୁସାରେ ସରକାରଙ୍କ ଦ୍ୱାରା ନିର୍ଦ୍ଦେଶ ରହିଥିବା ସମସ୍ତ…

ମିଳୁନି ଧାନ ବିକ୍ରି ଟଙ୍କା:ବିଷ ବୋତଲ ଧରି ଧାରଣାରେ ଚାଷୀ

ପଦ୍ମପୁର, ୧୩।୭(ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନାୟକାଣିଡିହୀ ସେବା ସମବାୟ ସମିତିରେ ଧାନବିକ୍ରି କରି ୬ ମାସ ହେଲା ଟଙ୍କା ପାଇନାହାନ୍ତି ଚାଷୀ। ଏହାର ପ୍ରତିବାଦରେ ଚାଷୀମାନେ ବିଷ ବୋତଲ ଧରି ଗୁରୁବାରଠାରୁ ସେବା ସମବାୟ ସମିତି…

ଦରକାର ବେଳେ ଖୋଜା, ପରେ ଅଲୋଡ଼ା

ଭଣ୍ଡାରିପୋଖରୀ, ୧୩।୭(ଡି.ଏନ.ଏ.) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବନ୍ୟା ପ୍ଲାବିତ ଅଞ୍ଚଳ। ବୈତରଣୀ ନଦୀରେ ବନ୍ୟା ଆସିଲେ ବ୍ଲକର ବହୁ ଅଞ୍ଚଳ ଜଳମଗ୍ନ ହୋଇପଡ଼େ। ବୈତରଣୀ ଅବବାହିକାରେ ଥିବା ନଈନାଳ ଘେରା ଏହି ଅଞ୍ଚଳରେ ପ୍ରତ୍ୟେକ ବର୍ଷ ବନ୍ୟା ବିପର୍ଯ୍ୟୟ…

ଶ୍ୱଶୁର ଘରେ ଜ୍ୱାଇଁଙ୍କୁ ହତ୍ୟା: ୩ ମୁଖ୍ୟ ଅଭିଯୁକ୍ତ ଗିରଫ

ବରୀ/ରତ୍ନଗିରି,୧୨ା୭(ସ୍ବ.ପ୍ର./ଡି.ଏନ୍‌.ଏ.): ବରୀ ଥାନା ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜ୍ୱାଇଁ ଶ୍ୱଶୁର ଘରକୁ ଆସିଥିବାବେଳେ କୌଣସି କାରଣରୁ ବଚସା ହେବାରୁ ପରିବାର ଲୋକେ ତାଙ୍କୁ ପିଟିପିଟି ମାରିଦେଇଛନ୍ତି। ମୃତକ ହେଲେ କେନ୍ଦ୍ରପଡ଼ା ଜିଲା ନିକିରେଇ…

ବାହୁଡାରେ ସୁନାବେଶ ଦର୍ଶନ କଲେ ଭକ୍ତ

ଢେଙ୍କାନାଳ ଅଫିସ,୧୨ା୭: ଢେଙ୍କାନାଳରେ ଶୁକ୍ରବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡାଯାତ୍ରା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଅପରାହ୍ନ ୫ଟା ୧୫ରେ ବଡରଥ ଓ ସାଢେ ୫ଟାରେ ମହିଳାମାନେ ଟାଣୁଥିବା ସାନରଥ ରଥଗଡାଠାରେ ଲାଗିଥିଲା। ସନ୍ଧ୍ୟାରେ ହରଶୟନ ଏକାଦଶୀ ଉପଲକ୍ଷେ ଶ୍ରୀଜୀଉ ଶ୍ରଦ୍ଧାଳୁମାନଙ୍କୁ ସୁନା…

ବ୍ୟାଙ୍କ ଡକାୟତି ଘଟଣା: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଆରମ୍ଭ

ରୂପ୍‌ସା, ୧୨।୭(ଡି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଶ୍ରୀରାମପୁର ଶାଖାରୁ ଗୁରୁବାର ୩୨ଲକ୍ଷ ୪୨ହଜାର ଟଙ୍କା ଡକାୟତି ହୋଇଥିବା ଫିଲ୍‌ଡ଼ ଅଫିସର ଲିଙ୍ଗରାଜ ସାହୁ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଥାନାରେ…

ନିର୍ବାଚନ ପରବର୍ତ୍ତୀ ହିଂସା ନେଇ ୨ ପୃଥକ ମାମଲା: ଯୁବନେତା ବେଣୁମାଧବ ଗିରଫ

ସିମୁଳିଆ, ୧୨।୭(ଡି.ଏନ.ଏ.): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ କାଞ୍ଚପଡ଼ା ପଞ୍ଚାୟତ ଅଧୀନ ଡିଆଁପୁରୁଷୋତ୍ତମପୁର ଗଁାରେ ବୁଧବାର ବିବାହ ଚତୁର୍ଥୀ ଭୋଜି ବେଳେ ଘଟିଥିବା ଗଣ୍ଡଗୋଳ ଘଟଣା ନେଇ ପୋଲିସ ୨ଟି ପୃଥକ ମାମଲା ରୁଜୁ କରିଛି। ଘଟଣାର ଦିନକ ପରେ ଶୁକ୍ରବାର…

ରାକେଶଙ୍କୁ ଏନ୍‌ଏସ୍‌ଏସ୍‌ ପୁରସ୍କାର

ରୂପ୍‌ସା, ୧୨।୭(ଡି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପ୍‌ସା ନୀଳମଣି ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍‌(ଜାତୀୟ ସେବା ଯୋଜନା) ସ୍ବେଚ୍ଛାସେବୀ ରାକେଶ କୁମାର ବାରିକଙ୍କୁ ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କରାଯାଇଛି। ଫକୀରମୋହନ ବିଶ୍ୱବିଦ୍ୟାଳୟର ୨୧ତମ ପ୍ରତିଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?