ଭୁବନେଶ୍ୱରରୁ ଉତ୍ତର ପ୍ରଦେଶ ଯାଉଥିବା ୧୫ ଶ୍ରମିକ ଅଟକ
କେନ୍ଦୁଝର,୫।୫(ସ୍ବ.ପ୍ର.)-ଭୁବନେଶ୍ୱରରୁ ଚାଲି ଚାଲି ଉତ୍ତରପ୍ରଦେଶ ଅଭିମୁଖେ ଯାଉଥିବା ୧୫ ଜଣ ଶ୍ରମିକଙ୍କୁ କେନ୍ଦୁଝର ସଦର ଥାନା ପୋଲିସ ରାଇସୁଆଁ ନିକଟରେ ଅଟକ ରଖିଛି। ପୋଲିସ କହିଛି, ଉକ୍ତ ଶ୍ରମିକମାନେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ରଙ୍ଗ କାମ କରିବାକୁ ଆସିଥିଲେ। ୧୫…
ଢେଙ୍କାରେ ପହଞ୍ଚିଲେ ୭ ପ୍ରବାସୀ ଓଡ଼ିଆ
ହାଟଡିହୀ,୫।୫(ଡି.ଏନ୍.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଢେଙ୍କା ପଞ୍ଚାୟତରେ ୭ ପ୍ରବାସୀ ଓଡ଼ିଆ ସୋମବାର ବିଳମ୍ବିତ ରାତିରେ ପହଞ୍ଚିଛନ୍ତ। ଏମାନେ ସୁରଟରୁ ନିଜ ଖର୍ଚ୍ଚରେ ବାଲେଶ୍ୱର ଆସୁଥିବା ବସ୍ରେ ଆସି ସୋରରେ ପହଞ୍ଚିଥିଲେ। ପଞ୍ଚାୟତ ସରପଞ୍ଚ ନିମାଇ ସାମଲ, ପିଇଓ ନରହରି…
ବେଆଇନ ବାଲି ଚାଲାଣ: ୧୨ ଟ୍ରାକ୍ଟର ଜବତ, ୧ ଲକ୍ଷ ୨୨ ହଜାର ଜରିମାନା ଆଦାୟ
ଆନନ୍ଦପୁର,୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ତହସିଲ ଅଧୀନ ଆଦିବାସୀ ଅଧୁସୀତ ବୁଢ଼ିକୁଦ ପଞ୍ଚାୟତ ନିକଟ ବୈତରଣୀ ନଦୀରୁ ବେଆଇନ ବାଲି ଚାଲାଣ ହେଉଥିବା ଖବର ପାଇ ତହସିଲଦାର ତପନ କୁମାର ନାୟକ ମଙ୍ଗଳବାର ଭୋର ସମୟରେ ଚଢ଼ାଉ କରିଥିଲେ। ବେଆଇନ ବାଲି…
କରୋନା ଯୁଦ୍ଧରେ ଟଳିପଡ଼ିଲେ ଅଙ୍ଗନଓ୍ବାଡି କର୍ମୀ
ଯୋଡା,୫।୫ (ଡି.ଏନ୍.ଏ.): କରୋନା ଯୁଦ୍ଧରେ ଟଳିପଡ଼ିଲେ ଅଙ୍ଗନଓ୍ବାଡି କର୍ମୀ। ଏଭଳି ଅଘଟଣ ଘଟିଛି କେନ୍ଦୁଝର ଜିଲାରେ। ଚମ୍ପୁଆ ବ୍ଲକ ଅନ୍ତର୍ଗତ ଶ୍ରୀଧରପୁର ଗ୍ରାମର ରୁକ୍ମଣୀ ମହାନ୍ତ ବିଲେଇପଦା ଅଙ୍ଗନଓ୍ବାଡି କେନ୍ଦ୍ରରେ କାର୍ଯ୍ୟରତ ଥିଲେ। କାର୍ଯ୍ୟରତ ସମୟରେ ହଠାତ୍ ତାଙ୍କ ମୁଣ୍ଡ ବୁଲାଇବାରୁ…
ଖାସି ମୁଣ୍ଡ ପାଇଁ ଜୀବନ ହାରିଲେ ମହିଳା
ପାଟଣା,୫।୫(ସ୍ବ.ପ୍ର.)- ଖାସି ମୁଣ୍ଡ କିଣି ନ ଆଣିବାରୁ ରବିବାର ବିଳମ୍ବିତ ରାତିରେ ଜଣେ ମହିଳା ଆତ୍ମହତ୍ୟା କରିବା ଘଟଣା କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମୃତ ମହିଳା ଜଣକ ହେଲେ ପାର୍ବତୀ ମୁଣ୍ଡା। ସାହାରପଡା ପୋଲିସ…
କୋଟାରୁ ଫେରିଲେ ୨୧ ଛାତ୍ରୀଛାତ୍ର
କେନ୍ଦୁଝର,୪ା୫(ସ୍ବ.ପ୍ର.) : କେନ୍ଦୁଝର ଜିଲାରୁ ରାଜସ୍ଥାନର କୋଟାରେ ଯାଇ ପାଠ ପଢ଼ୁଥିବା ୨୧ ଛାତ୍ରୀଛାତ୍ର ସୋମବାର ସ୍ବତନ୍ତ୍ର ବସ୍ରେ କେନ୍ଦୁଝରକୁ ସୁରକ୍ଷିତ ଫେରିଛନ୍ତି। ସେମାନଙ୍କ ସହିତ ୬ ଜଣ ଅଭିଭାବକ ଫେରିଛନ୍ତି। ସେମାନଙ୍କୁ ପୁରୁଣା ସହରସ୍ଥିତ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରର ଏକ କ୍ଲିନିକ୍ରେ…
କେନ୍ଦୁଝର ଜିଲାର ୩ ଗାଁ କଣ୍ଟେନମେଣ୍ଟ, ୧୧ ଗାଁ ବଫର ଜୋନ ଘୋଷଣା
ହାଟଡିହୀ,୪।୫(ଡି.ଏନ୍.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ ହୀରାପୁର ଗ୍ରାମରେ ରବିବାର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମାସକ ତଳେ ସେ କୋଲକାତାରୁ ଫେରିଥିଲେ। କରୋନା ପଜିଟିଭ ଚିହ୍ନଟ ପରେ ଜିଲାପାଳ ଆଶିଷ ଠାକରେ ହୀରାପୁର…
ସୁରଟରୁ ଗର୍ଭବତୀ ମହିଳାଙ୍କ ସହ ୫ ପ୍ରବାସୀ ଓଡ଼ିଆ ହାଟଡିହୀ ଫେରିଲେ
ହାଟଡିହୀ,୪।୫(ଡି.ଏନ୍.ଏ.): ସୁରଟରୁ ଭଦ୍ରକ ଆସୁଥିବା ବସ୍ରେ ଗତ ଶନିବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଗେଡ଼ମା ପଞ୍ଚାୟତର ୫ ପ୍ରବାସୀ ଓଡ଼ିଆ ଫେରିଛନ୍ତି। ରବିବାର ବ୍ଲକ ପ୍ରଶାସନ ସେମାନଙ୍କୁ ଭଦ୍ରକରୁ ହାଟଡିହୀ ଆଣିଥିଲେ। ପରେ ସମସ୍ତଙ୍କୁ ପଞ୍ଚାୟତ କାରାଣ୍ଟାଇନ କେନ୍ଦ୍ରରେ ରଖାଯାଇଛି।…
ମାଲ୍ ଗାଡ଼ିରେ ଲୁଚି ପଳାଉଥିଲେ ୨୦ ଶ୍ରମିକ
କେନ୍ଦୁଝର,୪ା୫(ଡି.ଏନ୍.ଏ./ସ୍ବ.ପ୍ର.)-ସାରା ଦେଶ ସମେତ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଆରମ୍ଭ ହୋଇଛି। ଏହାଫଳରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଫସି ରହିଥିବା ଶ୍ରମିକମାନେ କେନ୍ଦୁୁଝର ଜିଲା ଦେଇ ନିଜ ନିିଜ ଗଁାକୁ ପଳାଇ ଯିବାକୁ ଉଦ୍ୟମ ଜାରି ରଖିଛନ୍ତି। ଏଭଳି ପରିସ୍ଥିତିରେ ସୋମବାରଠାରୁ…
କେରଳରୁ ଫେରିଲେ ୯ ପ୍ରବାସୀ ଓଡ଼ିଆ ଶ୍ରମିକ
ପାଟଣା, ୪ା୫(ସ୍ବ.ପ୍ର.)-କରୋନା ସଂକ୍ରମଣ ସକାଶେ ଦେଶ ଲକ୍ଡାଉନ ରହିଛି। ରାଜ୍ୟ ବାହାରକୁ କେରଳ, ତାମିଲନାଡୁ, ଚେନ୍ନାଇ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇଥିବା କେନ୍ଦୁଝର ଜିଲା ପାଟଣା ବ୍ଲକରୁ ୧୨ଶହ ଶ୍ରମିକ ଫସିରହିଛନ୍ତି। ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତରୁ କାମ…
କେନ୍ଦୁଝରରେ ପେଡ୍ କ୍ୱାରାଣ୍ଟାଇନ ବ୍ୟବସ୍ଥା
କେନ୍ଦୁଝର, ୪ା୫(ସ୍ବ.ପ୍ର.)-ମହାମାରୀ କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ କରିବା ପାଇଁ ଜିଲାପାଳ ଆଶିଷ ଠାକ୍ରେ ନିର୍ଦ୍ଦେଶ ଦେଇଛନ୍ତି। ବାହାର ରାଜ୍ୟରୁ ଜିଲାକୁ ଆସୁଥିବା ବ୍ୟକ୍ତିମାନେ ନିଜ ଘରକୁ ଫେରିବା ପୂର୍ବରୁ ପଞ୍ଜୀକରଣ କରିବା ବାଧ୍ୟତାମୂଳକ। ଚେକ୍…
ଜୀବନବିନ୍ଦୁରେ ୪୨ ୟୁନିଟ୍ ରକ୍ତ ସଂଗ୍ରହ
କେନ୍ଦୁଝର, ୩ା୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ସଦର ନିର୍ବାଚନ ମଣ୍ଡଳୀର ପଳାଶପଙ୍ଗା ୪ନଂ. ଜିଲାପରିଷଦ ଜୋନରେ ରବିବାର ପର୍ଜନପୁର ପଞ୍ଚାୟତ କାର୍ଯ୍ୟାଳୟରେ ବିଜେଡି ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ଶିବିରରେ ମୋଟ ୪୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଯୁବନେତା…
Archives


