ସୋସୋରେ ମାତିଛି ଦନ୍ତା: ଅଞ୍ଚଳବାସୀ ଭୟଭୀତ
ହାଟଡିହୀ,୨୩ା୪(ଡି.ଏନ୍.ଏ.) : କରୋନା ସାଙ୍ଗକୁ ହାତୀ ଭୟ ଏବେ ଲୋକଙ୍କୁ ଚିନ୍ତାରେ ପକାଇଛି। କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ଅଞ୍ଚଳରେ ଏକ ଦନ୍ତା ମାତିଥିବାରୁ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି। ଏଥିସହ ହାତୀଟି ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିଚାଲିଛି।...
କାଳ ବୈଶାଖୀ ପ୍ରଭାବରେ କୁଆପଥର ମାଡ: ପରିବା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଲା
କେନ୍ଦୁଝର, ୨୨ା୪(ସ୍ବ.ପ୍ର.): ମହାମାରୀ କରୋନା ନେଇ କେନ୍ଦୁଝର ଜିଲାର ପରିବା ଚାଷୀମାନେ ଅଭାବୀ ବିକ୍ରୀର ସମ୍ମୁଖୀନ ହେଉଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହେବାରୁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଅନେକ ଅଞ୍ଚଳରେ ଗଛ ଉପୁଡି ପଡିଥିବା ବେଳେ...
ଖବରଦାତାଙ୍କୁ ଆକ୍ରମଣ
କେନ୍ଦୁଝର, ୨୨।୪(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ପୋଲିସ ବୁଧବାର ଲକ ଡାଉନ ପାଇଁ ରାସ୍ତାରେ ପାଟ୍ରୋଲିଂ କରୁଥିବା ବେଳେ ଜଣେ ଖବରଦାତାଙ୍କୁ ଆକ୍ରମଣ କରାଯାଇଛି। ଏହାକୁ ନେଇ ଟାଉନ ଥାନାରେ ସେ ଲିଖିତ ଅଭିଯୋଗ କରିଛନ୍ତି। ସେ ତାଙ୍କ ଅସୁସ୍ଥ ଝିଅ ସହିତ କାର୍ରେ...
ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କରୋନା ସଂକ୍ରମଣ ରୋକିବାକୁ ଶପଥ ନେଲେ ସରପଞ୍ଚ
ପାଟଣା,୨୨ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକର ୨୦ ଜଣ ସରପଞ୍ଚ ବୁଧବାର ବ୍ଲକ ଭିସି କକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସିଧାସଳଖ ଯୋଡ଼ି ହୋଇ ଗାଁରେ କରୋନା ପଶିବାକୁ ନ ଦେବା ପାଇଁ ଶପଥ ଗ୍ରହଣ କରିଛନ୍ତି।...
ସାମାଜିକ ଦୂରତ୍ୱ ରକ୍ଷା କରି ରକ୍ତଦାନ, ୩୫ ୟୁନିଟ୍ ରକ୍ତ ସଂଗ୍ରହ
ପାଟଣା,୨୨ା୪(ସ୍ବ.ପ୍ର.) : କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡ଼ା ବ୍ଲକ ଉପାନ୍ତ ଅଞ୍ଚଳ ମାଛଗଡ଼ ପଞ୍ଚାୟତ ରାଜୀବଗାନ୍ଧୀ ସେବାକେନ୍ଦ୍ରଠାରେ ବୁଧବାର ସାହାରପଡ଼ା ବ୍ଲକ ବିଜେଡି ପକ୍ଷରୁ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। କରୋନା ସଂକ୍ରମଣ...
କରୋନା ମୁକାବିଲା: ପେଣ୍ଟିଂ ମାଧ୍ୟମରେ ଲୋକଙ୍କୁ କରାଯାଉଛି ସଚେତନ
କେନ୍ଦୁଝର, ୨୨।୪(ସ୍ବ.ପ୍ର.): କରୋନା ସଂକ୍ରମଣ ରୋକିବା ପାଇଁ ଲକ୍ଡାଉନ୍ ଜାରି ହୋଇଛି। ଏହା ସତ୍ତ୍ୱେ କେନ୍ଦୁଝର ସହରରେ ଲୋକଙ୍କ ଯାତାୟତ ବଢୁଛି। ଏ ନେଇ ପ୍ରଶାସନ ପକ୍ଷରୁ ଜନ ସଚେତନତା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। କେନ୍ଦୁଝର ପୌରପାଳିକା...
ନ ଥିଲା ସତର୍କ ସୂଚନା: ନିର୍ମାଣାଧୀନ ପୋଲ ତଳକୁ ଖସିି ବାଇକ୍ଆରୋହୀଙ୍କ ଜୀବନ ଗଲା
ବଡ଼ବିଲ,୨୨ା୪(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲ କାଠ ଡିପୋ ନିକଟ ପୋଲ ତଳକୁ ଖସି ବୁଧବାର ଭୋର୍ ସମୟରେ ଜଣେ ବାଇକ୍ ଆରୋହୀଙ୍କ ଜୀବନ ଯାଇଛି। ମୃତ ଯୁବକ ଜଣକ ହେଲେ ବଡ଼ବିଲ ଅଞ୍ଚଳର ସୁଦର୍ଶନ ପ୍ରଧାନ। ସୂଚନାନୁଯାୟୀ, ଭଦ୍ରାସାହି-ବଡ଼ବିଲ...
ଶ୍ରମିକଙ୍କ ରହିବା, ଖାଇବାର ବ୍ୟବସ୍ଥା କଲା ପ୍ରଶାସନ
ଆନନ୍ଦପୁର,୨୨।୪(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ପୌରପ୍ରଶାସନ ପକ୍ଷରୁ ଭୁବନେଶ୍ୱରରୁ ଚାଲି ଚାଲି ଆସିଥିବା ୯ ଜଣ ଶ୍ରମିକଙ୍କ ରହିବା ଖାଇବାର ବ୍ୟବସ୍ଥା କରାଯାଇଛି। ଲକ୍ ଡାଉନ ପାଇଁ କାମ ବନ୍ଦ ଥିବାରୁ ଏହି ମହିଳା ଓ ପୁରୁଷ ଶ୍ରମିକ ଭୁବନେଶ୍ୱର...
୧୧ ଶ୍ରମିକ ଧରାପଡ଼ିି କ୍ୱାରାଣ୍ଟାଇନ୍ରେ ରହିଲେ
କେନ୍ଦୁଝର,୨୨ା୪(ଡି.ଏନ୍.ଏ.): ପଶ୍ଚିମବଙ୍ଗ ରାଜ୍ୟ ବର୍ଦ୍ଧମାନ ଜିଲାର ୧୧ଜଣ ଶ୍ରମିକ ଝୁମ୍ପୁରା ଅଞ୍ଚଳରେ ରହି ନିର୍ମାଣ କାର୍ଯ୍ୟ କରୁଥିଲେ। କରୋନା ପାଇଁ ଲକ୍ଡାଉନ୍ ହୋଇଯିବାରୁ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ଗାଡ଼ିମୋଟର ନ ଚାଲିବାରୁ ସେମାନେ ନିଜ ରାଜ୍ୟକୁ ଫେରି ପାରି...
କୋଭିଡ ଯୋଦ୍ଧାଙ୍କୁ ଅସମ୍ମାନ: ଆନନ୍ଦପୁରରେ ସଚେତନତା କାର୍ଯ୍ୟ ସାରି ଫେରୁଥିବା ଆଶା ଦିଦିଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ
ଆନନ୍ଦପୁର, ୨୧। ୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧୀନ ଶାଳବଣି ପଞ୍ଚାୟତ ବଳଦୁଆଁ ଗ୍ରାମର ଆଶା ଦିଦି ଅଖଜି ଖଣ୍ଡାଙ୍କୁ ଆକ୍ରମଣ ଘଟଣାରେ ପୋଲିସ ସେହି ଗ୍ରାମର ଚନ୍ଦନ ମଣ୍ଡଳଙ୍କୁ ଗିରଫ କରିଛି। ଏନେଇ ଆନନ୍ଦପୁର ଥାନାରେ ମାମଲା(ନଂ. ୬୨/୨୦)...
୩୧ ୟୁନିଟ୍ ରକ୍ତ ସଂଗୃହୀତ
ଯୋଡ଼ା, ୨୧।୪ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରସ୍ଥିତ ଗଣେଶ ଭବନଠାରେ ସୋମବାର ପୂର୍ବାହ୍ନରେ ଯୋଡା ବିଜେଡି ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୩୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ...
ବନ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ୩ ଗିରଫ
ଯୋଡା, ୨୧।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜାମୁପାଣିଠାରେ ବନ ବିଭାଗ ପକ୍ଷରୁ ଚୋରା କାଠ ବୋଝେଇ ଡମ୍ପର ଜବତ ବେଳେ ବନ କର୍ମଚାରୀମାନେ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ବାମେବାରୀ ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ...
Archives


