Home Left

ସୀମା ଟପିଲେ ଟ୍ରମ୍ପ୍‌: ଟେକିବାକୁ ଯାଇ କହିଲେ,ମୋଦି ଭାରତର ଜନକ

ନ୍ୟୁୟର୍କ,୨୫-୯:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବାକୁ ଯାଇ ମର୍ଯ୍ୟାଦାର ସୀମା ଟପିଯାଇଛନ୍ତି। ୭୪ତମ ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ) ପରିପ୍ରେକ୍ଷୀରେ ଦ୍ୱିପାକ୍ଷିକ ବୈଠକ ପରେ ସେ ମୋଦିଙ୍କୁ ଭାରତର ଜନକ ଭାବେ ଅଭିହିତ କରିଛନ୍ତି।…

ସବୁ ବ୍ଲକ, ସବ୍‌ଡିଭିଜନରେ ମିଳିବ ଲର୍ନିଂ ଲାଇସେନ୍ସ

ଭୁବନେଶ୍ୱର,୨୫-୯(ବ୍ୟୁରୋ):ରାଜ୍ୟର ସବୁ ବ୍ଲକ ଏବଂ ସବ୍‌ଡିଭିଜନ ସ୍ତରରେ ଖୋଲିବ ଅସ୍ଥାୟୀ ଲର୍ନିଂ ଲାଇସେନ୍ସ କ୍ୟାମ୍ପ। ସେଠାରେ ଗାଡ଼ିଗୁଡ଼ିକ ପାଇଁ ପ୍ରଦୂଷଣ ସାର୍ଟିଫିକେଟ୍‌ ଦିଆଯିବାର ବ୍ୟବସ୍ଥା ହେବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମଙ୍ଗଳବାର କହିଛନ୍ତି। ଡ୍ରାଇଭିଂ ଲାଇସେନ୍ସ, ଲର୍ନିଂ ଲାଇସେନ୍ସ,…

କମିଶନରେଟ୍‌ ପୋଲିସରେ ହେବ ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌

ଭୁବନେଶ୍ୱର,୨୫-୯(ବ୍ୟୁରୋ):ଡ୍ରଗ୍ସ ମାଫିଆ, ଜମି ମାଫିଆ, ବନ୍ଧୁକ ବେପାରୀ ଓ ସଂଗଠିତ ଅପରାଧୀ ସାବାଡ଼ ହେବେ। ବଡ଼ ଅପରାଧ ରୋକିବା ପାଇଁ କ୍ରାଇମବ୍ରାଞ୍ଚ ଭଳି କମିଶନରେଟ ପୋଲିସରେ ଗଠନ ହେବ ‘ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌’। କର୍ମଚାରୀ ହେଉ ଅବା ସମୟର ଅଭାବ ଯୋଗୁ…

ଆଇଆର୍‌ଡିଏ ନେଲା ନିଷ୍ପତ୍ତି;ଏଣିକି ମାସିକ ଭିତ୍ତିରେ ଦେଇ ହେବ ସ୍ବାସ୍ଥ୍ୟ ବୀମା ପ୍ରିମିୟମ

ନୂଆଦିଲ୍ଲୀ,୨୫-୯: ସ୍ବାସ୍ଥ୍ୟ ବୀମା ନେଉଥିବା ଗ୍ରାହକ ଏଣିକି ମାସିକ ଆଧାରରେ ବୀମା ପ୍ରିମିୟମ ଜମା କରିପାରିବେ। ଇନ୍‌ସ୍ୟୁରାନ୍ସ ରେଗୁଲେଟୋରି ଆଣ୍ଡ ଡେଭଲପ୍‌ମେଣ୍ଟ ଅଥରିଟି ଅଫ୍‌ ଇଣ୍ଡିଆ(ଆଇଆର୍‌ଡିଏ) ପକ୍ଷରୁ ନିୟମରେ ପରିବର୍ତ୍ତନ କରାଯାଇ ନିର୍ଦ୍ଦେଶ ଜାରି କରାଯାଇଛି। ସ୍ବାସ୍ଥ୍ୟ ବୀମା ପଲିସି ବିକ୍ରି…

ମୁଦ୍ରାନୀତି ବୈଠକ ପୂର୍ବରୁ ସୀତାରାମନ୍‌ଙ୍କୁ ଭେଟିଲେ ଗଭର୍ନର

ନୂଆଦିଲ୍ଲୀ,୨୫-୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଆସନ୍ତା ମୁଦ୍ରାନୀତି ସମୀକ୍ଷା ପୂର୍ବରୁ ଗଭର୍ନର ଶକ୍ତିକାନ୍ତ ଦାସ ମଙ୍ଗଳବାର ଏଠାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କୁ ଭେଟିଛନ୍ତି। ସରକାରଙ୍କ ଆର୍ଥିକ ନୀତି, ମୁଦ୍ରାସ୍ଫୀତି, ଜିଡିପି ହାର ହ୍ରାସ ଆଦି ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି।…

ବିଶ୍ୱ ବଜାରରେ ପହଞ୍ଚିବେ ଏମ୍‌ଏସ୍‌ଏମ୍‌ଇ

ନୂଆଦିଲ୍ଲୀ,୨୫-୯:ଦେଶର ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)ଗୁଡିକ ପ୍ରସ୍ତୁତ କରୁଥିବା ସାମଗ୍ରୀ ବିଦେଶୀ ବଜାରରେ ଏବେ ସହଜରେ ପହଞ୍ଚିବ। କ୍ଷୁଦ୍ର ଶିଳ୍ପକୁ ଏହି ସୁବିଧା ପ୍ରଦାନ ଲକ୍ଷ୍ୟରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଶୀଘ୍ର ‘ଭାରତ ମାର୍ଟ’ନାମରେ ଏକ ଇ-କମର୍ସ ପ୍ଲାଟଫର୍ମ ଖୋଲିବ ବୋଲି କେନ୍ଦ୍ର…

ପୁରୀ-ହାଓଡା ମଧ୍ୟରେ ଗଡ଼ିପାରେ ପ୍ରାଇଭେଟ ଟ୍ରେନ

ନୂଆଦିଲ୍ଲୀ,୨୫-୯: ସାରା ଦେଶର ୨୪ ରୁଟରେ ପ୍ରାଇଭେଟ ଟ୍ରେନ ଚଳାଇବା ନେଇ ରେଳ ମନ୍ତ୍ରଣାଳୟ ଯୋଜନା ରଖିଛି। ଏହି କ୍ରମରେ ରାଜ୍ୟରୁ ପୁରୀଠାରୁ ପଶ୍ଚିମବଙ୍ଗର ହଓଡା ମଧ୍ୟରେ ଏଭଳି ଏକ ଟ୍ରେନ ଗଡିପାରେ। ଚଳିତ ମାସ ୨୭ରେ ରେଳ ବୋର୍ଡ ପକ୍ଷରୁ…

ଅକାଳ ବାର୍ଦ୍ଧକ୍ୟଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି; ସକାଳେ ପିଅନ୍ତୁ ଏହି ରସ…

ସପୁରୀ କେବଳ ସୁସ୍ବାଦୁ ନୁହେଁ ଏହା ଔଷଧୀୟ ଗୁଣରେ ମଧ୍ୟ ଭରପୁର। ସପୁରୀରେ ଭିଟାମିନ ବି-୧, ବି-୨, ବି-୩, ବି-୫, ଭିଟାମିନ-ସି ପ୍ରଚୁର ପରିମାଣରେ ଅଛି। ପ୍ରତିଦିନ ସକାଳେ ଅଭ୍ୟାସ କରି ଅଧାକପ୍‌ ସପୁରୀ ରସ ପିଇଲେ ବାର୍ଦ୍ଧକ୍ୟଠାରୁ ଏହା ଦୂରେଇ…

କୋଲେଷ୍ଟରଲ୍‌ ସ୍ତରକୁ ନିୟନ୍ତ୍ରଣରେ ରଖେ ଗାଜର ଜୁସ୍‌

ଗାଜର ଖାଇବା ସ୍ବାସ୍ଥ୍ୟପ୍ରତି ବେଶ୍‌ ହିତକର। କିନ୍ତୁ ଶରୀର ପାଇଁ ବିଶେଷ ଫଳପ୍ରଦ ହୋଇଥାଏ ଏଥିରୁ ପ୍ରସ୍ତୁତ ଜୁସ୍‌। ନିୟମିତ ରୂପେ ଗାଜର ଜୁସ୍‌ ସେବନ ଦ୍ୱାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। କାମ କରିବା ପରେ ଅଧିକ ଥକ୍କା…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଭାବପ୍ରବଣ ହେଲେ ଏହି ଅଭିନେତ୍ରୀ

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁ ବଲିଉଡର ଅନେକ ଅଭିନେତ୍ରୀଙ୍କ ସହ ଯୋଡାଯାଏ। ନିକଟରେ ପାଣ୍ଡ୍ୟା ନିଜ ପିଲାଦିନର ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ ଅପ୍‌ଲୋଡ୍‌ କରିଥିଲେ। ଯେଉଁ ଫଟୋରେ ସେ ଟ୍ରକ ପଛରେ ବସି କ୍ରିକେଟ ଖେଳିବାକୁ ଯାଉଥିବାର…

୧୪ ଓଭରରେ ୧୨ରନ୍‌ କରିପାରିଲା ନାହିଁ ଏହି ଟିମ୍‌: ୧୬ଟି ବଲ୍‌ରେ ଅଲ୍‌ଆଉଟ୍‌

ସିଡନୀ,୨୪।୯:କ୍ରିକେଟ୍‌ ଏକ ଅନିଶ୍ଚିତତାର ଖେଳ ବୋଲି କୁହାଯାଏ। ଏହାର ଏକ ଉଦାହରଣ ଅଷ୍ଟ୍ରେଲିଆରେ ଚାଲିଥିବା ମାର୍ଶ କପ୍‌ରେ ଦେଖିବାକୁ ମିଳିଛି। ପର୍ଥରେ ଖେଳା ଯାଉଥିବା ମାର୍ଶ କପ୍‌ର ତୃତୀୟ ମ୍ୟାଚ୍‌ ଭିକ୍ଟୋରିଆ ଏବଂ ତାସ୍‌ମାନିଆ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭିକ୍ଟୋରିଆ…

ମରାମତି ହେଲାନି ଇନ୍ଦ୍ରଦ୍ୟୁମ୍ନ କଡ଼ ରାସ୍ତା: ପୁଣି ଦବିଲା, ଲୋକେ ଭୟଭୀତ

ପୁରୀ ଅଫିସ, ୨୪ା୯: ପୁଣି ଦବିଲା ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ କଡ଼ ରାସ୍ତା। ଗତ ୧୫ ତାରିଖରେ ପୂର୍ବ ପାର୍ଶ୍ୱର ରାସ୍ତା ଭୁଶୁଡି ପଡିଥିଲା। ହେଲେ ଏହାର ମରାମତି ନ ହେବାରୁ ସୋମବାର ରାତିରେ ହୋଇଥିବା ପ୍ରବଳ ବର୍ଷାରେ ଏହି ସ୍ଥାନରୁ ମାଟି,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri