Home

ନିଯୁକ୍ତି ହ୍ରାସ କରାଯିବ ନାହିଁ: ରେଲଓ୍ବେ

ନୂଆଦିଲ୍ଲୀ,୩୧-୭: ରେଲଓ୍ବେରେ କର୍ମଚାରୀଙ୍କୁ ଛଟେଇ କରାଯିବ ନାହିଁ। ତେବେ ନିୟମିତ କାର୍ଯ୍ୟଧାରାର ସମୀକ୍ଷା ଲାଗି ଜୋନାଲ କାର୍ଯ୍ୟାଳୟଗୁଡ଼ିକୁ ପତ୍ର ଲେଖାଯାଇଛି ବୋଲି ସ୍ପଷ୍ଟୀକରଣରେ କୁହାଯାଇଛି। ୫୫ ବର୍ଷରୁ ଊର୍ଦ୍ଧ୍ୱ ଅଥବା ୩୦ ବର୍ଷ କାର୍ଯ୍ୟ କରିସାରିଥିବା ଏଭଳି କର୍ମଚାରୀଙ୍କୁ ଚିହ୍ନଟ କରିବାକୁ…

ରାଜୀବ କୁମାର କେନ୍ଦ୍ର ଅର୍ଥ ସଚିବ

ନୂଆଦିଲ୍ଲୀ,୩୧-୭: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟରେ ଆର୍ଥିକ ସେବା ବିଭାଗ ସଚିବ ଭାବେ ଦାୟିତ୍ୱ ସମ୍ଭାଳୁଥିବା ରାଜୀବ କୁମାର ମନ୍ତ୍ରଣାଳୟର ଅର୍ଥ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିଯୁକ୍ତି ବ୍ୟାପାର କମିଟି ବୈଠକରେ ମଙ୍ଗଳବାର ଏ…

୬୪.୩୭ ବିଲିୟନ ଡଲାର ଏଫ୍‌ଡିଆଇ ଆସିଛି

ନୂଆଦିଲ୍ଲୀ,୩୧-୭: ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଶେଷ ହୋଇଥିବା ଆର୍ଥିକ ବର୍ଷରେ ଭାରତକୁ ୬୪.୩୭ ବିଲିୟନ ଡଲାର ଏଫ୍‌ଡିଆଇ ଆସିଛି, ଯାହା କି ଅଦ୍ୟାବଧି ସର୍ବାଧିକ। ଡିପାର୍ଟମେଣ୍ଟ ଫର୍‌ ପ୍ରମୋଶନ ଅଫ୍‌ ଇଷ୍ଟଷ୍ଟ୍ରିଜ ଆଣ୍ଡ ଇଣ୍ଟରନାଲ ଟ୍ରେଡ(ଡିପିଆଇଆଇଟି) ପକ୍ଷରୁ ପ୍ରକାଶିତ…

ଲୋକ ସଭାରେ ଓ୍ବେଜେସ୍‌ କୋଡ୍‌ ବିଲ୍‌ ଅନୁମୋଦିତ

ନୂଆଦିଲ୍ଲୀ,୩୧-୭: ଲୋକ ସଭାରେ ମଙ୍ଗଳବାର ଓ୍ବେଜେସ୍‌ କୋଡ୍‌ ବିଲ୍‌ ଅନୁମୋଦନ ଲାଭ କରିଛି। ଫଳରେ ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କରିବାରେ ସୁବିଧା ହେବ। ଏହାଛଡ଼ା ସେମାନଙ୍କୁ ପାରିଶ୍ରମିକ/ଦରମା ମିଳିବାରେ ହେଉଥିବା ବିଳମ୍ବ ସମ୍ପର୍କରେ ସହଜରେ ନିଷ୍ପତ୍ତି ନେଇହେବ। ଏହି ବିଲ୍‌…

ମିଥ୍ୟା ବିଜ୍ଞାପନ ଦ୍ୱାରା ଠକିଲେ ହେବ ୨ ବର୍ଷ ଜେଲ; ଖାଉଟି ସୁରକ୍ଷା ବିଲ୍‌ ଲୋକ ସଭାରେ ପାସ୍‌

ନୂଆଦିଲ୍ଲୀ,୩୧-୭: ଖାଉଟି ସୁରକ୍ଷା ବିଲ୍‌ ମଙ୍ଗଳବାର ଲୋକସଭାରେ ପାସ୍‌ ହୋଇଛି। ଗ୍ରାହକଙ୍କ ସ୍ବାର୍ଥ ରକ୍ଷା ଦିଗରେ ଏହି ବିଲ୍‌ ସହାୟକ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବିଲ୍‌ କାର୍ଯ୍ୟକାରୀ ହେଲେ ଏକ କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ(ସିସିପିଏ) ଗଠନ ହେବ। ବର୍ତ୍ତମାନ…

ନିତି ଏହି ଜୁସ୍‌ରୁ ଅଧାକପ୍‌ ରଖେ ହାର୍ଟ ଆଟାକ୍‌ରୁ ଦୂରେଇ…

ସକାଳେ ଅଧାକପ୍‌ ତରଭୁଜ ଜୁସ୍‌ ପିଇଲେ ଅନେକ ଲାଭ ମିଳିଥାଏ। ଏଥିରେ ଓମେଗା ୩ ଏସିଡ୍‌ ପ୍ରଚୁର ପରିମାଣରେ ରହିଥାଏ। ଏହି ଜୁସ୍‌କୁ ନିୟମିତ ପିଇଲେ ହାର୍ଟ ଆଟାକ୍‌ରୁ ମୁକ୍ତି ମିଳେ ବୋଲି ଗୁଜରାଟ ଆୟୁର୍ବେଦ ବିଶ୍ୱବିଦ୍ୟାଳୟରେ ନିକଟରେ ହୋଇଥିବା ଏକ…

କେଳୁଣୀ ମୁହାଁଣ ବନ୍ଦ ଯୋଗୁ ପ୍ରାଚୀ, କାଦୁଆରେ କୃତ୍ରିମ ବନ୍ୟା: ପାଣି ଘେରରେ ୫ ଗାଁ, ରାସ୍ତରେ ୪ଫୁଟର ପାଣି

କାକଟପୁର, ୩୦।୭(ଡି.ଏନ୍‌.ଏ.)-ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ତଣ୍ଡାହାର ଗ୍ରାମ ନିକଟରେ ରହିଛି କେଳୁଣୀ ମୁହାଁଣ। ଏଠାରେ ପ୍ରାଚୀ ଓ କାଦୁଆ ନଦୀ ସମୁଦ୍ରରେ ମିଶିଛନ୍ତି। ପ୍ରାଚୀ ଓ କାଦୁଆ ନଦୀରେ ବର୍ଷା ଯୋଗୁ ଜଳ ବୃଦ୍ଧି ଏବଂ କେଳୁଣୀ ମୁହାଁଣ ବନ୍ଦ…

କୋହଲି, ଚୟନକର୍ତ୍ତାଙ୍କୁ ନେଇ ଗାଭାସ୍କରଙ୍କ ସହ ମଞ୍ଜରେକରଙ୍କ ଅସହମତି

ନୂଆଦିଲ୍ଲୀ,୩୦।୭(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଚୟନକର୍ତ୍ତାଙ୍କୁ ନେଇ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଓ ପୂର୍ବତନ ବ୍ୟାଟ୍ସମ୍ୟାନ ସଞ୍ଜୟ ମଞ୍ଜରେକର ଭିନ୍ନ ମତ ପୋଷଣ କରିଛନ୍ତି। ଗାଭାସ୍କରଙ୍କ ମତସହ ଏକମତ ନୁହଁ ବୋଲି ମଞ୍ଜରେକର କହିଛନ୍ତି। କୋହଲିଙ୍କୁ ଅଧିନାୟକ…

ବିରଳ ପ୍ରଜାତିର ସାପ ‘ବାମ୍ବପିଟ୍‌ ଭାଇପର’ ଉଦ୍ଧାର: କାମୁଡିଲେ ଶରୀରରେ ହୁଏ ଫୋଟକା

ଉଦଳା,୩୦ା୭(ଡି.ଏନ୍‌.ଏ.) – ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଧୀନ ରାଢୋ ଗ୍ରାମରୁ ସ୍ନେକ ଲାଇଫ୍‌ ଲାଇନର ସଦସ୍ୟ ମଙ୍ଗଳବାର ଏକ ବିରଳ ପ୍ରଜାତିର ବିଷାକ୍ତ ସାପ ଉଦ୍ଧାର କରିଛନ୍ତି। ଉଦ୍ଧାର ସାପଟିର ନାମ ବାମ୍ବପିଟ୍‌ ଭାଇପର ବା ଫଟକା ବଡା ସାପ।…

ଗ୍ରାମାଞ୍ଚଳ କ୍ରିକେଟ୍‌ରଙ୍କୁ ଉତ୍ସାହିତ କରୁଛନ୍ତି ‘ବନମାଳୀ’: ସଫଳ ବ୍ୟାଟ୍‌ ପ୍ରସ୍ତୁତକାରୀ ହେବା ଲକ୍ଷ୍ୟ

ସାକ୍ଷୀଗୋପାଳ, ୩୦।୭(ଡି.ଏନ୍‌.ଏ.)-ପିଲାଦିନରୁ ତାଙ୍କର କ୍ରିକେଟ୍‌ ଖେଳ ପ୍ରତି ଆଗ୍ରହ ରହିଥିଲା। ନଡ଼ିଆ ବାହୁଙ୍ଗା କିମ୍ବା ପତଳା ପଟା ଖଣ୍ଡେ ମିଳିଗଲେ ସେଥିରେ ବ୍ୟାଟିଂ ଆରମ୍ଭ କରିଦେଉଥିଲେ। ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଆବଶ୍ୟକ ବ୍ୟାଟ୍‌, ବଲ୍‌ ଆଦି ସରଞ୍ଜାମ…

ରାଜ୍ୟ ସଭାରେ ‘ଟ୍ରିପଲ୍‌ ତଲାକ୍‌’ ବିଲ ପାସ୍‌

ନୂଆଦିଲ୍ଲୀ,୩୦।୭: ଲୋକ ସଭା ପରେ ଏବେ ରାଜ୍ୟ ସଭାରେ ପାରିତ ହେଲା ‘ଟ୍ରିପଲ୍‌ ତଲାକ୍‌ ବିଲ୍‌’। ଭୋଟିଂ ଡିଭିଜନ ଜରିଆରେ ମୁସଲମାନ ମହିଳାଙ୍କ ବିବାହ ସମ୍ପର୍କିତ ଏହି ବିଲ୍‌ ମଙ୍ଗଳବାର ପାସ୍‌ ହୋଇଛି। ବିଲ୍‌ ସପକ୍ଷରେ ଗୃହରେ ୯୯ ସଦସ୍ୟ ମତଦାନ…

କମ୍ପ୍ୟୁଟର ଜଣାଇଦେବ ହସ ନକଲି କି ଅସଲି

ଲଣ୍ଡନ: ଗବେଷକମାନେ ଏବେ ଏକ ସଫ୍ଟଓ୍ବେର ବିକାଶ କରିଛନ୍ତି ଯାହା ହସର ମୁଭ୍‌ମେଣ୍ଟକୁ ସଫ୍ଟଓ୍ବେର ମାଧ୍ୟମରେ ଅନୁଧ୍ୟାନ କରି ତାହା ଅସଲି କି ନକଲି ଜଣାଇଦେବ । ଏ ସମ୍ପର୍କିତ ତଥ୍ୟ ଆଡ୍‌ଭାନ୍ସଡ ଇଞ୍ଜିନିୟରିଂ ଇନ୍‌ଫରମେଟିକ୍ସ ଜର୍ନାଲରେ ପ୍ରକାଶ ପାଇଛି। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri