Home

ଶ୍ରୀମନ୍ଦିରରେ ପଞ୍ଚକ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ସିଂହଦ୍ୱାରରେ ପ୍ରବେଶ, ୩ ଦ୍ୱାର ଦେଇ ପ୍ରସ୍ଥାନ

ପୁରୀ,୩୦ା୧୦: ପଞ୍ଚକ ଉପଲକ୍ଷେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ନିମନ୍ତେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି। କେବଳ ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରିପାରିବେ। ଏନେଇ ପୁରୀ ଜିଲାପାଳ ସମୀକ୍ଷା ବୈଠକରେ ନିଷ୍ପତ୍ତି ନେଇଛନ୍ତି। ଭକ୍ତମାନେ ସିଂହଦ୍ୱାରରେ ପ୍ରବେଶ କରିବାକୁ ଥିବାବେଳେ ୩ ଦ୍ୱାର…

ଦାରିଙ୍ଗବାଡ଼ିକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ, କୋହଲା ପାଗରେ ବୁଲି ନେଉଛନ୍ତି ମଜା

ଦାରିଙ୍ଗବାଡ଼ି,୩୦ା୧୦(ଅରୁଣ ସାହୁ): ଆସିଲା ପର୍ଯ୍ୟଟନ ଋତୁ। ଧିରେ ଧିରେ ପାହାନ୍ତିଆରେ ଶୀତ ପଡ଼ିବା ସହ କାକର ପଡୁଛି। ଅନ୍ୟ ଜିଲା ଅପେକ୍ଷା ଦାରିଙ୍ଗବାଡ଼ିକୁ ପ୍ରଥମ ପସନ୍ଦ କରିଥାନ୍ତି ପର୍ଯ୍ୟଟକ। ଏହି କ୍ରମରେ ଏବେ ପର୍ଯ୍ୟଟକ ଦାରିଙ୍ଗବାଡ଼ି ମୁହାଁ ହେଉଛନ୍ତି। ଯଦିଓ ଏବେ…

ଭାଜପା ନେତାଙ୍କୁ ହତ୍ୟା ସହ ମିଳିଲା ବଳାତ୍କାର ଧମକ

ନୂଆଦିଲ୍ଲୀ,୩୦।୧୦: ପୂର୍ବତନ ଏମପି ଏବଂ ଭାଜପା ନେତା ନବନୀତ ରାଣାଙ୍କୁ ପୁଣି ଥରେ ହତ୍ୟା ଏବଂ ଗଣଦୁଷ୍କର୍ମ ଧମକ ମିଳିଛି। ଏଥର, ତାଙ୍କ ଅମରାବତୀ କାର୍ଯ୍ୟାଳୟକୁ ସ୍ପିଡ ପୋଷ୍ଟ ମାଧ୍ୟମରେ ପଠାଯାଇଥିବା ଏକ ଚିଠିରେ ଏହି ଧମକ ଦିଆଯାଇଛି। ରାଜାପେଠ ପୋଲିସ…

ବଦଳିଲା ଶ୍ରୀରାଧାଙ୍କ ପୁରୁଣା ଚାନ୍ଦପ୍ରଭା, ଏଥିରେ ଖର୍ଚ୍ଚ ହୋଇଛି…

ସାକ୍ଷୀଗୋପାଳ,୩୦ା୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତ ବର୍ଷ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀରାଧାଙ୍କ ବିଗ୍ରହ ସହ ରହିଥିବା ପୁରୁଣା ଚାନ୍ଦିରୁପା ପ୍ରଭା ପରିବର୍ତ୍ତନ କରାଯାଇ ନୂତନ ପ୍ରଭା ଲାଗି କରାଯାଇଛି। ନବ ନିର୍ମିତ ପ୍ରଭାରେ ଓଡ଼ିଆ ସ୍ବର୍ଣ୍ଣ ରୌପ୍ୟ ଶିଳ୍ପୀଙ୍କ ଦ୍ବାରା…

Shreyas Iyer ସିଡନୀ ହସ୍ପିଟାଲରୁ ନିଜ ସ୍ବାସ୍ଥ୍ୟକୁ ନେଇ ଦେଲେ ବଡ଼ ଅପଡେଟ

ସିଡନୀ,୩୦।୧୦: ଭାରତର ODI ଉପ-ଅଧିନାୟକ ଶ୍ରେୟସ ଆୟର ତାଙ୍କ ଆଘାତ ସମ୍ପର୍କରେ ଏକ ସକାରାତ୍ମକ ସୂଚନା ଦେଇଛନ୍ତି। ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ODI ସମୟରେ ତାଙ୍କର ପାଞ୍ଜରାରେ ଗମ୍ଭୀର ଆଘାତ ହୋଇଥିଲା। ଆଭ୍ୟନ୍ତରୀଣ ରକ୍ତସ୍ରାବ ଏବଂ ପ୍ଳିହାରେ କ୍ଷତ ଯୋଗୁ…

ସକାଳୁ ସକାଳୁ ଗାଁରେ ପଡ଼ିଛି ବାଘର ପାଦଚିହ୍ନ, ଆତଙ୍କରେ ଗ୍ରାମବାସୀ, ଭୟଭୀତ ନ ହେବାକୁ…

ଛତ୍ରପୁର,୩୦ା୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମରେ ବାଘ ଆତଙ୍କ। ଗୁରୁବାର ସକାଳୁ ସକାଳୁ ଗ୍ରାମର କିଛି ବ୍ୟକ୍ତି ମନ୍ଦିରକୁ ଯିବା ସମୟରେ ରାସ୍ତାରେ ଏକ ୨ ଫୁଟର ବାଘ ଡେଇଁ ଯାଉଥିବା ଦେଖିବାକୁ ପାଇ ଗାଁ…

ଗଣ୍ଡରେ ବୁଡ଼ି ଚାଲିଗଲା ଜଣଙ୍କ ଜୀବନ

ଦିଗପହଣ୍ଡି,୩୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧୦ ନଂ ଓ୍ବାର୍ଡ ରାଣୀ ସାହି ମଞ୍ଜରୀ ନଗରର ଶିବ ସାହୁ(୫୦) ଘର ନିକଟସ୍ଥ ଗଣ୍ଡରେ ବୁଡିଯିବାରୁ ମୃତ୍ୟୁ ଘଟିଛି। ଖବରପାଇ କାଉନସିଲର ଦୀପକ କୁମାର ମିଶ୍ର, ସାମାଜିକ କର୍ମୀ କେ.କୁନା…

୬ବର୍ଷ ପରେ ଜିନପିଙ୍ଗଙ୍କୁ ଭେଟିଲେ ଟ୍ରମ୍ପ, ହେବ ବଡ଼ ଡିଲ୍‌

ଓ୍ବାଶିଂଟନ,୩୦।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଆଜି ଛଅ ବର୍ଷ ପରେ ସାକ୍ଷାତ କରିଛନ୍ତି। ଦୁଇ ନେତା ଦକ୍ଷିଣ କୋରିଆରେ ସାକ୍ଷାତ କରିଛନ୍ତି। ସେମାନେ ପରସ୍ପରକୁ ହାତ ମିଳାଇ ଅଭିବାଦନ କରିଛନ୍ତି। ବର୍ତ୍ତମାନ ଦ୍ୱିପାକ୍ଷିକ…

ନୂଆପଡ଼ା ଉପନିର୍ବାଚନ: ନେତା ଏପଟସେପଟ, ଭୋଟର ଦ୍ୱନ୍ଦ୍ୱରେ

ନୂଆପଡ଼ା,୩୦ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ନୂଆପଡ଼ା ଉପନିର୍ବାଚନ ଯେତିକି ପାଖେଇ ଆସୁଛି, ଏକ ନୂଆ ଅଡୁଆ ବା ଦ୍ୱନ୍ଦ୍ୱ ଉଭୟ ପ୍ରାର୍ଥୀ ଓ ଭୋଟରଙ୍କୁ ଘାରିଛି। ଏହି ଉପନିର୍ବାଚନ ପୂର୍ବରୁ ବିଭିନ୍ନ ଦଳୀୟ ଓ ନିର୍ଦ୍ଦଳୀୟ ନେତା ଏପଟସେପଟ ହୋଇଛନ୍ତି। ଦିବଂଗତ ବିଧାୟକ…

ଓଡ଼ିଶାରେ ବେଆଇନ ଖଣି ଖନନ: କ୍ଷତିପୂରଣ ଅନାଦାୟକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ,୩୦ା୧୦(ପି.ଟି./ ଲାଇଭ୍‌ ଲ): ଓଡ଼ିଶାରେ ଖଣି ଖନନ ନିୟମଗୁଡ଼ିକୁ ଉଲ୍ଲଂଘନ କରିଥିବା ଲିଜ୍‌ଧାରୀଙ୍କଠାରୁ ୨,୭୪୫ କୋଟି ଟଙ୍କାର କ୍ଷତିପୂରଣ ଆଦାୟ କରିବାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ବୁଧବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଲିଜ୍‌ଧାରୀମାନେ ଯେପରି ସରକାରୀ ରାଜସ୍ବ ଫାଙ୍କି…

କମ୍ପାନୀ ମିଥ୍ୟାରେ ସରକାର ବି ବାଇଆ

ଭୁବନେଶ୍ୱର,୩୦ା୧୦ (ରବିନାରାୟଣ ଜେନା): ଓଡ଼ିଶାରେ ପୂବର୍ର୍ରୁ କେବଳ ଗରିବ ଗ୍ରାମୀଣ ଜନସାଧାରଣଙ୍କୁ ବଡ଼ ବଡ଼ କମ୍ପାନୀଗୁଡ଼ିକ ଠକି ଅସତ୍ୟ କହିଆସୁଥିଲେ। ମୁଖ୍ୟତଃ ରାଜ୍ୟର ଖଣିଜ ପଦାର୍ଥରେ ଆକର୍ଷିତ ହୋଇ ଏହି କମ୍ପାନୀଗୁଡ଼ିକ ଓଡ଼ିଶାର ବିଭିନ୍ନ ଅନୁନ୍ନତ ଅଞ୍ଚଳରେ ଶିଳ୍ପ ବସାଇବା ପାଇଁ…

ଦେଢ଼ ମାସ ହେଲା ନିଖୋଜ ଥିଲେ, ନାଲସିଂ ପାହାଡ଼ରୁ ମିଳିଲା କଙ୍କାଳ; ପାଖରେ ପଡ଼ିଛି ବାଇକ, ମୋବାଇଲ…

ନିରାକାରପୁର,୨୯ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଜଣେ ବ୍ୟକ୍ତି ଗତ ଦେଢ଼ମାସ ହେଲା ଘରୁ ନିଖୋଜ ଥିବାବେଳେ ବୁଧବାର ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଧୀନ ନାଲସିଂସ୍ଥିତ ଅଟଳା ପାହାଡ଼ ନିକଟ ଏକ ବୁଦାମୂଳରୁ ତାଙ୍କର କଙ୍କାଳ ମିଳିଛି। କଙ୍କାଳ ପାଖରୁ ୨ଟି ମୋବାଇଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri