ଚିଲିକାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ: ପେସାଦାର ମତ୍ସ୍ୟଜୀବୀ ମହାସଂଘର ବିରୋଧ
କୃଷ୍ଣପ୍ରସାଦ, ୨୪ା୭(ଡି.ଏନ୍.ଏ.)-ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକକୁ ୩ ପାର୍ଶ୍ୱରୁ ଚିଲିକା ଏବଂ ଗୋଟିଏ ପାର୍ଶ୍ୱରୁ ବଙ୍ଗପୋସାଗର ଘେରି ରହିଛି। ତେଣୁ ଚିଲିକାକୁ କୃଷ୍ଣପ୍ରସାଦର ଭାତହାଣ୍ଡି ବୋଲି କୁହାଯାଇଥାଏ। ଚିଲିକାରୁ ମାଛ ମାରିବା ଏବଂ ଚିଙ୍ଗୁଡ଼ି ଘେରି ଦ୍ୱାରା ସେମାନେ ଯାହାକିଛି ଅର୍ଥ…
ପାଣି ଆସୁ ଆସୁ କେନାଲରେ ଘାଇ
ବାଲିଆ,୨୪।୭: ବାଲିଆ ଜଳସେଚନ ସେକ୍ସନ ଅଧୀନ ୪ନଂ କେନାଲରେ ପାଣି ଆସୁ ନ ଥିବାରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ପାଣି ବିନା ଚାଷ କାର୍ଯ୍ୟ ଆଗେଇ ପାରୁ ନ ଥିବାରୁ ଚାଷୀ ଆନ୍ଦୋଳନ କରିବାକୁ ସଜବାଜ ହେଉଥିଲେ।…
ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ପ୍ରସ୍ତୁତ ହେଉଛି ଖାଦ୍ୟ: ଅଧିକାଂଶ ଉଦ୍ୟୋଗର ଲାଇସେନ୍ସ ନାହିଁ
ନବରଙ୍ଗପୁର,୨୪।୭(ବି.ପ୍ର.)-ନବରଙ୍ଗପୁର ଜିଲାର ବିଭିନ୍ନ ବ୍ଲକରେ ଉଦ୍ୟୋଗମାନଙ୍କ ଦ୍ୱାରା ନିମ୍ନମାନର ଖାଦ୍ୟ ପ୍ରସ୍ତୁତ କରାଯାଇ ପ୍ୟାକେଟ ଜରିଆରେ ବଜାରରେ ବିକ୍ରି ହେଉଛି। ବିନା ସରକାରୀ ନିୟମରେ ସାରା ଜିଲାରେ ଏହି ଭଳି କ୍ଷୁଦ୍ର ଉଦ୍ୟୋଗ ଗଢି ଉଠିଛି । ଏଗୁଡିକରେ ଅସ୍ବାସ୍ଥ୍ୟକର ପରିବେଶ…
ନାରୀ ନିର୍ଯାତନା, ନାବାଳିକା ବଳାତ୍କାର ପ୍ରସଙ୍ଗ: ଦୁଇଦିନ ବିଧାନସଭା ବରବାଦ
ଭୁବନେଶ୍ୱର, ୨୪।୭(ବ୍ୟୁରୋ): ଦୁଇଦିନ ବିଧାନସଭା ଅଚଳ ହେବା ପରେ ବିରୋଧୀଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇଛନ୍ତି ସରକାର। ନାରୀ ନିର୍ଯାତନା, ନାବାଳିକା ବଳାତ୍କାର ଏବଂ ଶିଶୁ ନିଖୋଜ ଘଟଣାକୁ ନେଇ ମୁଲତବୀ ପ୍ରସ୍ତାବ ଆକାରରେ ଆଲୋଚନା ହେବ। ମଙ୍ଗଳବାର ଅପରାହ୍ନରେ ବସିଥିବା…
ବଲାଙ୍ଗୀର ଜିଲାପାଲକୁଁ ମୁଖ୍ୟମନ୍ତ୍ରୀକଁର ଟ୍ୱିଟ୍: ସମସିଆର ସମାଧାନ ଲାଗି ଦେଲେ ନିରଦେଶ
ଲାଠୋର, ୨୪।୭ (ଡି.ଏନ୍.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ପଁଚେତ୍ ସଦର କଲୋନୀପଡ଼ା ଆର ପିପଲବାହାଲ ଗାଁର ଦୁଇଟା ଖବର ଗଲା ୧୯ ଆର ୨୦ ତାରିଖ୍ରେ ବାହାରିଥିଲା। ଇ ଖବର ଦୁଇଟାକେ ଗୁରୁତ୍ ଦେଇ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର…
ବିଜୁ ପକାଘର ଯୋଜନା ବାଟ୍ବନା:୧୦ ବଛର ହେଲା ଗୁହାଲ ପାଲଟିଛେ ଘର
ଦେଓଗାଁ,୨୪ା୭ (ଡି.ଏନ୍.ଏ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ କୁଲୁତାପଡ଼ା ପଁଚେତ୍ରେ ରାଏଜ୍ ସରକାରକଁର ବିଜୁ ପକାଘର ଯୋଜନା ବାଟବନା ହେଇଥିବାର ଦେଖ୍ବାକେ ମିଲିଛେ। ଇ ପଁଚେତ୍ର ମୁଣ୍ଡପଲା ଗଁା ନୂଅଁା କଲୋନୀ ଅଏଁଲାପରାର ଝନେ ଲୋକ୍ ତାକର ପିଲାଛୁଆ ଧରି ଗାଈ,…
