Home

ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ

ବାରିପଦା ଅଫିସ,୪।୮- ବାରିପଦା ପୌର ପରିଷଦର କଚେରି ବଜାର ପରିସରରେ ଦୋକାନ ଘର ଲାଗି ଜାଗା ଓ ଲାଇସେନ୍ସ ପ୍ରଦାନରେ ଅନିୟମିତା ହେବା ଘଟଣା ପଦାକୁ ଆସିବା ପରେ କର୍ତ୍ତୃପକ୍ଷ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଠିକାଦାର ଓ…

ବନ୍ଧୁ ପାଇଁ ଦିନଟିଏ

ବାରିପଦା ଅଫିସ, ୪।୮- ଅଗଷ୍ଟ ମାସର ପ୍ରଥମ ରବିବାରକୁ ‘ବନ୍ଧୁତ୍ୱ ଦିବସ’ ପାଳନ ଲାଗି ଯୁବପିଢି ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଏହି ଦିନ ବନ୍ଧୁଙ୍କୁ ମନ ପସନ୍ଦର ସାମଗ୍ରୀ ଉପହାର ଦେବା ଲାଗି ଅନେକେ ମଧ୍ୟ କିଣାକିଣି କରି ସାରିଛନ୍ତି।…

ଜବରଦଖଲ ଉଚ୍ଛେଦ ନେଇ ଚାପା ଉତ୍ତେଜନା

ବାହାନଗା, ୪ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ଗ୍ରାମରେ ମୁଖ୍ୟ ରାସ୍ତା କଡରେ ଥିବା ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ନେଇ ଚାପା ଉତ୍ତେଜନା ଦେଖାଦେଇଛି। ବାଲେଶ୍ୱରରୁ ଧାମରାକୁ ଲାଗିଥିବା ସଲ୍ଟ ରୋଡ ଗୋପାଳପୁର ମଧ୍ୟ ଦେଇ ଯାଇଛି। ତେବେ ବଜାର…

ଶହେ ଦିନରେ ଏମ୍‌ସ ସାଟେଲାଇନ୍‌ ଓପିଡ଼ି

ବାଲେଶ୍ୱର ଅଫିସ, ୪।୮-ବାଲେଶ୍ୱର ସେଣ୍ଟ୍ରାଲ ସ୍କୁଲ ଛକ ନିକଟ ଆଇଟିଆର୍‌ କଲୋନୀରେ ଏମ୍‌୍‌ସ ସାଟେଲାଇଟ୍‌ ଓପିଡ଼ି ସେଣ୍ଟରର ଏକ ଶତ ଦିବସ ପୂର୍ତ୍ତି ଉପଲକ୍ଷେ ଏକ ସ୍ବାସ୍ଥ୍ୟ ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି। ଏମ୍‌ସ ନିର୍ଦ୍ଦେଶକ ଭୁବନେଶ୍ୱର ଡା. ଗୀତାଞ୍ଜଳି ବଟନାବନେ…

ଜିଲାକୁ ମରୁଡ଼ି ଘୋଷଣା ଦାବିରେ ଗଣଧାରଣା

ବାଲେଶ୍ୱର ଅଫିସ, ୪।୮-ବାଲେଶ୍ୱର ଜିଲାକୁ ମରୁଡି ଘୋଷଣା ଦାବିରେ ‘କୃଷକ ସଂଘର୍ଷ ସମିତି’ ବାଲେଶ୍ୱର ଶାଖା ପକ୍ଷରୁ ଶନିବାର ପୂର୍ବାହ୍ନରେ ଜିଲାପାଳ କାର୍ଯ୍ୟାଳୟ ପରିସରରେ ଗଣଧାରଣା ଦିଆଯାଇଥିଲା। ଓଡ଼ିଶା କୃଷକ ସଭା ଜିଲାସଭାପତି ପ୍ରେମ ରଞ୍ଜନ ପାତ୍ରଙ୍କ ସଭାପତିତ୍ୱରେ ରାଜ୍ୟର ବିଜେଡି,…

