ଖୋର୍ଦ୍ଧା ବ୍ଲଡ ବ୍ୟାଙ୍କରେ ରହିଛି ୭୦ ୟୁନିଟ୍ ରକ୍ତ
ଖୋର୍ଦ୍ଧା ଅଫିସ,୧୪ା୪: ଲକଡାଉନ ସମୟରେ ଖୋର୍ଦ୍ଧା ରକ୍ତଭଣ୍ଡାରରେ ରକ୍ତ ଅଭାବ ସମସ୍ୟା ଦୂର କରିବା ଲାଗି ପ୍ରଶାସନ ଓ ଜିଲା ସ୍ବାସ୍ଥ୍ୟ ସମିତି ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଶୀତାଂଶୁ ରାଉତ ଏହାକୁ ଉଦ୍ଘାଟନ…
ମାସ୍କ ନ ପିନ୍ଧି ଜରିମାନା ଗଣିଲେ
ଖୋର୍ଦ୍ଧା ଅଫିସ,୧୪ା୪: ଲକଡାଉନ ବେଳେ ସାମାଜିକ ଦୂରତା ରକ୍ଷା ସହ ବାହାରକୁ ଆସିଲେ ମାସ୍କ ପିନ୍ଧିବାକୁ ସରକାର ଗତ ୯ତାରିଖରୁ ବାଧ୍ୟତାମୂଳକ କରିଛନ୍ତି। ତଥାପି କେତେଜଣ ଅମାନିଆ ଏହାକୁ ବେଖାତିର କରି ବିନା ମାସ୍କରେ ବୁଲୁଛନ୍ତି। ସୋମବାର ଏଭଳି ଅମାନିଆଙ୍କୁ ସାବାଡ…
୫୦ ସ୍ବାବ୍ ପରୀକ୍ଷା ପାଇଁ ପଠାଗଲା
ଖୋର୍ଦ୍ଧା ଅଫିସ,୧୪ା୪: ଖୋର୍ଦ୍ଧା ଜିଲାର ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେଶନକୁ ବାଦ୍ ଦେଇ ସୋମବାର ସୁଦ୍ଧା ୪୦୨ ଜଣଙ୍କ ସ୍ବାବ ନମୁନା ପରୀକ୍ଷା ଲାଗି ଭୁବନେଶ୍ୱର ପଠାଯାଇଛି। ତନ୍ମଧ୍ୟରେ ଖୋର୍ଦ୍ଧାରୁ ୨୦, ଟାଙ୍ଗିରୁ ୫, ବୋଲଗଡରୁ ୬, ବାଳକାଟୀରୁ ୪, ବାଣପୁରରୁ ୧୫…
ଖୋର୍ଦ୍ଧା: ୩୬ ମନ୍ଦିରରେ ୧୪୪ ଧାରା, ଜରିପୁଟ ସଙ୍କଟମୋଚନ ମନ୍ଦିରରେ ୧୦ଦିନ କଟକଣା
ଖୋର୍ଦ୍ଧା ଅଫିସ,୧୩ା୪: ଖୋର୍ଦ୍ଧା ଜିଲାର ୩୬ଟି ମନ୍ଦିର ଓ ଶୈବପୀଠରେ ୧୪୪ ଧାରା ଜାରି କରାଯାଇଛି। ସୋମବାର ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଥିବାରୁ ସମ୍ପୃକ୍ତ ପୀଠସ୍ଥଳିଗୁଡ଼ିକରେ ଭକ୍ତଙ୍କ ସମାଗମ ଆଶଙ୍କାରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। କରୋନା…
ନନ୍ଦନକାନନରେ ନୂଆ ଅତିଥି: ଜନ୍ମ ନେଲେ ୭ ମାଣ୍ଡାରିନ ବତକ ଶାବକ
ବାରଙ୍ଗ,୧୨।୪(ଡି.ଏନ୍.ଏ.): ନନ୍ଦନକାନନର ଅନ୍ୟତମ ଆକର୍ଷଣ ସାଜିଥିବା ପାଦଚଲା ବିହଙ୍ଗ ସରଣୀରେ ରବିବାରଦିନ ଏକ ମାଇ ମାଣ୍ଡାରିନ ବତକ ଦେଇଥିବା ଅଣ୍ଡାଫୁଟି ୭ଟି ଛୁଆ ବାହାରିଛି। ଫଳରେ ଚିଡ଼ିଆଖାନାରେ ଏମାନଙ୍କ ସଂଖ୍ୟା ବୃ୍ଦ୍ଧିପାଇ ୧୮ରେ ପହଞ୍ଚିଛି। ବିଶେଷକରି ଜାପାନ, ଚାଇନା ତଥା ପୁର୍ବ…
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ
ଖୋର୍ଦ୍ଧା ଅଫିସ,୧୧ା୪: କରୋନା ମୁକାବିଲା ପାଇଁ ଖୋର୍ଦ୍ଧା ଜିଲା ମିନି ଟ୍ରକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ହଜାର ଟଙ୍କା ପ୍ରଦାନ କରାଯାଇଛି। ସଂଘର ଆଇନ ପରାମର୍ଶଦାତା ନରେନ୍ଦ୍ର ପୃଷ୍ଟି, କୋଷାଧ୍ୟକ୍ଷ ମାନସ ରଞ୍ଜନ ବୈରୀଗଞ୍ଜନ ପ୍ରମୁଖ ଏସ୍ପି ଅଜୟ…