ପାଲଲହଡ଼ାବାସୀଙ୍କୁ ନାଳ ପାଣି ଯୋଗାଣ ଅଭିଯୋଗ
ପାଲଲହଡ଼ା,୨୪ା୭(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ସଦର ମହକୁମାବାସୀଙ୍କୁ ସ୍ବଚ୍ଛ ପିଇବା ପାଣି ଯୋଗାଣ ପାଇଁ ନିର୍ମାଣ ହୋଇଥିବା ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇପଡିଛି। ଏକ କମ୍ପାନୀ ପକ୍ଷରୁ ପ୍ରାୟ ଦେଢ କୋଟି ଟଙ୍କା ସହଯୋଗରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦ୍ୱାରା…
ରାସ୍ତାରେ ପୋଲିସ ପକାଇଲା ତାରବାଡ଼: ଶହୀଦ ପରିବାର ଗୃହବନ୍ଦୀ
ଢେଙ୍କାନାଳ ଅଫିସ, ୨୪।୭- ପୋଲିସ ଦାଦାଗିରି। କ୍ଷମତାର ବଳ ଦେଖାଇ ରାସ୍ତାରେ ଜୋରଜବରଦସ୍ତ ପକାଇଦେଲେ ତାରବାଡ଼। ଯେଉଁଥିପାଇଁ ଦେଶ ସେବାରେ ପ୍ରାଣବଳି ଦେଇଥିବା ଜଣେ ଶହୀଦଙ୍କ ପରିବାରକୁ ଭୋଗିବାକୁ ପଡୁଛି ଗୃହବନ୍ଦୀ ଜୀବନ। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲା ଓଡ଼ାପଡ଼ା…
ତାତିଲେ ରୁଙ୍ଗ୍ଟା କ୍ଷତିଗ୍ରସ୍ତ: କମ୍ପାନୀ ଫାଟକରେ ତାଲା ଠୁଙ୍କିଲେ
ଢେଙ୍କାନାଳ ଅଫିସ, ୨୪।୭-ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ପୂରଣ ନ ହେବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ରୁଙ୍ଗ୍ଟା କମ୍ପାନୀ ପ୍ରଭାବିତ ଝାଡ଼ବନ୍ଧ ଅଞ୍ଚଳର କ୍ଷତିଗ୍ରସ୍ତ ପ୍ରଜା। ୧୩ ଦଫା ଦାବି ନେଇ ସେମାନେ ମଙ୍ଗଳବାର କମ୍ପାନୀ ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ…
ସାତକୋଶିଆରେ ହେବ ଶମ୍ବର ପ୍ରଜନନ କେନ୍ଦ୍ର
ବନ୍ତଳା,୨୪ା୭-ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ଖୁସି ଖବର। ଅନ୍ୟ ତୃଣଭୋଜୀ ଅପେକ୍ଷା ଶମ୍ବର ଶିକାର ବାଘର ପ୍ରଥମ ପସନ୍ଦ ହୋଇଥିବାରୁ ଏଠାରେ ଏକ ଶମ୍ବର ପ୍ରଜନନ କେନ୍ଦ୍ର କରାଯିବ। ଯେହେତୁ ଅଭୟାରଣ୍ୟରେ ଶମ୍ବର ସଂଖ୍ୟା ହ୍ରାସ ପାଉଛି ତେଣୁ ଭବିଷ୍ୟତରେ ବାଘ…
ଅନୁଗୋଳ ମେଡିକାଲରେ ପୁଣି ଉତ୍ତେଜନା: ବ୍ୟବଚ୍ଛେଦ ପୂର୍ବରୁ ଗୋଟିଏ ଆଖି ଗାଏବ
ଅନୁଗୋଳ ଅଫିସ, ୨୪।୭-ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଶବ ସଂରକ୍ଷଣ ଗୃହରେ ଥିବା ଏକ ମୃତଦେହରୁ ପୁଣି ଗାଏବ ହୋଇଛି ଆଖି। ମଙ୍ଗଳବାର ସକାଳେ ଏପରି ଏକ ଅଭିଯୋଗକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଖବରପାଇ ଅନୁଗୋଳ ଥାନା ଅଧିକାରୀ…
ଢେଙ୍କାନାଳରେ ୩୫.୬% କମ୍ ବର୍ଷିଛି: ଦୁଇ ସପ୍ତାହରେ ବର୍ଷା ନ ହେଲେ ମରୁଡ଼ି
ଢେଙ୍କାନାଳ ଅଫିସ, ୨୪।୭-ଠକିଦେଲା ମୌସୁମୀ। ଲଘୁଚାପ ବର୍ଷା ବି ସେମିତି ଖାସ୍ ହେଲାନି। ଆକାଶରେ ବାଦଲ ଭାସୁଛି। ହେଲେ ବର୍ଷୁନି। ଯଦିବା କାଁ ଭାଁ ବର୍ଷା ହେଉଛି ସେତକ ଚାଷକୁ ପାଉନି। ଏପରି ସ୍ଥିତିରେ ଢେଙ୍କାନାଳ ଜିଲାରେ ଚାଷ ଉଜୁଡ଼ିଯିବା ଆଶଙ୍କା…