ଦ୍ୱିତୀୟ ଅନ୍‌ଅଫିସିଆଲ ଟେଷ୍ଟ: ଭାରତ-ଏ’ର ସହଜ ବିଜୟ

ପୋର୍ଟ ଅଫ୍‌ ସ୍ପେନ୍‌,୪।୮(ପି.ଟି.)- ଅଫ୍‌ ସ୍ପିନର କ୍ରିଷ୍ଣାପ୍ପା ଗୋଥାମଙ୍କ ୫ ଉଇକେଟ ସଫଳତା ଏବଂ ମୟଙ୍କ ଅଗ୍ରଓ୍ବାଲ, ପ୍ରିୟଙ୍କ ପଞ୍ଜଲ, ଅଭିମନ୍ୟୁ ଈଶ୍ୱରନ ଓ ଅନମୋଲପ୍ରୀତ୍‌ ସିଂଙ୍କ ଅର୍ଦ୍ଧଶତକ ବଳରେ ଭାରତ-ଏ ଏଠାରେ ଅନୁଷ୍ଠିତ ୨ୟ ଅନ୍‌ଅଫିସିଆଲ ମ୍ୟାଚ୍‌ରେ ଘରୋଇ ଓ୍ବେଷ୍ଟଇଣ୍ଡିଜ-ଏ’କୁ…

ଗୋଟିଏ ଓଭରରୁ ଗେଲ୍‌ଙ୍କ ୩୨ ରନ ସଂଗ୍ରହ

ବ୍ରମ୍ପଟନ (କାନାଡା), ୪।୮- ପାକିସ୍ତାନ ଲେଗ୍‌-ସ୍ପିନର ଶଦାବ ଖାଁଙ୍କ ଗୋଟିଏ ଓଭରରୁ ୩୨ ରନ୍‌ ସଂଗ୍ରହ କରିଛନ୍ତି ଦୁର୍ଦ୍ଧର୍ଷ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ କ୍ରିସ ଗେଲ୍‌। ଏଠାରେ ଚାଲିଥିବା ଗ୍ଲୋବାଲ ଟି୨୦ ଲିଗ୍‌ରେ ଭାଙ୍କୋଭର ନାଇଟ୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଗେଲ୍‌ ଏଡ୍‌ମଣ୍ଟନ…

ରେକର୍ଡ ସହ ଭର୍ଷ୍ଟାପେନ୍‌ଙ୍କ ପୋଲ ପୋଜିଶନ

ହଙ୍ଗାରୋରିଂ (ହଙ୍ଗେରୀ), ୪ା୮ (ଏଏଫ୍‌ପି)-ରେକର୍ଡ ବ୍ରେକିଂ ସ୍ପିଡ୍‌ ସହ ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ଫର୍ମୁଲାଓ୍ବାନ୍‌ରେ ତାଙ୍କ ବହୁ ପ୍ରତିକ୍ଷିତ ପ୍ରଥମ ପୋଲ ପୋଜିଶନ ହାସଲ କରିଛନ୍ତି। ଶନିବାର ହଙ୍ଗେରିଆନ ଗ୍ରାଁ ପ୍ରିର କ୍ୱାଲିଫାଇଙ୍ଗ ସେସନ ଅନୁଷ୍ଠିତ ହୋଇଥିଲା। ଡ୍ରାଇଭରମାନଙ୍କ ମଧ୍ୟରେ ତୀବ୍ର…