ହାଟରେ ମାସ୍କ ବାଣ୍ଟି ସଚେତନତା
ଖୋର୍ଦ୍ଧା ଅଫିସ,୧୧ା୪: ମେଳଣ ପଡ଼ିିଆ ପରିବା ହାଟରେ ଶୁକ୍ରବାର ଗୁରୁଜଙ୍ଗ ଗ୍ରାମ୍ୟ କମିଟି ପକ୍ଷରୁ ମାସ୍କ, ଡେଟଲ, ସାନିଟାଇଜର ଆଦି ବଣ୍ଟାଯିବା ସହ କରୋନା ଭୂତାଣୁ ସମ୍ପର୍କରେ ସଚେତନ କରାଯାଇଛି। ୫୦ରୁୁ ଊର୍ଦ୍ଧ୍ୱ ଲୋକଙ୍କୁ ମାସ୍କ, ସାବୁନ, ଡେଟଲ, ସାନିଟାଇଜର ବଣ୍ଟାଯାଇଛି।…
ଚାଷୀଙ୍କୁ ଘାରିଛି ଫସଲ ଅମଳ, ବିକ୍ରି ଚିନ୍ତା
ଜଟଣୀ,୧୧ା୪(ଡି.ଏନ.ଏ): କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ ସରକାର ଲକ୍ଡାଉନ୍ ସହ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଥିଯୋଗୁ ଚାଷୀ ପ୍ରଭାବିତ ହୋଇଛନ୍ତି। ବିଭିନ୍ନ ଫସଲ ଓ ପନିପରିବା ଚାଷ କରି ଲୋକଙ୍କ ପେଟକୁ ଦାନା ଯୋଗାଉଥିବା ଚାଷୀଙ୍କ ସମସ୍ୟା ଅଣଦେଖା କରାଯାଉଛି।…
ଲକ୍ଡାଉନ୍ରେ ସକ୍ରିୟ ମଦ ମାଫିଆ: ଦେଶୀ ମଦ ରନ୍ଧା ଭାଟି ଉପରେ ବେଗୁନିଆ ପୋଲିସର ଚଢ଼ାଉ, ନଷ୍ଟ କଲା ୨ହଜାର ଲିଟର ପୋଚ୍
ବେଗୁନିଆ,୯।୪ (ଡି.ଏନ୍.ଏ): ଖୋର୍ଦ୍ଧା ଜିଲା ବେଗୁନିଆ ପୋଲିସ ଗୁରୁବାର ଏକ ଦେଶୀ ରନ୍ଧା ମଦଭାଟି ଉପରେ ଚଢ଼ାଉ କରିଥିବା ସୂଚନା ମିଳିଛି। ଏହି ଘଟଣାରେ ମାଫିଆମାନେ ଫେରାର ହୋଇଯାଇଥିବା ବେଳେ ପୋଲିସ ୨ହଜାର ଲିଟର ପୋଚକୁ ନଷ୍ଟ କରିବା ସହ ଅନ୍ୟାନ୍ୟ…
ବିନା ମାସ୍କରେ ଘରୁ ବାହାରିଲେ ଜରିମାନା
ଖୋର୍ଦ୍ଧା ଅଫିସ,୯ା୪: ଅତି ଜରୁରୀ ନ ଥିଲେ ଘରୁ ବାହରକୁ ବାହରନ୍ତୁ ନାହିଁ। ଔଷଧ କିଣିବା, ଚିକିତ୍ସାଳୟ ବାହାନାରେ ଏଣିକି ବାଇକ ଧରି ବୁଲିଲେ, କଠୋର ପଦକ୍ଷେପ ଗ୍ରହଣ କରାଯିବ। ଜରରୁୀ କାମରେ ବାହାରିଲେ, ମାସ୍କ, ରୁମାଲ ଗୁଡାଇ ବାହାରନ୍ତୁ। ପନିପରିବା…
ପଦଚାଳିତ ହାତସଫା ମେଶିନ୍ ରଖିବ ସ୍ବଚ୍ଛ
ଜଟଣୀ,୯ା୪(ଡି.ଏନ.ଏ): କୋଭିଡ-୧୯ ମୁକାବିଲା ଓ ରେଳ କର୍ମଚାରୀଙ୍କୁ ଏହି ଭୂତାଣୁ ସଂକ୍ରମଣରୁ ମୁକ୍ତ ରଖିବା ପାଇଁ ଖୋର୍ଦ୍ଧାରୋଡ଼ ରେଳ ଡିଭିଜନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଏହି ଡିଭିଜନ ଅନ୍ତର୍ଗତ ଅନୁଗୋଳ ଲୋକୋଶେଡ୍ରେ ନିଜସ୍ବ ସାଧନରେ ପଦଚାଳିତ ହାତସଫା ମେଶିନ୍ ଉତ୍ପାଦନ…
ଲୋକଙ୍କୁ ମାସ୍କ ବାଣ୍ଟିଲା ପୋଲିସ
ଖୋର୍ଦ୍ଧା ଅଫିସ,୮ା୪: ଖୋର୍ଦ୍ଧା ବ୍ଲକ ତୋଟାପଡା ଗ୍ରାମରେ ଗରିବ, ଅସହାୟ ଲୋକଙ୍କୁ ସହଯୋଗର ହାତ ବଢାଇଛି ପୋଲିସ। ଆଦର୍ଶ ଥାନା ଅଧିକାରୀ ଉମାଶଙ୍କର ସିଂ ବୁଧବାର ଏହି ଗ୍ରାମରେ କରୋନା ଭୂତାଣୁ ସଂକ୍ରମଣ ନେଇ ଲୋକଙ୍କୁ ସଚେତନ କରିଥିଲେ। ହାତକୁ ବାରମ୍ବାର…
Archives