ଜୟପୁର ପିଙ୍କ୍‌ ପାନ୍ଥର୍ସ ବିଜୟୀ

ପାଟନା, ୪ା୮ (ପି.ଟି.)-ଚଳିତ ଭିଭୋ ପ୍ରୋ-କବାଡ଼ି ସିଜନ-୭ରେ ଶନିବାର ଖେଳାଯାଇଥିବା ମ୍ୟାଚରେ ଜୟପୁର ପିଙ୍କ୍‌ ପାନ୍ଥର୍ସ ବିଜୟ ଲାଭ କରିଛି। ଦଳ ୩୪-୨୧ରେ ପାଟନା ପାଇରେଟ୍ସକୁ ପରାସ୍ତ କରିଛି। ମ୍ୟାଚରେ ସନ୍ଦୀପ ଧୂଲ ଏବଂ ଅମିତ ହୁଦାଙ୍କ ନେତୃତ୍ୱରେ ପିଙ୍କ୍‌ ପାନ୍ଥର୍ସ…

ଲଭ୍‌ଲିନା, ନୀରଜ ଜିତିଲେ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୪ା୮ (ପି.ଟି.)-ରୁଷିଆର କାସ୍ପିସ୍କଠାରେ ଚାଲିଥିବା ମାଗୋମ୍‌ଡ ସଲାମ ଉମାଖାନୋଭ ମେମୋରିଆଲ ଇଣ୍ଟରନ୍ୟାଶନାଲ ବକ୍ସିଂ ଟୁର୍ନାମେଣ୍ଟରେ ଭାରତୀୟ ବକ୍ସରମାନେ ଭଲ ପ୍ରଦର୍ଶନ କରିଛନ୍ତି। ଶନିବାର ଲଭ୍‌ଲିନା ବୋର୍ଗୋହେନ୍‌ ଏବଂ ନୀରଜ ସ୍ବର୍ଣ୍ଣ ଜିତିଥିବାବେଳେ ଗୌରବ ସୋଲାଙ୍କି ରୌପ୍ୟ ଜିତିଛନ୍ତି। ଟୁର୍ନାମେଣ୍ଟରେ ଭାରତୀୟ…

ଏଆଇଟିଏ ର଼୍ୟାଙ୍କିଙ୍ଗ୍‌ ଟୁର୍ନାମେଣ୍ଟ: ମହମ୍ମଦ ଫହାଦ ଚାମ୍ପିୟନ

ଚେନ୍ନାଇ, ୪।୮(ପି.ଟି.)- ସ୍ଥାନୀୟ କ୍ରିଷ୍ଣନ୍‌ ଟେନିସ ସେଣ୍ଟରରେ ଅନୁଷ୍ଠିତ ହୋଇଥିବା ପୁରୁଷ ଏଆଇଟିଏ ର଼୍ୟାଙ୍କିଙ୍ଗ୍‌ ଟୁର୍ନାମେଣ୍ଟରେ ସ୍ଥାନୀୟ ଖେଳାଳି ମହମ୍ମଦ ଫହାଦ ଟାଇଟଲ ହାସଲ କରିଛନ୍ତି। ଶନିବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍‌ରେ ସେ ଗୁଜରାଟ୍‌ର ମେଘ୍‌ ଭାର୍ଗଭ କେ…

ଏସିଆନ୍‌ ଗେମ୍ସ ତ୍ରୁଟି ଦୋହରାଇବୁନି: ଲାଲରେମ୍‌ସିଆମି

ବେଙ୍ଗାଲୁରୁ,୪।୮(ପି.ଟି.)- ଟୋକିଓ ୨୦୨୦ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାରେ ଆମେ ସକ୍ଷମ ହେବୁ ବୋଲି ଭାରତୀୟ ମହିଳା ହକି ଦଳ ଫରଓ୍ବାର୍ଡ ଲାଲରେମସିଆମି ବିଶ୍ୱାସର ସହିତ କହିଛନ୍ତି। ଗତବର୍ଷ ଏସିଆନ୍‌ ଗେମ୍ସରେ ଭାରତ ଫାଇନାଲରେ ଜାପାନଠାରୁ ୧-୨ ଗୋଲରେ ପରାସ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri